ଆସନ୍ତୁ ଜଣାଇବା ୧୦ ଟି ଅଜଣା ସତ୍ୟ ବିଷୟରେ ଯାହାକୁ ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ..ନିଶ୍ଚୟ ପଢନ୍ତୁ ଓ ଜ୍ଞାନ ଆହରଣ କରନ୍ତୁ..

ଫ୍ୟାକ୍ଟ ନମ୍ବର ୦୧:-କଣ ଆପଣ ଜାଣିଛନ୍ତି ରେଳ ଧାରଣା ଉପରେ ଜଙ୍କ କାହିଁକି ଲାଗି ନଥାଏ ?ଏହି ରେଳ ଧାରଣାରେ ବ୍ୟବହୃତ ହେଉଥିବା ଧାତୁ ସାଧାରଣ ଧାତୁ ହୋଇନଥାଏ।ଏହାକୁ ଶକ୍ତିଶାଳୀ ଓ ଜଙ୍କ ପ୍ରତିରୋଧ ବନେଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଧାତୁ ମିଶାଯାଏ।ସାଧାରଣତଃ ଏଥିରେ ହାର୍ଡଫିଲ୍ଡ ମାଙ୍ଗାନିଜ ଧାତୁର ବ୍ୟବହାର ହୋଇଥାଏ।ଯେଉଁଥିରେ ୧୨-୧୪% ମାଙ୍ଗାନିଜ ଥାଏ।
ଫ୍ୟାକ୍ଟ ନମ୍ବର ୦୨:-ଅଲ୍ଟ୍ରାସାଉଣ୍ଡ କରିବା ଆଗରୁ ତ୍ୱଚା ଉପରେ ଗୋଟେ ବିଶେଷ ଜେଲ ଲଗା ହୁଏ ଏହା ପାଣି ଓ ପ୍ରୋପାଲିନ ଗ୍ଲାଇକୋଲରୁ ପ୍ରସ୍ତୁତ ହୋଇଥାଏ।ଯାହାକୁ ଇସିଜି ଜେଲ କୁହାଯାଏ।ଅଲ୍ଟ୍ରାସାଉଣ୍ଡ ଧ୍ଵନି ତରଙ୍ଗକୁ ଏହି ଜେଲ ଶରୀର ଭିତରକୁ ଯିବାରେ ସହାୟତା କରେ।ଆପଣ ଯଦି ଏହି ଜେଲ ନ ଲଗେଇବେ ତାହେଲେ ଆପଣଙ୍କ ଭୃଣର ଗୋଟେ ସଫା ଚିତ୍ର ଆପଣଙ୍କୁ ମିଳି ପାରିବ ନାହିଁ।
ଫ୍ୟାକ୍ଟ ନମ୍ବର ୦୩:-କଁଫୁ ର ମାଷ୍ଟର ଜୋ ଟିଙ୍ଗୟୁ ନିଜ ହାତ ଦ୍ୱାର ଗରମ ପ୍ରସ୍ତୁତ କରିବା ପାଇଁ ଦୁନିଆ ସାରା ପ୍ରସିଦ୍ଧ ଅଟନ୍ତି।ଏମିତି କୁହାଯାଏ ତାଙ୍କ ହାତରୁ ବାହାରୁଥିବା ତାପ ପାଣିର ସ୍ପୁଟନାଙ୍କ ପାଖାପାଖି ହୋଇଥାଏ।ଯାହାଦ୍ୱାର ଆପଣ ପାଣିକୁ ଫୁଟେଇ ପାରିବେନି କିନ୍ତୁ ଗରମ ହେବାର ଦେଖି ପାରିବେ।
