December 8, 2024

Odia Express

Leading Odia News Portal of Odisha

କେବେ ଅମିତାଭଙ୍କ ଠାରୁ ଅଧିକା ଥିଲା ସମ୍ମାନ – ଏହି ଗୋଟେ ଭୁଲ୍ ପାଇଁ ହେଇଗଲେ ଏପରି ଯେ..

ଆମର ବଲିଉଡ୍ କଳାକାର ରିଲ୍ ଲାଇଫ୍ ସହ ଲୋକଙ୍କୁ ତାଙ୍କର ରିୟଲ୍ ଲାଇଫ୍ ବିଷୟରେ କଣ ଚାଲୁଛି ଏହା ଜାଣିବାକୁ ଇଚ୍ଛା ହୋଇଥାଏ । କିନ୍ତୁ ବହୁତଥର ଏମିତି ହୋଇଥାଏ କି ଆମେ ନିଜ ପସନ୍ଦର ବଲିଉଡ୍ କଳାକାରଙ୍କ ସବୁକଥା ସୁଚନା ନଥାଏ , ଓ ସବୁବେଳେ ଲାଇମ୍ ଲାଇଟ୍ ରେ ରହୁଥିବା ତାରକା ବଡ ଚିନ୍ତାରେ ପଡିଯାଆନ୍ତି । ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବୁ ସେ ବହୁତ ଲୋକପ୍ରିୟ ଅଟନ୍ତି , ଓ ସେ ଆଉ କେହି ନୁହେଁ ଦିଗଜ୍ଜ ଅଭିନେତା ଶଶି କାପୁର ଅଟନ୍ତି । ଶଶି କାପୁରଙ୍କ ବିଷୟରେ ଆମେ ସମସ୍ତେ ଜାଣିଛେ ସେ ନିଜ ଫିଲ୍ମ କ୍ୟାରିୟରରେ ଗୋଟେରୁ ବଳି ଗୋଟେ ହିଟ୍ ଫିଲ୍ମ ଦେଇଥିଲେ , ଓ ଏତିକି ନୁହେଁ ତାଙ୍କର ଗଣତି ସବୁବେଳେ ବଲିଉଡ୍ ଇଣ୍ତଷ୍ଟ୍ରିରେ ଏକ ବଡ ଧନୀ ଅଭିନେତାଙ୍କ ମଧ୍ୟରୁ ଜଣାଯାଉଥିଲା , କିନ୍ତୁ ଏହି କଥା ଆପଣଙ୍କୁ ଜାଣିକରି ବହୁତ ଆଶ୍ଚର୍ଯ୍ୟ ଲାଗିବ କି ଶଶି କାପୁର ନିଜ କିଛି ଭୁଲ୍ କାରଣରୁ ପୁରା ଭାବେ କରଜରେ ବୁଡିଗଲେ , ଓ ସେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା , ତେବେ ଆସନ୍ତୁ ଜାଣିବା କଣ ସେହି କାରଣ ଥିଲା ଶଶି କାପୁର ଜୀ ପୁରା କାଙ୍ଗାଳ ହୋଇଯାଇଥିଲେ ।

ଦିଗଜ୍ଜ ଅଭିନେତା ଶଶି କାପୁର ଜୀ ପ୍ରସିଦ୍ଧ ପ୍ରଡୁସର୍ ପୃଥିବୀ ରାଜଙ୍କ ଦ୍ୱିତୀୟ ପୁଅ ଥିଲେ , ତାଙ୍କର ଜନ୍ମ ୧୮ ମାର୍ଚ୍ଚ ୧୯୩୮ କୁ ମୁମ୍ବାଇରେ ହୋଇଥିଲା , ଓ ସେ ଲମ୍ବା ସମୟରୁ ରୋଗାକ୍ରାନ୍ତ ରହିଥିଲେ , ଶଶି କାପୁର ୪ ଡିସେମ୍ବର ୨୦୧୭କୁ ୭୯ ବର୍ଷ ବୟସରେ ମୁମ୍ବାଇରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କଲେ । ତାଙ୍କର ମୃତ୍ୟୁରେ ବଲିଉଡ୍ ଜଗତରେ ନୁହେଁ ବରଂ ପୁରା ଦେଶରେ ଶୋକର ଲହଡି ଖେଳିଯାଇଥିଲା । ଶଶି କାପୁର ଯେଉଁ ଭଳି ଏକ ଭଲ ଅଭିନେତା ଥିଲେ ସେମିତି ଏକ ଭଲ ପ୍ରଡୁସର୍ ବି ଥିଲେ , ଶଶି କାପୁର ଏକ ଫିଲ୍ମ ତିଆରି କରିଥିଲେ ଯାହାର ନାଁ ଥିଲା ଅଜୁବା, ସନ୍ ୧୯୯୧ ରେ ଆସିଥିବା ଏହି ଫିଲ୍ମ ଯେଉଁଥିରେ ଶଶି କାପୁର ହିଁ ଡାଇରେକ୍ଟ କରିଥିଲେ

ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଋଷି କାପୁର, ଡିମ୍ପଲ୍ କାପାଡିଆ ଓ ସୋନମ୍ ଲିଡ୍ ରେ ନଜର ଆସିଥିଲେ , ଓ ସେହି ସମୟରେ ଏହି ଫିଲ୍ମକୁ ତିଆରି କରିବାରେ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା,  ଫିଲ୍ମ ବକ୍ସ ଅଫିସରେ ପୁରା ଫ୍ଲପ୍ ହୋଇଗଲା,  ଶଶି କାପୁରଙ୍କୁ ୩,୫ କୋଟି ଟଙ୍କାର ଏକ ବଡ ଘାଟା ବି ହୋଇଗଲା , ଯାହାର ଭରଣା କରିବାପାଇଁ ଶଶି କାପୁର ନିଜ ପ୍ରୋପଟୀର କିଛି ଭାଗ ବିକ୍ରି କରିବାକୁ ପଡିଲା , ସେମିତି ଏହି ଫିଲ୍ମ ପ୍ଲପ୍ ହେବାପରେ ଶଶିକାପୁର ଆଉଥରେ ଏକ ଫିଲ୍ମ ପାଇଁ ପଇସା ଲଗଇବାର ଭୁଲ୍ କରିବସିଲେ , ସେ ୧୯୮୪ ରେ ଏକ ଆଉ ଫିଲ୍ମ କଲେ ଯାହାର ନାଁ ଥିଲା ଉତ୍ସବ, ଓ ଏହି ଫିଲ୍ମ ବି ସେମିତି ଭଲ କମାଲ୍ ଦେଖାଇପାରିଲା ନାହିଁ , ଯାହାର୍ କାରଣରୁ ଦେଢ କୋଟି ଟଙ୍କାର କ୍ଷତି ସହିବାକୁ ପଡିଲା ତାଙ୍କୁ,

ଏହି ପରି ଶଶି କାପୁର୍ ଦୁଇଟୀ ଫିଲ୍ମ କରିଥିଲେ ଓ ଦୁହେଁ ପୁରା ଶୋଚନୀୟ ପ୍ଲପ୍ ହୋଇଥିଲା,  ତାଙ୍କ ଉପରେ କରଜର ବୋଝ ବଢିଗଲା , ଯାହାର କାରଣରୁ ସେ ବହୁତ ପ୍ରୋପଟି ବିକ୍ରି କରିବାକୁ ବାଧ୍ୟ ହେଲେ , ଓ ତାଙ୍କର ଅବସ୍ଥା ବହୁତ ଶୋଚନୀୟ ହୋଇଗଲା , ଶଶି କାପୁରଙ୍କ ଏହି ହାଲାତ୍ ର ବିଷୟରେ ଏକ ଇଣ୍ଟରଭ୍ୟୁରେ ତାଙ୍କ ପୁଅ କୃର୍ଣ୍ଣାଲ୍ କହିଥିଲେ କି ସେ ବହୁତ ସାରା ହିଟ୍ ଫିଲ୍ମ ଦେବାପରେ ବି ୬୦ ଦଶକରେ ତାଙ୍କ ବାପାଙ୍କୁ କାମ ମିଳିବା ବନ୍ଦ ହୋଇଗଲା, ଯାହାର କାରଣରୁ ବହୁତ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିଲା,  ଘରର ଜିନିଷ ବି ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ସେ । ଶଶି କାପୁର ଫିଲ୍ମ କ୍ୟାରିୟରରେ ଯଦି କଥା ହେବା ସେ ବହୁତ ହିଟ୍ ଫିଲ୍ମ କରିଛନ୍ତି ଯେମିତି ଦିୱାର୍, ଆ ଗଲେ ଲଗ୍ ଯା, ସତ୍ୟମ୍ ଶିବମ୍ ସୁନ୍ଦରମ୍ , କଭି କଭି, ଫକିରା, ସୁହାଗ୍ , ଯବ ଯବ୍ ଫୁଲ୍ ଖିଲେ , ଚୋର୍ ମଚାୟେ ଶୋର୍ , ତ୍ରିଶୁଳ ପରି ବହୁତ ଫିଲ୍ମର ନାଁ ବି ସାମିଲ୍ ଅଛି ।

Leave a Reply

Your email address will not be published. Required fields are marked *