ବଲିଉଡ୍ ର ଏହି ଦିଗଜ୍ ଅଭିନେତ୍ରୀ ଗୋଟେ ହିଁ ବ୍ୟକ୍ତିଙ୍କୁ କରିଥିଲେ ୩ ଥର ବିବାହ ,ଏହା ଥିଲା ଅସଲ କାରଣ…
ବଲିଉଡ୍ ରେ ବିବାହ ହେବା ଓ ଭାଙ୍ଗିବା ନୁଆ କଥା ନୁହେଁ , ଏଠାରେ ଆସିବା ଦିନରୁ ବିବାହ କରିଥାନ୍ତି ଓ ତାହା ସହ କେବେ ପ୍ରେମ ହୋଇଯାଏ ତାହାପରେ ବ୍ରେକ୍ ଅପ୍ ହୋଇଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଚୁ ଯିଏକି ଜଣେ ବ୍ୟକ୍ତିଙ୍କୁ ତିନିଥର ବିବାହ କରିଥିଲେ , ହଁ ଆଜ୍ଞା ଆମେ କଥା ହେଉଛୁ ୧୧ ନଭେମ୍ବର ୧୯୩୬ ରେ ଜନ୍ମ ନେଇଥିବା ନେପାଳି ଭାରତୀୟ ଅଭିନେତ୍ରୀ ମାଲା ସିହ୍ନା ଙ୍କ ବିଷୟରେ । କୁହାଯାଏ କି ଯେବେ ୬୦ ଓ ୭୦ ଦଶକରେ ସୁନ୍ଦରତା ସହ ଅଭିନୟ ଦରକାର ପଡୁଥିଲା ତେବେ ଠାରୁ ମାଲା ସିଂହ୍ନାଙ୍କୁ ମନେ ପକାଯାଉଥିଲା, ସେହି ସମୟରେ ସିନେମାରେ ନିଜ ଅଭିନୟର ଏମିତି ଯାଦୁ ଦେଖାଇଥିଲେ କି ସମସ୍ତଙ୍କୁ ମତୁଆଲା କରିଦେଉଥିଲେ, ଅଭିନେତ୍ରୀ ମାଲା ସିହ୍ନା ୧୬ ବର୍ଷର ଥିଲେ ତେବେ ସେ ଆକାଶବାଣୀ କୋଲକାତାରେ ଗୀତ ଶୁଣାଉଥିଲେ , ଏକ ପରିଚିତ ଲୋକେ ତାଙ୍କୁ କହିଥିଲେ କି ପାର୍ଶ୍ୱଗାୟିକା ହେବା ପରିବର୍ତ୍ତେ ଅଭିନୟ ଉପରେ ଦୃଷ୍ଟି ଦେବେ , ଯାହା ଦ୍ୱାରା ଅଧିକା ସଫଳତା ମିଳିପାରିବ
ଏକ ଚିଠି ଲେଖିକରି ସେ ନିଜ ବାପାଙ୍କ ସହ ମୁମ୍ବାଇ ଏକ ନିର୍ମାତାଙ୍କୁ ଦେଖାକଲେ ଏକ ଘଣ୍ଟା ଅପେକ୍ଷା କରିବାପରେ ନିର୍ମାତା କହିଲେ କି ପ୍ରଥମେ ନିଜ ଚେହେରା କାଚରେ ଦେଖ , ଏତ୍ ବଡ ନାକ ନେଇକରି ହିରୋଇନ୍ ହେବାର ସ୍ୱପ୍ନ ଦେଖୁଛ , ଏହି କଥାକୁ ସେ ମାଲା ସିହ୍ନା କେବେ ଭୁଲିପାରିବେ ନାହିଁ । କହିଦେବୁ କି ମାଲା ନିଜ ବଲିଉଡ୍ ର ପ୍ରାରମ୍ଭିକ ସମୟରେ ଫିଲ୍ମକାର ଅମିତ୍ ଚକ୍ରବର୍ତ୍ତି ଙ୍କ ଫିଲ୍ମ ଆଚାର୍ଯ୍ୟ କିଶୋର ସାହୁ ଙ୍କ ହେଲମେଟ୍ ଥିଲେ , କିନ୍ତୁ ଦୁଃଖର ବିଷୟର ତାଙ୍କର ଦୁହେଁ ଫିଲ୍ମ ଅସଫଳ ହେଲା , ଓ ମାଲାଙ୍କ ବିଷୟରେ ଫିଲ୍ମ୍ ଇଣ୍ତଷ୍ଟ୍ରିରେ ନାନାପ୍ରକାରର କଥା ଚର୍ଚ୍ଚା ହେବାକୁ ଲାଗିଲା, ଯାହାପରେ ସେ ବି, ଆର୍ ବ୍ୟାନରର ତଳେ ୟଶ୍ ଚୋପ୍ରାଙ୍କ ନିର୍ଦ୍ଧେଶନାରେ ଫିଲ୍ମ ଧୁଲ୍ କା ଫୁଲ୍ ,ଏହି ଫିଲ୍ମ ଦର୍ଶକଙ୍କୁ ମାଲାଙ୍କ ଅଲଗା ରୁପ ଦେଖିବାକୁ ମିଳିଲା , ୟଶ ଚୋପ୍ରା ଙ୍କ ଟ୍ରିଟ୍ ମେଣ୍ଟରୁ ମାଲାଙ୍କ ଅଭିନୟ ଏମିତି ବାହାରିଲା ସବୁଆଡୁ ପ୍ରଶଂସା ମିଲିବାକୁ ଲାଗିଲା ।
ଏତିକି ନୁହେଁ ଏହାପରେ ମାଲା ସିଂ ସବୁ ବାଧାବିଘ୍ନ ପାର୍ କରିନେଲେ, ଓ ସେ ନରଗିସ୍, ମୀନା କୁମାରୀ ,ଗୀତା ବାଲି, ମଧୁବାଲା, ୱହିଦା ରେହମାନ୍, ନୁତନ, ଓ ବୈଜୟନ୍ତିମାଲା ଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଥିଲେ, ଅଭିନେତ୍ରୀ ମାଲା ସିହ୍ନା ବହୁତ ସୁପରହିଟ୍ ଫିଲ୍ମ ଦେଇଥିଲେ , ଗୁମରାହ୍, ପ୍ୟାଶା, ନିଲା ଆକାଶ, ଧୁଲ୍ କା ଫୁଲ୍, ଦୋ କଲିଆଁ, ଗୀତ୍ ,ଦିଲ୍ ତେରା ଦ୍ୱିୱାନା, ଅନପଢ ଆଦି , ୧୦୦ ରୁ ଅଧିକା ଫିଲ୍ମରେ ସେ ବହୁତ ଭଲ ଅଭିନୟ କଲେ , ବଲିଉଡ୍ ରେ କେଦାର ଶର୍ମାଙ୍କ କାରଣରୁ ସେ ଆଗକୁ ବଢିବାରେ ସଫଳତା ପାଇଥିଲେ ।
୧୬ ମାର୍ଚ୍ଚ ୧୯୬୮କୁ ସେ ନିଜ ସହ କଳାକାର ଚିନ୍ଦବରମ୍ ପ୍ରସାଦ ଲୋହନୀ ଙ୍କୁ ବିବାହ କରିଥିଲେ, କୁହାଯାଉଛି କି ମାଲା ପ୍ରଥମ ବିବାହ ରେଜିଷ୍ଟାର୍ ଅଫିସ୍ ରେ ହୋଇଥିଲା ଓ ଦ୍ୱିତୀୟ ବିବାହ ଇସାଇ ବିଧି ଅନୁସାରେ ଓ ତୃତୀୟ ବିବାହ ହିନ୍ଦୂ ରୀତିନୀତି ଅନୁସାରେ ହୋଇଥିଲା, ସେ ଏହି ତିନି ବିଧିରେ ବିବାହ ଗୋଟିଏ ବ୍ୟକ୍ତିଙ୍କୁ ହିଁ କରିଥିଲେ, ଏହା ସବୁ ସେ ନିଜ ବାପାଙ୍କ କହିବା ଅନୁଯାୟୀ କରିଥିଲେ, କାରଣ ତାଙ୍କ ବାପା ନେପାଳୀ ଭାରତିୟ ଥିଲେ ।
ତାଙ୍କର ଅଧିକାଂଶ ସମୟ ଏବେ ଘରେ କଟୁଛି , ୨୦୧୩ ରେ ଦାଦା ସାହେବ୍ ଫାଲକେ ଆୱାର୍ଡ ସମାରୋହରେ ସେ ଶେଷ ଥର ପବ୍ଲିକ୍ ମଧ୍ୟରେ ଦେଖାଦେଇଥିଲେ, ତାଙ୍କ ସଂମ୍ପର୍କୀୟ କହନ୍ତି କି ସେ ନିଜ ଝିଅ ପ୍ରତିଭା ସିହ୍ନାଙ୍କ ଅସଫଳତା କାରଣରୁ ନିରାଶ ରହୁଥିଲେ, ଓ ଧୀରେ ଧୀରେ ସବୁ ଜିନିଷରୁ ଦୁରେଇ ଗଲେ, ଗ୍ଲାମର ରୁ ଦୁରେଇଲା ପରେ ବହୁତ କଷ୍ଟ୍ ଲାଗେ , ଏହା ଏକ କଳାକାର ହିଁ ବୁଝିପାରିବ ।