ଇଣ୍ଟରଭ୍ୟୁରେ କଣ କରିବେ କଣ ନ କରିବେ – ଯଦି ଏହାକୁ ଜାଣିନେଲେ ତେବେ ଚାକିରୀ ରହିବ ଆପଣଙ୍କ ହାତ ମୁଠାରେ – ଏବେ ଜାଣିରଖନ୍ତୁ..

ଆଜିର ସମୟରେ କେଉଁ କମ୍ପାନୀକୁ କେବଳ ଭଲ କାମ ଜଣାଥିବା ଦରକାର ହୋଇନଥାଏ , ବରଂ ସେ ନିଜ କର୍ମଚାରୀଙ୍କୁ ଭଲ ପ୍ରଫେସନାଲ୍ ବ୍ୟବହାର ବି ଆଶା କରିଥାଏ , ଏଥିପାଇଁ ଯେବେ ଇଣ୍ଟରଭ୍ୟୁ ଦେବାକୁ ଯିବେ ତେବେ ନିଜକୁ ଏକ ଭଲ ଓ ଦକ୍ଷତାପୁର୍ଣ୍ଣ ପ୍ରଫେସନାଲ୍ ପରି କମ୍ପାନୀ ଲୋକଙ୍କର ଆଗରେ ଜଣାଇବେ , ଏଥିରେ ଇଣ୍ଟରଭ୍ୟୁ ନେଉଥିବା ଟିମ୍ ଙ୍କ ମନରେ ଭଲ ଛବି ଆସିବ ଓ ସେ ଏହି କଥାକୁ ଜାଣିପାରିବେ କି ସାମ୍ନା ବାଲା ବ୍ୟକ୍ତି ଏହି ପଦ ପାଇଁ ଉତ୍ତମ ଅଛି , ଇଣ୍ଟରଭ୍ୟୁରେ ଆପଣଙ୍କ ଫ୍ଲୁଏନ୍ସି, ବିଚାରର ସ୍ପଷ୍ଟତା, ପ୍ରେଜେଣ୍ଟଟେସନ୍, ଲିସନିଙ୍ଗ୍ ଆବିଲିଟି, ଆପଣଙ୍କ ଦୃଷ୍ଟିକୋଣ, ଓ ବଡି ଲାଙ୍ଗୁଏଜ୍ ଆଦି ଦେଖିଥାନ୍ତି , ଇଣ୍ଟରଭ୍ୟୁରେ ଆପଣଙ୍କ ବ୍ୟବହାର ଦେଖାଯାଇଥାଏ ।
ଆପଣଙ୍କ ବଡି ଲାଙ୍ଗୁଏଜ୍ ସହ ଏହା ଦେଖାଯାଏ କି ଆପଣ ଅଧିକା ଆଗ୍ରେସିଭ୍ ନୁହନ୍ତି ତ, ଅନ୍ୟ ମାନଙ୍କ ଉପରେ ଅଧିକା ଦେଖାଇ ହେବାର ଚେଷ୍ଟା କରୁନାହାନ୍ତି ତ, ସେନସିଟିଭ୍ ଟପିକ୍ ରେ ଆପଣଙ୍କ ଭାଷା କିପରି ଅଛି , ଏମିତି ପ୍ରଶ୍ନର ଜବାବ୍ ଶାଳିନ ତରିକାରେ ଦିଅନ୍ତୁ , ଆପଣ ଟୁ ଦି ପଏଣ୍ଟ ଉତ୍ତର ଦେବେ , ତେବେ ସଫଳଆ ର ଚାନ୍ସେସ୍ ବଢିପାରିବେ । ପ୍ରେସରରୁ ବଞ୍ଚନ୍ତୁ , ଇଣ୍ଟରଭ୍ୟୁ ଦେବାକୁ ଯିବାବେଳେ କେଉଁ ପ୍ରକାର୍ ଏକ ଟେନସନ୍ ହୋଇଯାଇଥାଏ , କିନ୍ତୁ ଅଭ୍ୟର୍ଥୀ ଙ୍କୁ ସବୁବେଳେ ଶାନ୍ତ ରହିବା ଦରକାର, ଓ ଏହି ପ୍ରକାରର କଥା କରିବା ଉଚିତ୍ , ଯେଉଁଥିରେ ଇଣ୍ଟରଭ୍ୟୁ ନେବା ଲୋକ ଉପରେ ଭଲ ପ୍ରଭାବ ପଡେ ।
