ଦୁନିଆ ଆପଣଙ୍କୁ ସମ୍ମାନ ଦେବ ଆପଣଙ୍କ ସବୁ କଥା ମାନିବ – କେବଳ ଏହି କଥା ଜାଣିରଖନ୍ତୁ..

ଆପଣ ନିଜ ପଇସା ଦ୍ଵାରା ବଜାର ଯାଇ ସବୁ କିଛି ଜିନିଷ କିଣିପାରିବେ।ଅନେକ ବଡ଼ ଜିନିଷ କିଣିପାରିବେ।ଭଲ ଘର ,ବଡ଼ ଗାଡି, ଭଲ କପଡା, ଖାଦ୍ୟ ଆପଣ ନିଜ ପଇସା ମାଧ୍ୟମରେ କମାଇପାରିବେ।କିନ୍ତୁ ଭଗବାନ ଏପରି କିଛି ଜିନିଷ ଦେଇଛନ୍ତି ଯାହାକୁ ଆପଣ ନିଜ ଧନ ବଳରେ ହାସଲ କରିପାରିବେନି।ସେହି ସବୁ ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରେ ଆପଣ ଲୋକଙ୍କ ସହିତ କିପରି ବ୍ୟବହାର କରିଥାନ୍ତି ସେହିଭଳି ଆପଣଙ୍କୁ ଲୋକ ଭଲ ପାଇଥାନ୍ତି ଓ ସଂମାନ କରିଥାନ୍ତି।ଅନେକ ସମୟରେ ଲୋକ ସାରାଜୀବନ ଏହା ପାଇବା ପାଇଁ ବ୍ୟାକୁଳ ହୋଇଥାନ୍ତି କି ଯେପରି ଲୋକ ଅନ୍ୟ କୁ ସଂମାନ ଦେଉଛନ୍ତି ମତେ ବି କିପରି ସେହିଁଭଳି ସଂମାନ ଓ ଇଜ୍ଜତ ଦେବେ।ହେଲେ ସେମାନେ ପାଇପାରି ନଥାନ୍ତି।
ଅନେକ ସମୟରେ ଆମେ ଭାବିଥାଉ କଣ ପାଇଁ ଆମକୁ ଜୀବନରେ ଇଜ୍ଜତ ମିଳୁନାହିଁ।ଏହାର ଉତ୍ତର ଚାଣକ୍ୟ ନୀତିରେ ରହିଛି।ଆଜି ଆମେ କହିବୁ କିପରି ଲୋକ ଆପଣଙ୍କୁ ଇଜ୍ଜତ ଦେବେ ଓ ଆପଣଙ୍କ ସମ୍ମାନ କରିବେ।ଯଦି ଆପଣ ଇଜ୍ଜତ ଚାହୁଁଛନ୍ତି ପ୍ରଥମେ ଇଜ୍ଜତ ପଛରେ ଗୋଡ଼ାଇବା ଛାଡି ଦିଅନ୍ତୁ କାରଣ ଏପରି କରିବା ଦ୍ଵାରା ଲୋକ ଆପଣଙ୍କୁ ଇଜ୍ଜତ ଦେଇନଥାନ୍ତି।ଯେବେ ଆପଣ ସୋସିଆଲ ନେଟୱର୍କ ସାଇଟରେ କିଛି ପୋଷ୍ଟ ଏପରି ପକାନ୍ତି ଯାହାକୁ ଦେଖି ଲୋକ ଭାବିଥାନ୍ତି ଇଏ ତ ଜାଣିଶୁଣି ଏହି ଫୋଟୋ ଦେଇଛି ଯେପରି ଲୋକ ଏହାକୁ ଦେଖନ୍ତୁ ଓ ଲୋକ ଆପଣଙ୍କ ସମ୍ମାନ ନଷ୍ଟ କରିଥାନ୍ତି କିନ୍ତୁ କେବେ ଦିଅନ୍ତି ନାହିଁ।
