ଅଭ୍ୟାସ ଯାହା ଆପଣଙ୍କୁ କେବେ ଜୀବନରେ ସଫଳ ହେବାକୁ ଦିଏ ନାହିଁ – ନିଶ୍ଚୟ ଜାଣିରଖନ୍ତୁ..

ଆଜି ଆମେ ଏଠାରେ ଜାଣିବା ଅସଫଳ ବ୍ୟକ୍ତି ମାନଙ୍କ ଅଭ୍ୟାସ ବିଷୟରେ।ଆଉ ସେ ଏମିତି ଅଭ୍ୟାସ ହୋଇଥାଏ ଯାହା ତାଙ୍କୁ କେବେ ଉନ୍ନତି ପଥରେ ଯିବାକୁ ଦିଏ ନାହିଁ।ଆସନ୍ତୁ ଜାଣିବା ସେ ଅଭ୍ୟାସ ଗୁଡିକ ବିଷୟରେ।
୧.ଗୋଟେ ଅସଫଳ ମଣିଷ ତାର ଜୀବନକୁ ସାଧାରଣ ଭାବରେ ବଞ୍ଚିଥାଏ କହିବାକୁ ଗଲେ ସେ ଭାବି ନିଏ କି ଭଗବାନ ହିଁ ତା ଜୀବନରେ ଏହି ଭଳି ଦୁଃଖ ଲେଖିଛନ୍ତି ଆଉ ସେ ସେହି ଭଳି ନିଜ ଜୀଵନ କୁ ଚାଲିବାକୁ ଦିଏ ଆଉ ଉପରକୁ ଉଠିବାକୁ ଚେଷ୍ଟା କରେନି।ଆମେ ଯଦି ଦେଖିବା ସଫଳତା ପାଇ ଥିବା ଲୋକ,ସେମାନେ ନିଜ ଜୀବନକୁ ସେହି ଭଳି ଚଲାନ୍ତି ଯେମିତି ଭଗବାନ ଲେଖିଛନ୍ତି କିନ୍ତୁ ସେ ଗୋଟେ କାମରେ ଅସଫଳତା ପାଇବା ପରେ ସେ ସେହି କାମକୁ ବାରମ୍ବାର ପ୍ରୟାସ କରନ୍ତି ସଫଳତା ପାଇବ ପାଇଁ ଆଉ ସେ ଯେଉଁଥିରେ ସଫଳ ହୁଅନ୍ତି।
ସେ ସଫଳ ହୋଇଥିବା ଲୋକ ଏହା ଭାବି କେବ ବସି ଯାନ୍ତିନିକି ଭଗବାନ ତାଙ୍କ ଜୀବନରେ କେବଳ ଅସଫଳତା ଲେଖିଛନ୍ତି।ହଁ ହେଇଥାଇ ପାରେ ଭଗବାନ ତାଙ୍କ ଜୀବନରେ ଅସଫଳତା ଲେଖି ଥାଇ ପାରନ୍ତି କିନ୍ତୁ ସେମାନେ ଯେତେବେଳେ ବିଫଳ ହୁଅନ୍ତି ନା ସେ କାମ ବା ସେ ସଫଳତା ପାଇବା ପାଇଁ ବାରମ୍ବାର ଚେଷ୍ଟା କରନ୍ତି ଆଉ ତାଙ୍କର ଏତେ ପରିଶ୍ରମ ଆଉ ନିଷ୍ଠା ଦେଖି ଯଦି ଭଗବାନ ତାଙ୍କ ଜୀବନରେ ଅସଫଳତା ଲେଖି ଥାଆନ୍ତି ନା ସେ ତାଙ୍କୁ ସଫଳତା ଦେବାକୁ ବାଧ୍ୟ ହୁଅନ୍ତି।ଏମିତି ହିଁ ହେଇଥାନ୍ତି ସଫଳତା ପାଇଥିବ ଲୋକ ଆଉ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇଥାନ୍ତି ଅସଫଳ ପାଇଥିବା ଲୋକ ସେମାନେ କେବଳ ଥରେ ବିଫଳ ହେଲେ ତାକୁ ନିଜ ଭାଗ୍ୟ ଭାବି ବସି ଯାନ୍ତି ଆଉ ଆଗକୁ ବଢ଼ନ୍ତି ନାହିଁ।
୨.ଅସଫଳ ହୋଇଥିବା ଲୋକ ଭୟ କରିଥାନ୍ତି କିଛି ବଡ଼ ଆଉ ନୂଆ ଭାବିବା ପାଇଁ।ତାଙ୍କୁ ଲାଗେ କି ଯେଉଁମାନେ କିଛି ନୂଆ ଓ ସଫଳ କାମ କରୁଛନ୍ତି ସେମାନେ ଅସଫଳତା ପାଇଥିବା ଲୋକଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି।ବିଫଳ ହୋଇଥିବା ଲୋକ ଏଥିପାଇଁ ଡରିଥାନ୍ତି କିଛି ବଡ଼ ଭାବିବାକୁ କାରଣ ତାଙ୍କ ମନରେ ଡର ଥାଏ କି ଭଗବାନ ତାଙ୍କ ଭାଗ୍ୟରେ ଯାହା ଲେଖିଛନ୍ତି କେବଳ ସେହି ଜିନିଷ ହିଁ ତାଙ୍କୁ ପ୍ରାପ୍ୟ ହେବ।