ଯେବେ କେଉଁଠିକୁ ଇଣ୍ଟରଭ୍ୟୁ ଦେବାକୁ ଯିବେ ତେବେ ଭଲ ମୁଦ୍ଧା କିଛି ବି ଥିବ , କିନ୍ତୁ ଅସଭ୍ୟ ଶବ୍ଦର ପ୍ରୟୋଗ କରିବା ଉଚିତ୍ ନୁହେଁ କେଉଁ ବି ସ୍ଥିତିରେ ସମୁଦାୟ, ଲିଙ୍ଗ କିମ୍ବା ବର୍ଗ ଆଦି କିଛି ଅସଭ୍ୟ ଟୀପଣି କରନ୍ତୁ ନାହିଁ , ଯଦି ଆପଣ ଏପରି କରୁଛନ୍ତି ତେବେ ହୋଇପାରେ କି ଇଣ୍ଟରଭ୍ୟୁ ନେଉଥିବା ଲୋକଙ୍କ ମଧ୍ୟରେ ଆପଣଙ୍କ କଥା ପସନ୍ଦ ଆସିବ ନାହୀଁ ଓ ଏକ ନୁଆ ଚାକିରି ପାଇବାର ମଉକା ଆପଣଙ୍କ ହାତରୁ ଚାଲିଯିବ , ଯଦି କିଛି ପ୍ରଶ୍ନ ଆପଣ ବୁଝିପାରୁନାହାନ୍ତି , ତେବେ ଭଲ ହେବ କି ଇଣ୍ଟରଭ୍ୟୁ ନେଉଥିବା ଲୋକଙ୍କୁ ଆଉଥରେ ପଚାରିବାକୁ ଅନୁରୋଧ କରନ୍ତୁ , କେଉଁ ପ୍ରଶ୍ନର ଅପ୍ରସାଂଗିକ ଉତ୍ତର ଦେବାର ଠାରୁ ବହୁତ ଭଲ ବିକଳ୍ପ ଅଟେ ।
ଇଣ୍ଟରଭ୍ୟୁ ସମୟରେ ପଚାରାଯାଉଥିବା ୧୦ ଟି ସାଧାରଣ ପ୍ରଶ୍ନ : –
ଯେବେ ଆପଣ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ତେବେ ଏହା ଧ୍ୟାନ ରଖିବେ କି କିଛି ଏପରି ପ୍ରଶ୍ନ ହୋଇଥାଏ ଯାହା ପ୍ରାୟ ସବୁ ଇଣ୍ଟରଭ୍ୟୁରେ ପଚାରାଯାଇଥାଏ , ତାହାର କାରଣ ଏହା କି ଏହା ସବୁ କ୍ଷେତ୍ରରେ କାମ କରୁଥିବା ନିଜର ମନୋବୃତି ହୋଇଥାଏ , ଯଦି ଆପଣ ଦିମାଗ୍ ସଠିକ୍ ଦିଗରେ ଚଲାଇବେ ତେବେ ନିଶ୍ଚିତ ରୁପରେ ଆପଣଙ୍କୁ ସଫଳତା ମିଳିବ , ଆସନ୍ତୁ ଜାଣିବା ସେହି ୧୦ ଟି ସାଧାରଣ ପ୍ରଶ୍ନଗୁଡୀକ ବିଷୟରେ ।
୧)ଆପଣଙ୍କ ବିଷୟରେ କିଛି କୁହନ୍ତୁ (About Youself) ଏହା ସେ ସମୟ ଅଟେ ଯେବେ ଆପଣ ନିଜ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇପାରିବେ , ଯେଉଁଥିରେ ଶିକ୍ଷା, ପ୍ରଫେସନାଲ୍, ଉପଲବ୍ଧି, ଭବିଷ୍ୟତ ଲକ୍ଷ୍ୟ ଅତିରିକ୍ତ ଚାକିରି ପାଇଁ ନେଇଥିବା ପ୍ରଶିକ୍ଷଣ ସାମିଲ୍ ଥିବ , ଅନ୍ୟ ଶବ୍ଦରେ ଆପଣ କମ୍ ସେ କମ୍ ଶବ୍ଦରେ ଅଧିକା ଉପଯୋଗୀ ଉତ୍ତର ଦେଇପାରନ୍ତୁ , ଧ୍ୟାନ ରଖନ୍ତୁ କି ଆପଣ ଆତ୍ମା ପ୍ରଶଂସାରୁ ଯେଉଁଠି ହୋଇପାରିବ ବଞ୍ଚନ୍ତୁ ।
