December 7, 2024

Odia Express

Leading Odia News Portal of Odisha

ଜୀବନ ସାରା ସକାଳ ୪ ଟାରୁ ଉଠିବାର ସହଜ ଉପାୟ – ନିଶ୍ଚୟ ଏହି କଥା କୁ ପଢନ୍ତୁ..

ସକାଳୁ ଉଠିବାର ଅନେକ ଲାଭ ସମସ୍ତେ ଗଣେଇ ପାରିବେ କିନ୍ତୁ କେହି କୁହନ୍ତି ନାହିଁକି ସକାଳୁ କିପରି ଉଠିବେ।ଶରୀରକୁ ବିନା କୌଣସି କଷ୍ଟ ଦେଇ ସକାଳୁ ଶିଘ୍ର ଉଠିବା କିପରି ସେ ବିଷୟରେ ଜାଣିବା।ଆପଣ ଯେକୌଣସି କାମ କରୁଥାନ୍ତୁନା କାହିଁକି ଆପଣଙ୍କ ସକାଳୁ ଉଠିବା ଅଭ୍ୟାସ ଆପଣଙ୍କ କୌଣସି କ୍ଷତି କରିନଥାଏ।ଆମେ ଆପଣଙ୍କୁ କହି ରଖୁଛୁକି ସକାଳୁ ଉଠିବାର ସହଜ ଉପାୟ ଏହାଠାରୁ ଆଉ କୌଣସି ନଥିବ।ଆପଣ କହି ପାରିବେକି ଆପଣ ନିଜ ଜୀବନରେ କେତେ ସମୟ ନଷ୍ଟ କରିଛେ।କଣ ହେବନା ଆପଣଙ୍କ ପାଖକୁ ମେସେଜ ଆସିବ ରାତିରେ ୯ ଟାରେ କି ଆପଣଙ୍କ ପରୀକ୍ଷା ଆର ମାସରେ ହେବାକୁ ଯାଉଛି।ଆଉ ତାର ସାଙ୍ଗେ ସାଙ୍ଗେ ଆମ ମୋବାଇଲରେ ଆଲାରାମ ଲଗାହୋଇ ଯାଇଥାଏ।

ଆଉ ଭଲ କଥା ଏହା ହୋଇଥାଏକି ଆପଣ ସେଦିନ ସକାଳୁ ଉଠି ଯିବେ,ଆପଣ ଧ୍ୟାନ ଦବାର କଥା ଏହାକି ୨ ଦିନ ଉଠିବେ ୩ଦିନ ଉଠିବେ ପ୍ରାୟ ୫ ଦିନ ବେଳକୁ ଆପଣ ଆଲାରାମ ବନ୍ଦ କରିଦେବେ ନହେଲେ ଆପଣ ନିଜର ଉଠିବା ସମୟ ପରିବର୍ତ୍ତନ କରିନେବେ ସେଇ ଆପଣଙ୍କ ଦୈନନ୍ଦିନ ସମୟକୁ।ଆଉ ଆପଣଙ୍କ ଶିଘ୍ର ଉଠିବା ପ୍ଲାନ ସବୁ ଖରାପ ହୋଇଯିବ ବା ବିଫଳ ହୋଇଯିବ।ଆଉ ଏହା ବିଫଳ ହେବାର କାରଣ ଯଦି ଆପଣ ଜାଣିଗଲେ ତାହେଲେ ତାର ସମାଧାନ ପାଇ ଯିବେ।ଏହାର କାରଣ ହେଲା ଆପଣ ପ୍ରଥମେ ପ୍ରଥମେ ଯେଉଁ କାମ କରିବେ ଆପଣଙ୍କ ଶରୀର ତାକୁ ବହୁତ ସପୋର୍ଟ କରିବ ଓ ତାପରେ କିଛିଦିନ ପରେ ଆପଣଙ୍କ ଶରୀର ଥକି ଯିବ।ଆପଣ ଧର ସକାଳେ ୭ ଟାରୁ ଉଠୁଛନ୍ତି।

