ଅନ୍ୟମାନଙ୍କ ଠାରୁ ଏହି 5ଟି ଜିନିଷ କେବେ ମାଗିକରି ନିଜ ପାଖରେ ରଖନ୍ତୁ ନାହିଁ, ହୋଇପାରେ ଦୁର୍ଭାଗ୍ୟର କାରଣ, ଜାଣନ୍ତୁ କଣ

ପ୍ରତ୍ୟେକ ମନୁଷ୍ୟର ନିଜର ଅଲଗା ଶକ୍ତି ହୋଇଥାଏ। କୁହନ୍ତି ଯେ ଏହି ଶକ୍ତି ଆମ ଆଖପାଖର ଲୋକଙ୍କୁ କିମ୍ବା ଆମ ଦ୍ଵାରା ବ୍ୟବହାର କରାଯାଇଥିବା ଜିନିଷକୁ ପ୍ରଭାବିତ କରିଥାଏ। ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ନକରାତ୍ମକ ଏବଂ ସକାରାତ୍ମକ ଶକ୍ତି ଦ୍ଵାରା ପୂର୍ଣ୍ଣ ହୋଇଥାନ୍ତି। ଆମ ଆଖପାଖର ଲୋକମାନେ ଏମାନଙ୍କ ମଧ୍ୟରୁ କୌଣସି ଶକ୍ତି ଦ୍ଵାରା ପ୍ରଭାବିତ ହୋଇପାରନ୍ତି । ଅନ୍ୟମାନଙ୍କର ଶକ୍ତିକୁ ନେଇ ବାସ୍ତୁରେ ଏକ ବହୁତ ଜରୁରୀ କଥା କୁହାଯାଇଛି । ବାସ୍ତୁରେ କୁହାଯାଇଛି ଯେ ଅନ୍ୟମାନଙ୍କର କିଛି ଜିନିଷକୁ ଆମେ କେବେ ଆମ ପାଖରେ ରଖିବା ଉଚିତ ନୁହେଁ । ଯଦି ଆପଣ ସେମାନଙ୍କ ଜିନିଷ ନିଜ ପାଖରେ ରଖନ୍ତି କିମ୍ବା ବ୍ୟବହାର କରିବେ ତ ସେମାନଙ୍କର ନକରାତ୍ମକ/ସକାରାତ୍ମକ ଶକ୍ତି ଆପଣଙ୍କ ଭିତରେ ପ୍ରବେଶ କରିପାରେ। ଅନ୍ୟମାନଙ୍କର ଏହି 5ଟି ଜିନିଷ ନିଜ ପାଖରେ ରଖିବା ଉଚିତ ନୁହେଁ । ଯଦି ଆପଣଙ୍କ ପାଖରେ ସେମାନଙ୍କର ଏହି ଜିନିଷ ଅଛି ତ ବ୍ୟବହାର ପରେ ତୁରନ୍ତ ଫେରେଇ ଦିଅନ୍ତୁ ।
ପୋଷାକ: ବାସ୍ତୁ ଅନୁଯାୟୀ ଅନ୍ୟମାନଙ୍କର ପୋଷାକ ପିନ୍ଧିବା ଉଚିତ ନୁହେଁ। ଅନ୍ୟମାନଙ୍କର ପୋଷାକ ପିନ୍ଧିବା ଦ୍ଵାରା ସେମାନଙ୍କର ନକରାତ୍ମକ ଶକ୍ତି ଆମ ଭିତରକୁ ପ୍ରବେଶ କରିବାରେ ଲାଗେ। ଏଥିପାଇଁ ସବୁବେଳେ ଅନ୍ୟମାନଙ୍କର ପୋଷାକ ପିନ୍ଧିବାରୁ ନିବୃତ୍ତ ରହିବା ଆବଶ୍ୟକ। କୌଣସି ବି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ନିଜର ପୋଷାକ ହିଁ ପିନ୍ଧି ଯାଆନ୍ତୁ । ଏହା ବ୍ୟତିତ କାହାର ଜୋତା ମଧ୍ୟ ପିନ୍ଧିବା ଉଚିତ ନୁହେଁ ।
