March 24, 2025

Odia Express

Leading Odia News Portal of Odisha

କେବଳ ୩ ଟଙ୍କାରେ ଘରେ ତିଆରି କରନ୍ତୁ ଏହି ଲିକ୍ୱିଡ୍ ଓ ୩୦ ଦିନ ପର୍ଯ୍ୟନ୍ତ ପାଆନ୍ତୁ ମଶାଙ୍କ ଦାଉରୁ ରକ୍ଷା..

ଗରମ ଦିନ ହେଲେ ମଶା ମାନେ ବହୁତ ହଇରାଣ କରନ୍ତି । ମଶା ମାନଙ୍କ ଦାଉରୁ ବଞ୍ଚିବାପାଇଁ ଆମେ ନାନା ପ୍ରକାରର ସାବଧନତା ଅବଲମ୍ବନ କରିଥାଉ , କେହି କେହି ମଶା ଅଗରବତୀ ବ୍ୟବହାର କରନ୍ତି ତ ଆଉ କିଏ ମଶା ଲିକ୍ୱିଡ୍ ବ୍ୟବହାର କରନ୍ତି , କିଛି ଲୋକ ତ ଧୁଆଁ କରି ମଶାକୁ ବାହାର କରିବାପାଇଁ ବ୍ୟବହାର କରନ୍ତି । କିନ୍ତୁ ଏହି ସବୁ ଭିତରେ କିଛି ଲୋକ ଧୁଆଁ ଠାରୁ ଦୂରେଇ ରହିବାପାଇଁ ମଶାର ଲିକ୍ୱିଡ୍ ବ୍ୟବହାର କରନ୍ତି । ଓ କିଛି ମଶା ମାରିବାର ସ୍ପ୍ରେ ବ୍ୟବହାର କରନ୍ତି , କିନ୍ତୁ ଏହି ସବୁ ଜିନିଷ ବହୁତ ବ୍ୟୟବହୁଳ ହୋଇଥାଏ , ଆଜି ଆମେ ଆପଣଙ୍କୁ କିଛି ଏମିତି ଶସ୍ତା ଉପାୟ କହିବୁ, ଯାହା ଆପଣ ବହୁତ କମ୍ ଖର୍ଚ୍ଚରେ ନିଜ ଘରେ ମଶାଙ୍କ ଠାରୁ ସୁରକ୍ଷିତ ରହିପାରିବେ ।

ସହରରେ ଅଧିକାଂଶ ଲୋକେ ମଶା ମାରିବାପାଇଁ ରିଫିଲ୍ ଲିକ୍ୱିଡ୍ ବ୍ୟବହାର କରନ୍ତି , ରିଫିଲ୍ ରେ ଲିକ୍ୱିଡ୍ ଭରିରହିଥାଏ,  ଯାହାକୁ ଏକ ମେସିନ୍ ରେ ଫିଟ୍ କରାଯାଏ , ମେସିନ୍ ରିଫିଲ୍ କୁ ଗରମ କରିଥାଏ,  ଓ ସେହି ଲିକ୍ୱିଡ୍ ବାୟୁରେ ବ୍ୟାପିଥାଏ , ଯାହା ଦ୍ୱାରା ମଶାମାନେ ପଳାଇଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ରିଫିଲ୍ ଭିତରେ ଯେଉଁ ଲିକ୍ୱିଡ୍ ଅଛି ତାହା ଆପଣ ଘରେ ତିଆରି କରିପାରିବେ , ଏତିକି ନୁହେଁ ମାତ୍ର ୩ ଟଙ୍କା ଖର୍ଚ୍ଚ କରି , ଆସନ୍ତୁ ଜାଣିବା ଏହାର ପୁରା ପ୍ରକିୟା ।

