ଯଦି ଆପଣଙ୍କ ଘରେ ଅସରପା ହେଉଛନ୍ତି ତେବେ ଘରୁ ଅସରପା ଦୁର କରିବାର ସବୁଠୁ ବଢିଆ ଉପାୟ ଜାଣି ରଖନ୍ତୁ ..

ଅସରପାଙ୍କ ପାଇଁ ଆମେ ମାନେ ବହୁତ୍ ହଇରାଣ ହୋଇଥାଉ। ଘରେ ଅସରପା ରହିବା ଦ୍ଵାରା ଘର ଅପରିଷ୍କାର ହୋଇଥାଏ।ଅଧିକ ଅସରପା ରହିଲେ ଏହା ଦ୍ଵାରା ଆପଣଙ୍କୁ ରୋଗ ହେବାର ମଧ୍ୟ ଭୟ ରହିଥାଏ।ଅସରପା ମାରିବା ପାଇଁ ବଜାରରେ ଭିନ୍ନ ଭିନ୍ନ ପ୍ରକାରର ସ୍ପ୍ରେ ମିଳିଥାଏ କିନ୍ତୁ ଏଗୁଡିକ ବହୁତ ବିଶାକ୍ତ ହୋଇଥିବାରୁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ସେଥିପାଇଁ ଆଜି ଆମେ ଜାଣିବା କିଛି ଘରୋଇ ଉପାୟ ଯାହା ଫଳରେ ଆପଣ ଏହାକୁ ସ୍ପ୍ରେ କରି ଅସରପା ମାନଙ୍କୁ ମାରିପାରିବେ। ଏହି ସ୍ପ୍ରେ ଦ୍ଵାରା ଘରେ ଥିବା ସବୁ ଅସରପା ପଳେଇବେ ଓ ଏହା ଆପଣଙ୍କର କିଛି କ୍ଷତି କରିବ ନାହିଁ।
ବର୍ତ୍ତମାନ ଆମେ ପ୍ରସ୍ତୁତ କରିବା ସେହି ସ୍ପ୍ରେ ଯାହା ଦ୍ଵାରା ଅସରପା ମାନେ ଘରୁ ପଳେଇବେ।ଚାଲନ୍ତୁ ଜାଣିବା କେଉଁ କେଉଁ ଜିନିଷ କୁ ନେଇ ସେହି ସ୍ପ୍ରେ ପ୍ରସ୍ତୁତ ହୋଇଥାଏ।ପ୍ରଥମେ ଆପଣ କିଛି କର୍ପୁର ଆଣନ୍ତୁ ଯାହା କି ଠାକୁରଙ୍କ ଆଳତି ପାଇଁ ବ୍ୟବହାର କରାଯାଏ।କର୍ପୁର ର ବାସ୍ନା ଆମକୁ ଭଲ ଲାଗିଥାଏ ହେଲେ ଏହା ଅସରପା ମାନଙ୍କ ପାଇଁ ଏହାର ବାସ୍ନା ଯମା ଭଲଲାଗି ନଥାଏ।
ଦ୍ଵିତୀୟ ଜିନିଷ ହେଉଛି ଧୂପକାଠି,ଯାହାର ବାସ୍ନା ଦ୍ଵାରା ଅସରପା ମାନେ ଆକର୍ଷିତ ହୋଇ ଆସନ୍ତି।ଏବେ ଆମେ କର୍ପୁର କୁ ଭଲ ଭାବେ ଚୁନା କରିଦେବା ଓ ନେଇଥିବା ଧୁପକାଠି ରୁ କାଠି କୁ କାଢି ତା ଉପରେ ଥିବା ସେହି ଗୁଣ୍ଡ କୁ ଆହୁରି ଭଲ ଭାବେ ଚୁନା କରିଦେବା।
