March 25, 2025

Odia Express

Leading Odia News Portal of Odisha

ଭାରତୀୟ ମାନଙ୍କ ପାଇଁ ଭିସା ଫ୍ରି ଅଟେ ଏହି ଦେଶଗୁଡିକ – ଏହି ଜାଗାକୁ ନିଶ୍ଚୟ ଜାଣିରଖନ୍ତୁ..

୧:- ଭୁଟାନ – ଭୁଟାନ ଭାରତର ନିକଟତ୍ତମ ଦେଶ ଅଟେ।ଏଠାରେ ମଧ୍ୟ ଆପଣଙ୍କୁ ଭିସାର କୌଣସି ଦରକାର ପଡିନଥାଏ ଏବଂ ଆରାମରେ ଭୁଟାନରେ ବୁଲିପାରିବେ। ଭୁଟାନ ଯିବା ପାଇଁ ପାସପୋର୍ଟ,ଆଇଡେଣ୍ଟି ପ୍ରୁଫ୍ ।ଆପଣ ଭୁଟାନରେ ଭାରତର ୫୦୦ କିମ୍ବା ୨୦୦୦ ନୋଟ ଚଳେଇ ପାରିବେନାହିଁ ଏଥିପାଇଁ ଆପଣଙ୍କୁ ଭୁଟାନର ମୁଦ୍ରାରେ ପଇସା ଖର୍ଚ୍ଚ କରିବାକୁ ପଡିବ ।

୨:- ମୋୖରିସୀୟସ – ମୋୖରିସୀୟସକୁ ସବୁଠାରୁ ସୁନ୍ଦର ଦେଶ ବୋଲି କୁହାଯାଇଛି।ଏଠାରେ ସୁନ୍ଦର ୱାଟର ଫଲସ୍ ,ପ୍ରକୃତି,ନୀଳ ରଙ୍ଗର ପାଣି ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିପାରିବେ । ଯଦି ଆପଣଙ୍କୁ ୱାଟର ବୋଟ ପସନ୍ଦ ତେଣୁ ମୋୖରିସୀୟସ ସବୁଠାରୁ ଭଲ ଜାଗା।ଏହି ସୁନ୍ଦର ଦେଶକୁ ଯିବାପାଇଁ ଭାରତୀୟ ମାନଙ୍କୁ ଭିସାର ଆବଶ୍ୟକତା ପଡିନଥାଏ। ମୋୖରିସୀୟସ ସହିତ ଭାରତୀୟ ମାନଙ୍କର ବହୁତ ଭଲ ସମ୍ପର୍କ ଅଛି ଏହି କାରଣରୁ ଆପଣ କେବଳ ପାସ ପୋର୍ଟ ଦ୍ଵାରା ମୋୖରିସୀୟସକୁ ଯାଇପାରିବେ।

୩:-ନେପାଳ- ନେପାଳ ଏକ ଏମିତି ଦେଶ ଯେଉଁଠିକି ଭାରତୀୟ ମାନେ କେବଳ ବୁଲିବା ନୁହେଁ ବରଂ କାମ ବି କରିପାରିବେ। ଏଠି ଆପଣ ରହି ବି ପାରିବେ କିନ୍ତୁ ଆପଣଙ୍କ ପାଖରେ ଆଇଡି ପ୍ରୁଫ୍ ଥିବା ଦରକାର ଯେମିତିକି ଆଧାର କାର୍ଡ,ଭୋଟର ଆଇଡି କାର୍ଡ ଇତ୍ୟାଦି।ଭାରତ ଏବଂ ନେପାଳର ସମ୍ପର୍କ ଭଲ ହେବା କାରଣରୁ ଏହା ସବୁ ସମ୍ଭବ ହୋଇପାରିଛି।ଏଠାରେ ପାବନପଶୁପତିନାଥ ମନ୍ଦିର, ଓ ସୁନ୍ଦରବାଦିଆ ଅଛି ଯାହାକୁ ଦେଖିବାପାଇଁ କେତେ ଭାରତୀୟ ମାନେ ଯାଇଥାଆନ୍ତି।ନେପାଲି ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ର ମୂଲ୍ୟ ଅଧିକ।

