March 24, 2025

Odia Express

Leading Odia News Portal of Odisha

ଜାଣନ୍ତୁ ‘A’ ଅକ୍ଷର ନାମ ଥିବା ବ୍ୟକ୍ତି କେମିତି ହୋଇଥାନ୍ତି – ଯଦି ଆପଣଙ୍କ ନାମ ଆରମ୍ଭ A ଅକ୍ଷର ରୁ ତେବେ ନିଶ୍ଚୟ ପଢନ୍ତୁ..

ଆପଣ ମାନଙ୍କ କିମ୍ବା ଆପଣଙ୍କ ଚିହ୍ନା ଥିବା ଲୋକ ଯାହାର ନାମ ଇଂରାଜୀ ଅକ୍ଷର ‘ଏ’ ରେ ଆରମ୍ଭ ହୋଇଥାଏ,ସେ ଲୋକ ଆକର୍ଷଣର ସ୍ୱାମୀ ଅଟନ୍ତି । ଏମାନେ ସୁନ୍ଦରତା କୁ ପସନ୍ଦ କରିଥାନ୍ତି ଏବଂ ନିଜେ ମଧ୍ୟ ଭଲ ଦେଖାଯାଇଥାନ୍ତି ।ଏମାନେ ସ୍ମାର୍ଟ ହୋଇଥାନ୍ତି। ଯେଉଁମାନଙ୍କର ନାମ ଇଂରାଜୀ ଅକ୍ଷର ‘ଏ’ ରେ ଆରମ୍ଭ ହୋଇଥାଏ ସେ ସ୍ୱଭାବରେ ବହୁତ ଭାଉ ଦେଖେଇଥାନ୍ତି ହେଲେ ଏହି ଲୋକ ବହୁତ ଜଲ୍ଦି କାବୁରେ ଆସିଯାଇଥାନ୍ତି ।

ଏମାନଙ୍କର ଇଚ୍ଛା ହୋଇଥାଏ କି ଘର ପରିବାର ଏବଂ ସମାଜରେ ଲୋକମାନେ ଭଲ ଢଙ୍ଗରେ ରୁହନ୍ତୁ ଏବଂ ସମସ୍ତେ ଏମାନଙ୍କର କଥାକୁ ମାନନ୍ତୁ। ଯେବେ ଏମାନଙ୍କ କଥା ପୁରା ହୋଇପାରେ ନାହିଁ ତେବେ ଏମାନଙ୍କୁ ବହୁତ ଖରାପ ଲାଗିଥାଏ ଏହି କାରଣ ରୁ ଏମାନେ ନିରାଶ ମଧ୍ୟ ହୋଇଥାନ୍ତି। ପଢା ଠାରୁ ଆରମ୍ଭ କରି ନିଜର କ୍ୟାରିୟର ପର୍ଯ୍ୟନ୍ତ ଏମାନେ ବହୁତ ଗମ୍ଭୀର ରହିଥାନ୍ତି । ଯେଉଁ କାମରେ ଲାଗିଥାନ୍ତି ସେହି କାମ ସାରିକି ଯାଇ ବିଶ୍ରାମ ନେଇଥାନ୍ତି ।ଯେବେ ଏମାନଙ୍କୁ ସଫଳତା ମିଳେ ତ ସେହି ସଫଳତା ଚରମସୀମାରେ ହୋଇଥାଏ।

ଏମାନଙ୍କ ଜୀବନରେ ବହୁତ ସଂଘର୍ଷ ରହିଥାଏ ହେଲେ ସେ ନିଜର ଲକ୍ଷକୁ ହାସିଲ କରିଥାନ୍ତି। ‘ଏ’ ଅକ୍ଷର ଲୋକ ଭଲପାଇବା ଏବଂ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି ହେଲେ ଅଧିକ ରୋମାଣ୍ଟିକ ହୋଇ ନଥାନ୍ତି।ଭଲପାଇବାରେ ଏମାନେ ବହୁତ ଲକି ହୋଇଥାନ୍ତି ଯେତିକି ଚାହିଁଥାନ୍ତି ତା ଠାରୁ ଅଧିକ ପାଇଥାନ୍ତି ।ଏମାନେ ସମ୍ପର୍କକୁ କିଛି ଅଧିକ ଗୁରୁତ୍ୱ ଦେଇଥାନ୍ତି।ଯେଉଁ ସମ୍ପର୍କରେ ଥରେ ଯୋଡି ହୋଇଯାଇଥାନ୍ତି ଚେଷ୍ଟା କରନ୍ତି ତାକୁ ଜୀବନସାରା ଲିଭେଇବା ପାଇଁ।

