March 21, 2025

Odia Express

Leading Odia News Portal of Odisha

ଯଦି ଅଣ୍ଟା ବିନ୍ଧା ହେଉଛି ତାହେଲେ ଆପଣ ଏହି ଉପାୟକୁ ନିଶ୍ଚିନ୍ତ କରନ୍ତୁ..

ଅଣ୍ଟା ବ୍ୟଥା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି, ଏହା ଯେ କୌଣସି ସମୟରେ ଯେକୌଣସି ବ୍ୟକ୍ତି ର ହୋଇପାରେ। ଅଣ୍ଟା ବ୍ୟଥା ହେବା ଦ୍ବାରା ଆପଣଙ୍କ ବହୁତ ପ୍ରକାର ର ସମସ୍ୟା କୁ ସାମ୍ନା କରିବାକୁ ପଡ଼ିଥାଏ। ସାଧାରଣତଃ ଯେଉଁମାନେ ଅଫିସରେ ବା କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା ଧରି ବସି ନିଜ କାର୍ଯ୍ୟ କରିଥାନ୍ତି ତାଙ୍କ ପାଖରେ ଏହି ଅଣ୍ଟା ଜନିତ ସମସ୍ୟା ଦେଖାଯାଇଥାଏ।ଏହି ସମସ୍ୟା ର ସମାଧାନ ପାଇଁ ଯେଉଁ ଉପାୟ ଆମେ ଜାଣିବା ତାହା ଆପଣଙ୍କ ଅଣ୍ଟା ବ୍ୟଥା ସମସ୍ୟା ର ସମାଧାନ କରିପାରିବ।ବହୁତ୍ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନ ରେ ବସି ରୁହନ୍ତୁ ନାହିଁ।

ଏହାର କାରଣରୁ ଆମ ଶରୀର ରେ ଥିବା ହାଡ଼ ଗୁଡ଼ିକ ବହୁତ ଶୀଘ୍ର ଦୁର୍ବଳ ହୋଇଯାଇଥାଏ, ଏବଂ ଏହି କାରଣ ରୁ ଆପଣଙ୍କୁ ଅଣ୍ଟା ବ୍ୟଥା ର ସମସ୍ୟା କୁ ସାମ୍ନା କରିବାକୁ ପଡ଼ିଥାଏ। ଆଜି ଆମେ ଜାଣିବା ଏକ ଏପରି ଉପାୟ ଯାହା ଦ୍ୱାରା ଆପଣଙ୍କ ର ହେଇଥିବା ଅଣ୍ଟା ବ୍ୟଥା ର ସମସ୍ୟା ଦୂର ହୋଇଯିବ।ଏହା ଆପଣଙ୍କ ହାଡ଼ ଓ ମାଂସପେଶୀ କୁ ଶକ୍ତ କରିଥାଏ, ଯାହା ଫଳରେ ଆପଣଙ୍କୁ କୌଣସି ପ୍ରକାର ସମସ୍ୟା କୁ ସାମ୍ନା କରିବାକୁ ପଡି ନଥାଏ।


ଚାଲନ୍ତୁ ଜାଣିବା ସେହି ଉପାୟ ଓ କେଉଁ କେଉଁ ଜିନିଷ କୁ ନେଇ ସେହି ସବୁ ଉପାୟ ହେଉଛି ତାହା ମଧ୍ୟ ଜାଣିବା। ଏହି ଉପାୟ କରିବା ପାଇଁ ଆପଣଙ୍କୁ ଦୁଇଟି ଜିନିଷ ନେବାକୁ ପଡିବ, ପ୍ରଥମ ଜିନିଷ ଟି ହେଉଛି ଜାଇଫଳ ର ଗୁଣ୍ଡ,ଏହା ଆପଣଙ୍କୁ ଯେକୌଣସି ଦୋକାନ ରୁ ମିଳିଯିବ। ଦ୍ଵିତୀୟ ଜିନିଷ ଟି ହେଉଛି ସୋରିଷ ତେଲ , ଏବେ ଚାଲନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ କରାଯାଏ।

ପ୍ରଥମେ ଏକ ପାତ୍ର ରେ କିଛି ସୋରିଷ ତେଲ ନିଅନ୍ତୁ ଓ ସେହି ତେଲ କୁ ଗରମ୍ କରନ୍ତୁ, ଯେତେବେଳ ପାତ୍ର ରେ ଥିବା ସୋରିଷ ତେଲ ଗରମ ହୋଇଯିବ, ତାପରେ ସେଥିରେ ନେଇଥିବା ଜାଇଫଳ ପାଉଡର କୁ ପକାଇ ଦିଅନ୍ତୁ ଓ ଏବେ ଏହାକୁ ୪-୫ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ ଗୋଳାନ୍ତୁ, ଯେତେବେଳେ ଏହା ଭଲ ଭାବେ ହୋଇଯିବ, ଏହାକୁ ଏକ ପାତ୍ର କୁ କାଢି ନିଅନ୍ତୁ ଓ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ଏବେ ଚାଲନ୍ତୁ ଜାଣିବା ଏହି ତେଲ ର ପ୍ରୟୋଗ କିପରି କରିବେ, ଯଦି ଆପଣଙ୍କ ଅଣ୍ଟା ବ୍ୟଥା ର ସମସ୍ୟା ରହିଛି ତେବେ ଏହି ତେଲ କୁ ଆପଣ ଆପଣଙ୍କ ଅଣ୍ଟା ରେ ମାଲିଶ୍ କରି ପାରିବେ। ଏହା ଦ୍ବାର ଆପଣଙ୍କ ଅଣ୍ଟା ବ୍ୟଥା ର ସମସ୍ୟା ଦୂର ହୋଇଯିବ। ଏହା ଅଣ୍ଟା ବ୍ୟଥା ର ସମସ୍ୟା କୁ ଦୂର କରିବା ସଙ୍ଗେ ସଙ୍ଗେ ଆପଣଙ୍କ ଶରୀରର ଯେକୌଣସି ସ୍ଥାନ ର ବ୍ୟଥା କୁ ଦୂର କରି ପାରିବ।

ଯଦି ଆପଣ ବି ଏହି ପରି ଅଣ୍ଟା ବ୍ୟଥା ସମସ୍ୟା ର ଶିକାର ହେଉଛନ୍ତି, ତେବେ ଆଜି ହିଁ କରନ୍ତୁ ଏହି ଉପାୟ ଓ ସବୁଦିନ ପାଇଁ ଏହି ଅଣ୍ଟା ବ୍ୟଥା ର ସମସ୍ୟା ରୁ ମୁକ୍ତି ପାଆନ୍ତୁ।ଏହା ଆପଣଙ୍କ ଶରୀରର ହାଡ଼ ଓ ମାଂସପେଶୀ କୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ, ଯାହା ଫଳରେ ଆପଣଙ୍କୁ ଅଣ୍ଟା ବ୍ୟଥା ସମସ୍ୟା ପରି ଅନ୍ୟ କୌଣସି ସମସ୍ୟା ର ସମ୍ମୁଖୀନ ହେବାକୁ ପଡି ନଥାଏ।

Leave a Reply

Your email address will not be published. Required fields are marked *