March 24, 2025

Odia Express

Leading Odia News Portal of Odisha

ମାଛ କଣ୍ଟା ଆମ ତଣ୍ଟିରେ ଲାଗି ଗଲେ କଣ କରିପାରିବା – ନିଶ୍ଚୟ ଏହି ଉପାୟ ଜାଣି ରଖନ୍ତୁ – କେବେ ମଧ୍ୟ କାମରେ ଆସିପାରେ..

ଆପଣଙ୍କ ଭିତରେ ମାଛ ଖାଇବାକୁ କିଏ ନ ଭଲ ପାଏ କିନ୍ତୁ ମାଛ ଖାଇଲା ଭିତରେ ଯଦି ମାଛ କଣ୍ଟା ତଣ୍ଟିରେ ଲାଗୁଚି ତାହେଲେ ଆମ ପାଇଁ ଏହା ବହୁତ ଅସୁବିଧା ଜନକ ହୋଇଥାଏ।ଆପଣ ଧ୍ୟାନ ରଖିବେ ଯେତେବେକେ ମାଛ କଣ୍ଟା ଆପଣଙ୍କ ତଣ୍ଟିରେ ଫସିଥିବ ଆପଣ ଦେଖିବେକି ଏହାକୁ କେବେ ହେଲେ ଏତେ ସହଜରେ କେବେ ଏହାକୁ ବାହାର କରି ପାରିବେ ନାହିଁ କି ତଣ୍ଟିକୁ ଏପଟ ସେପଟ ବୁଲେଇ ପାରିବେ ନାହିଁ।ଆଉ କିଛିବି ଖାଇବା ଢ଼ୋକିଲା ସମୟରେ ବହୁତ ସୁବିଧା ହୋଇଥାଏ।

ନିଶ୍ୱାସ ନବାର ଅସୁବିଧା ହୋଇଥାଏ,ଆଉ ବେକ ପାଖ ରେ ସବୁ ବେଳେ ବିନ୍ଧା ହୋଇଥାଏ।ଆପଣ ସହଜରେ ସିନା ମାଛ ଖାଇ ନିଅନ୍ତି କିନ୍ତୁ ତଣ୍ଟିରେ କଣ୍ଟା ଲାଗିବା ଦ୍ୱାରା ଆମ ଚଳ ପ୍ରଚଳ ଓ ନିଶ୍ୱାସ ପ୍ରଶ୍ୱାସ ନେବା ଆସମ୍ଭବ ହୋଇଥାଏ।ଏହାକୁ ଠିକ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ରହିଥାଏ।ଯେମିତି ଛୋଟ କଣ୍ଟା ଲାଗିଲେ ଆପଣ ସୁଖିଲା ଭାତ କିମ୍ବା ଚୂଡ଼ା ଗିଳିବା ଦ୍ୱାରା ଆପଣଙ୍କ ତଣ୍ଟିରୁ କଣ୍ଟା ବାହାରି ଯାଏ।ଆଉ ଯଦି ତଣ୍ଟିରେ ବଡ଼ କଣ୍ଟା ଲାଗୁଛି ତାହେଲେ ଆପଣ ଭିନ୍ନ ଭିନ୍ନ ପ୍ରକାରର ଆୟୁର୍ବେଦିକ ଉପାୟ ଆପଣେଇ ପାରିବେ।

ଆସନ୍ତୁ ଜାଣିବା ଯଦି ଆପଣଙ୍କ ତଣ୍ଟିରେ ବଡ଼ କଣ୍ଟା ଲାଗିଛି ଓ ଆପଣ ତାର ସଠିକ ଭାବରେ ବାହାର କରିବାକୁ ଚାହୁଁଛନ୍ତି ତାହେଲେ ଆମେ କଣ କରିବା ?ତଣ୍ଟିରେ କଣ୍ଟା ଲାଗିବ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଏ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ହାନି କାରକ ହୋଇଥାଏ।ବେଳେ ବେଳେ ମନୁଷ୍ୟର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଥାଏ ଓ ସେ ସଠିକ ଭାବରେ ଉପଚାର ନପାଇଲେ ମରିବାର ମଧ୍ୟ ସମ୍ଭାବନା ଥାଏ।ଆଜି ଆମେ ଆପଣଙ୍କୁ ଏହି ଭଳି ୫ ଟି ଉପାୟ ଆପଣଙ୍କୁ କହିବାକୁ ଯାଉଛି।

