March 16, 2025

Odia Express

Leading Odia News Portal of Odisha

ଆପଣଙ୍କର କେହି କିଛି କରି ପାରିବେନି ଯଦି ଆପଣ ଜାଣିଛନ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୫ ଟି ନୀତି

ନମସ୍କାର ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ସେ ଜଣେ ମହାନ ଜ୍ଞାନୀ ହେବା ସହିତ ଜଣେ ଭଲ ନିତିକାର ଥିଲେ।ସେ ନିଜ ରଚନାରେ ମନୁଷ୍ୟ ଜୀବନକୁ ନୀତିକାର କରିବା ପାଇଁ ବହୁତ ମହତ୍ୱ ପୁର୍ଣ୍ଣ କଥା କହିଛନ୍ତି।ଆଜି ଆମେ ଆପଣଙ୍କୁ ତାଙ୍କର କହିତ ଏପରି କେତୋଟି କଥା କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ନିତିଦିନ ଜୀବନରେ ଏହି କଥାକୁ ଆପଣ ପ୍ରୟୋଗ କଲେ ଆପଣଙ୍କ ଜୀବନ ସରସ ଓ ସୁନ୍ଦର ହୋଇଯିବ।ସେ ନିଜ ନୀତି ବାଣୀ ଦ୍ୱାରା ଚନ୍ଦ୍ର ଗୁପ୍ତ ମୌର୍ଯ୍ୟଙ୍କୁ ରାଜ ସିଂହାସନରେ ବସେଇ ଦେଇଥିଲେ।ଆସନ୍ତୁ ଜାଣିବା ତାଙ୍କର କିଛି ମହତ୍ୱ ପୁର୍ଣ୍ଣ ନୀତିବାଣୀ ବିଷୟରେ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଗୋଟେ ମଣିଷ ଗୋଟେ ମୁହୂର୍ତ୍ତ ପାଇଁ ବଞ୍ଚୁଛି ତାହେଲେ ତାକୁ ସେ ମୁହୂର୍ତ୍ତରେ କିଛି ଶୁଭ କାମ କରିବାର ଅଛି।କଳ୍ପନାରେ ବଞ୍ଚି କିଛି ଲାଭ ନାହିଁ କାରଣ ଦୁଇଟି ଲୋକରେ ସମାନ କଷ୍ଟ ଗୋଇଥାଏ।ଆମେ ତା ପାଇଁ ପଶ୍ଚାତାପ କରିବା ନାହିଁ ଯାହା ବ୍ୟତିତ ହୋଇସାରିଛି।ଆମେ ଭବିଷ୍ୟର ଚିନ୍ତା କରିବା ନାହିଁ,ବିବେକ ଓ ବୁଦ୍ଧି ରଖୁଥିବା ଲୋକ କେବଳ ବର୍ତ୍ତମାନରେ ବଞ୍ଚିଥାନ୍ତି।ଦେବତା,ବାଳକ ଓ ମୁନି ମାନଙ୍କର ସ୍ୱଭାବସେ ଶିଘ୍ର ପ୍ରସନ୍ନ ହୋଇଯାନ୍ତି।ପାଖ ଓ ଦୁର ଅତିଥୀ ସେତେବେଳେ ପ୍ରସନ୍ନ ହେବେ ଯେତେବେଳେ ତାଙ୍କର ସେବା ଓ ଚର୍ଚ୍ଚା କରାଯିବ।ତାଙ୍କର ସବୁ ପ୍ରକାରର ସୁଖ ସୁବିଧାର ଧ୍ୟାନ ରଖାଯିବ।

