December 9, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଉଚ୍ଚତା ବଢେଇବାର ଏକ ରାମବାଣ ଉପାୟ ବିଷୟରେ..

ଆପଣ ଜାଣିଥିବେ ଭଲ ଉଚ୍ଚତା ସେ ପୁଅ ହେଉ ଅବା ଝିଅ ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ।ଆପଣଙ୍କ ବ୍ୟକ୍ତିତ୍ୱ ଉଚ୍ଚତା ବଢିବା କାରଣରୁ ଆହୁରି ସୁନ୍ଦର ହୋଇଯାଏ।ଆଜିକାଲି ଛୁଆଙ୍କ ପାଖରେ ଦେଖାଯାଉଚିକି ସେମାନଙ୍କ ଉଚ୍ଚତା ଭଲ ଭାବରେ ବଢ଼ିପାରି ନଥାଏ ଆଉ ଯାହା ଆପଣଙ୍କ ଭଵିଷ୍ୟତରେ ବାଧା ପକେଇ ଥାଏ।ଆଜି ଆମେ ଆପଣଙ୍କୁ କହିବୁକି ଉଚ୍ଚତା ବଢ଼େଇବା ପାଇଁ କେଉଁ କେଉଁ ଉପାୟ ଆପଣ କରିପାରିବେ।ଯଦି ଆମେ କହିବୁ ପୁଅ ପିଲାଙ୍କ କଥା ତାହେଲେ ଏମାନେ ୧୦-୧୮ ବର୍ଷ ବୟସ ଭିତରେ ବହୁତ ଭଲ ବଢ଼ିଥାନ୍ତି।୧୮ ପରେ ଉଚ୍ଚତା ବଢେ କିନ୍ତୁ ଏତେ ବଢି ନଥାଏ ଯାହା ପ୍ରାୟ ୨୪ ରୁ ୨୫ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ।

ଝିଅ ପିଲାଙ୍କ ଭିତ୍ତରେ ଉଚ୍ଚତା ବଢିଥାଏ ପ୍ରାୟ ୧୦-୧୨ ବର୍ଷ ପର୍ଯ୍ୟନ୍ତ ମାନେ ଯେଉଁ ପର୍ଯ୍ୟନ୍ତ ମାସିକ ଧର୍ମ ଆସିବା ଆରମ୍ଭ ନହୋଇଯାଏ।ତାପରେ ଆଉ ଝିଅ ପିଲାଙ୍କ ଉଚ୍ଚତା ବଢିନଥାଏ।ଏହି ଉଚ୍ଚତା ବିଭିନ୍ନ ପ୍ରକାରର କାରଣରୁ ପ୍ରଭାବିତ ହୋଇଥାଏ ଯେମିତି ଜିନ୍ସ,ଖାଦ୍ୟ ପେୟ ଆଉ ଖରାପ ଜୀବନ ଶୈଳୀ,ଆଉ ଜଳବାୟୁ ଏଗୁଡିକ ଉପରେ ମଧ୍ୟ ନିର୍ଭର କରିଥାଏ।ମଣିଷ ଭିତରେ ଭିନ୍ନ ଭିନ୍ନ କାର୍ଯ୍ୟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ହର୍ମୋନ ଆମକୁ ମିଳିଥାଏ।ଆଉ ଯାହା ଭିତରେ ଉଚ୍ଚତା ସମ୍ବନ୍ଧୀୟ ହରମୋନ ଥାଏ ଆଉ ଯାହାକୁ ହ୍ୟୁମାନ ଗ୍ରୋଥ ହରମୋନ ବା ଏଚ. ଜି.ଏଚ କୁହାଯାଏ।ଆମ ମସ୍ତିଷ୍କର ପିଟୁଇ ଟାରୀ ଗ୍ଲାଣ୍ଡ ହରମୋନର ଏକ ମୁଖ୍ୟ ସ୍ରୋତ ହୋଇଥାଏ।ଯାହାଦ୍ୱାରା ଏଚ.ଜି.ଏଚ ନିର୍ଗତ ହୋଇଥାଏ ଆଉ ଏହା ଆମ ଶରୀର ପାଇଁ ବହୁତ ଲାଭ ଦାୟୀ ହୋଇଥାଏ।