ଅଙ୍କିତ ନାମରେ ଜଣେ ବ୍ୟକ୍ତି ଥିଲା ସେ ଚାକିରୀ କରିଥିଲା ଭଲ କାମ କରୁଥିଲା ଭଲ ପଇସା ପାଉଥିଲା।ତାର ଜୀବନରେ ସବୁ ଥିଲା କିନ୍ତୁ ଇଜ୍ଜତ ନଥିଲା।ତାର ନିଜ ଲୋକ ବି ତାର ଇଜ୍ଜତ କରୁନଥିଲା। ଅଫିସ ରେ ବି ଲୋକ ତାର ଇଜ୍ଜତ କରନ୍ତିନି।ସେ ସବୁବେଳେ ଏହା ଭାବିଥାଏ କଣ ପାଇଁ ଲୋକ ମୋର ଇଜ୍ଜତ କରୁନାହାନ୍ତି ମୋ ସହ ଏପରି ବ୍ୟବହାର କରୁଛନ୍ତି।ସେ ସର୍ବଦା ନିଜ ସାଙ୍ଗ ମାନଙ୍କୁ ଘରକୁ ଡାକି ପାର୍ଟି ଦେଉଥିଲା ଯେପରି ସେମାନେ ତା ସହିତ ଭଲ ବ୍ୟବହାର କରିବେ କିନ୍ତୁ ସେମାନେ ଅଙ୍କିତ ଘରେ ହିଁ ଅଙ୍କିତ ର ବେଜିତ କରିଥିଲେ ଓ ସେ ହସି ଦେଉଥିଲା ଯାହା ତାର ଇଜ୍ଜତ ନ ମିଳିବାର କାରଣ ଥିଲା।
ଏହା ପରେ ତାକୁ ଲାଗିଲା ଆଉ କେହି ତାର ଇଜ୍ଜତ କରିବେନି।କିଛି ସମୟ ପରେ ତାକୁ ଅନୁଭବ ହେଲାକି ସେ ନିଜ ଇଜ୍ଜତ ନଷ୍ଟ କରିଦେଇଛି ଆଉ କେହି ତାର ଇଜ୍ଜତ କରିବେନି ଜୀବନ ସାରା।ଏହା ପରେ ସେ ଭାବିଲା ସେ ନିଜକୁ ପରିବର୍ତ୍ତନ କରିକି ଦେଖିବ।ଏହା ପରେ ସେ ଅଧିକ ଇଜ୍ଜତ ପାଉଥିବା ଲୋକଙ୍କ ଗୁଣ କୁ ଖାତାରେ ଲେଖିବା ଆରମ୍ଭ କଲା ଓ ତାକୁ ଆପଣାଇଲା ଏହା ପରେ ଲୋକ ତାର ବହୁତ ଇଜ୍ଜତ କଲେ।ସେ ଜମାରୁ ୫ଟି ପରିବର୍ତ୍ତନ କରିଥିଲା।ତେବେ ଜାଣି ରଖନ୍ତୁ ସେହି ୫ ଗୁଣ।
୧-କାହାକୁ ନିଜ ମନ ଇଚ୍ଛା ଉପଦେଶ ଆଗତରା ଦେବା ଆବଶ୍ୟକ ନାହିଁ ଏହା କରିବା ଦ୍ଵାରା ଇଜ୍ଜତ ମିଳିନଥାଏ।
୨-ଯଦି ଆପଣଙ୍କୁ କେହି କିଛି କହେ ତାକୁ ଶୁଣନ୍ତୁନି ଯଦି ଶୁଣିଛନ୍ତି ଅନ୍ୟ ଆଗରେ ପ୍ରକାଶ କରନ୍ତୁନି।
୩-ଅନ୍ୟର ଦୋଷ ନ ଦେଖି ତାର ଭଲ ଗୁଣ ଦେଖିବା ଉଚିତ।
୪-କାହାର ଖରାପ ସମୟରେ ତା ପାଖରେ ଛିଡା ହେବା।
୫-ଅନ୍ୟର ମଜାକ କେବେ ଉଡାନ୍ତୁନି।