କଲମ: ଅନେକ ସମୟରେ କାହାର କଲମ ନେଇଯାଉ ଏବଂ ତାପରେ ତାଙ୍କୁ ଫେରାଇ ନଥାଉ। ଯଦି ଆପଣଙ୍କୁ କେବେ କୌଣସି କାମ ନିମନ୍ତେ କାହାର କଲମ ନେବା ଦରକାର ହୁଏ ତ କାମ ହେବା ପରେ ତୁରନ୍ତ ତାହା ଫେରେଇ ଦିଅନ୍ତୁ। ବାସ୍ତୁ ଅନୁଯାୟୀ କୁହାଯାଏ ଯେ କାହାର କଲମରେ କାମ କରି ତାଙ୍କୁ ତୁରନ୍ତ ନାଫେରାଇଲେ ତ ଟଙ୍କାର କ୍ଷତି ହୋଇପାରେ। ପଇସା ଦେଣନେଣ ସହିତ ଜଡିତ କଥାରେ ଉତ୍ତେଜନା ଆସିଥାଏ।
ଶଙ୍ଖ: କେବେ ମଧ୍ୟ ନିଜର ଶଙ୍ଖ ଅନ୍ୟମାନଙ୍କୁ ଦିଅନ୍ତୁ ନାହିଁ । ଶଙ୍ଖ ମାଆ ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ବାସ୍ତୁ ଅନୁଯାୟୀ ଯଦି ଆପଣ କାହାକୁ ଶଙ୍ଖ ଦେଉଛନ୍ତି ତ ଏହାର ଅର୍ଥ ନିଜର ଲକ୍ଷ୍ମୀ କାହାକୁ ଦେବା ହୋଇଥାଏ। ଏଥିପାଇଁ କେବେ ନିଜର ଶଙ୍ଖ କାହାକୁ ଦିଅନ୍ତୁ ନାହିଁ । ପୂଜା ଆଦି ନିମନ୍ତେ ଯଦି କାହାକୁ ଶଙ୍ଖର ଆବଶ୍ୟକତା ହୋଇଥାଏ ତ ସମ୍ଭବ ହେବ ଯଦି ସେଠାକୁ ଯାଇ ଆପଣ ସ୍ଵୟଂ ଶଙ୍ଖ ବଜାନ୍ତୁ ଏବଂ ତାପରେ ଫେରେଇ ତାହାକୁ ଗଙ୍ଗାଜଳରେ ଧୋଇ ପବିତ୍ର କରି ତାହାର ସ୍ଥାନରେ ରଖିଦିଅନ୍ତୁ ।
ଘଡି: ବାସ୍ତୁ ଅନୁଯାୟୀ ହାତରେ ପିନ୍ଧୁଥିବା ଘଡି ମଧ୍ୟ ମନୁଷ୍ୟ ଜୀବନ ଉପରେ ଭଲ ପ୍ରଭାବ ପକେଇ ଥାଏ। ଏହା କୁହାଯାଏ ଯେ ଅନ୍ୟମାନଙ୍କର ଘଡି କୁ ନିଜର ମଣିବନ୍ଧରେ ବାନ୍ଧିବା ଉଚିତ ନୁହେଁ କାରଣ ସେହି ବ୍ୟକ୍ତିଙ୍କର ନକରାତ୍ମକ ଶକ୍ତି ଆମ ପାଖକୁ ଆସିଯାଇଥାଏ ଏବଂ ଆମେ ଜୀବନରେ ଉଚ୍ଚତାକୁ ସ୍ପର୍ଶ କରିପାରିନଥାଉ । ଆମ ଦ୍ଵାରା କରାଯାଇଥିବା ସମସ୍ତ ପରିଶ୍ରମ ମଧ୍ୟ ବେକାର ଯାଏ, ଯେଉଁ କାରଣରୁ ଆମେ ଅସଫଳତାର ସମ୍ମୁଖୀନ ହୋଇଥାଉ ।
ବିଛଣା: ଅନ୍ୟମାନଙ୍କର ବିଛଣା ମାନେ ସୟନକକ୍ଷର ବ୍ୟବହାର ବିଲକୁଲ କରିବା ଉଚିତ ନୁହେଁ । ଏପରି କୁହାଯାଏ ଯେ ଅନ୍ୟମାନଙ୍କର ଶୟନକକ୍ଷ କିମ୍ବା ବିଛଣାର ବ୍ୟବହାର ଦ୍ଵାରା ବାସ୍ତୁ ଦୋଷ ବଢିଥାଏ। ତାସହ ଏପରି କରିବା ଦ୍ଵାରା ଆପଣଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ହୁଏ କିମ୍ବା କାହାଠାରୁ କରଜ ନେବାକୁ ପଡିଥାଏ