March 25, 2025

Odia Express

Leading Odia News Portal of Odisha

ତମ୍ବାରେ ଲାଗିଥିବା କଳଙ୍କି କୁ କିପରି ସଫା କରିବା – ପୁରୁଣା ବାସନ ନୂଆ ପରି ଚମକିବାକୁ ଲାଗିବ..

ଆଜି ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ ଏକ ଏପରି ଉପାୟ ଯାହା ଭରସା ରେ ଆପଣ କପର ଅଥବା ତମ୍ବା ର କପ କୁ ପୁରା ନୂଆ ଭଳି ଚମକାଇ ପାରିବେ। ତ ଆସନ୍ତୁ ଜାଣିବା କି ଆପଣ ତମ୍ବା ର କପ କୁ କିପରି ନୂଆ ବଜାର ରୁ ଆଣିଥିବା ସମୟରେ ଯେପରି ଥିଲା ସେପରି କରି ପାରିବେ।।ଆପଣଙ୍କୁ ଏକ କପ ନେବାର ଅଛି ଆଉ ତାହା ସହିତ କିଛି ଧଳା ଭିନେଗାର ଆଉ ଲୁଣ ନେବାର ଅଛି। ଆପଣଙ୍କ ପାଖରେ ଯଦି ଧଳା ଭିନେଗାର ନାହିଁ ତ କିଛି କଥା ନାହିଁ ଆପଣ ତା ବଦଳରେ ଲେମ୍ବୁ ର ରସ ବି ନେଇ ପାରିବେ। ଆପଣ ଲେମ୍ବୁ ର ରସ ନିଅନ୍ତୁ ଆଉ ତା ସହିତ ଆପଣ ଲୁଣ ବି ନିଅନ୍ତୁ।ତା ପରେ ଆପଣ ନିଜର ବାସନ ମଜା ବା ସ୍କ୍ରବର ନେଇକି ତାକୁ ଭିନେଗାର ରେ ବୁଡାନ୍ତୁ।

ତା ପରେ ଆପଣ ତାକୁ ଆଣି ସେହି ଗ୍ଲାସ ର ଉପର ଭାଗ ରେ ଟିକେ ଟିକେ ଘଷି ଦିଅନ୍ତୁ। ତା ପରେ ଆପଣ ବାସ ଲୁଣ କୁ ବି ସେହି ସ୍କ୍ରବର ରେ ନିଅନ୍ତୁ ଆଉ ତାକୁ ବି ଆପଣ ସେହି ବାସନ ଉପରେ ଭଲ ଭାବେ ଟିକେ ଟିକେ ଘସନ୍ତୁ। ଆପଣ ଦେଖିବେ କି ତା ଉପରେ ଲାଗିଥିବା ସମସ୍ତ କଳା ଅଂଶ ଧୀରେ ଧୀରେ ଛାଡି ଛାଡି ଯାଉଛି। ଆପଣ ଲୁହା ର ସ୍କ୍ରବର ନେବେନି କାରଣ ଏହାଦ୍ୱାରା ଆପଣଙ୍କର ବାସନ ଧୀରେ ଧୀରେ ଖରାପ ହେଇ ପାରେ। ଏହି କାମ ଆପଣ ଲେମ୍ବୁ ରସ ସହ ବି କରନ୍ତୁ। ସେପରି ଲେମ୍ବୁ ରସ ନିଅନ୍ତୁ ଆଉ ତା ପରେ ଆପଣ ଲୁଣ ନିଅନ୍ତୁ। ତାକୁ ଧୀରେ ଧୀରେ ଘଷିବାକୁ ଚେଷ୍ଟା କରନ୍ତୁ। ତା ପରେ ଆପଣ ଦେଖିବେ କି ତାର କୋଟିଙ୍ଗ ଧୀରେ ଧୀରେ ଛାଡିବାକୁ ଲାଗିବ।

ଆପଣ ଯଦି ସ୍କ୍ରବର ବ୍ୟବହାର ନ କରିବାକୁ ଚାହାନ୍ତି ତ ଆପଣ ସାଧାରଣ ଭାବେ ଏକ ଲେମ୍ବୁ ଚୋପା ନିଅନ୍ତୁ ଆଉ ତା ଉପରେ ଲୁଣ ଲଗାନ୍ତୁ ଆଉ ତାକୁ ସେହି ବାସନ ଉପରେ ଘସନ୍ତୁ। ଆପଣ ଏହାଦ୍ୱାରା ବି ଦେଖିବେ କି ତାହା ସଫା ହେଇ ହେଇ ଯିବ।
ତମ୍ବା ଏକ ବହୁତ କ୍ରିୟାଶୀଳ ଧାତୁ ଅଟେ ଯାହା କି ବାହାରେ ରହିବା ଦ୍ୱାରା ଅମ୍ଳୀଭୁତ ହେଇଯାଏ। ଏହାର କାରଣ ରୁ ହି ତା ଉପରେ ଏକ ପରସ୍ତ ଆସିଯାଏ ଯାହା କି ତାକୁ କଳା କରିଦିଏ। ତ ଏହା ହି କାରଣ କି ଲେମ୍ବୁ ଦ୍ୱାରା ତାହା ସଫା ହେଇଯାଏ।ତ ଆପଣଙ୍କର ଘଷିବା ପୁରା ହେଇସାରିବା ପରେ ଆପଣ ତାକୁ ଭଲ ଭାବେ ପାଣି ରେ ଧୋଇ ଦିଅନ୍ତୁ। ଆପଣ ଦେଖିବେ କି ତାହା ନୂଆ ଭଳି ଚମକୀବ।

Leave a Reply

Your email address will not be published. Required fields are marked *