୨) ଆପଣ ଏହି କାମ କଣ ପାଇଁ କରିବାକୁ ଚାହୁଁଛନ୍ତି ? :- ଏହି ପ୍ରଶ୍ନର ଉତ୍ତରରେ ଆପଣ କମ୍ପାନୀର ପ୍ରତି ନିଜର ମନୋବଳ ବିଷୟରେ ଜାହିର୍ କରିପାରିବେ ଆପଣ ସୁଚନା ଆଧାରରେ ନିଜ ଯେଉଁ ବି କମ୍ପାନୀ ବିଷୟରେ ଯିବାର ଅଛି ତାହା କୁହନ୍ତୁ , ଓ ତାହା ସହ ଏହା ବି କୁହନ୍ତୁ କି ଆପଣଙ୍କ ଯୋଗଦାନରେ କମ୍ପାନୀର କଣ ଫାଇଦା ହୋଇପାରିବ ।
୩) ଆପଣ ବର୍ତ୍ତମାନ ଚାକିରି କଣ ପାଇଁ ଛାଡିବାକୁଚାହୁଁଛନ୍ତି ? –କେବେ ଆପଣ ବର୍ତ୍ତମାନର ଚାକିରି କରୁଥିବା ବୀଷୟରେ ଆଲୋଚନା କରନ୍ତୁ ନାହିଁ , ଏହା ଧ୍ୟାନ ରଖନ୍ତୁ କି ଇଣ୍ଟରଭ୍ୟୁ ନେଉଥିବା ଲୋକ ଏହା ଜାଣିବାକୁ ଇଚ୍ଛୁକ ହୋଇଥାଏ କି ଆପଣ ସେହି କମ୍ପାନୀରେ କିଛି ସମସ୍ୟା ନଥିଲା ତ, ଦ୍ୱିତୀୟ ବାକ୍ୟରୁ ଆପଣଙ୍କ ସ୍ୱଭାବ ଓ ଭାବନା ବିଷୟରେ ସେ ଜାଣିବାକୁ ଚେଷ୍ଟା କରନ୍ତି , ଏଥିପାଇଁ ଯାହା ବି ଉତ୍ତର ଦେବେ , ବୁଝିବିଚାରି ଦେବେ , ଯଦି କିଛି ସମସ୍ୟା ଆସୁଛି ତେବେ ସେହି ବିଷୟରେ ସ୍ପଷ୍ଟତା କହିବା ଠିକ୍ ହେବ , ଯଦି କିଛି ଭୁଲ୍ ହେଉଥିବା କୁହନ୍ତୁ , ଆପଣ ନିଜ ଭୁଲ୍ ପାଇଁ ଜଣାଇବା ଉଚିତ୍ , ଇମାନଦାରି ରଖନ୍ତୁ , ନିଜ ଉତ୍ତର ଦାୟିତ୍ୱକୁ ବୁଝନ୍ତୁ , ଯଦି କେଉଁଠି ସମସ୍ୟା ଅଛି ତେବେ ତାହାକୁ ଲୁଚାଇବା ବାହାନା କରିବା ପରିବେର୍ତ୍ତେ ସଫା କହିଦେବା ଉଚିତ୍ ।
୪) ଆପଣଙ୍କ ବିଶେଷ ଯୋଗ୍ୟତା କେଉଁକ୍ଷେତ୍ରରେ ଅଛି : ଯଦି ଆପଣ ଇଣ୍ଟରଭ୍ୟୁ ଦେବା ପୁର୍ବରୁ କମ୍ପାନୀ ବିଷୟରେ ଜାଣିଛନ୍ତି ତେବେ ଆପଣ ବୁଝିଯାଈଥିବେ କି ଆପଣଙ୍କ ଯୋଗ୍ୟତା କେଉଁ କ୍ଷେତ୍ରରେ ଅଛି ଓ ଆପଣଙ୍କ ରୁଚି କେଉଁ କାମରେ ଅଛି , ନିଜ ଲକ୍ଷ୍ୟ ଓ ଯୋଗ୍ୟତା କୁ ଧ୍ୟାନରେ ରଖି ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ।
