ATM ମେସିନ୍ ରୁ ବାହାର କରିପାରି ନାହାନ୍ତି ପଇସା କିନ୍ତୁ ଏକାଉଣ୍ଟରୁ କଟିଯାଇଛି, ତେବେ କରନ୍ତୁ ଏହି ଉପାୟ – ୨୪ ଘଣ୍ଟାରେ ଫେରିଆସିବ ପୁରା ପଇସା

କେବେ କେବେ ଆପଣଙ୍କ ସହ ଏମିତି ନିଶ୍ଚିତ ହୋଇଥିବ କି ଯେବେ ଆପଣ ଏଟିଏମ୍ ରୁ ପଇସା ବାହାର କରିବାକୁ ଯାଇଥିବେ ପଇସା ବାହାରିନଥିବ, ସମସ୍ୟା ଏହା ହୋଇନଥାଏ ପଇସା ବାହାରିବାର , ସମସ୍ୟା ତେବେ ହୋଇଥାଏ ଯେବେ ପଇସା ଆପଣଙ୍କ ହାତକୁ ଆସେ ନାହିଁ କିନ୍ତୁ ଏକାଉଣ୍ଟରୁ କଟିଯାଏ , କହିଦେବୁକି ଏହା ଏକ ଟେକନିକାଲ୍ ପ୍ରୋବ୍ଲେମ୍ କାରଣରୁ ହୋଇଥାଏ, ଓ ଏଟିଏମ୍ ରୁ ବାହାର ପଇସା ବାହାର କରୁଥିବା ବେଳେ ସରିର ଏକ ରସିଦ୍ ବାହାରି ଆସେ , ତାହାପରେ ଆମେ ୨-୩ ଥର୍ ଲଗାତାର ଚେଷ୍ଟା କରିଥାନ୍ତି , ବୋଧେ ଏହି ବିଷୟରେ ପଇସା ଆସିଯିବ କିନ୍ତୁ ଏମିତି ହୋଇନଥାଏ ,ତେବେ ଆମର ଦିମାଗରେ ଏହି କଥା ଆସେ କି କେଉଁଠି ଆମର ଖାତାରେ ପଇସା କଟିନଥିବ ଓ ସତରେ ଏମିତି ହୋଇଯାଇଥିବ ।
ଏମିତି ସ୍ଥିତିରେ ପ୍ରଶ୍ନ ଉଠେ କି ଏପରି ହାଲତ୍ ରେ କଣ ବା କରିବେ , କାରଣ ଖାତାରୁ ପଇସା କଟିଯିବାଓ ବ୍ୟାଙ୍କ୍ ରେ ତାପରେ ଏଟିଏମ୍ ଚକ୍କର କାଟିବା ବହୁତ କାମ ଛାଡିକରି ବହୁତ ଚିନ୍ତାର ବିଷୟର ହୋଇଯାଏ, ଏଥିପାଇଁ ଆପଣଙ୍କୁ ଅଧିକା ଚିନ୍ତା କରିବା ଦରକାର ପଡିବ ନାହିଁ , ଯେବେ ଆପଣଙ୍କ ସହ କିଛି ଏମିତି ପରିସ୍ଥିତି ହୋଇଯାଏ ତେବେ ଜରୁରୀ ଅଟେ କି ଟିକିଏ ବୁଦ୍ଧିମତାରୁ କାମ କରନ୍ତୁ , କାରଣ ବହୁତଥର ଦେଖାଯାଇଛି କି ହଡବଡିରେ କିମ୍ବା ନିରାଶ ହେବା ଯୋଗୁଁ ବହୁତ ଲୋକ ବିନା କେଉଁ ପ୍ରୁଫ୍ ରେ ଏହି କଥାର ଅଭିଯୋଗ କରି ବ୍ୟାଙ୍କ୍ ପହଞ୍ଚନ୍ତି , ଯାହାକି ତାଙ୍କୁ ଆଶ୍ୱସ୍ତି ମିଳିପାରେ ନାହିଁ , ଆଜି ଆମେ ଆପଣଙ୍କୁ କିଛି ଉପାୟମାନ କହିବ୍ବୁ, ଯାହାର ସାହାଯ୍ୟରେ ଆପଣ ଅନାବଶ୍ୟକ କଟିଯାଇଥିବା ପଇସାକୁ ସହଜରେ ବିନା କୌଣସି ଚିନ୍ତାରେ ଫେରିପାରିବେ , କହିଦେବୁ କି ଏମିତି ସମସ୍ୟା କାହା ସହ ବି ହୋଇପାରେ , ଯାହାପାଇଁ ଆର୍ ବିଆଇ କିଛି ଗାଈଡ୍ ଲାଇନ୍ସ ତିଆରି କରିଛି