ଆମ ଉଚ୍ଚତା ନବଢିବାରେ ଖାଇବାର ମଧ୍ୟ ମୁଖ୍ୟ ଭୁମିକା ରହିଥାଏ,ଆମ ଶରୀରରେ ଭିଟାମିନ-ଏ,ଭିଟାମିନ-ଡି ଆଦି କମ ହେଲେ ଆମ ଉଚ୍ଚତା ବଢ଼ିବାରେ ଅସୁବିଧା ହୋଇଥାଏ।ଏହା ବ୍ୟତୀତ ଭୋଜନ ଅସନ୍ତୁଳିତ କମ ପୋଷକ ତତ୍ୱ ବିଶିଷ୍ଟ ହେଲେ ମଧ୍ୟ ଏହି ଭଳି ଅସୁବବିଧା ହୋଇଥାଏ।ଏହା ବ୍ୟତୀତ ଯେଉଁମାନେ ବହୁତ ଅଳସୁଆ ହୋଇଥାନ୍ତି ସେମାନେ କେବେ ବଢ଼ିପାର୍ନ୍ତି ନାହିଁ।ଏହା ବ୍ୟତୀତ ଉଠିବା ବସିବା ଓ କାମ କରିବାର ଶୈଳି ମଧ୍ୟ ଅଲଗା ଅଲଗା ହୋଇଥାଏ।ଏହିପରି ଆମେ ବହୁତ ଜିନିଷ ଦେଖିଲେକି ଭିନ୍ନ ଭିନ୍ନ କାରଣରୁ ଆମେ ଉଚ୍ଚତା ବଢିପାରି ନଥାଏ।ଯେତେବେଳେ ଆମ ଉଚ୍ଚତା ବଢିବା ବୟସ ରେ ଆମେଏ ସବୁ ବିଷୟରେ ଧ୍ୟାନ ଦେଉନଥିଲେ।ଆଉ ଯେତେବେଳେ ଧ୍ୟାନ ଦିଅନ୍ତି ସେତେବେଳେ ସବୁ ସମୟ ଚାଲି ଯାଇଥାଏ ଆଉ ଆମେ ଚିନ୍ତାରେ ରହିଯାଉ।

ଆଜି ଆମେ ଜାଣିବା ଏମିତି କିଛି ଉପାୟ ଯାହା ଆମର ୨୫ ବର୍ଷ ପରେ ମଧ୍ୟ ଆମ ଉଚ୍ଚତା ବଢ଼େଇ ଥାଏ।ସେଥିପାଇଁ ଆମକୁ ଦରକାର ସତାବରୀ ଚୂର୍ଣ୍ଣ,ଅଁଳା ଚୂର୍ଣ୍ଣ ଆଉ ଅଶ୍ଵଗନ୍ଧା ଚୂର୍ଣ୍ଣ।ଏହା ବ୍ୟତୀତ ଏହା ଭିତରେ ଆମର ଆଵଶ୍ୟକ ବାଦାମ ଆଉ କଳା ଜିରା ଆଉ ପାନରେ ଖାଉଥିବା ଚୂନ।ଆସନ୍ତୁ ତିଆରି କରିବା ଏହି ଉପାୟଟି ଆମକୁ ପ୍ରଥମେ ଦରକାର ଅଶ୍ଵଗନ୍ଧା ଚୂର୍ଣ୍ଣ ଗୋଟେ ଚାମୁଚ।ତାପରେ ନେବା ଗୋଟେ ଚାମୁଚ ଅଁଳା ଚୂର୍ଣ୍ଣ,ତାପରେ ନେବା ଗୋଟେ ଚାମୁଚ ଶତାବରି ଚୂର୍ଣ୍ଣ।ତାପରେ ଆମେ ନେବା ଗୋଟେ ଚାମୁଚ କଳା ଜିରା।ତାପରେ ନେବା ୧୫ ଟି ବାଦାମ।ତାପରେ ଶେଷରେ ସେଥିରେ ଚୂର୍ଣ୍ଣ ପକେଇ ଭଲ ଭାବରେ ଗୋଳେଇ ନେବେ।ତାପରେ ସେ ସବୁକୁ ଗ୍ରାଇଣ୍ଡରରେ ପୁରେଇ ଭଲ ଭାବରେ ଗୁଣ୍ଡ କରିନେବେ।

