March 13, 2025

Odia Express

Leading Odia News Portal of Odisha

ଯେତେବେଳେ ମନ ହାରିବାକୁ ଲାଗିବ ତାହେଲେ ଆପଣ ଶ୍ରୀକୃଷ୍ଣ ନ୍କ ଏହି କଥା ଶୁଣି ନେବେ – ଜୀବନରେ ନିଶ୍ଚୟ ଶାନ୍ତି ଆସିଯିବ..

ଆପଣ କେବେ ଚଢେଇକୁ ବସା ତିଆରି କରିବାର ଦେଖିଛନ୍ତି।ସେ ବହୁତ ପରିଶ୍ରମ କରି ନିଜ ଛୁଆ କେମିତି ଖୁସିରେ ରହିବେ ତାକୁ ଭାବି ବା ସେ ବିଷୟରେ ଚିନ୍ତା କରି ସେ ପକ୍ଷୀଟି ବସା ତିଆରି କରିଥାଏ।ଦିନେ ଝଡ଼ ଆସି ତା ବସାକୁ ଭାଙ୍ଗି ଦିଏ।ତାପରେ ସେ ପକ୍ଷୀ ନା କାନ୍ଦୁଛି ନା ମନଦୁଃଖ କରୁଛି ତାପରେ ସେ ଯାଇ ନୂଆ ବସା ତିଆରି କରିବା ଆରମ୍ଭ କରିଦିଏ।ତାହେଲେ ଆମେ ଏମିତି ଛୋଟ ଛୋଟ ବିପଦରୁ ଡରିଯିବା କାହିଁକି।ଆପଣ ଗୋଟେ କଥା ମନରଖନ୍ତୁ କୌଣସି ଗଛ କୁରାଢ଼ି ଚୋଟରେ ତଳେ ପଡି ଯାଇ ନଥାଏ।ସବୁ ପଥର ଖଣନ୍ତିର ଗୋଟେ ପ୍ରହାରରେ ଭାଙ୍ଗି ନଥାଏ।

ସତ୍ୟର ସ୍ୱୀକାର କରିବା ମନୁଷ୍ୟ ପାଇଁ ବହୁତ ମହତ୍ୱ ପୁର୍ଣ୍ଣ ହୋଇଥାଏ।ଯେତେବେଳେ ଆପଣ ଖାଇବାକୁ ବସନ୍ତି ଆପଣଙ୍କ ପେଟ ପୁରିବା ପରେ ଆପଣଙ୍କ ମନ ଓ ପେଟ ସ୍ୱୀକାର କରନ୍ତି ସେହିଭଳି ଆପଣ କୌଣସି କାର୍ଯ୍ୟ ବନ୍ଦ କରିବାକୁ ଚାହୁଁଛନ୍ତି ନହେଲେ ସତ୍ୟକୁ ସ୍ୱୀକାର କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ମଙ୍କୁ ସ୍ୱୀକାର କରିବାକୁ ହେବ।ଆମ ଭୀତରୁ ଏମିତି କେହି ନାହାନ୍ତି ଯାହାର ଛାଇ ତା ଠାରୁ ଦୁରେଇ ରହୁଥିବ।ଆପଣ ବେଳେ ବେଳେ ଏମିତି କିଛି କାର୍ଯ୍ୟ କରିଥାନ୍ତି ଯାହାଫଳରେ ଆପଣଙ୍କୁ ନିଜ ଛାଇ ଦେକହିବାକୁ ଭୟ ଲାଗେ।ଏହାର ପ୍ରତିକାର ପାଇଁ ଆପଣ ସୂର୍ଯ୍ୟଙ୍କ ଆଡ଼କୁ ମୁଖ କରି ଠିଆ ହେବା ଆଵଶ୍ୟକ ହୋଇଥାଏ।