ଯେତେବେଳେ ଗୋଟେ ଛୁଆ ତା ମାର ଗର୍ଭରେ ଥାଏ ତାହେଲେ ଏ ୫ ଟି କଥା ସୁନିଶ୍ଚିତ ହୋଇଥାଏ କି ତାର ବୟସ କେତେ ଲମ୍ବା ହୋଇଥିବ, କେତେ ଧନ ଓ ଜ୍ଞାନ ଅର୍ଜନ କରିବ,ଆଉ ସେ କେବେ ମରିବ।ବଡ଼ ଲୋକ କଣ ଆଶ୍ଚର୍ଯ୍ୟ କଥା କୁହନ୍ତି ପଇସାକୁ ସାମାନ୍ୟ ବୋଲି ଭାଵନ୍ତି କିନ୍ତୁ ଯେତେବେଳେ ସେ ତାକୁ ପ୍ରାପ୍ତ କରନ୍ତି ତାର ଓଜନ ରେ ସେ ଦବିଯାନ୍ତି।ଯେଉଁ ବ୍ୟକ୍ତି ତାର ଘର ଲୋକଙ୍କ ପ୍ରତି ବହୁତ ଆସକ୍ତି ରଖିଥିବ ସେ ଭୟ ଓ ଦୁଃଖକୁ ପ୍ରାପ୍ତ କରିଥାଏ।ଯିଏ ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛି ଆଉ କୌଣସି ପରିସ୍ଥିତି ବା ପରୀକ୍ଷା ପାଇଁ ସେ ପ୍ରସ୍ତୁତ ଅଛନ୍ତି ତାହେଲେ ସେ ଦୁଇଜଣ ସୁଖୀ ଅଟନ୍ତି।

ଯଦି ରାଜା ପୁଣ୍ୟ କରିଥାଏ ତାହେଲେ ପ୍ରଜା ମଧ୍ୟ ସେହ କରିଥାଏ,ଆଉ ଯଦି ରାଜା ପାପି ହୋଇଥାଏ ତାହେଲେ ପ୍ରଜା ମଧ୍ୟ ପାପି ହୋଇଥାଏ।ସବୁ ପ୍ରଜା ସବୁ ରାଜା ମାନଙ୍କର ଅନୁସରଣ କରନ୍ତି।ଯିଏ ବଞ୍ଚିତ ଅବସ୍ଥାରେ ଧର୍ମର ପାଳନ କରେ ନାହିଁ ତାହେଲେ ସେ ବଞ୍ଚିଥାଉ ଥାଉ ମୃତ ସହିତ ସମାନ ହୋଇଥାଏ।ଯିଏ ପଇସା,ବିଦ୍ୟା କିମ୍ବା ଧର୍ମ ଉପାର୍ଜନ କଲା ନାହିଁ ତାହେଲେ ସେ ନିହାତି ବେକାର ଜୀବନ ଯାପନ କରିଥାଏ।ଯିଏ ଅନ୍ୟର ଉନ୍ନତି ଦେଖି ଖରାପ ଶବ୍ଦ କହେ ସେ ତା ଜୀବନରର କିଛି କରି ପାରି ନଥାଏ।ମୁକ୍ତି ଆଉ ବନ୍ଧନର ମୁଳ ମନ ହୋଇଥାଏ।

ଯିଏ କେବଳ ଈଶ୍ୱରଙ୍କ କାମନା କରିଥାଏ ତାକୁ ସବୁ ପ୍ରକାର ସନ୍ତୋଷ ପ୍ରାପ୍ତ ହୋଇଥାଏ।ଯେମିତି ମା ପଛରେ ଛୁଆ ଚାଲେ ସେମିତି କର୍ମ ମନୁଷ୍ୟ ପଛରେ ଚାଲିଥାଏ।ଯାହାର କାମ କରିବାରେ କୌଣସି ଵ୍ୟଵସ୍ଥା ନାହିଁ ତାକୁ କୌଣସି ସୁଖ ମିଳିବ ନାହିଁ।ଗୋଟେ ବିଦ୍ୟାର୍ଥୀ ଗୁରୁଙ୍କ ସେବା ଦ୍ୱାରା ତାଙ୍କ ଜ୍ଞାନ ପ୍ରାପ୍ତ କରି ପାରିବ।ବୁଦ୍ଧିମାନ ଲୋକ ସବୁବେଳେ ଭାବିଚିନ୍ତି ନିଜ କାର୍ଯ୍ୟ କରନ୍ତି।ଯିଏ ଆପଣଙ୍କୁ ଆଧ୍ୟାତ୍ମିକତା ବିଷୟରେ ଜଣେଇଛି ତାର ପୂଜା କରିବା ଉଚିତ।ଯିଏ ଗୁରୁଙ୍କ ସନ୍ନମାନ କରେନି ସେ ୧୦୦ ଥର କୁକୁର ଜନ୍ମ ପାଏ।ପୃଥିବୀରେ ଅନ୍ନ,ଜଳ,ମିଠା କଥା ଅସଲି ରତ୍ନ ଅଟେ।

Leave a Reply

Your email address will not be published. Required fields are marked *