ଭାରତର ଏକ ସହର ଯେଉଁଠାରେ କି କାଜୁ ୧୦ ଟଙ୍କା କିଲୋ ମିଳିଥାଏ – ଏବେ ସେ ବିଷୟରେ ଜାଣିରଖନ୍ତୁ..

ଆମେ କାଜୁ ବାବଦରେ ତ ନିଶ୍ଚୟ ଜାଣିଥିବା। ମାତ୍ର ତାହା ଖାଇବା ଆଗରୁ ଆମେ ପ୍ରାୟ ୧୦ ଥର ଭାବିବା ପାଇଁ ବାଧ୍ୟ ହେଉ। କାରଣ ଏହା ଆମ ମାନଙ୍କ ପାଇଁ ବହୁତ ମହଙ୍ଗା ଥାଏ। ଏହା ଖାଇବା ପାଇଁ ଆମକୁ ସ୍ୱାଦିଷ୍ଟ ହେଇଥାଏ ମାତ୍ର ଏହାର ଦାମ ଆମ ପାଇଁ ବହୁତ କଷ୍ଟଦାୟକ ହେଇଥାଏ। ଯଦି ଆଜି ଆମେ ଆପଣଙ୍କ ପାଖରେ କହିବୁ କି ଭାରତର ଗୋଟେ ଏପରି ଜାଗା ବି ଅଛି ଯେଉଁଠାରେ କି କାଜୁ ଆମକୁ ପ୍ରାୟ ୧୦ ଟଙ୍କା ପ୍ରତି କେଜି ମିଳିଥାଏ ତ କଣ ଆପଣ ବିଶ୍ୱାସ କରିବେ?ଏହା ବହୁତ ଅବିଶ୍ୱାସନୀୟ ମାତ୍ର ଏହା ସତ ଅଟେ। ଭାରତର ରାଜଧାନୀ ଦିଲ୍ଲୀ ରେ ଯେତେବେଳେ ଆମକୁ ପ୍ରାୟ ୮୦୦ ଟଙ୍କା ପ୍ରତି କିଲୋ କାଜୁ ମିଳିଥାଏ ସେହିଠାରେ ହିଁ ତା ଠାରୁ ପ୍ରାୟ ୧୨୦୦ କିମି ଦୂରରେ ଅର୍ଥାତ ଝାଡ଼ଖଣ୍ଡ ରେ ପ୍ରାୟ ୧୦ ଟଙ୍କା ପ୍ରତି କେଜିରେ କାଜୁ ମିଳିଥାଏ। ଏଠାରେ ଏକ ଗାଁ ଅଛି ଯାହାର ନାମ ହେଉଛି ଜାମତାରା।
ଏହି ଗାଁ ରେ କିଛି ଦୂରରେ ପ୍ରାୟ ୪୯ ଏକର ଏରିଆରେ ଏକ କାଜୁର ବଗିଚା ଅଛି। ଏହି କାଜୁ ବଗିଚାରେ କାମ କରୁଥିବା ମହିଳା ତଥା ଛୋଟ ପିଲା ମାନେ ଏଠାରେ କାଜୁ ତୋଳିବା ପାଇଁ ଆସନ୍ତି। ସେମାନେ କାଜୁ କୁବହୁତ ଶସ୍ତା ଦାମ ରେ ବିକ୍ରି କରି ଦିଅନ୍ତି। ଏହା ହି କାରଣ କି କାଜୁ ସେଠାରେ ବହୁତ କମ ଦାମ ରେ ମିଳି ଯାଏ। ଏହି କାଜୁ ବାଗାନ ରେ କାମ କରିକି ସେଠାକାର ମହିଳା ତଥା ଛୋଟ ପିଲା ମାନଙ୍କର ଦୈନନ୍ଦିନ କାମ ହେଇଯାଏ। ତଥା ସେମାନେ ଏହାରି ଭିତରୁ ହି ନିଜର ପେଟ ପୂଜା କରି ପାରନ୍ତି। ସେମାନେ ଅଧିକ ପଇସା ରୋଜଗାର କରିବା ପାଇଁ କାଜୁ ଗୁଡିକୁ ଆଣି କମ ଦାମ ରେ ବିକ୍ରି କରନ୍ତି।
ଏବେ ଆସନ୍ତୁ ଜାଣିବା କାଜୁ ବାଗାନ ବନିବା ପଛରେ ଥିବା କାହାଣୀ। ଏଠାରେ କାଜୁ ର ବାଗାନ ଗାଁ ଲୋକ ମାନଙ୍କର ବହୁତ ପରିଶ୍ରମ ପରେ ବନିଛି। ଏଠାକାର ମୁଖିଆ କ୍ରିପାନନ୍ଦ ଝା ଙ୍କୁ କାଜୁ ଖାଇବା ବହୁତ ପସନ୍ଦ ଥିଲା। ତାଙ୍କ ଇଛା ପାଇଁ ସେ ଚାହୁଁଥିଲେ କି ତାଙ୍କ ଗ୍ରାମ ରେ କାଜୁର ବାଗାନ ହେଇ ଯାଉ ବୋଲି। ତ ତା ପରେ ସେ ଓଡିଶାରେ କାଜୁ ଚାଷ କରୁଥିବା ଚାଷୀ ମାନଙ୍କ ଭେଟିଲେ। ଆଉ ତା ପରେ ତାଙ୍କ ପାଖରୁ ସେ କାଜୁ ବାବଦରେ କିଛି ଜ୍ଞାନ ଓରାପଟ କଲେ ଆଉ ତାଙ୍କ ଗାଁରେ କାଜୁର ବାଗାନ ଆରମ୍ଭ କଲେ। ଏହିପରି ତାଙ୍କ ଗ୍ରାମ ରେ କାଜୁ ର ବଗିଚା ଆରମ୍ଭ ହେଲା ଆଉ ସେଠାରେ ବହୁତ ଶସ୍ତାରେ କାଜୁ ମିଳି ଯାଇଥାଏ। ଲୋକଙ୍କୁ ବହୁତ ଶସ୍ତାରେ କାଜୁ ମିଳେ।