ଏହି ଲୋକପ୍ରିୟ ତାରକା ହେବାକୁ ଚାହୁଁଥିଲେ ଭାରତୀୟ ସେନାରେ ଭର୍ତ୍ତି, ନମ୍ବର ୧ ଙ୍କୁ ସମସ୍ତେ ମାନନ୍ତି ସବୁଠାରୁ ବଡ ଦେଶଭକ୍ତ..

ସେମିତି ଦେଖିବାକୁ ଗଲେ କିଛି ସମୟରେ ଯେବେ ପାକିସ୍ଥାନ ପଟୁ ଭାରତରେ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା , ତାହାପରେ ପ୍ରାୟ ସବୁ ଭାରତୀୟଙ୍କ ମନରେ ଦେଶ ଭକ୍ତି ଦେଖିବାକୁ ମିଳିଥିଲା , ଏମିତି ନୁହେଁ କି ଏହା ପୁର୍ବରୁ କାହା ମନରେ ବି ଦେଶଭକ୍ତି ନଥିଲା, କିନ୍ତୁ ଏହି ସବୁ ଘଟଣାଗୁଡିକ ପରେ ଦେଶ ପାଇଁ ଲୋକଙ୍କର ମନରେ ଆହୁରି ସାହାସ ବଢିଯାଇଛି । ଏମିତିରେ ଆପଣମାନେ ଦେଖିଥିବେ କି ଅଧିକାଂଶ ମଧ୍ୟମବର୍ଗୀୟ ପରିବାରର ଯୁବା ଭାରତୀୟ ସେନାରେ ସାମିଲ୍ ହେବାପାଇଁ ତର୍ପର ହୋଇଥାନ୍ତି , କିନ୍ତୁ ଆପଣଙ୍କୁ କହିଦେବୁ କି ଏମିତି ଆବଶ୍ୟକ ନୁହେଁ କି ସେନାରେ କେବଳ ମଧ୍ୟମବର୍ଗୀୟ ପରିବାର ଲୋକ ହିଁ ଯିବେ ବରଂ ସବୁ ବର୍ଗର ଲୋକ ସେନାରେ ସାମିଲ୍ ହେବାପାଇଁ ଆସନ୍ତି , କିନ୍ତୁ ଏହି ବର୍ଗର ଲୋକଙ୍କ ସଂଖ୍ୟା କିଛି ଅଧିକା ବି ହୋଇଥାଏ ।
ଆପଣଙ୍କୁ କହିଦେବୁ କି ଭାରତୀୟ ସେନାରେ ସାମିଲ୍ ହେବା ଓ ବର୍ଦି ପିନ୍ଧିବା ନିଜ ପାଇଁ ଏକ ଗର୍ବର କଥା ହୋଇଥାଏ , ଓ ଏହି ଗର୍ବ ସମସ୍ତଙ୍କ ଭାଗ୍ୟରେ ନଥାଏ , ଆପଣମାନେ ଦେଖିଥିବେ କି ଆମର ଫିଲ୍ମରେ ବହୁତସାରା ହିରୋ କିମ୍ବା ହିରୋଇନ୍ ଆଦି ସେନାର ଜବାନ କିମ୍ବା ଅଧିକାରିର ଭୁମିକା ନିଭାଇଥାନ୍ତି , ଓ କିଛି କିଛି ତ ଏମିତି ଲାଗିଥାଏ କି ସେ ସତରେ ସେନାରେ ଜବାନ୍ ଅଛନ୍ତି, ଆଜି ଆମେ ଆପଣଙ୍କୁ ବଲିଉଡ୍ ର୍ ସେହି ତାରକାମାନଙ୍କ ବିଷୟରେ କହିବୁ ଯେଉଁମାନେ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ସ୍ୱପ୍ନ ପୁରା ହୋଇପାରିନଥିଲା, ତେବେ ଆସନ୍ତୁ ଜାଣିବା ସେହି ତାରକାମାନଙ୍କ ବିଷୟରେ ଯିଏ ସେନାରେ ଭର୍ତ୍ତି ହେବାପାଇଁ ଆଶାୟୀ ଥିଲେ ।
