September 12, 2024

Odia Express

Leading Odia News Portal of Odisha

କଣ ଆପଣ ଜାଣିଛନ୍ତି କେବେ ଖରାପ ହୋଇନଥାଏ ଗଙ୍ଗାଜଳ, କାରଣ ଜାଣିଲେ ଉଡିଯିବ ହୋସ୍

ହିନ୍ଦୁ ଧର୍ମଶାସ୍ତ୍ରରେ ଗଙ୍ଗାଜଳକୁ ସବୁଠାରୁ ପବିତ୍ର ବୋଲି ମାନାଯାଇଛି , କେଉଁ ବି ପୁଜା କିମ୍ବା ପବିତ୍ର କାର୍ଯ୍ୟରେ ଗଙ୍ଗାଜଳର ଛିଞ୍ଚନ ନିଶ୍ଚିତ ଭାବେ କରାଯାଇଥାଏ , ଓ ଏହାର କାରଣ ଏହାକି ଗଙ୍ଗାଜଳ ପବିତ୍ର ହୋଇଥାଏ , ଗଙ୍ଗାଜଳ ପବିତ୍ର ତ ହୋଇଥାଏ ଏହା ଆପଣ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ ଗଙ୍ଗାଜଳ କଣପାଇଁ ପବିତ୍ର ହୋଇଥାଏ , ଯାହା ଜାଣିଲେ ଆପଣଙ୍କର ବି ହୋସ୍ ଉଡିଯିବ , ତେବେ ଆସନ୍ତୁ ଜାଣିବା କଣ ସେହି କାରଣ ଯାହାଦ୍ୱାରା ଗଙ୍ଗାଜଳ କେବେ ଖରାପ ହୁଏ ନାହିଁ । ହରିଦ୍ୱାର ହେଉ କିମ୍ବା ପବିତ୍ର ଗଙ୍ଗାଘାଟ ଆପଣମାନେ ଦେଖିଥିବେ ଆଜିକାଲି ଲୋକେ ଗଙ୍ଗା ତଟରେ ଅଳିଆ କଚରାରୁ ନେଇକରି ଶବକୁ ବି ପକାଇଦିଅନ୍ତି , କିନ୍ତୁ ଏହାପରେ ବି ଆଜି ସେମିତି ଦେଖାଯାଇନାହିଁ କି ଗଙ୍ଗାର ପାଣି ଖରାପ ହୋଇଯାଇଛି,  ସେଥିରେ କେଉଁ ପ୍ରକାରର କୌଣସି ଦୁର୍ଗନ୍ଧ ଆସିଛି, ଲୋକେ ଆଜି ବି ଘରେ ଗଙ୍ଗାଜଳକୁ ସଂରକ୍ଷିତ କରି ରଖୁଛନ୍ତି

କେଉଁ ଘରରେ ତ ବହୁତ ବର୍ଷତଳର ପୁରୁଣା ଗଙ୍ଗାଜଳ ବି ମିଳିଥାଏ,  କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି ଏତେ ବର୍ଷ ରଖିବାପରେ ବି ସେହି ଗଙ୍ଗାଜଳରେ କୌଣସି ପ୍ରକାରର ପୋକ ଦେଖିବାକୁ ମିଳେ ନାହିଁ, ଓ ନା ରଙ୍ଗ ଖରାପ ହୋଇଥାଏ,  ନା କେଉଁ ପ୍ରକାରର ଗନ୍ଧ ଆସେ , ପୁରୁଣା ଜମାନାରୁ ଲୋକେ ଗଙ୍ଗା ପାଣିକୁ ପବିତ୍ର ଓ କିଟାଣୁ ରହିତ ମାନି ଆସିଛନ୍ତି , କିନ୍ତୁ ଏହା ପଛରେ ଅସଲ କାରଣ କଣ ଅଟେ , ଏହା ଜାଣିବାକୁ ଚେଷ୍ଟା ବୋଧେ କେହି କରିନାହାନ୍ତି ।

ଆପଣଙ୍କୁ କହିଦେବୁ କି ୧୯୮୦ ରେ ବ୍ରିଟେନର୍ ଏକ ବୈଜ୍ଞାନିକ ଅର୍ନେଷ୍ଟ ହକିଙ୍ଗ୍ ଗଙ୍ଗାର ପାଣିରେ କେବେ ଖରାପ ନ ହେବାର ପଛରେ କାରଣ ଜାଣିବାକୁ ଗଙ୍ଗାର ପାଣି ଉପରେ ରିସର୍ଚ୍ଚ କରିଥିଲେ , ଯାହାପରେ ସେ ଜାଣିପାରିଲେ କି ଗଙ୍ଗା ନଦୀରେ ଏକ ଅଜବ ଧରଣର ଭାଇରସ୍ ମିଳିଥାଏ , ଯାହା ଗଙ୍ଗାଜଳକୁ କେବେ ଖରାପ ହେବାକୁ ଦିଏ ନାହିଁ , ଏହି ବିଶେଷ ପ୍ରକାର ଭାଇରସ୍ କାରଣରୁ ଗଙ୍ଗାର ପାଣି ସ୍ୱଚ୍ଛ ରହିଥାଏ,  ଏଥିରେ କେଉଁ ପ୍ରକାରର କିଟାଣୁ ବା ଦୁର୍ଗନ୍ଧ ଜନ୍ମ ନେଇନଥାଏ, ଏହି ଭାଇରସ୍ କାରଣରୁ ଲୋକେ ଗଙ୍ଗାର ପାଣିକୁ ସ୍ୱଚ୍ଛ ଓ ଦୁର୍ଗନ୍ଧମୁକ୍ତ କହନ୍ତି , ଗଙ୍ଗାର ପାଣିରେ ଯେଉଁ ଭାଇରସ୍ ସବୁବେଳେ ଶୁଦ୍ଧ ବନାଇ ରଖିଥାଏ ତାହାର ନାଁ ହେଲା ନିନଜା ଭାଇରସ୍ ।

Leave a Reply

Your email address will not be published. Required fields are marked *