ସାଧାରଣତଃ କଣ୍ଟା ଲାଗିବା ଦ୍ୱାରା କୌଣଇସ କଠିନ ଓ ଟାଣ ଖାଇବା ଜିନିଷକୁ ନ ଚୋବେଇ ଗିଳିବା ଦ୍ୱରା ଅତି ସହଜରେ ଆପଣଙ୍କ ତଣ୍ଟିରୁ ଆପଣ କଣ୍ଟା କାଢି ନେବେ।ଆସନ୍ତୁବଜାଣିବା ୫ ଟି ଉପାୟ।

୧.ଆମକୁ ଗୋଟେ ମୁଠାରେ ମିଠେ ମୁଢି ନେବାର ଅଛି ଓ ତାଙ୍କୁ ମାତ୍ର ଥରେ ଚୋବେଇ ଗିଳିବାର ଅଛି।ଏହି ପ୍ରକ୍ରିୟା ଆପଣ ୨-୩ ଥର ଢୋକି ନେବେ।

୨.ଆପଣ ଗୋଟେ ରୁଟିକୁ ନେବେ ତାକୁ ୪-୫ ଖଣ୍ଡ କରିନେବେ ଆଉ ସୁଖିଲା ସୁଖିଲା ରୁଟିକୁ ଅଳ୍ପ ବା ଥରେ ଚୋବେଇ ଭଲ ଭାବରେ ଢୋକି ନେବେ ଏପରି କରିବା ଦ୍ୱାରା ଆପଣଙ୍କ ତଣ୍ଟିରୁ କଣ୍ଟା ବହାରିଯିବ।

୩.ଆପଣ ଚାଉଳ ନେବେ ଓ ତାର ଗୁଳା ପ୍ରସ୍ତୁତ କରି ନେବେ।ଆଉ ଅଳ୍ପ ମଝିଆ ମଝି ଆକାରର ଗୋଲା ପ୍ରସ୍ତୁତ କରିବା ଆଉ ଏହାକୁ ନଚୋବେଇ ଗିଲି ନେବା ଯାହାଦ୍ୱାରା ଆମ ତଣ୍ଟି ଭିତରେ ଲାଗିଥିବ କଣ୍ଟା ବାହାରିଯିବ।ଆପଣ ଏହି ପ୍ରକ୍ରିୟାକୁ ନିଶ୍ଚିନ୍ତ ଭବାରେ ୨-୩ କରିବେ।

୪.ଆପଣ ଚୂଡାର ମଧ୍ୟ ବ୍ୟବହାର କରି ପାରିବେ,ଆପଣ ଚୂଡ଼ାକୁ ଭଲ ଭାବରେ ଭିଜେଇ ନେବେ ଓ ତାକୁ ଭିଜେଇ ସାରିବା ପରେ ଏହାକୁ ଗୁଳା ପ୍ରସ୍ତୁତ କରିବେ ଓ ଏହାକୁ ଗିଳିବେ ଓ ଆପଣ ଦେଖିବେ ମାଛ କଣ୍ଟା ଆମ ତଣ୍ଟିରୁ ବାହାରି ଯିବା।

୫.ପାଞ୍ଚ ନମ୍ବର୍ ଉପାୟରେ ଆପଣ ପାଚିଲା କଦଳିର ଛୋଟ ଛୋଟ ଖଣ୍ଡ କରି ଏହାକୁ ନେଇ ଧୀରେ ଧୀରେ ଗିଲିନେବେ।ଯାହାଦ୍ୱାରା ମାଛ କଣ୍ଟା ବହୁତ ସହଜରେ ଆପଣଙ୍କ ତଣ୍ଟିରୁ ବାହାରି ଜୀଵ।

ଆପଣ ଏହି ସବୁ ଉପାୟରେ ଆପଣ ନିଜ ତଣ୍ଟିରେ ଲାଗୁଥିବା ମାଛ କଣ୍ଟାକୁ ବାହାର କରି ପାରିବେ।ଯଦି ତଥାପି କଣ୍ଟା ବାହାରି ନଥାଏ ତାହେଲେ ଆପଣ ଡାକ୍ତରଙ୍କ ପାଖକୁ ଯାଇ ପାରିବେ।

Leave a Reply

Your email address will not be published. Required fields are marked *