December 2, 2024

Odia Express

Leading Odia News Portal of Odisha

କେବଳ ତିନି ଦିନରେ କ୍ୟାଲସିୟମର ଅଭାବ ଦୂର ହୋଇଯିବ – ନିଶ୍ଚୟ ଏହି ଉପାୟ ଜାଣିରଖନ୍ତୁ..

ଯଦି ଆପଣଙ୍କ ହାଡ ଦୁର୍ବଳ ଅଛି ,ଆପଣଙ୍କୁ ଉଠିବା ଏବଂ ବସିବା ବେଳେ କଷ୍ଟ ଅନୁଭବ ହେଉଛି ତେବେ ଆପଣଙ୍କ ଭିତରେ କ୍ୟାଲସିୟମ ର ଅଭାବ ଅଛି ।ଯଦି ଆପଣ କିଛି କାମ ନ କରିକି ବି ଆପଣଙ୍କୁ ଥକ୍କା ଲାଗୁଛି ,ରାତିରେ ଠିକ ସେ ନିଦ ହେଉନି ତେବେ ଆପଣଙ୍କ ଭିତରେ କ୍ୟାଲସିୟମ ର ଅଭାବ ଅଛି ।କ୍ୟାଲସିୟମ କେବଳ ଆପଣଙ୍କ ହାଡ ସହିତ ଜଡିତ ନଥାଏ ବରଂ ଏହା ଶରୀର ପାଇଁ ମଧ୍ୟ ଦରକାର। ଆମ ଶରୀର ରେ ୯୦ ଶତକଡା କ୍ୟାଲସିୟମ କେବଳ ହାଡ ଏବଂ ଦାନ୍ତ ରେ ଥାଏ ହେଲେ କ୍ୟାଲସିୟମ ଆମର ସ୍ନାୟୁ,ରକ୍ତ,ଏବଂ ହୃତପିଣ୍ଡ କୁ ବହୁତ ଅଧିକ ଦରକାର ପଡିଥାଏ।ମଣିଷର ବୟସ ବଢ଼ିବା ସହିତ ତାର କାମ କରିବାର କ୍ଷମତା ମଧ୍ୟ କମ ହୋଇଯାଇଥାଏ ଏବଂ ସେ ଦୁର୍ବଳ ହୋଇଯାଇଥାଏ ।

ଯେଉଁମାନେ ଅଧିକ ମିଠା ଖାଇଥାନ୍ତି,କଫି ପିଇଥାନ୍ତି , ସେମାନଙ୍କର ଶରୀର ରେ ମଧ୍ୟ କ୍ୟାଲସିୟମ ଅଭାବ ଦେଖାଯାଇଥାଏ। କେଉଁ କେଉଁ କାରଣରୁ ଶରୀର ରେ କ୍ୟାଲସିୟମ ର ଅଭାବ ଦେଖାଯାଇଥାଏ ଏହା ତ ସମସ୍ତେ ଜାଣିଛନ୍ତି ହେଲେ ଆପଣ କିପରି ଜାଣିବେ ଯେ ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ଅଛି ଆଉ ଆପଣ ଏହାର ଉପଚାର କରିବେ। ଆଜି ଆମେ ଆପଣମାନଙ୍କୁ
ଏପରି ଏକ ଟିପ୍ସ କହିବାକୁ ଯାଉଛୁ ଯାହା ୩ ଦିନ ମଧ୍ୟରେ ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ଦୂର କରିଦେବ। ୨ଟି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଗୋଟେ କୁ ଆପଣ ସକାଳେ ଖାଲି ପେଟରେ ଖାଇବେ ଏବଂ ଆଉ ଗୋଟେ ଆପଣ ସନ୍ଧ୍ୟା ସମୟରେ ଖାଇବାର ଅଧ ଘଣ୍ଟା ଆଗରୁ ଖାଇବେ।

