March 25, 2025

Odia Express

Leading Odia News Portal of Odisha

ତେବେ ଏହି କାରଣରୁ ଏବେ ସ୍ମାର୍ଟଫୋନ୍ ର ଭିତରେ ଲଗାଯାଉଛି ନନ୍ ରିମୁଭାଲ୍ ବ୍ୟାଟେରି , ଜାଣିଲେ ଆପଣ ବି ହୋଇଯିବେ ଚକିତ..

ଗୋଟେ ସମୟ ଥିଲା ଯେବେ ଆମେ ସମସ୍ତେ କିପାର୍ଡ ବାଲା ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ,  ଯେପରି ଟେକ୍ନୋଲୋଜି ବଢିବାକୁ ଲାଗିଲା ତେବେ ଆମର ହାତରେ ଗୋଟେରୁ ବଳି ଗୋଟେ ନୁଆ ଡିଜାଇନ୍ ଓ କ୍ଷମତା ବାଲା ଫୋନ୍ ମିଳିଲା ଯାହାର ଫିଚର୍ କାରଣରୁ ଆମେ ତାକୁ ସ୍ମାର୍ଟଫୋନ୍ କହିଲେ , ଆପଣଙ୍କୁ କହିଦେବୁ କି ଟେକ୍ନୋଲୋଜିର ବିକାଶ ହେବା ଏବେ ଅଟକିନାହିଁ , କିନ୍ତୁ କିପ୍ୟାଡ୍ ରୁ ଟଚ୍ ବାଲା ଫୋନ୍ ମଧ୍ୟରେ ଆମର ଫୋନ୍ କେତେ ସ୍ମାର୍ଟ ହୋଇଯାଇଛି ଏହି କଥାର ଅଧିକା ଧ୍ୟାନ ଦିଆହୋଇଥିବ,  ଆଜି ଆମେ ଆପଣଙ୍କୁ କହିଦେବୁ କି ମୋବାଇଲ୍ ବ୍ୟାଟେରି ବିଷୟରେ ଯାହା ମୋବାଇଲ୍ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଭାଗ ବୋଲି ଜଣାଯାଏ , ଯଦି ସେ ନଥିବ ତେବେ ସ୍ମାର୍ଟଫୋନ୍ ପୁରା ବେକାର୍ ଅଟେ ।ଅସଲରେ ଆମେ କହିବାକୁ ଯାଉଛୁ ଆଜିକାଲିର ବହୁତ ହିଁ ସ୍ମାର୍ଟ ହୋଇଥିବା ଫୋନ୍ ବିଷୟରେ ଯାହାର ବ୍ୟାଟେରି ଆପଣଙ୍କୁ ଏବେ ଦେଖାଯାଉନାହିଁ,  ମାନେ ଆପଣଙ୍କ ଫୋନ୍ ରେ ନନ୍ ରିମୁଭାଲ୍ ବ୍ୟାଟେରି

ଅସଲରେ ଗୋଟେ ସମୟ ଥିଲା ଯେବେ ଆମର ପାଖରେ ଫୋନ୍ ଆସିଲା ତେବେ ସେତେବେଳେ ବ୍ୟାଟେରି ବହୁତ ବଡ ବଡ ଓ ମୋଟା ହେଉଥିଲା,  କିନ୍ତୁ ଆଧୁନିକତା ହେବା ସହ ଆମର ପାଖରେ ଫୋନ୍ ଆସିଯାଈଛି ଯାହା ବ୍ୟାଟେରି ଦେଖାଯାଉନାହିଁ , ମାନେ ଏବେ ଫୋନ୍ ରେ ନନ୍ ରିମୁଭାଲ୍ ବ୍ୟାଟେଇ ଆସିଯାଈଛି , ଓ ତାହା ସହ ବ୍ୟାଟେରି ବ୍ୟାକ୍ ଅଫ୍ ବି ଭଲ ହୋଇଯାଈଛି , ଆପଣ ଧ୍ୟାନ ଦେଇଥିବେ କି ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ରେ ନନ୍ ରିମୁଭାଲ୍ ବ୍ୟାଟେରି ଦିଆଯାଉଛି , କିନ୍ତୁ ଆପଣ କେବେ ଏହାର ପଛରେ କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏମିତି କଣ ପାଇଁ ହେଉଛି , ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ ।

