ଓଡ଼ିଆ ଢଗଢମାଳି – ଗୋଟିଏ ଥାଳିରେ ୨ଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା- କୁହ ତେବେ ଏହା କଣ ଅଟେ..

ଆଜି ଆମେ ଆପଣଙ୍କ ପାଇଁ ବହୁତ କିଛି ନୂଆ ନୂଆ ଭଲ ଭଲ ପ୍ରଶ୍ନ ଆଣିକି ଆସିଛୁ। ତା ସହିତ ଆପଣଙ୍କୁ ଏହା ପଢିବା ଦ୍ଵାରା ଜ୍ଞାନ ମଧ୍ୟ ପ୍ରାପ୍ତି ହେବ ଏବଂ ବିଭିନ୍ନ ଦିଗରେ ଏହାକୁ ବ୍ୟବହାର କରିବାରେ ସହାୟକ ହେବ। ଏହି ସବୁ ପ୍ରଶ୍ନ ଆପଣଙ୍କୁ ପରୀକ୍ଷାରେ ସହାୟକ ହେବ। ଆପଣଙ୍କର ଜ୍ଞାନର ଦିଗ ବଢେଇବାରେ ଏହା ସହାୟକ ହେବ। ତେବେ ଡେରି ନ କରି ଚାଲନ୍ତୁ ବିଷୟ ବସ୍ତୁ କୁ ଆରମ୍ଭ କରିବା ଏବଂ ଜାଣିବା କିଛି ନୂଆ ପ୍ରଶ୍ନ ଏବଂ ତାହାର ଉତ୍ତର।ଏହା ଆପଣଙ୍କୁ ବହୁତ ପରୀକ୍ଷାରେ ସାହାଯ୍ୟ କରିବ। ଏହାକୁ ଅଧିକ ଭାବରେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ। ଯଦି ଏହା ଆପଣଙ୍କ ମନକୁ ଭଲ ଲାଗିଛି ତେବେ ଏହାକୁ ଲାଇକ କରିବେ ଏବଂ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ଜଣେଇବେ,ତା ସହିତ ଆପଣଙ୍କର ମତ ଆମକୁ ନିଶ୍ଚିତ ଭାବେ ଜଣାଇବେ।
(୧)ଗୋଟିଏ ଥାଳିରେ ୨ଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା।
ଉତ୍ତର: ଚନ୍ଦ୍ର ଓ ସୂର୍ଯ୍ୟ
(୨)ଏଇଠି ନାହିଁ ଏଇଠି ଅଛି ଜେନେ ଧାଇଁଲେ ତେଣେ ପଳାଉଛି
ଉତ୍ତର:ଛାଇ
(୩)କେତେବେଳେ ପିଏ କଳା ପାଣି ମୁଁ କେତେବେଳେ ପିଏ ନାଲି ପେଟ ଖାଲି ହେଲେ ମୁହଁ ଶୁଖିଯାଏ ଆଉ ନ ପାରଇ ଚାଲି।
ଉତ୍ତର: କଲମ
(୪)କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କି ଜୀବ ସେ କହିଲ ଭାଇ।
ଉତ୍ତର: ଚିଙ୍ଗୁଡ଼ି ଦେହରେ ହାଡ କିମ୍ବା ରକ୍ତ ନଥାଏ।
(୫)କେଉଁ ପଥରରୁ ପାଣି ବାହାରେ।
ଉତ୍ତର:କୁଆ ପଥର,ଯାହାକି ବର୍ଷା ହେବାଦ୍ୱାର ହୋଇଥାଏ ଏଥିରୁ ପାଣି ବାହାରେ।
(୬) କାହାକୁ ଚଲେଇଲେ ଚାଲେ କିନ୍ତୁ ସେ ଆଗକୁ ଯାଇପାରେନା।
ଉତ୍ତର: ପଙ୍ଖା , ଯାହାକୁ ଆମେ ଚଲେଇବା ଦ୍ଵାରା ହିଁ ଚାଲିଥାଏ ।
(୭) ପୋଡେ କିନ୍ତୁ ନିଆଁ ନୁହେଁ ,ତାହା କଣ ?
ଉତ୍ତର: ଲଙ୍କା,ଯାହାକି ଆମେ ଖାଇବା ଦ୍ଵାରା ଆମ ପାଟି ଭିତର ପୋଡା ହୋଇଥାଏ।
(୮)ଉତ୍ତାପ ନ ପାଇଲେ ବି ଗରମ ହୁଏ ,ତାହା କଣ ?
ଉତ୍ତର: ମୁଣ୍ଡ ,ଯାହାକି ଆପଣମାନେ ଜାଣିଥିବେ। କୁହନ୍ତି ମୋ ମୁଣ୍ଡ ଗରମ କରନାହିଁ,ତ ଆମ ମୁଣ୍ଡ ଯାହାକି ଉତ୍ତାପ ନ ପାଇଲେ ବି ଗରମ ହୋଇଯାଇଥାଏ।
(୯) ତାହା କଣ ଯାହା ଛୋଟ ପିଲା ମାନେ ପ୍ରତିଦିନ ଖାନ୍ତି କିନ୍ତୁ ଖାଇବାକୁ ପସନ୍ଦ କରନ୍ତି ନାହିଁ?
ଉତ୍ତର: ମାଡ
(୧୦) ଯେତେ ତାକୁ ଟାଣିବ ଲମ୍ବା ହବା ବଦଳରେ ସେତେ ସିଏ କମିବ ।
ଉତ୍ତର: ବିଡ଼ି – ଏହାକୁ ଟାଣିବା ଦ୍ଵାରା ଏହା ସରି ସରି ଆସିଥାଏ ସେଥିପାଇଁ ଏହାକୁ ଟାଣିବା ଦ୍ଵାରା ଲମ୍ବା ହେବା ବଦଳରେ ସିଏ କମିଥାଏ।
ତେବେ ଜାଣିଲେ ତ ଏହି ବିଷୟରେ। ନିଜର ଅତି ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।