ଆପଣଙ୍କୁ କହିଦେବୁ କି ଆର୍ ବିଆଇ ଗାଇଡଲାଇନ୍ସ ଅନୁସାରେ ଆପଣଙ୍କ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରନ୍ତୁ , କିମ୍ବା ଅନ୍ୟ କେଉଁ ବ୍ୟାଙ୍କର, କ୍ୟାଶ୍ ନ ବାହାରିଲେ ଓ ଏକାଉଣ୍ଟରୁ ପଇସା କଟିବା ସ୍ଥିତିରେ ଆପଣ ନିଜ ବ୍ୟାଙ୍କର କେଉଁ ନିକଟସ୍ଥ ବ୍ରାଞ୍ଚରେ ସଂମ୍ପର୍କ କରିପାରିବେ , କେବେ କେବେ ଏମିତି ହୋଇଥାଏ କି ଯଦି ବ୍ୟାଙ୍କ୍ ବନ୍ଦ ହୋଇଯାଇଛି କିମ୍ବା ଛୁଟିର ଦିନ ଅଛି ଏମିତି ସ୍ଥିତିରେ ବ୍ୟାଙ୍କର କଷ୍ଟମର୍ କେୟାର୍ କୁ କଲ୍ କରି ସମସ୍ୟା ବିଷୟରେ ଅବଗତ କରାଇପାରିବେ , ଓ ନିଜ ଅଭିଯୋଗ ଦର୍ଜ କରାଇପାରିଏବ୍ , ଆପଣଙ୍କ ସମସ୍ୟାର ସମାଧାନ ଜଲଦି ବାହାରିଆସିବ, ଏହାପାଈଁ ବ୍ୟାଙ୍କ ଅଧିକାଂଶଥର ଏକ ସପ୍ତାହ ସମୟ ନେଇଥାଏ ।
ଆପଣଙ୍କୁ ଏହା ବି କହିଦେବୁ କି ଏମିତି ସ୍ଥିତିରେ ଯେବେ ଆପଣ ନିଜ ବ୍ୟାଙ୍କ ସହ ସଂମ୍ପର୍କ କରିବାକୁ ଯିବେ ତେବେ ଏଟିଏମ୍ ରୁ ବାହାରିଥିବା ଫେଲଡ୍ ଟ୍ରାଞ୍ଜାକ୍ସନ୍ ବାଲା ରସିଦ୍ ନିଜ ପାଖରେରଖିବେ , ଯଦି ଟ୍ରାଞ୍ଜାକ୍ସନ୍ ସ୍ଲିପ୍ ନ ବାହାରେ ତେବେ ବ୍ୟାଙ୍କ୍ ଷ୍ଟେଟମେଣ୍ଟ ଦେଇପାରିବେ, ନିଜ ବ୍ରାଞ୍ଚରେ ଲିଖିତ ଅଭିଯୋଗ କରନ୍ତୁ , ଓ ଟ୍ରାଞ୍ଜାକ୍ସନ୍ ସ୍ଲିପର ଫଟୋକପି କରି ତାହା ସହ ଆଟାଚ୍ କରିବା ଭୁଲନ୍ତୁନାହିଁ
କହିବାକୁ ଚାହିଁବୁ କି ଟ୍ରାଞ୍ଜାକ୍ସନ୍ ସ୍ଲିପ୍ ଏଥିପାଇଁ ଜରୁରୀ ହୋଇଥାଏ କାରଣ ଏଥିରେ ଏଟିଏମ୍ ଆଇଡି, ଲୋକେସନ୍ ଆଦି ପ୍ରିଣ୍ଟ ହୋଇଥାଏ , ଯାହାର ସାହାଯ୍ୟରେ ବ୍ୟାଙ୍କ୍ ଏହା ପତ୍ତା ଲଗାଇପାରିବ କି ଆପଣଙ୍କ ସହ ଏମିତି କିଛି ହୋଇଛି , କିମ୍ବା ବ୍ୟାଙ୍କ୍ କୁ ଆପଣ ଠକୁଛନ୍ତି, ଅଧିକାରୀଙ୍କ ଅନୁସାରେ କଷ୍ଟମର ନିଜ ବ୍ୟାଙ୍କ୍ ଏଟିଏମ୍ ରୁ ପଇସା ବାହାରକରେ, ଓ କେଉଁ କାରଣରୁ ଏଟିଏମ୍ ରୁ ପଇସା ବାହାରିପାରେ ନାହିଁ , ତେବେ କମ୍ ସେ କମ୍ ୨୪ ଘଣ୍ଟା ଅପେକ୍ଷା କରିବା ଉଚିତ୍ , ସାଧାରଣତଃ ଦେଖାଯାଏ କି ବ୍ୟାଙ୍କ୍ ନିଜ ତରଫରୁ ହୋଇଥିବା ଭୁଲ୍ କୁ ଗୋଟେ ଦିନରେ ପଇସା କ୍ରେଡିଟ୍ କରିଦେଇଥାଏ