January 26, 2025

Odia Express

Leading Odia News Portal of Odisha

ଆମର ନିରୀହ ମନୋଭାବ ଭଲ ନା ଖରାପ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – ଜାଣିରଖନ୍ତୁ ଏହି ସତ୍ୟତା ବିଷୟରେ..

ନିରୀହ ଲୋକ କେବେ କାହାର ଅନିଷ୍ଟ ଚିନ୍ତା କରନ୍ତି ନାହିଁ, ତାଙ୍କ ମନ ସବୁ ବେଳେ ସ୍ୱଚ୍ଛ ରହିଥାଏ, ପ୍ରାୟତଃ ସମାଜରେ ଲୋକମାନେ ଏହା କୁହନ୍ତି କି ସେ ବହୁତ ନିରୀହ ଲୋକଟା ସେହି ନିରୀହ କାରଣରୁ ହିଁ ତାକୁ ସମସ୍ତେ ବହୁତ ଭଲ ପାଆନ୍ତି । ନିରୀହ ଲୋକଙ୍କୁ ପ୍ରାୟ ଲୋକ ମୂର୍ଖ ବୋଲି ଭାବନ୍ତି, ଆଜି କାଲି ଦୁନିଆରେ ନିରୀହ ପଣ, ସିଧା ସାଧ, ସରଳତା ଏହି ସବୁ କାରଣ ମୁର୍ଖ ବନିବାର ଚିହ୍ନ ବନିଯାଇଛି। ଯିଏ ସରଳ ନୁହନ୍ତି ତାଙ୍କୁ ଲୋକମାନଙ୍କଠୁ ବଂଚିକି ରହିବାକୁ ଶିକ୍ଷା ଦିଅନ୍ତି ଆଉ ଯିଏ ନିରୀହ ଲୋକ ତାକୁ ଦୁନିଆ ବିଷୟରେ ଏବଂ ଚାଲାକ ଚତୁର ହେବା ପାଇଁ ଶିକ୍ଷା ଦିଅନ୍ତି । କଣ ନିରୀହ ହେବା ଏତେ ବେକାର କଥା କଣ ଏହା ମୁର୍ଖତା, କଣ ବିଶ୍ୱ ଗୁରୁଙ୍କ ଶିବ ବୁଦ୍ଧିମାନ ନୁହନ୍ତି? ନିରୀହପଣ ମାନେ ହେଉଛି ସବୁ କିଛି ଭୁଲିଯିବା, ଯିଏ ଭୁଲିବେ ସିଏ ନିରୀହ ହେବ ଆଉ ନିରୀହ ପଣ ହେବାକୁ ମନର ନିର୍ମଳତା ଏବଂ ସରଳତା ନିତ୍ୟାନ୍ତ ଆବଶ୍ୟକ।

ଯିଏ ସରଳ ହେବେନି ସିଏ ନିରୀହ ହେଇପାରିବନି, ଯାହା ମନରେ ସବୁ ବେଳେ ଲୋଭ, କ୍ରୋଧ ଚାଲି ରହିଥିବ ସିଏ କେବେବି ନିରୀହ ହେଇପାରିବନାହିଁ , ନିରୀହ କେବଳ ସେହି ହେଇପାରିବ ଯିଏ ମନରେ ବି ନିରୀହ ଥିବ ଏବଂ ସମ୍ମାନରେ ମଧ୍ୟ ନିରୀହ ଥିବ ଅର୍ଥାତ ସମାଜରେ ମାନ ମିଳୁ କି ସମ୍ମାନ ସବୁ ବ୍ୟକ୍ତି ଏହି ଏହା ସବୁ ଭୁଲିକି ତାର ନିଜ କାମରେ ବ୍ୟସ୍ତ ରହିଥାଏ। ନିରୀହ ଲୋକ ଏହା ବତାଇ ଥାଏ କି ବିନା ହିସାବ କିତାବରେ ମଧ୍ୟ ଜୀବନ ବିତାଇ ହୁଏ ଏହା ଅର୍ଥ ଏହା ନୁହେଁ କି ନିରୀହ ବ୍ୟକ୍ତି ମୁର୍ଖ ନୁହେଁ, ଯଦି ଆମେ ସବୁ ବ୍ୟକ୍ତିଙ୍କୁ ନିରୀହ ଭାବିବା ତାହେଲେ ଆମେ ଏହା ଜାଣି ବାକୁ ପାଇବା କି କିଛି କାମର ପ୍ରତି ବଦଳରେ ଆମେ କିଛି ଆଶା କରି ନଥାଉ ।

ସମାଜରେ ଏହି ଭଳି ଲୋକଙ୍କ ପ୍ରତି ପ୍ରାୟ ଲୋକ ଦୁଇ ପ୍ରକାର କଥା ଭାବନ୍ତି, କିଛି ଲୋକ ଏହି ନିରୀହ ଲୋକଙ୍କର ନିରୀହ ପଣର ଫାଇଦା ଉଠାଇଥାନ୍ତି, ଆଉ କିଛି ଲୋକ ଯିଏ ନିରୀହ ଲୋକଙ୍କୁ ଭଗବାନ ବନାଇ ଦିଅନ୍ତି, ଯିଏକି ଭଗବାନ ଆସିବାରେ ଆନନ୍ଦିତ ହୁଅନ୍ତି ନା କାହା ଯିବାରେ କେବେ ବ୍ୟତୀତ ହୁଅନ୍ତି , ଗୋଟେ ଥର ଭୋଳା ନାଥଙ୍କର ଭୋଳା ପଣକୁ ମନ୍ତ୍ର ବନାନ୍ତୁ ,ଜୀବନକୁ ଏକ ନୂଆ ଅର୍ଥ ମିଳିବ, ଜୀବନରେ ଥରେ ଏହି ବିଷୟରେ ଥରେ ଚିନ୍ତା କରନ୍ତୁ କାହିଁକି ନା ଭଗବାନ ଉପରେ ସବୁ ଦେଖୁଛନ୍ତି ତେଣୁ କୌଣସି ନିରୀହ ଲୋକକୁ ଏହା ଭାବି ଠକନ୍ତୁ ନାହିଁ କି ତମକୁ କେହି ଦେଖୁ ନାହାନ୍ତି ବୋଲି।

ତେଣୁ ଭଗବାନ ଉପରେ ସବୁ ଦେଖୁଛନ୍ତି ଯାହାକି ଏହାର ପ୍ରତି ବଦଳରେ ଆପଣକୁ ଆପଣଙ୍କ କର୍ମର ଫଳ ଭୋଗୀବାକୁ ପଡିବ । ଆଶା କରୁଛି ଆମର ଏହି ବିଷୟ ଆପଣଙ୍କ ଜୀବନରେ ଏକ ନୂଆ ଭାବ ଆଣିବ, ଯାହାକୁ ନେଇ ଆପଣ ଆପଣଙ୍କ ଜୀବନରେ କିଛି ଭୁଲକୁ ସୁଧାରି ପାରିବେ ଏବଂ କିଛି ଭୁଲ କରିବାରୁ ନିଜକୁ ଅଟକାଇପାରିବେ ।

Leave a Reply

Your email address will not be published. Required fields are marked *