ସେଥିପାଇଁ ସେ କିଛି ବଡ଼ ଭାବି ନିଜ ସମୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ।ସଫଳତା ଲୋକଙ୍କୁ ଦେଖିଲେ ସେ ଭାଵନ୍ତି ଭାଗ୍ୟରେ କିଛି ନଥାଏ ଆମେ ବଡ଼ ଜିନିଷ ଭାବିବା ଆଉ ସେ ଜିନିଷ ପାଇବା ପାଇଁ କିଛି କଠିନ ପରିଶ୍ରମ କରିବା ଆଉ ସେ ଜିନିଷ ପାଇବା ପାଇଁ ବା ନିଜେ ଭାବିଥିବା ବା ଦେଖିଥିବା ସ୍ୱପ୍ନ କୁ ପୁର୍ଣ୍ଣ କରିବା ପାଇଁ ଏତେ ଚେଷ୍ଟା କରିବା ଯାହା ଦ୍ୱାରା ଭଗବାନ ମଧ୍ୟ ତୁମକୁ ତାକୁ ଦେବାକୁ ବାଧ୍ୟ ହେବେ।
୩.ଅସଫଳ ଲୋକ ନିଜ ଉପରେ ବିପଦ ନେବାକୁ ପସନ୍ଦ କରନ୍ତି ନାହିଁ।ଦେଖିବାକୁ ଗଲେ ସତଟା ଏଇଆ କି ସେମାନେ ଜୀବନରେ ବିପଦ ନନେଇ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି।ଯେତେବେଳେ ୧୯୯୦ ରେ ଇଣ୍ଟରନେଟ ଚାରି ଆଡ଼େ ଆଗକୁ ବଢିବାକୁ ଲାଗିଲା ସେ ସମୟରେ ଟେସ୍ଲା ଆଉ ସ୍ପେସ ଏକ୍ସର ପ୍ରତିଷ୍ଠାତା ଇଲନ ମସ୍କ ପିଏଚଡି କରୁଥିଲେ।ଆଉ ଆମାଜନର ପ୍ରତିଷ୍ଠାତା ଜେଫ ଵେଯୋଜ ଗୋଟେ ଚାକିରୀ କରୁଥିଲେ।ଯେତେବେଳେ ସେ ଦେଖିଲେ ଇଣ୍ଟରନେଟ ୟୁଜର ପ୍ରତିବର୍ଷ ୨୩୦୦% ବଢ଼ୁଛନ୍ତି ତାହେଲେ ଇଲନ ମସ୍କ ତାଙ୍କ ପାଠ ପଢା ଛାଡି ଦେଲେ ଓ ଜେଫ ଵେଯୋଜ ନିଜ ଚାକିରୀ ଛାଡିଦେଲେ।ଜେଫ ଵେଯୋଜଙ୍କୁ ଯେତେବେଳେ ଇଣ୍ଟରଭ୍ୟୁ ରେ ପଚରା ଗଲା ଆପଣ ଏତେ ବଡ଼ ରିସ୍କ କାଇଁ ନେଲେ ଆପଣଙ୍କୁ ଡର ଲାଗିଲାନି ସେ କହିଲେ ମୁଁ ମୋ ୯୦ ବର୍ଷ ବୟସର ଜେଫ ଵେଯୋଜ କୁ ପଚାରିଲି କଣ ମତେ କୌଣସି ପଶ୍ଚାତାପ ହେବ ମୁଁ ଯଦି ଚାକିରୀ ଛାଡ଼ୁଛି।
ତାପରେ ନିଜ ଭିତରୁ ଉତ୍ତର ଆସିଲା ତାଙ୍କୁ ବେସି ଦୁଃଖ ହେବ ଯଦି ସେ ଚାକିରି ଛାଡି ଏହି ଇଣ୍ଟରନେଟର ବ୍ୟବସାୟ ନକରିଥାନ୍ତେ।ଆମେ ଆପଣଙ୍କୁ କହୁନୁ ଆପଣ ଏତେ ବଡ଼ ରିସ୍କ ନେବାକୁ ଆପଣ କେଵଳ ନିଜ ଖାଲି ସମୟରେ ଏପଟ ସେପଟ କାମ ନକରି ନିଜେ କରିବାକୁ ଚାହୁଁଥିବା ଇଛା ଉପରେ କିଛି କାମ କର ଭଲ ଭଲ ଲେଖକଙ୍କ ପୁସ୍ତକ ପଢ଼ ଯେଉଁମାନେ ସେ ରାସ୍ତାରେ ସଫଳ ହୋଇଛନ୍ତି।ଆଉ ଯେତେବେଳେ ଆପଣଙ୍କ ଉତ୍ସାହ ରୁ ଅଧିକ ରୁ ଅଧିକ ମାତ୍ରାରେ ଟଙ୍କା ରୋଜଗାର କରିବାକୁ ଲାଗିବେ ସେତେବେଳେ ଆପଣ ତାକୁ ନିଜର ବୃତ୍ତି କରି ନିଅନ୍ତୁ।
ଏହା ଥିଲା କେତେକ ଅସଫଳ ବ୍ୟକ୍ତିଙ୍କ ଅଭ୍ୟାସ