ଏବେ ଆସନ୍ତୁ ଜାଣିବା ଏମାନଙ୍କ ର ଗୁଣ ବିଷୟରେ। ୦୧:- ଏହି ଲୋକମାନେ ଧୋକାବାଜ ହୋଇନଥାନ୍ତି କି ଧୋକାବାଜଙ୍କୁ ପସନ୍ଦ କରି ନଥାନ୍ତି ।ଏହି ଲୋକଙ୍କୁ ଧୋକାବାଜ କରୁଥିବା ଲୋକଙ୍କ ଉପରେ ଘୃଣା ଆସିଥାଏ ।ଯଦି ଥରେ କେବେ କାହାଠାରୁ ଧୋକା ପାଇଥାନ୍ତି ତେବେ ଜୀବନସାରା କେବେ ତା ଉପରେ ଭରସା କରିନଥାନ୍ତି।

୦୨:- ଏମାନଙ୍କୁ ପାର୍ଟି ଏବଂ ଲୋକମାନଙ୍କର ସାଥ ବହୁତ ଭଲ ଲାଗିଥାଏ।ହେଲେ ହଁ ଏମାନେ ଏହାର ଏତେ ଆଦତ ପକାଇ ନଥାନ୍ତି।ଜୀବନରେ ମିଳିଥିବା ମୋୖକା କୁ କେବେ ହେଲେ ଛାଡ଼ନ୍ତି ନାହିଁ। ଆଉ ହଁ ପରିସ୍ଥିତି ହିସାବରେ ସବୁ ପଦକ୍ଷପ ନିଅନ୍ତି, ଆଉ ଏହାକୁ ସଫଳତା ପୂର୍ବକ ଶେଷ ମଧ୍ୟ କରନ୍ତି।ଏଥି ପାଇଁ ଏମାନେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରନ୍ତି।ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରି ପାରନ୍ତି।

୦୩:- ‘ଏ’ ଅକ୍ଷର ନାମଥିବା ଲୋକ ଭଲପାଇବାକୁ ପାଇବା ପାଇଁ ବହୁତ କଷ୍ଟ କରିଥାନ୍ତି ।ଏମାନେ ଯେତିକି ଦେଖାଯାଆନ୍ତି ତା ଠାରୁ ଅଧିକ ବଳବାନ ହୋଇଥାଆନ୍ତି।ଏମାନେ ନିଜର ଗୁଣ ବିଷୟରେ କାହା ଆଗରେ ଗପି ନଥାନ୍ତି।ଏମାନେ ପ୍ରଥମେ ନିଜର ଶାରିରୀକ ଆବଶ୍ୟକତା ଉପରେ ଧ୍ୟାନ ଦେଇଥାଆନ୍ତି।

୦୪:- ସେମିତିରେ ଏହି ଲୋକଙ୍କର ଜନ୍ମରୁ କେତେ ଗୁଣ ରହିଥାଏ ଏହି ଗୁଣ କାରଣରୁ ଏମାନେ ସମାଜରେ ଏବଂ ଘର ପରିବାର ରେ ବହୁତ ସମ୍ମାନ ମିଳିଥାଏ। ଏମାନେ ସବୁଠି ନିଜର ଦକ୍ଷତା ଦେଖେଇନଥାନ୍ତି ହେଲେ ଦରକାର ସମୟରରେ ଏପରି କାମ କରିଥାନ୍ତି ଯେଉଁ ଟାକି ଏମାନଙ୍କ ଠାରୁ ଆଶା କରାଯାଇ ନଥାଏ। ଏମାନେ ନିଜ କଥା ସମସ୍ତଙ୍କ ସହ ସେୟାର କରିନଥାନ୍ତି।

ଆମେ ଆପଣ ଙ୍କୁ ଏମାନଙ୍କର ଏକ ଅଗୁଣ ବିଷୟରେ କହିବାକୁ ଯାଉଛୁ ଯେଉଁଟାକି ଏମାନଙ୍କ ପାଇଁ ବହୁତ ହଇରାଣ ହୋଇଥାଏ।
‘ଏ’ ଅକ୍ଷର ନାମଥିବା ଲୋକଙ୍କ ଜାତକରେ ଏକ ଅଗୁଣ ରହିଅଛି ଯେଉଁଟାକି ଏମାନଙ୍କ ର ଛବିକୁ ଖରାପ କରି ରଖିଦେଇଥାଏ ଏବଂ ସେହି ଅଗୁଣ ହେଉଛି କ୍ରୋଧି ସ୍ୱଭାବ। କଥା କଥାରେ ଏମାନେ ରାଗିଯାଇଥାନ୍ତି । କଥା କଥାରେ ରାଗିବା ଏମାନଙ୍କର ଏକ ଅଭ୍ୟାସ ଅଟେ । ଏହି ଅଗୁଣ ଏମାନଙ୍କର ସବୁ ଗୁଣକୁ ସାରିଦେଇଥାଏ।

Leave a Reply

Your email address will not be published. Required fields are marked *