ତାପରେ ଗୋଟେ ସଫା ଜାଗାକୁ ସେ ମିଶ୍ରଣ ସବୁକୁ କାଢି ନେବେ,ତାପରେ ଆମକୁ ସକାଳୁ ପ୍ରାୟ ଗୋଟେ ଚାମୁଚ ଆଉ ସନ୍ଧ୍ୟାରେ ଗୋଟେ ଚାମୁଚ କ୍ଷୀର ସହିତ ନେବାରେ ଅଛି।ଏଥିରେ ବ୍ୟବହାରରେ ଆସିଥିବା ଚୂନରେ କ୍ୟାଲସିୟମ ଥିବାରୁ ଆମ ଶରୀରର ହାଡ଼କୁ ମଜବୁତ କରେ।ଆପଣ ଗୋଟେ ଚୁଟିଲି ଚୂନକୁ ଗୋଟେ ଗିନା ଦହିରେ ମିଶେଇ ଖାଇ ପାରିବେ।ଏହାଦ୍ୱାରା ଆପଣଙ୍କ ଉଚ୍ଚତା ବଢିବା ସହିତ ଆପଣଙ୍କ ହାଡ଼ ଶକ୍ତ ହେବ।ଯେଉଁମାନଙ୍କ ପେଟରେ ପଥର ଅଛି ସେମାନେ ଚୂନର ବ୍ୟବହାର କରନ୍ତୁ ନାହିଁ।ଆପଣ ଦିନରେ ଅଧିକରୁ ଅଧିକ ମାତ୍ରାରେ ପାଣି ପିଇବା ଆଵଶ୍ୟକ।ଆଉ ତାପରେ ନିୟମିତ ଭାବରେ କୁସ୍ତି କସର୍ତ କରିବା ଆବଶ୍ୟକ ଅଟେ।

ପିଟୁଇଟାରୀ ଗ୍ଲାଣ୍ଡକୁ ସକ୍ରିୟ କରିବା ପାଇଁ ଆପଣଙ୍କୁ ଏକ ଧ୍ୟାନ ମୁଦ୍ରା କରିବା ଉଚିତ।ତେବେ ଆସନ୍ତୁ ଜାଣିବା କଣ ହେଉଛି ସେ ଯୋଗ ବା ପ୍ରାଣାୟମଟି।ଆମକୁ ଯେକୌଣସି କାନ୍ଥ କିମ୍ବା କାଗଜରେ ମୁଦ୍ରାକାରର ଗୋଲ କରି ତାଭିତରେ ଯେକୌଣିସ ରଙ୍ଗର ଗୋଟେ ଛୋଟ ଗୋଲ ବନେଇବେ ଆପଣ ତାକୁ ନିଜ କାନ୍ଥରେ ଟାଙ୍ଗି ଦେବେ ଆଉ ଏହାକୁ ଏମିତି ଟାଙ୍ଗିବେ ଯାହା ଆପଣଙ୍କ ମଠାର ମଝିଆ ମଝି ହେଇଥିବ।ଆଉ ଏହା ଠାରୁ ପ୍ରାୟ ୨୫-୩୦ ସେ.ମି ଦୂରରେ ଠିଆ ହୋଇ ନିଜ ଆଖି ପିତାକୁ ନପକେଇ ସେ ମଝିବଗୋଳକୁ ଦେଖିବାକୁ ଲାଗନ୍ତୁ।ଆଉ ତାର ୫ ମିନିଟ ପରେ ନିଜ ଦୁଇ ଆଇବ୍ରୋ ମଝିଭାଗରେ ଧ୍ୟାନ ଲଂବିବାକୁ ଚେଷ୍ଟା କର ଆଉ ତାପରେ ଆପଣଙ୍କ ପିଟୁଇ ଟାରି ଗ୍ଲାଣ୍ଡ ସକ୍ରିୟ ହୋଇଯିବ।ଏହାପରେ ଆମକୁ ଯୋଗରେ ପଶ୍ଚି ମୋତାସନ,ଶର୍ବାଙ୍ଗାସାନ,ହଲାସନ,
ଆଉ ଚକ୍ରାସନ କରିବା ଆବଶ୍ୟକ।କସର୍ତ ରେ ଆପଣଙ୍କୁ ପୁସଅପ କରିବାର ଅଛି।ଏହା ବ୍ୟତୀତ ଆପଣ ନିଜ ଉଚ୍ଚତା ବଢ଼େଇବା ପାଇଁ ଓଟର କ୍ଷୀର ପିଇ ପାରିବେ।ଏହି ସବୁ ଉପାୟ ପାଳନ କରିବା ଦ୍ୱାରା ଆପଣଙ୍କୁ ପ୍ରାୟ ୫-୬ ମାସ ଭିତରେ ଆପଣ ଏହାର ଫଳ ପାଇ ପାରିବେ।

Leave a Reply

Your email address will not be published. Required fields are marked *