ଫୋନ୍ ର ସୁରକ୍ଷା : ଅସଲରେ ଆପଣଙ୍କୁ କହିଦେବୁ କି ସ୍ମାର୍ଟଫୋନ୍ ରେ ଦିଆଯାଉଥିବା ନନ୍ ରିମୁଭାଲ୍ ବ୍ୟାଟେରି ରୁ ସ୍ମାର୍ଟଫୋନ୍ ସୁରକ୍ଷିତ ହୋଇଯାଏ , ଓ ଭିତର ଅଂଶ ଧୁଳି କିମ୍ବା ଅନ୍ୟ ତରଳ ଜିନିଷ ଭିତରକୁ ଯିବାରୁ ରକ୍ଷା କରେ ।

ଯୁଜରଙ୍କ ସୁରକ୍ଷା : ଅସଲରେ ଆପଣ ନିଜେ ଏହି କଥାକୁ ଧ୍ୟାନ ଦେଇଥିବେ କି ପ୍ରଥମ ଓ ଏବେ ଫୋନ୍ ରେ ବହୁତ ପରିବର୍ତ୍ତନ ଆସିଯାଈଛି , ଓ ପ୍ରଥମ ଫୋନ୍ ଓ ସ୍ମାର୍ଟଫୋନ୍ ରେ ରିମୁଭାଲ୍ ବ୍ୟାଟେରି ଦିଆଯାଉଥିଲା ଯାହା ଖରାପ ହେବାପରେ ବ୍ୟବହାରକାରୀଙ୍କୁ କେବଳ ଲୋକଲ୍ ବ୍ୟାଟେରି ବଦଳାଇଦିଆଯାଉଥିଲା,  କିନ୍ତୁ ପରେ ଏହି ବ୍ୟାଟେରି ଫୁଲିଯାଉଥିଲା,  ଓ ନାନାଦି ଦୁର୍ଘଟଣା ବି ଘଟୁଥିଲା , ଏମିତିରେ ନନ୍ ରିମୁଭାଲ୍ ବ୍ୟାଟେରି ଦିଆଯିବାର ପରେ ଏହାକୁ କେବଳ କମ୍ପାନୀ ଷ୍ଟୋର୍ ରେ ବଦଳାଇପାରିବେ , ଯେଉଁଥିରେ ୟୁଜର୍ସଙ୍କ କିଛି କ୍ଷତି ହେବ ନାହିଁ ।

ସ୍ମାର୍ଟଫୋନ୍ ସାଇଜ୍ ରେ ପରିବର୍ତ୍ତନ : ନନ୍ ରିମୁଭାଲ୍ ବ୍ୟାଟେରି ଲଗାଇଲେ ଆପଣଙ୍କ ସ୍ମାର୍ଟଫୋନ୍ ରେ ଯେଉଁ ଜାଗା ବଞ୍ଚିଯାଏ , ପ୍ରଥମ ଅପେକ୍ଷା ତାହା ହାଲକା ଓ ପତଳା ହୋଇଯାଏ , ଏଥିରେ ଆପଣଙ୍କ ଫୋନ୍ ପତଳା ଓ ଆକର୍ଷକ ନଜର ଆସେ,  ତାହା ସହ ଏହି ଫୋନ୍ ରେ ଫିଙ୍ଗରପ୍ରିଣ୍ଟ ସ୍କାନର୍ ଫିଚର ଯୋଡାଯିବାପାଇଁ ଅତିରିକ୍ତ ଜାଗା ବି ମିଳିଥାଏ ।

Leave a Reply

Your email address will not be published. Required fields are marked *