ପ୍ରଥମ ଟିପ୍ସ ପାଇଁ ଆପଣଙ୍କୁ ଦରକାର ୫ ଟି ବାଦାମ ଏବଂ ଏକ ଗ୍ଲାସ କ୍ଷୀର।ଏଥିପାଇଁ ୫ ଟି ବାଦାମ ରୁ ଅଧିକ ବାଦାମ ନେବେ ନାହିଁ କାହିଁକିନା ଅଧିକ ବାଦାମ ଆପଣଙ୍କ ଦେହ ପାଇଁ ହାନୀକାରକ ହୋଇଥାଏ।।ଏହି ବାଦାମ କୁ ଏକ ପାତ୍ର ରେ ପାଣି ଦେଇ ଭିଜେଇକି ରଖିଦେବେ।ସକାଳେ ବାଦାମ ରୁ ଚୋପା ଛଡେଇଦେବେ ।ଏହି ବାଦାମ କୁ ଆପଣ ଏପରି ଚୋବେଇକି ଖାଇପାରିବେ ନହଲେ କ୍ଷୀରରେ ପକେଇକି ପିଇପାରିବେ।କେଉଁ ପ୍ରକାର ରେ ବି ଏହାକୁ ଖାଇପାରିବେ। ଯଦି ଆପଣ ଚୋବେଇକି ଖାଇବେ ତେବେ ଆପଣ ଖାଇସାରିବା ପରେ ଏକ ଗ୍ଲାସ ନଖ ଉଷୁମ କ୍ଷୀର ପିଇବେ।ଏହାକୁ ଆପଣ ଖାଲି ପେଟରେ ଖାଇବେ ସକାଳ ସମୟରେ।

ଦ୍ୱିତୀୟ ଟିପ୍ସ ବା ସନ୍ଧ୍ୟା ସମୟରେ ଆପଣ ଯେଉଁ ଟିପ୍ସ କରିବେ ତାହା ପାଇଁ ଆପଣ ବାଜରା ନେବେ।ଏହାକୁ ଆପଣ କିପରି ଖାଇବେ ଏବେ ଆସନ୍ତୁ ଜାଣିବା।ଏହା ଏପରି ଏକ ଜିନିଷ ଯାହା ସବୁ ଜାଗାରେ ମିଳିଯାଇଥାଏ।ଏହା ପାଇଁ ମଧ୍ୟ ଆପଣଙ୍କୁ ଏକ ଗ୍ଲାସ କ୍ଷୀର ଆବଶ୍ୟକ।ଏକ ଚାମଚ ବାଜରା କୁ ଆପଣ ଏକ ଗ୍ଲାସ ନଖ ଉଷୁମ କ୍ଷୀର ରେ ପକେଇବେ।ଏହାକୁ ଆପଣ ଖାଇବେ ସନ୍ଧ୍ୟା ସମୟରେ।ଯଦି ଆପଣ ଏ ସବୁ କରିବେ ତେବେ ଦେଖିବେ ୩ ଦିନ ଭିତରେ ଆଣ୍ଠୁ ଗଣ୍ଠି ବିନ୍ଧା ଭଲ ହୋଇଯିବ।ଆପଣଙ୍କ ଶରୀର ର ହାଡ ମଜଭୂତ ହୋଇଯିବ।

ଆପଣଙ୍କ ଶରୀରରେ କେବେ ବି କ୍ୟାଲସିୟମର ଅଭାବ ରହିବ ନାହିଁ।ଏହି ଟିପ୍ସ ଆପଣଙ୍କ ଶରୀରର କ୍ୟାଲସିୟମ କୁ ପୂରା କରିଥାଏ।ଆପଣଙ୍କୁ ଜୀବନରେ କେବେ ବି କ୍ୟାଲସିୟମ ବଢ଼େଇବା ପାଇଁ କୌଣସି ଔଷଧ ର ଆବଶ୍ୟକତା ପଡିବ ନାହିଁ।ଆପଣଙ୍କୁ ଏହି କ୍ୟାଲସିୟମ ଅଭାବ କାରଣରୁ କୌଣସି ରୋଗ ହେବ ନାହିଁ ଯେପରି ହାଡ ଦୁର୍ବଳ ହୋଇଯିବା,ଥକ୍କା ଲାଗିବା,ରାତିରେ ଭଲରେ ନିଦ ନ ହେବା। ଆଶା କରୁଛୁ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ।

Leave a Reply

Your email address will not be published. Required fields are marked *