ଫ୍ୟାକ୍ଟ ନମ୍ବର ୦୪:-ଆପଣ ଡିଜେଲ ବା ପେଟ୍ରୋଲ ଗାଡ଼ିରେ କୌଣସି ଦୁର ଜାଗାକୁ ନରହି ଯାଇ ପାରିବେକି ? ଆଜ୍ଞା ନା ଯାଇ ପାରିବେ ନାହିଁ।ସେପଟରେ କିଛି ଏମିତି ଗାଡି ବାହାରିଛି ଯାହାଦ୍ୱାରା ଆପଣ ଗାଡିକୁ ନଅଟକାଇ ଦୁର ସ୍ଥାନକୁ ଯାତ୍ରା କରି ପାରିବେ କେବଳ ଇଲେକ୍ଟ୍ରୋନିକ କାର ସାହାଯ୍ୟରେ।ଭବିଷ୍ୟତରେ ଏ ଗାଡି ପାଇଁ ଏମିତି ରାସ୍ତା ତିଆରି ହେବ ଯାହା ସେଗୁଡିକି ଆପେ ଆପେ ଚାର୍ଜ କରିନେବ।ଆଉ ଏମିତି ସ୍ଵିଡେନରେ ହୋଇସାରିଛି।
ଫ୍ୟାକ୍ଟ ନମ୍ବର ୦୫:-ଆପଣ ଜାଣିଛନ୍ତିକି ଗୋଟେ ଲିଟର ପାଣିର ଦାମ କେତେ ହୋଇଥିବ ? ବହୁତ ଲୋକ କହିବେ ୨୦,୫୦,୧୦୦ ଆହୁରି ଏମିତି ଲୋକ ଅଛନ୍ତି ଯାହା କହିବେକି ବିରାଟ କୋହିଲି ୬୦୦ ଟଙ୍କା ଲିଟର ଵାଲା ପାଣି ପିଉଛି।ଆମେ ଏମିତି ପାଣି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଏହାର ୭୫୦ ଏମ.ଏଲ ବୋତଲର ଦାମ ୬୦,୦୦୦ ଡ଼ଲାର ମାନେ ୪୩୦୦୦୦୦ ଭାରତୀୟ ଟଙ୍କା ହୋଇଥାଏ।ଏହି ପାଣିର ନାମ ହେଉଛି ଆକ୍ବା ଦି କ୍ରିଷ୍ଟାଲୋ ଅଟେ।ଏହି ବୋତଲର ଖାସ କଥା ଏହା ୨୪ କ୍ୟାରେଟ ସୁନାରେ ପ୍ରସ୍ତୁତ ହୋଇଥାଏ।
ଫ୍ୟାକ୍ଟ ନମ୍ବର ୦୬:-ତୁର୍କୀର ଜଣେ ୪୨ ବର୍ଷୀୟ ଇବ୍ରାହିମ ୟୁକେଲ ଯିଏ ଦିନରେ ୨ ପ୍ୟାକେଟ ସିଗାରେଟ ପିଅନ୍ତି।ସେ ବହୁତ ଥର ନିଜକୁ ଏ ଖରାପ ଅଭ୍ୟାସରୁ ଦୁରେଇ ରଖିବା ପାଇଁ ଚେଷ୍ଟା କଲେ ଓ ସେ ବିଫଳ ହେଲେ।ତାପରେ ସେ ସିଗାରେଟ ଛାଡିବା ପାଇଁ ନିଜ ମୁଣ୍ଡରେ ଗୋଟିଏ ପିଞ୍ଜରା ଭଳି ହେଲମେଟ ପିନ୍ଧିବାକୁ ଲାଗିଲେ।
ଫ୍ୟାକ୍ଟ ନମ୍ବର ୦୭:-ଆପେଲ ଆଇଫୋନରେ ଏହି ଆଇ ର ମାନେ କଣ ଆପଣ ଜାଣିଛନ୍ତି ?ଏହାର ଅର୍ଥ ହେଲା ଇଣ୍ଟରନେଟ,ଯାହା ଏହି ଯନ୍ତ୍ରର ନରମ ପାର୍ଶ୍ୱକୁ ଦର୍ଶାଇଥାଏ।ତାପରେ ଧୀରେ ଧୀରେ ଏହି ଆଇ ତାଙ୍କ ସବୁ ପ୍ରଡକ୍ଟରେ ଯୋଡି ହେଇଗଲା ଆଉ ଏହାର ନାଁ ଭାବରେ ବିବେଚିତ ହେଲା।