ବର୍ତ୍ତମାନ ଆମେ ଏକ ପାତ୍ରରେ କିଛି ପାଣି ନେବା ଆଉ ସେହି ପାଣିରେ ଆମେ ପ୍ରସ୍ତୁତ କରିଥିବା କର୍ପୁର ଚୁନା ଓ ଧୂପକାଠୀ ର ଚୁନା କୁ ପକାଇ କିଛି ସମୟ ଭିଜିବା ପାଇଁ ଛାଡ଼ିଦେବା।ଯାହାଫଳରେ ସେହି କର୍ପୁର ଚୁନା ଓ ଧୁପକାଠୀ ଚୁନା ର ବାସ୍ନା ସେହି ପାଣିରେ ମିଶିଯିବ।ତାପରେ ଆମେ ଚାମୁଚ ସାହାଯ୍ୟରେ ସେହି ପାଣିରେ କର୍ପୁର ଓ ଧୂପ କାଠି ଗୁଣ୍ଡ ଯେମିତି ଭଲ ଭାବରେ ମିଶିଯିବ।ଆଉ ତା ବାସ୍ନା ସବୁ ଯେମିତି ପାଣିରେ ଭଲ ଭବାରେ ମିଶି ଯିବ।ଏବେ ଆପଣଙ୍କ ସ୍ପ୍ରେ ତିଆରି ହୋଇଗଲାଣି।ଏବେ ଆପଣ ଏହାକୁ ବ୍ୟବହାର କରି ପାରିବେ।
ଏବେ ଆପଣ ଏକ ଦ୍ଵୀପ ଓ ତୁଳାବତୀ ସଂଗ୍ରହ କରନ୍ତୁ।ସେହି ଦ୍ଵୀପ ରେ ତୁଳାବତୀ କୁ ସେହି ପାଣିରେ ଭିଯାଇ ଦ୍ଵୀପ ରେ ରଖିଦିଅନ୍ତୁ ଓ ସେହି ଦ୍ଵୀପ ରେ ସେହି ପାଣିରୁ କିଛି ରଖିକି ଦ୍ଵୀପ ଜଳାନ୍ତୁ।ଦେଖିବେ ସେହି ବାସ୍ନା ରେ ଘରେ ଥିବା ସବୁ ଅସରପା ପାଳେଇଯିବେ। ଯଦି ଆପଣ ସ୍ପ୍ରେ କରିବାକୁ ଚାହାନ୍ତି ତାହେଲେ ଆପଣ ସେହି ପାଣି କୁ ଗୋଟିଏ ଛଣା ସାହାଯ୍ୟ ରେ ଏକ ପାତ୍ର ରେ ଛାଣି ଦିଅନ୍ତୁ ଓ ସ୍ପ୍ରେ ବୋତଲ ରେ ପୁରାଇ ଦିଅନ୍ତୁ।ଏବେ ଯେଉଁଠି ଅସରପା ଦେଖିବେ ସେଇଠି ତାହାକୁ ସ୍ପ୍ରେ କରନ୍ତୁ ଦେଖିବେ କିଛି ଦିନ ମଧ୍ୟରେ ଘରେ ଆଉ ଯମା ବି ଅସରପା ରହିବେ ନାହିଁ।
ଯଦି ଆପଣ ବି ଘରେ ଥିବା ଅସରପା ମାନଙ୍କୁ ବାହାର୍ କରିବାକୁ ଚାହୁଁଛନ୍ତି, ତାହେଲେ ଥରୁଟିଏ ଏହି ଉପାୟ ଅବଲମ୍ବନ କରନ୍ତୁ।ଦେଖିବେ କିଛି ଦିନ ମଧ୍ୟରେ ଆପଣ ଯାହା ଚାହୁଁଥିବେ ସେହା ହିଁ ହବ ମାନେ ଘରେ ଥିବା ସବୁ ଅସରପା ଘରୁ ବାହାରିବେ।ଆଉ ଏହାର ପ୍ରଭାବ ପ୍ରାୟ ୧୫-୨୦ ଦିନ ପର୍ଯ୍ୟନ୍ତ ରହିବ।ସବୁଠାରୁ ଗୁତ୍ୱପୂର୍ଣ୍ଣ କଥା ହେଉଛି ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ, ଏହା ସମ୍ପୂର୍ଣ୍ଣ ରୂପେ ଘରୋଇ ଉପାୟ ଦ୍ଵାରା ପ୍ରସ୍ତୁତ।ଯାହାଦ୍ୱାର ଆପଣ କିମ୍ବା ଆପଣଙ୍କ ଛୁଆର କୌଣସି ଅସୁବିଧା ହେବ ନାହିଁ।ଯଦି ଆପଣ ଇଛୁକ ଅଛନ୍ତି ତେବେ ଏହି ଉପାୟର ନିଶ୍ଚିନ୍ତ ଅବଲମ୍ବନ କରିକି ଦେଖନ୍ତୁ।