୪:- ହାଇଟି- ହାଇଟି ଏକ କ୍ୟାରିବିଆନ ଦେଶ ଅଟେ। ଯିଏକି ଡୋମିନିକ ରିପବ୍ଲିକ ପାଖରେ ଉପସ୍ଥିତ ଅଛି। ଏହା ଏକ ଦ୍ବୀପ ପରିକା ଅଟେ ଯାହାର ଚାରିପାର୍ଶ୍ୱରେ ପାଣି ହିଁ ପାଣି ଏଥିପାଇଁ ଏହା ଦେଖିବାକୁ ବହୁତ ସୁନ୍ଦର। ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏଠାକୁ ଆସିବାପାଇଁ ଆପଣଙ୍କୁ ଭିସା ଦରକାର ପଡିନଥାଏ।ଏୟାର ପୋର୍ଟ ପହଁଚିବାପରେ ଆପଣଙ୍କୁ ଖାଲି ପାସ ପୋର୍ଟ ଦେବାକୁ ପଡିଥାଏ ଏବଂ ୧୦ଡଲାର ଫିସ ଦେବାକୁ ପଡିବ।

୫:-ଜମାଇକା-ଯଦି ଆପଣଙ୍କୁ ସମୁଦ୍ର,ଡଲଫିନ,ନାଚଗୀତ,ଉଚ୍ଚ ପାହାଡ଼ ପସନ୍ଦ ତେବେ ଜମାଇକା ଆପଣଙ୍କ ପାଇଁ ସଠିକ ଯାଗା ଅଟେ । ଏଠାକାର ସଙ୍ଗୀତ ଦୁନିଆରେ ବହୁତ ପରିଚିତ। ସବୁଠାରୁ ବଡ କଥା ଏହାକି ଏଠାରେ ଭାରତୀୟ ପର୍ଯ୍ୟଟନ ବିନା ଭିସାରେ କେଉଁଠି ବି ବୁଲିପାରିବେ।ଏଠାରେ ୩୦ଦିନ ଯାଏଁ ରହିବା ପାଇଁ ଭାରତୀୟଙ୍କୁ ଭିସା ଦରକାର ପଡିନଥାଏ। ହେଲେ ଆପଣଙ୍କୁ ପାସ ପୋର୍ଟର ଆବଶ୍ୟକତା ଅଛି।

୬:-ଇଣ୍ଡୋନେସିଆ- ଇଣ୍ଡୋନେସିଆରେ ପଶୁ ପକ୍ଷୀ ଏମିତିକି ଏଠାକାର ସଙ୍ଗୀତ ପୂରା ଦୁନିଆରେ ବେଶ ପରିଚିତ। ଏହି ଦେଶ ପ୍ରକୁତିକ ସୌନ୍ଦର୍ଯ୍ୟରେ ଭରପୂର।ଏଠାରେ ଆପଣ ୩୦ ଦିନ ରହିପାରିବେ ବିନା ଭିସାରେ।

୭:-ଏକ୍ବାଡର- ଏକ୍ବାଡର ଦକ୍ଷିଣ ଆମେରିକାରେ ଏକ ଛୋଟ ଦେଶ ଅଟେ।ଆମାଜନ ଜଙ୍ଗଲର ଏକ ଭାଗ ଏହି ଦେଶରେ ଅବସ୍ଥିତ।

୮:-ମାଇକ୍ରୋନେସିୟା-ମାଇକ୍ରୋନେସିୟା ରେ ଲଗାତାର ୪୦୦ ଟି ଦ୍ବୀପ ରହିଅଛି।ଏହାର ଦୃଶ୍ୟ ବହୁତ ସୁନ୍ଦର ଅଟେ।ଏହା ବହୁତ ସଫା ଦେଶ ଅଟେ।

୯:-ସର୍ବିଆ-ସର୍ବିଆ ଏକ ଐତିହାସିକ ଜାଗା ଅଟେ ।ଏଠାରେ ଆପଣ ରୋମାନ ଆର୍କିଟେକଚର ଦେଖିପାରିବେ।ଆପଣ ଏଠାରେ ବିନା ଭିସାରେ ୩୦ ଦିନ ରହିପାରିବେ।

୧୦:-ତ୍ରିନିଦାଦ ଏବଂ ଟୋବାଗୋ- ତ୍ରିନିଦାଦ ଏବଂ ଟୋବାଗୋ କାରର ଆୟୋଜନ କରିବାରେ ଦୁନିଆ ସାରା ପରିଚିତ।ଆପଣ ଯଦି ପଶୁ ପକ୍ଷୀଙ୍କ ପ୍ରେମୀ ଅଟନ୍ତି ତ ଏହି ଜାଗାକୁ ଆପଣ ନିଶ୍ଚିତ ଭାବେ ଯାଆନ୍ତୁ।ଏହି ଦେଶରେ ଭାରତୀୟ ମାନଙ୍କୁ ଭିସା ର ଆବଶ୍ୟକତା ନାହିଁ। ଲଗାତାର ୯୦ଦିନ ପାଇଁ ଆପଣ ସେଠାରେ ରହିପାରିବେ।

Leave a Reply

Your email address will not be published. Required fields are marked *