୫) ଆପଣଙ୍କ ବଡ ଦୁର୍ବଳତା କଣ ଅଛି : ସକରାତ୍ମକ ରୁହନ୍ତୁ , ନିଜ ଦୁର୍ବଳତା କୁ ଶକ୍ତି ବନାନ୍ତୁ , ଯେପରି ଆପଣ ବହୁତଥର ନିଜ କାମକୁ ନେଇକରି ଚିନ୍ତିତ ରୁହନ୍ତି, କିମ୍ବା ଧୀରେ କାମ କରନ୍ତି, ସେହି ସ୍ଥାନରେ କୁହନ୍ତୁ କି ମୁଁ ଧୀରେ କାମ କରେ , ଯାହାଦ୍ୱାରା କାମରେ କୌଣସି ଭୁଲ୍ ନହୋଇପାରୁ ।
୬) ଆପଣ ନିଜେ କାମ କରିବେ କିମ୍ବା ଅନ୍ୟଙ୍କ ସହାୟତାରେ କରିବେ ? –ଏହାର ଉତ୍ତର କହିବାରେ ଚେଷ୍ଟା କରନ୍ତୁ , ଆପଣ ସବୁ କାମ କରିବାରେ ସମର୍ଥ ଅଛନ୍ତି , କିନ୍ତୁ ଯଦି ଜରୁରୀ ହେଲେ ଅନ୍ୟଙ୍କ ସହାୟତାରେ କରିବାକୁ ଚେଷ୍ଟା କରିବେ , ଅଧିକରୁ ଅଧିକା ଚାଲାକ୍ ରୁହନ୍ତୁ , ଯେଉଁଥିରେ ତାଳମେଳ ଠିକ୍ ରହିବାରେ କୌଣସି ଅସୁବିଧା ହେବ ନାହିଁ ।
୭) କ୍ୟାରିୟରକୁ ନେଇ କଣ ଆଶାବାଦୀ ଅଛନ୍ତି :- ଏହାର ଉତ୍ତର ଭାବିଚିନ୍ତି ଦିଅନ୍ତୁ , ଇଣ୍ଟରଭ୍ୟୁ ନେଉଥିବା ଏଥିରେ ଆପଣଙ୍କ ଯୋଜନା ଓ କମ୍ପାନୀ ପାଇଁ ଲକ୍ଷ୍ୟ ବିଷୟରେ ଜାଣିବ , ଯଦି ଆପଣଙ୍କୁ ଲାଗୁଛି ଏହି ଦୁହେଁରେ ତାଳମେଳ ଅଛି ତେବେ କହିବାରେ ଭୟ କରନ୍ତୁ ନାହିଁ , ନିଜ ଇଚ୍ଛାଗୁଡିକ ବିଷୟରେ କୁହନ୍ତୁ , ଯେଉଁଥିରେ ପରଫରମାନ୍ସ ସୁଧରିବ , ଏହା ଭୁଲନ୍ତୁ ନାଃଇଁ କି ଆପଣଙ୍କ ଲକ୍ଷ୍ୟକୁ ବଢାଇବାର ଅଛି ।
୮) କାମ ଛଡା ଆପଣଙ୍କ ଅଲଗା କଣ ରୁଚି ଅଛି : ଏଥିରେ ସନ୍ଦେହ ନାହିଁ କି ଇଣ୍ଟରଭ୍ୟୁ ନେଉଥିବା ଲୋକ ଆପଣଙ୍କ ପ୍ରଫେସନାଲ୍ ଆବିଲିଟୀ , କୁ ବୁଝିବାଉ ଚାହୁଁଥିବ , କିନ୍ତୁ ଆପଣଙ୍କ ରୁଚି ଓ ଆପଣଙ୍କ ସ୍ୱଭାବ ଓ ବିଚାରଧାରା ବିଷୟରେ ଜାଣିବାକୁ ଚାହିଁବେ , ଯାହାର