ଯଦି ଆପଣଙ୍କ ପାଖରେ କେଉଁ କମ୍ପାନୀର ରିଫିଲ୍ ମେସିନ୍ ଅଛି ,ତେବେ ଲିକ୍ୱିଡ୍ ଘରେ ବନାଇପାରିବେ , ଏହାପାଇଂ ଆପଣଙ୍କୁ କେବଳ କର୍ପୁର, ଓ ତାରପିନ୍ ତେଲ ଦରକାର ପଡିବ , କପୁର ଓ ତାରପିନ୍ ତେଲ ହାର୍ଡୱେର୍ ସପ୍ ରୁ କିଣିପାରିବେ , ଏହି ଦୁହେଁ ଜିନିଷ ମହଙ୍ଗା ହୋଇନଥାଏ,  ଏକ ଲିଟର ତାରପିନ୍ ଓ ଏକ ପ୍ୟାକେଟ୍ କର୍ପୁରରୁ ୨ ବର୍ଷ ମାନେ ୨୪ ମାସ ପାଇଁ ଲିକ୍ୱିଡ୍ ତିଆରି କରିପାରିବେ ।

ଏମିତି କରିପାରିବେ ସଞ୍ଜୟ : କର୍ପୁର ଏକ ପ୍ୟାକେଟ୍ ଦାମ୍ -୨୦ ଟଙ୍କା , ଏକ ଲିଟର ତାରପିନ୍ ପ୍ରାୟ ୪୫ ଟଙ୍କା ଦୁହେଁକୁ ମିଶାଇଲେ ଆସିଯିବ ୬୫ ଟଙ୍କା ଏହି ଜିନିଷର ପ୍ରୟୋଗ ଆପଣ ୨୪ ମାସ ମାନେ ୨ ବର୍ଷ୍ ପାଇଁ କରିପାରିବେ ।

ଲିକ୍ୱିଡ୍ ତିଆରି କରିବାର ଫର୍ମୁଲା : ସବୁଠାରୁ ପ୍ରଥମେ କର୍ପୁର ଏକ ଭାଗ ଭଲ ଭାବେ ନେଇ ଭଲ ଭାବେ ପେଷିଦିଅନ୍ତୁ , ଏହା ଭଲ ଭାବେ ଗୁଣ୍ତ ହେବା ଦରକାର,  ଏଥିରେ କିଛି ବି ଖଣ୍ତ ରହିବ ନାହିଁ । ଏବେ ପୁରୁଣା ରିଫିଲ୍ ରେ ରଡ୍ ବାହାର କରି ସେଥିରେ ପେଷିଥିବା କର୍ପୁରଗୁଣ୍ତକୁ ପକାନ୍ତୁ , ଏହାପରେ ତାରପିନ୍ ତେଲ ପକାଇ ରଡକୁ ଆଉଥରେ ଲଗାଇଦିଅନ୍ତୁ , ରିଫିଲ୍ ବନ୍ଦ କରିବାପରେ ତେବେ ପର୍ଯ୍ୟନ୍ତ ହଲାଉଥାନ୍ତୁ ଯେବେ ପର୍ଯ୍ୟନ୍ତ ତେଲରେ କର୍ପୁର ଭଲ ଭାବେ ମିଶିନଯାଏ , ଏହି ଦୁହେଁ ମିକ୍ସ ହେବାପରେ ଆପଣଙ୍କ ଲିକ୍ୱିଡ୍ ପ୍ରସ୍ତୁତ ହୋଇଯିବ , କର୍ପୁର ଏକ ପ୍ୟାକେଟ୍ ୨୩ ରୁ ଅଧିକା ଖଣ୍ତ ହୋଇଥାଏ,  ସେମିତି ଏକ ଲିଟର ତାରପିନ୍ ୨୪ ରୁ ଅଧିକା ରିଫିଲ୍ ସହଜରେ ଭରିପାରିବେ , ମାନେ ୬୫ ଟଙ୍କା ଖର୍ଚ୍ଚରେ ୨ ବର୍ଷ ପାଇଁ ସହଜ ମଶା ଭଗାଇବା ରିଫିଲ୍ ବନାଇପାରିବେ ।

Leave a Reply

Your email address will not be published. Required fields are marked *