ତାପରେ ଆପଣ କଣ କରିବେନା ଆପଣ ନିଜ ମନରେ ସୁନିଶ୍ଚିତ କରିନେବେ କି ଆପଣଙ୍କୁ ରାତି ୪ ଟାରୁ ଉଠିବାର ଅଛି।ଆଉ ଯୋସରେ ଆସି ଆପଣ ସକାଳ ୪ ଟାରୁ କି ୩ ଟାରୁ ଆଲାରାମ ଲଗେଇ ଦିଅନ୍ତି ଏହାହିଁ ଆପଣଙ୍କ ସବୁଠାରୁ ବଡ଼ ଭୁଲ ହୋଇଥାଏ।ଆପଣ ପିଲା ବେଳେ କଇଁଛ ଆଉ ଠେକୁଆ ଗପ ଶୁଣିଥିବେ ଏଠାରେ ଆପଣଙ୍କ ଜୀବନରେ ସେଇଆ ହିଁ ହେଉଛି।ଧୀରେ ଚାଲ କିନ୍ତୁ ଅନବରତ ଚାଲନ୍ତୁ।ଆପଣଙ୍କୁ ଭାବିବାର ଅଛି ଆପଣଙ୍କର ଯେଉଁ ଅଭ୍ୟାସ ଆଗରୁ ଅଛି ଆପଣ ତାକୁ ଭାଙ୍ଗିବାର ଅଛି।ଆପଣଙ୍କୁ ଏକାଥରେ ୩ ଘଣ୍ଟା ପୂର୍ବରୁ ଉଠିବାର ନାହିଁ ଆପଣଙ୍କୁ କେଵଳ ମିନିଟ ମିନିଟ କରି ଶିଘ୍ର ଉଠିବାର ଅଛି।ହଁ ଆପଣଙ୍କୁ ସେମିତି କରିବାକୁ ମାସେ ଲାଗିପାରେ ଦୁଇ ମାସ ଲାଗିପାରେ କିନ୍ତୁ ଆପଣ ତାକୁ ପ୍ରୟାସ କରନ୍ତୁ ଯାହା ଆପଣଙ୍କ ଭବିଷ୍ୟତରେ କାମରେ ଆସିବ।

ମାନେ କହିବାର ଅର୍ଥ ଆପଣ ଆଜିକା ମୟରେ ୭ ଟାରେ ଉଠୁଛନ୍ତି ତାହେଲେ ଆମକୁ ତାର ପ୍ରାୟ ତିନି ମିନିଟ ପୂର୍ବରୁ ଉଠିବାର ଅଛି ମାନେ ୬.୫୭ ରେ।ଯେଉଁଠି ଆପଣ ୮ ଘଣ୍ଟା ମାନେ ୪୮୦ ମିନିଟ ସୋଉଥିଲ ଆପଣଙ୍କୁ ସେଠାରେ ୪୭୭ ମିନିଟ ଶୋଇବାର ଅଛି।ଆଉ ଏହି ଛୋଟ ପରିବର୍ତ୍ତନ କରିବାରେ ଆପଣଙ୍କ ମସ୍ତିଷ୍କ ଓ ଶରୀରରେ କୌଣସି ପ୍ରଭାବ ପଡିବ ନାହିଁ।ଆଉ ତାପର ଦିନ ଆପଣ ମଧ୍ୟ ସେଇଆ କରିବେ ଆଉ ତାର ୩ ମିନିଟ ପୂର୍ବରୁ ଆଲାରାମ ଦେବେ ମାନେ ୬.୫୪ରେ ଏମିତି ଧୀରେ ଧୀରେ କରି ଆପଣଙ୍କ ଅଭ୍ୟାସର ଆପଣ ପରିବର୍ତ୍ତନ କରିବେ।ଆଉ ଏମିତି ଦିନ ଆସିବ ଆପଣ ଧୀରେ ଧୀରେ ଆଉ ବହୁତ ଶିଘ୍ର ନିଜର ଗୋଳକୁ ଆଚିଭ କରିନେବେ।ତାପରେ ଆପଣ ଏମିତି କରି ଦେଖିବେ ପ୍ରାୟ ୪୦ ଦିନ ପରେ ଆପଣ ୭ ଟା ପରିବର୍ତ୍ତେ ୫ ଟାରେ ଉଠିବାକୁ ଲାଗିବେ।ତାପରେ ପୁରା ୬୦ ଦିନ ପରେ ଆପଣ ବହୁତ ସହଜରେ କୌଣସି ଅସୁବିଧାରେ ଆପଣ ୪ ଟାରେ ଉଠି ପାରିବେ।ଆଉ ଏହି ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ବହୁତ ସାହାଯ୍ୟ କରିବ।

ଆଉ ଗୋଟେ କଥା ଧ୍ୟାନ ରଖିବେକି ଆପଣଙ୍କୁ ରାତିରେ ୯ ଟାରେ ଶୋଇବାର ଅଛିମାନେ ଶୋଇବାର ଅଛି।ଆଉ ସକାଳୁ ଉଠିବାର ଲାଭ ହେଉଛି ଆପଣ ସକାଳୁ ଉଠି ପଢ଼ି ପାରିବେ ଓ ସକାଳ ସମୟରେ କେହି ଆପଣଙ୍କ ପାଠ ପଢ଼ାରେ ବ୍ୟାଘାତ ଦେବାକୁ ନଥିବେ।ଆଉ କୁହାଯାଏକି ସକାଳର ୩ ଘଣ୍ଟା ଦିନର ୮ ଘଣ୍ଟା ସହିତ ସମାନ ହୋଇଥାଏ।ଏହି ଅଭ୍ୟାସ ଆପଣଙ୍କ ଜୀବନର ଆଗକୁ ଆପଣଙ୍କୁ ବହୁତ ସାହାଯ୍ୟ କରିବ।ତେଣୁ ଆପଣ ଏକାଥରେ ନୁହଁ ଏହି ଭଳି ଧୀରେ ଧୀରେ ନିଜର ଅଭ୍ୟାସକୁ ପରିବର୍ତ୍ତନ କର।

Leave a Reply

Your email address will not be published. Required fields are marked *