March 22, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – କଞ୍ଚା ବେଳେ ଲତ ପତ ପାଚିଗଲେ ସେ ଟାଣ – ଏ ଜିନିଷଟି କଣ କହିଦିଏ ହେ  ରହିଲା ମୋର ରାଣ କୁହନ୍ତୁ ଏହାର ଉତ୍ତର..

ଆଜି ଆପଣଙ୍କ ପାଖରେ ରହିଛି ପ୍ରାୟ ୧୦ଟି ବିଚକ୍ଷଣ ପ୍ରଶ୍ନ ତଥା କବିତା। ଆଉ ତା ପରେ ଆମେ ତାର ଉତ୍ତର ଆପଣଙ୍କୁ କହିବୁ। ଏହା ଓଡ଼ିଆ ଭାଷା ର ଏକ ଉନ୍ନତ ପରୀକ୍ଷା ଅଟେ ଯାହା କି ଆପଣଙ୍କ ପାଇଁ ବହୁତ ଲାଭକାରୀ ହେଇପାରେ। ତ ଆପଣ ନିଜର ଭାଷା କୁ କେତେ ଭଲ ପାଆନ୍ତି ତାହା ଏହା ଭିତରୁ ଜଣା ପଡିବ। ତ ଏହା ଆପଣଙ୍କ ପାଇଁ ଏକ ପରୀକ୍ଷା ଅଟେ। ଆମେ ସର୍ବଦା ଆମ ଭାଷା କୁ ଅବମାନନା କରି ଥାଉ। ଆମକୁ ଜାଣିବା ଦରକାର କି ଆମ ଭାଷା ରେ ବି କିଛି ଏପ୍ରକାର ଖେଳ ତଥା ପ୍ରଶ୍ନ ଅଛି ଯାହା କି ଆମ ମୁଣ୍ଡ ଖରାପ କରି ଦେଇ ପାରିବ। ତ ଏହା ଆମର ଓଡ଼ିଆ ଭାଷା ପ୍ରତି ପ୍ରେମ ତଥା ଆକର୍ଷଣ ବଢ଼େଇବା ର ଏକ ଛୋଟ ପ୍ରୟାସ ଅଟେ। ଆମେ ଏହାଦ୍ୱାରା ଆପଣଙ୍କୁ ଆମ ଭାଷା ପ୍ରତି ଆକର୍ଷିତ ହେବା ପାଇଁ ଚେଷ୍ଟା କରି ଥାଉ। ତ ଆଜିର ଏହି ପ୍ରୟାସ ଆଶାନୁରୂପୀ ଆପଣଙ୍କୁ ପସନ୍ଦ ଆସିବ।

୧: କଳା ମୁଚୁ ମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଡ ,ସୋରିଷ ଠାରୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ , କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ଉକୁଣୀ

୨: ଟିକି ବାଛୁରୀ ବେକ ରେ ପଘା , ଟିକି ଦାନ୍ତ ରେ କାମୁଡ଼ି ଲୁଗା କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ଛୁଞ୍ଚି

୩:ନହ ନହକା ପତ୍ର ବଙ୍କା , ତା ଫଳ ବିକାଏ ମୁଠାଏ ଟଙ୍କା କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ଧାନ, ଆଉ ଛଣ

୪: ଠକ ଠକସା  ତିନି ମୁଣ୍ଡ ଦଶ ଗୋଡ଼ ଦେଖିଚ କି ମଉସା କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ହଳ ଆଉ ହଳିଆ

୫: ଗୋଟିଏ ଫଳ ରେ ମେଞ୍ଚାଏ କଣ୍ଟା, ପାଚିଲା ଖାଇଲେ ହାତ ରେ ଅଠା, କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ପଣସ

୬: ଗଛ ରୁ ଫଳି ଅଛି ନୁହଁ ଏହା ଫଳ ,ଚକ୍ର ନୁହଁ ତାହା ଚକ୍ର ଆକାର, ପୁଷ୍ପ ନୁହଁ ତାହା ପୁଷ୍ପ ରେ ସାର , ଖାଇଲେ ଲାଗଇ ବଡ ମଧୁର
କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ମହୁ

୭: କଞ୍ଚା ହଳଦିଆ ପାଚିଲେ କଳା ନକହି ପାରିଲେ ରାଜ୍ୟ ରୁ ପଳା
କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ଖଜୁରୀ

୮: ଗୋଟିଏ ଗୁମ୍ଫା ରେ ଦୁଇଟି ବାଟ  ଗୁମ୍ଫା ରେ ଲାଗେନି କେବେ କବାଟ ଗୁମ୍ଫା ଟି ଜୀବନ ଦ୍ୱାର ପାରିବ ଯଦି କହିଲ ଦେଖି କଣ ନାମ ତାର କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ନାକ

୯: ଇନ୍ଦ୍ର ସମ୍ପଦ କୁ ମାନନ୍ତି ତୁଛ  ଜଗତ ଭିତରର ଆସନ ଉଚ୍ଚ କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ସାଧୁ

୧୦: କଞ୍ଚା ବେଳେ ଲତ ପତ ପାଚିଗଲେ ଟାଣ ଏ ଢଗଟି କହିଦିଏ ହେ  ରହିଲା ମୋର ରାଣ କୁହନ୍ତୁ ଏହାର ଉତ୍ତର!

: ଉତ୍ତର ହେଉଛି ମାଟି ହାଣ୍ଡି।

Leave a Reply

Your email address will not be published. Required fields are marked *