ସଂଗୀତ ଓ ପଢିବାର ସଉକ ଆପଣଙ୍କ ରଚନାତ୍ମକ ରୁଚି ଆଡକୁ ଇସାରା କରେ , ଚେସ୍ ଖେଳିବା ପସନ୍ଦ କରୁଥିବା ଲୋକେ ବିଶ୍ଳେଷଣାତ୍ମକ ପ୍ରବୃତ୍ତିର ହୋଇଥାନ୍ତି । ଖେଳରେ ରୁଚି ରଖୁଥିବ୍ ଲୋକେ ଏକାଗ୍ରତା ଓ ଅଧିକା କ୍ଷମତା ବାଲା ହୋଇଥାନ୍ତି , ଟିମ୍ ରେ ଖେଳିବା ଗୁଣ ରଖୁଥିବା ଲୋକ ଏହା ଇସାରା କରିଥାନ୍ତି କି ଭବିଷ୍ୟତରେ ଟିମ୍ ୱାର୍କରେ ଅଧିକା ଖୁସି ରହିବେ ,। ଓ ଅଧିକା କାର୍ଯ୍ୟକୁଶଳ ହେବେ ।
୯) କେତେ ସ୍ୟାଲେରୀର ଉପେକ୍ଷା ରଖିଛନ୍ତି : ଏହା ମହତ୍ତ୍ୱପୁର୍ଣ୍ଣ ପ୍ରଶ୍ନ ଅଟେ ଆପଣଙ୍କ ଇଣ୍ଟରଭ୍ୟୁରେ ସବୁଠାରୁ ଅଧିକା ଆପଣଙ୍କ ଆବେଦନ ପଦ ପାଇଁ ବଜାର ଭାଉ ଜାଣିବାକୁ ଚେଷ୍ଟା କରନ୍ତୁ , ଏହି କ୍ଷେତ୍ର ଓ ପଦରେ କାମ କରୁଥିବା ଲୋକଙ୍କ ସହ କଥା ହୁଅନ୍ତୁ , ଭଲ ପ୍ୟାକେଜ୍ ପାଇଁ କୋମଳ ଓ ଶିଷ୍ଟ ବ୍ୟବହାର କରିବେ , ଚେଷ୍ଟା କରନ୍ତୁ କେଉଁ ଏକ ନିଶ୍ଚିତ ସ୍ୟାଲେରି ବିଷୟରେ କୁହନ୍ତୁ ନାହିଁ ।
୧୦) କିଛି ପଚାରିବାକୁ ଭୁଲିଗଲି : ଏହି ସମୟରେ ଆପଣଙ୍କ ଢଙ୍ଗରେ ଆପଣ ନିଜ ଗୁଣରୁ ତାଙ୍କୁ ପରିଚିତ କରିପାରିବେ , ତାଙ୍କୁ କୁହନ୍ତୁ କି ଆପଣଙ୍କୁ କାମର ଦରକାରିତା ଓ କମ୍ପାନୀର ନୀତିକୁ ବୁଝିକରି ତାହାର ଅନୁରୁପ କାମ କରିବାରେ ପ୍ରସ୍ତୁତ ଅଛନ୍ତି ଓ ସମୟ ଓ ଆବଶ୍ୟକତା ଅନୁସାରେ ଆପଣ କରିପାରିବେ , ଏହି ପ୍ରଶ୍ନଗୁଡିକ ଓ ସଂମ୍ଭାବିତ ଉତ୍ତର ଜାଣିକରି ଆପଣଙ୍କୁ ନିଜ ଆତ୍ମବିଶ୍ୱାସ ବଢିବାର ଲାଗିବ , ଓ ନିଶ୍ଚିତ ରୁପରେ ଆପଣ ଆଗାମୀ ଇଣ୍ଟରଭ୍ୟୁ ପାଇଁ ମନ ବଳାଇଥିବେ , ସିଧା ଇଣ୍ଟରଭ୍ୟୁଅର୍ ଆଖିରେ ଦେଖି ଉତ୍ତର ଦିଅନ୍ତୁ , ଜବାବ୍ ଜଣାନଥିଲେ ଅସଙ୍ଗତ ଉତ୍ତର ଦିଅନ୍ତୁ ନାହିଁ , ଧୈର୍ଯ୍ୟ ଓ ବୁଝି ବିଚାରି ପର୍ଯ୍ୟାପ୍ତ ସମୟ ନେଇକରି ଉତ୍ତର ଦିଅନ୍ତୁ ।