ଫ୍ୟାକ୍ଟ ନମ୍ବର ୦୮:-ପୃଥିବୀରେ ରହୁଥିବା ସବୁ ଜୀବଙ୍କ ପାଖରେ ଗୋଟେ ମସ୍ତିସ୍କ ଥାଏ।ଆଉ ଏ ଜୀଵ ମାନଙ୍କ ଭିତରୁ ସବୁଠାରୁ ବୁଦ୍ଧିମାନ ହେଉଛି ମଣିଷ ଆଉ ଏ ହିଁ ନିଜ ବୁଦ୍ଧିର ସବୁଠାରୁ ବେଶି ପ୍ରୟୋଗ କରିଥାଏ।ସେଥିପାଇଁ ଆମେ ଆଜି ଏତେ ବିକଶିତ।ଜୋକ ଶରୀରରେ ୩୨ ଟି ମସ୍ତିସ୍କ ଅଛି।ଜୋକ ପାଖରେ ୧୦ ଟି ପାକସ୍ଥଳୀ ଓ ୯ ଯୋଡି ଅଣ୍ଡକୋଷ,ଆଉ ଶହେ ଶହେ ଦାନ୍ତ ଅଛି।
ଫ୍ୟାକ୍ଟ ନମ୍ବର ୦୯:-ଆପଣ ଜାଣିଛନ୍ତି ମରସିଡିଜ ଯେଉଁ ଚିନ୍ହ ନିଜ ଗାଡିରେ ବ୍ୟବହାର କରେ ତାର ଅର୍ଥ କଣ ଅଟେ ?ଏହାର ଏହି ୩ ଟି ବାଡି ପୃଥିବୀ,ଆକାଶ,ବାୟୁକୁ ଚିନ୍ହଉଛନ୍ତି।ଏହି ଚିନ୍ହ ଏଥିପାଇଁ ଦିଆଯାଇଥିଲା କାରଣ ସେ ଏହି ୩ ଟି ଜାଗାରେ ଚାଲୀଳା ଭଳି ଗାଡି ବନେଇବେ।
ଫ୍ୟାକ୍ଟ ନମ୍ବର ୧୦:-ଆପଣ ହିନ୍ଦୀ ଚଳଚ୍ଚିତ୍ରରେ ଦେଖିଥିବେ ଯେତେବେଳେ କୋର୍ଟ ଘରେ ଅଧିକ ପାଟି ହେବାକୁ ଲାଗେ ସେ ଗୋଟେ କାଠ ହାତୁଡି ପିଟି ଅର୍ଡର ଅର୍ଡର ଚିତ୍କାର କରନ୍ତି।ଏହି ହାତୁଡିର ନାମ ହେଉଛି ଗ୍ୟାଭେଲ।ଆଉ ଏହାର ବ୍ୟବହାର ଭାରତରେ ବ୍ରିଟିଶ କାଳରୁ ହୋଇଆସୁଛି।ଇଂଲଣ୍ଡରେ ଯେତେବେଳ ଘର ମାଲିକ ଓ ଭଡାଟିଆ ଭିତରେ ଝଗଡା ହେଉଥିଲା ସେମାନଙ୍କୁ ଶାନ୍ତ କରିବା ପାଇଁ ନିଜ ହାତକୁ ସେ କାଠ ଟେବୁଲରେ ବାଡ଼ଉ ଥିଲେ ଧୀରେ ଧିରେ ହାତ ଜାଗାରେ କାଠର ହାତୁଡି ଵ୍ୟଵହାରରେ ଆସିଲା।
ଫ୍ୟାକ୍ଟ ନମ୍ବର ୧୧:-ଆପଣ ଜାଣିଛନ୍ତି ଏମିତି ପକ୍ଷୀ ଅଛି ଯାହା ବର୍ଷ ବର୍ଷ ଧରି ଆକାଶରେ ଉଡୁଥାଏ।ଆଲବେଟର୍ସ ପ୍ରଜାତିର ଏହି ଚଢେଇ ତଳକୁ ନଆସି ବର୍ଷ ବର୍ଷ ଧରି ଆକାଶରେ ଉଡୁଥାଏ। ଏମାନେ ସାଧାରଣତଃ ସମୁଦ୍ର ଉପରେ ଉଡ଼ନ୍ତି।ଏମାନେ କେଵଳ ଖାଇବା ପାଇଁ ହିଁ ଅଟକି ଥାଆନ୍ତି।ଏମାନଙ୍କ ଭିତରେ ୱିସଡ଼ମ ନାମକ ପକ୍ଷୀ ୬୮ ବର୍ଷ ହେଲା ବଞ୍ଚିଛି।ଆଉ ଏ ପକ୍ଷୀ ୪୮୨୦୦୦ କି.ମି ଲମ୍ବା ବାଟ ଉଡି ସାରିଛି।