ଦିନେ ଗୋଟେ ବ୍ୟାପାରି ତାର ବେପାର ପାଇଁ ଘରୁ ବାହାରିଲା ଆଉ ଠିକ ସେହି ସମୟରେ ଗୋଟେ ବିଲେଇ ତାର ମାର୍ଗ କାଟି ଦେଲା।ତାପରେ ସେ ଘରକୁ ଯାଇ ଶୁଭ ମୁହୂର୍ତ୍ତର ଅପେକ୍ଷା କରିବାକୁ ଲାଗିଲା।ଆଉ ସେ ଯେତେବେଳେ ବାହାରିଲା ଘରୁ ସେ ବାହାନ ଚାଲିଯାଇଥିଲା ଯାହା ପାଇଁ ସେ ଅପେକ୍ଷା କରିଥିଲା ଆଉ ସେ ରାଜାଙ୍କ ପାଖକୁ ଯାଇ ପାରିଲା ନାହିଁ ଓ ଉପହାର ଦେଇ ପାରିଲା ନାହିଁ ଯାହାର ଫଳ ସ୍ୱରୂପ ସେ ବ୍ୟାପାରିକୁ ଦଣ୍ଡ ମିଳିଲା।ଆଉ ତାପରେ ସେ ଘରେ ଆସି ତା ସ୍ତ୍ରୀ ଉପରେ ରାଗିଲା ଆଉ ତାର ସ୍ତ୍ରୀ ତା ବାପ ଘରକୁ ଚାଲି ଗଲା।ଏବେ ତା ପାଖରେ କେବଳ ଅନ୍ଧକାର ଘେରି ଗଲା।ଆଉ ସେ ଏ ସବୁ ଦୋଶ ସେ ବିଳେଇକୁ ଦେଲା।

ତାପରେ ଦ୍ୱିତୀୟ ବେପାରୀ ରାଜାଙ୍କୁ ଭେଟ ଦେବାକୁ ଗଲା ଆଉ ତାର ରାସ୍ତାକୁ ମଧ୍ୟ ବିଲେଇ କାଟିଗଲା। ସେ ବେପାରି ଟିକ ଅସ୍ତ ବ୍ୟସ୍ତ ହେଲା କିନ୍ତୁ ସେ ଆଗକୁ ବଢ଼ିବା ଉଚିତ ମନେକଲା,ଆଉ ରାଜାଙ୍କ ପାଖରେ ଉଚିତ ସମୟରେ ପହଁଚିଲା ଆଉ ସେ ରାଜାକୁ ଉଫାର ଦେଲା ଆଉ ରାଜା ପ୍ରସନ୍ନ ହେଲେ।ଆଉ ସେ ବେପାରିକୁ ନିଜ ବେପାର ବଢ଼େଇବାର ଅନୁମତି ଦେଲେ ଆଉ ସ୍ୱର୍ଣ୍ଣ ଆଭୂଷଣ ଦେଲେ ଆଉ ସେ ଯେତେବେଳେ ଘରକୁ ପହଁଚିଲା ତାର ପତ୍ନୀକୁ ଦେବାକୁ ଆଭୂସଣ ଆଉ ତାର ସ୍ତ୍ରୀକୁ ଦେବାକୁ ବସ୍ତ୍ର ଥିଲା ତା ପାଖରେ।ଆଉ ଚତୁରପାର୍ଶ୍ଵରେ ପ୍ରସନ୍ନତା ଥିଲା ଦୁଇଜଣଙ୍କ ସହିତ ଗୋଟେ ପ୍ରକାରର ଘଟଣା ଘଟିଲା ଆଉ ଦୁଇଜଣଙ୍କ ସହିତ ଅଲଗା ଅଲଗା ପ୍ରତିକ୍ରିୟା ଦେଲେ ଆଉ ଏହାହିଁ ହେଉଛି ଆମ ଜୀବନ ଅଟେ।

ଆମ ଜୀବନରେ ପ୍ରାରଦ୍ଧର ନିଜ ନିଜ ସ୍ଥାନ ରହି ଅଛି କିନ୍ତୁ ତାଠାରୁ ଅଧିକ ମହତ୍ୱ ପୁର୍ଣ୍ଣ ହେଉଛି ଆମର ପ୍ରତିକ୍ରିୟା,ଆଉ ଆମ ଚିନ୍ତାର ପ୍ରଭାବ ଏହି ମାନେ ଆମ ଜୀବନକୁ ଆକାର ଦେଇଥାନ୍ତି।ସେଥିପାଇଁ ଆପଣଙ୍କ ଚିନ୍ତା ଧାରାକୁ ସକାରାତ୍ମକ ରଖନ୍ତୁ ଆପଣଙ୍କ ଜୀବନ ସବୁବେଳେ ସକାରାତ୍ମକ ରହିବ।ଗୋଟେ ପାତ୍ରରେ ଜଳ ଭର୍ତି ହେଉଛି,ଆଉ ଗୋଟିଏ ପାତ୍ରରେ ମିଷ୍ଠାନ୍ନ ଭରି ରହିଛି।ଆଉ ଦୁଇଟି ହିଁ ପାତ୍ର ଭରି ରହିଛି।ତାପରେ ମିଶ୍ରିକୁ ଜଳରେ ମିଶେଇ ଦେବେ ଜଳ ମିଶ୍ରିକୁ ଆପଣେଇ ନେବେ ମିଶ୍ରି ନିଜର ଅସ୍ତିତ୍ୱ ହରେଇ ଦେଲା କିନ୍ତୁ ଜଳକୁ ଅଭିମାନ ଅଛିକି ତାର ଅସ୍ତିତ୍ୱର କିଛି ହେଲା ନାହିଁ।କିନ୍ତୁ ଯିଏ ସେ ଜଳକୁ ଚାଖିବ ତାକୁ ଅବଶ୍ୟ ଜଣାପଡିଯିବକି ଏ ଜଳ ଆଉ ସେ ଜଳ ନାହିଁ ଏହା ଏବେ ସର୍ବତ ହୋଇଗଲା।ଆମର ତ୍ୟାଗ ଆଉ ଆମର ବଳିଦାନ ଏପରି ହୋଇଥାନ୍ତି।

