March 24, 2025

Odia Express

Leading Odia News Portal of Odisha

ମୁକେଶ ଅମ୍ବାନୀଙ୍କର ମାସିକ ଆୟ କେତେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ..

ଆପଣମାନେ ଜାଣିଥିବେ ଦେଶର ଧନୀ ଲୋକ ମାନଙ୍କ ମଧ୍ୟରୁ ମୁକେଶ ଅମ୍ବାନୀ ଅନ୍ୟତମ। କଣ ଆପଣ ଜାଣିଛନ୍ତି କି ମୁକେଶ ଅମ୍ବାନୀ ଙ୍କ ର ରୋଜଗାର କେତେ? ଯଦି ଜାଣି ନାହାନ୍ତି, ତେବେ ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କ ର ଆୟ କେତେ ଓ ତାଙ୍କ ପାଖରେ କେତେ ସମ୍ପତି ଅଛି ?ଆଜି ଆମେ ଆପଣଙ୍କୁ ଜଣେଇବୁ ଯେଉଁ ବ୍ୟକ୍ତିଙ୍କର ଗଣତି ଦେଶର ସବୁଠାରୁ ଧନୀ ଲୋକଙ୍କ ଭିତରେ ହୁଏ ତାଙ୍କର ଆୟର ପରିମାଣ କେତେ ? ରିଲାଏନ୍ସ କମ୍ପାନୀ ର ଚେୟାରମେନ, ନିଜର କମ୍ପାନୀ ଲାଭରେ ରହୁଥିଲେ ମଧ୍ୟ ସେ ବିଗତ ୧୦ ବର୍ଷ ହେଲା ନିଜର ଦରମା ବଢାଉ ନାହାନ୍ତି।

କମ୍ପାନୀ ର ଚେୟାରମେନ ଓ ମ୍ୟାନେଜିଂ ଡାଇରେକ୍ଟର ହିସାବ ରେ ୨୦୦୮ ବର୍ଷ ରୁ ୧୫ କୋଟି ଟଙ୍କା ମିଳୁ ଅଛି।ଜିଓ ଆସୁ ଆସୁ କମ୍ପାନୀ ର ଆୟ ବହୁତ ଅଧିକ ବଢ଼ି ଚାଲିଛି, କିନ୍ତୁ ମୁକେଶ ଅମ୍ବାନୀ ନିଜର ଦରମା ବଢ଼ାଉ ନାହାନ୍ତି।୨୦୦୮ ପୂର୍ବରୁ ମୁକେଶ ଅମ୍ବାନୀ ଙ୍କ ର ଦରମା ୨୪ କୋଟି ଟଙ୍କା ଥିଲା। କମ୍ପାନୀ ସେୟାରର ଦାମ କମିବା କାରଣରୁ ସେ ନିଜ ଦରମା ୨୪ କୋଟି ରୁ କାଟି ୧୫ ନେବା ପାଇଁ ନିର୍ଣ୍ଣୟ କରିଥିଲେ। ସେବେ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଦରମା ବଢ଼ି ନାହିଁ।

ମୁକେଶ ଅମ୍ବାନୀ ଙ୍କ ର ସମ୍ପତି ବିଷୟରେ କହିବାକୁ ଗଲେ, ଦ ଫୋର ବେଷ୍ଟ ପତ୍ରିକା ଅନୁସାରେ ସେ ବିଶ୍ଵ ୧୯ ତମ ଧନୀ ବ୍ୟକ୍ତି ବୋଲି ବିଚାର କରାଯାଏ। ତାଙ୍କର ସବୁ ସମ୍ପତି ପ୍ରାୟତଃ ୨ ଲକ୍ଷ ୭୫ କୋଟି ଟଙ୍କାର ରହିଛି। ତାଙ୍କ ରିଲାଏନ୍ସ କମ୍ପାନୀ ର ଆୟ ପ୍ରାୟତଃ ୩ ଲକ୍ଷ ୪ କୋଟି ଟଙ୍କାର।ଆପଣଙ୍କୁ ଜଣାଇ ଦେଉଛୁ କି ମୁକେଶ ଅମ୍ବାନୀ ଙ୍କ ପରିବାର ଦେଶର ସବୁଠାରୁ ଦାମୀ ଘରେ ବାସ କରନ୍ତି। ଯେଉଁ ଘର ର ନାମ ଆଣ୍ଟିଲିଆ ରଖା ଯାଇଛି।

ମୁକେଶ ଅମ୍ବାନୀ ଙ୍କ ପରିବାର ବାସ କରୁଥିବା ଘର ମୂଲ୍ୟ ପ୍ରାୟତଃ ୧ ମିଲିୟନ ଆମେିକୀୟ ଡଲାର ରୁ ମଧ୍ୟ ଅଧିକ। ମୁକେଶ ଅମ୍ବାନୀ ଙ୍କ ଘର ୨୭ ମହଲା ବିଶିଷ୍ଟ, ଏହି ଘର ର କାମ ପାଇଁ ପ୍ରାୟତଃ ୬୦୦ ରୁ ଅଧିକ ଲୋକ ରହିଛନ୍ତି। ଏହି ଘର ମୁମ୍ବାଇ ରେ ଏଲଟାମଙ୍କ ରୋଡ଼ କୁମ୍ବାଲା ପାହାଡ଼ରେ ଅବସ୍ଥିତ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘର ଏତେ ବଡ଼ ହେଲେ ମଧ୍ୟ ଭୂକମ୍ପ ଦ୍ବାରା ଏହି ଘରର କୌଣସି କ୍ଷତି ହୁଏ ନାହିଁ।ମୁକେଶ ଅମ୍ବାନୀ ଙ୍କ ଘର ର ସୁରକ୍ଷା ପାଇଁ ପ୍ରତ୍ୟେକ ମାସରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ। ଏହି ଘରକୁ ସୁରକ୍ଷା ଦେବାପାଇଁ ସି.ଆର.ପି.ଏଫ ଙ୍କର ସାହାୟତା ନିଆଯାଏ।

ଏହି ଘର ଏକ ବହୁତ ବଡ଼ ହୋଇଥିବାରୁ ଏହି ଘରେ ୧୫୦ ରୁ ଅଧିକ କାର୍ ଏକାଠି କରିବା ପାଇଁ ୭ ମହଲା ର ଗ୍ୟାରେଜ ମଧ୍ୟ କରା ଯାଇଛି। ଏହା ବ୍ୟତୀତ ହେଲିକପ୍ଟର ଓହ୍ଲାଇବା ପାଇଁ ସ୍ଥାନ, ସୁଇମିଂ ପୁଲ୍, ବଗିଚା, ମନ୍ଦିର, ୨ ମହଲା ହେଲଥ ସେଣ୍ଟର ଓ ହୋମ ଥିଏଟର ମଧ୍ୟ ଉପଲବ୍ଧ କରାଯାଇଛି। ମୁକେଶ ଅମ୍ବାନୀ ଦେଶର ଜଣେ ଜଣାଶୁଣା ଧନୀ ବ୍ୟକ୍ତି ଭାବେ ପରିଚିତ, ତେଣୁ ବହୁତ ଲୋକ ତାଙ୍କ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସୁକ ହୋଇଥାନ୍ତି, ଏବେ ଆପଣ ମାନେ ମଧ୍ୟ ଜାଣିଯାଇଥିବେ ଯେ ମୁକେଶ ଅମ୍ବାନୀ ଙ୍କ ର ମାସିକ ଆୟ ଓ ସମ୍ପତ୍ତି ବିଷୟରେ।

Leave a Reply

Your email address will not be published. Required fields are marked *