୧) ଅକ୍ଷୟ କୁମାର –ଅକ୍ଷୟ କୁମାରଙ୍କୁ କିଏ ବା ନଜାଣେ , କିନ୍ତୁ ତାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ କି ଅକ୍ଷୟଙ୍କ ବାପା ଇଣ୍ତିଆନ୍ ଆର୍ମୀରେ ଥିଲେ । ଓ ଏହି କାରଣରୁ ତାଙ୍କର ଇଚ୍ଛା ଭାରତୀୟ ସେନାରେ ଥିଲା , କିନ୍ତୁ ହାଲତ ଅକ୍ଷୟଙ୍କ ସାଥ୍ ଦେଲା ନାହିଁ , ଓ ସେ ତାଙ୍କୁ ହିନ୍ଦୀ ସିନେମା ଆଡକୁ ନେଇଗଲା , ଆଜି ସେ ସୁପରଷ୍ଟାର୍ ହୋଇସାରିଛନ୍ତି , ଆପଣଙ୍କୁ କହିଦେବୁ କି ଅକ୍ଷୟ ସେମିତି ସେନାରେ ସାମିଲ୍ ହୋଇପାରିଲେ ନାହିଁ କିନ୍ତୁ ସେ ସହିଦଙ୍କ ପରିବାରଙ୍କ ସାହାଯ୍ୟ ପାଇଁ ଏକ ୱେବସାଇଟ୍ ଆରମ୍ଭ କରିଦେଇଥିଲେ ଯେଉଁଥିରେ ଦେଶର କେଉଁ ବି ନାଗରିକ ଶହୀଦଙ୍କ ପରିବାରକୁ ଆର୍ଥିକ ରୁପରେ ସାହାଯ୍ୟ କରିପାରିବେ ।
୨) ସୋନୁ ସୁଦ୍ – ବଲିଉଡ୍ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଦମଦାର୍ ଅଭିନେତା ସୋନୁ ସୁଦ୍ ଙ୍କ ଏକ ସ୍ୱପ୍ନ ଥିଲା କି ସେ ଭାରତୀୟ ସେନାରେ ଭର୍ତ୍ତି ହୋଇ ଦେଶର ସେବା କରିବେ , କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ସ୍ୱପ୍ନ ପୁରା ହୋଇପାରିଲାନାହିଁ , ପରେ ସେ ଗ୍ଲାମର ଦୁନିଆଁ ଆଡକୁ ମୁହଁ ବୁଲାଇଲେ , ଏବେ ସେ ଭାରତୀୟ ସିନେମାରେ ଏକ ଲୋକପ୍ରିୟ ଅଭିନେତା ଭାବେ ଜଣାଯାଆନ୍ତି ।
୩) ନିମୃତ କୌର – ଅଭିନେତ୍ରୀ ନିମୃତ କୌର ଯାହାଙ୍କ ଅସଲି ଫ୍ୟାମିଲି ବ୍ୟାକଗ୍ରାଉଣ୍ତ ସେନା ସହ ଯୋଡି ହୋଇଛି, ଏହି କାରଣରୁ ସେ ନିଜେ ଭାରତୀୟ ସେନାରେ ଭର୍ତ୍ତି ହେବାକୁ ଇଚ୍ଛା ରଖିଥିଲେ କିନ୍ତୁ ବହୁତ ଚେଷ୍ଟା କରିବାଫଳରେ ବି ସେ ଏହି କଥା ଜାଣିପାରିଲେ କି ସେ ସେନାରେ ଭର୍ତ୍ତି ହେବାପାଇଁ ଫିଟ୍ ନାହାନ୍ତି , ଯେଉଁ କାରଣରୁ ସେ ନିଜ ଜୀବନର ଉଦ୍ଧେଶ୍ୟ ବଦଳାଇଦେଲେ , ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ ।
୪) ରଣବିଜୟ ସିଂ : ଟିଭିରେ ଆସୁଥିବା ଶୋ ରୋଡିଜ୍ ପ୍ରଥମ ବିଜେତା ରୁପରେ ପ୍ରସିଦ୍ଧି ପାଇଥିବା ରଣବିଜୟ ସିଂ ଙ୍କ ଏକ ସ୍ୱପ୍ନ ଥିଲା କି ସେ ଭାରତୀୟ ସେନାରେ ଭର୍ତ୍ତି ହେବେ ଯାହା ବିଷୟରେ ସେ ନିଜେ ଏକ ଇଣ୍ଟରଭ୍ୟୁରେ କହିଥିଲେ ତାଙ୍କର ପାଞ୍ଚ ପିଢି ଭାରତୀୟ ସେନାରେ ପଦସ୍ଥ ଅଛନ୍ତି , କିନ୍ତୁ ଯେବେ ତାଙ୍କର ସିଲେକ୍ସନ୍ ରୋଡିଜ୍ ରେ ହୋଇଗଲା ତେବେ ସେ ନିଜ ମନ ବଦଳାଇଦେଲେ , ଆଜି ରଣବିଜୟ ବଲିଉଡ୍ ରେ ନିଜର ଜାଦୁ ଦେଖାଉଛନ୍ତି ।