ଯିଏ ଏ କଥାକୁ ଅନୁଭବ କରନ୍ତି ସେ ବୁଝିପାରିବେ କେମିତି ସେ ସମୟର ଧାରାକୁ ବଦଳାଇ ପାରିବେ ନାହିଁ।ଯିଏ ବଳିଦାନ ଦିଅନ୍ତି ତାଙ୍କର ଅସ୍ତିତ୍ୱ କେବେ ନଷ୍ଟ ହୋଇନଥାଏ।ତାଙ୍କର ବଳିଦାନ ସଂସାରରେ କିଛିନା କିଛି ପରିବର୍ତ୍ତନ ଅବଶ୍ୟ ଆଣିଥାନ୍ତି।ଆମେ ସବୁ ଆମ ଜୀବନରେ କେବେ ନା କେବେ ଯାତ୍ରା କରିଥାନ୍ତି ଆଉ ସେତେବେଳେ କଚା ରାସ୍ତା ଆଉ ପକ୍କା ରାସ୍ତା ମନୁଷ୍ୟ ତିଆରି କରିନଥାନ୍ତି।ସବୁ ଲୋକ ଗୋଟେ ରାସ୍ତାରେ ବାର ବାର ଯିବା ଆସିବା କଲେ ସେଠାର ଘାସ ଦବି ଯାଇଥାଏ।ଏହାକୁହିଁ ଜୀବନ କୁହନ୍ତି।

ସଫଳତା ପାଇବାର ମନ୍ତ୍ର ବହୁତ କଠିନ ହୋଇନଥାଏ।ଉଚିତ ବିଚାର,ଉଚିତ ସ୍ଥାନ,ଉଚିତ ପ୍ରହାର ଆଉ ଯେତେବେଳେ ଆପଣଙ୍କ ବିଚାର ସମୟ ସ୍ଥାନରେ ପ୍ରଭାବ ମାନେ ପରିଶ୍ରମ ଆଉ ସଫଳତା ଆପଣଙ୍କୁ ମିଳିଥାଏ।ଲୁହାରୁ କିଛି ପ୍ରସ୍ତୁତ କରିବା ସମୟରେ ସେ ଲୁହାର ସଠିକ ତାପ ପ୍ରୟୋଗ ଦ୍ୱାରା ଉବିତ ସ୍ଥାନରେ ପ୍ରୟାପ୍ତ ବଳରେ ପ୍ରହାର କରିବା ଦ୍ୱାରା ସେ ସଠିକ ଆକାର ନେଇଥାଏ।ଠିକ ସେହି ଭଳି ଆପଣଙ୍କ ସଫଳତା ମଧ୍ୟ ଆପଣଙ୍କ ଜୀବନର ଆକାର ନେଇଥାଏ।ବହୁତ ଲୋକଙ୍କୁ ଅଭିଯୋଗ ଥାଏ ତାଙ୍କୁ ଯାହା ମିଳିବା କଥା ମିକୁ ନାହିଁ।ଆଉ ସେମାନେ ଭାଗ୍ୟକୁ ଦୋଶ ଦେଇଥାନ୍ତି।ଆଉ ଏଠି ଗୋଟେ କଥା ମନ ରଖନ୍ତୁ ଭାଗ୍ୟ ଆମର ନିୟନ୍ତ୍ରଣରେ ନଥାଏ।

Leave a Reply

Your email address will not be published. Required fields are marked *