February 6, 2025

Odia Express

Leading Odia News Portal of Odisha

ସବୁ ଦିନ ଖୁଆନ୍ତୁ କାଉ ଓ ପିମ୍ପୁଡିଙ୍କୁ ଭୋଜନ, ହେବ ଏମିତି ଚମତ୍କାର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

କେବଳ ଆମ ଧର୍ମରେ ନୁହେଁ ବରଂ ଅନେକ ଧର୍ମରେ ପଶୁ ଓ ଜୀବଜନ୍ତୁଙ୍କୁ ଅଧିକା ମହତ୍ତ୍ୱ ଦିଆଯାଏ , ଏହି ପଶୁ କେଉଁ ନା କେଉଁ ଦେବୀ ଦେବତାଙ୍କ ବାହାନ ହୋଇଥାନ୍ତି , ଏବେ ପିମ୍ପୁଡିକୁ ନେଇଯାଆନ୍ତୁ , ପିମ୍ପୁଡି ଏକ ପରିଶ୍ରମୀ ପ୍ରାଣୀ ଅଟେ, ସେ ଦିନରାତି ପରିଶ୍ରମ କରିଥାଏ, ଓ ନିଜ ପରିବାର ସହ ଏକାଠି ମିଳିମିଶି ରହେ , ସେମିତି ପିମ୍ପୁଡି ସମସ୍ତଙ୍କ ଘରେ ଦେଖିବାକୁ ମିଳିଯିବେ କିନ୍ତୁ ବହୁତ୍ ଲୋକ ତାଙ୍କୁ ଅଣଦେଖା କରିଦିଅନ୍ତି , କିମ୍ବା ତାଙ୍କୁ ପାଦ ତଳେ ଚାପି ଦଳିଦିଅନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ଆପଣ ପିମ୍ପୁଡିଙ୍କୁ ଖାଇବା ଖୁଆନ୍ତି ତେବେ ସେମାନେ ଆପଣଙ୍କ ଭାଗ୍ୟ ବଦଳାଇଦେବେ ।

ପିମ୍ପୁଡି ଦୁଇପ୍ରକାରର ହୋଇଥାନ୍ତି – ଲାଲ୍ ପିମ୍ପୁଡି ଓ କଳା ପିମ୍ପୁଡି, ଶାସ୍ତ୍ରରେ ଲାଲ ପିମ୍ପୁଡି ଅଶୁଭ ମାନାଯାଇଛି, ଯେବେ କି କଳା ପିମ୍ପୁଡି ଶୁଭ ମାନାଯାଏ , ଯେଉଁ ବ୍ୟକ୍ତି ପିମ୍ପୁଡିକୁ ଅଟା ଓ ଚିନି ଖୁଆଇଥାଏ , ସେ ଲୋକ ବନ୍ଧନ ମୁକ୍ତ ହୋଇଯାଇଥାନ୍ତି , ତାଙ୍କ ପୁର୍ବଜନ୍ମ ପାପ ଧୋଇହୋଇଯାଏ , ଏତେ ନୁହେଁ ପିମ୍ପୁଡିଙ୍କୁ ଖାଇବା ଖୁଆଇଲେ ଆପଣଙ୍କୁ ପୁଣ୍ୟ ମିଳିଥାଏ,  ଓ ଜୀବନରେ ଆସୁଥିବା ସବୁ ବାଧା ଦୁରି ଭୁତ ହୋଇଯାଏ , ଯେଉଁ ଲୋକ ପିମ୍ପୁଡିକୁ ଖାଇବା ଦିଅନ୍ତି ତାଙ୍କ ଘରେ ସୁଖ ସମୃଦ୍ଧି ବାସ କରେ ।

ଯେବେ ଘରର ଛାତ ଉପରେ କାଉ ଆସି ବସେ , ତେବେ ବହୁତ ଲୋକେ ଏହି ପକ୍ଷୀକୁ ଅଣଦେଖା କରିଦିଅନ୍ତି , କିଛି ଲୋକ କଳା ପକ୍ଷୀ ବିଲକୁଲ୍ ପସନ୍ଦ କରନ୍ତି ନାହିଁ, ଓ ବହୁତ ଲୋକ ତାଙ୍କୁ ଭଗାଇଦିଅନ୍ତି , କିନ୍ତୁ ଆପଣଙ୍କୁ ଜଣାଅଛି କି ଏମିତି କରିବା କୁଣ୍ତଳୀରେ ବାସ୍ତୁଦୋଷ ପକାଇପାରେ , ଏଥିପାଇଁ କେଉଁ କାଉକୁ ପଥର ମାରିବା ଉଚିତ୍ ନୁହେଁ । କାଉ କୁ ଅମାବାସ୍ୟା ଓ ପୁର୍ଣ୍ଣିମା ଦିନ ଭୋଜନ କରାଇଲେ ଆମର ପୁର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ,ଏହି ପୁର୍ବଜ ଆପଣଙ୍କ କୁର୍ତ୍ତରୁ ପ୍ରସନ୍ନ ହୋଇଥାନ୍ତି , ଓ ସୁଖ ସମୃଦ୍ଧି ର ଆଶିର୍ବାଦ ଦିଅନ୍ତି , କିଛି ଲୋକଙ୍କ ଏହା ମାନିବାକଥା କି କାଉଙ୍କୁ ଭୋଜନ କରାଇଲେ ନକରାତ୍ମକ ଓ ଦାରିଦ୍ରତା ଦୁହେଁ ଶେଷ ହୋଇଯାଏ , ସେମିତି ଆପଣ କାଉକୁ ଯେ କୌଣସି ଭୋଜନ କରାଇପାରିବେ , କିନ୍ତୁ ଚାଉଳ ଦେଲେ ସବୁଠାରୁ ଅଧିକା ଲାଭ ମିଳିଥାଏ

Leave a Reply

Your email address will not be published. Required fields are marked *