February 6, 2025

Odia Express

Leading Odia News Portal of Odisha

ଛୋଟଛୋଟ କଥାରେ କାନ୍ଦୁଥିବା ଝିଅମାନେ ଏପରି ହୋଇଥାନ୍ତି – ଏମାନଙ୍କ ସ୍ଵଭାଵ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ

ଆପଣମାନେ ଦେଖିଥିବେ କି ଝିଅ ପିଲାମାନେ ଛୋଟ ଛୋଟ କଥାରେ ମନ ଦୁଃଖ କରିଥାନ୍ତି।ଆଉ କାନ୍ଦି ମଧ୍ୟ ପକାନ୍ତି।ହେଲେ ବହୁତ ଲୋକ ତାଙ୍କର ଏହି ଗୁଣ ପାଇଁ ତାଙ୍କ ମଜାକ ଉଡାନ୍ତି।ଆଉ ଏହି ଗୁଣର ଫାଇଦା ମଧ୍ୟ ଉଠେଇଥାନ୍ତି।କେବେଳ ଏତିକି ନୁହେଁ ତାଙ୍କ ଉପରେ ଲୋକ ହସନ୍ତି ମଧ୍ୟ।ହେଲେ ଆଜି ଆମେ ଆପଣଙ୍କୁ ସେମାନଙ୍କର ଏମିତି ଗୁଣ କହିବୁ ଯାହାକୁ ଜାଣିବା ପରେ ଆପଣ ତାଙ୍କ ଉପରେ କେବେହେଲେ ହସିବେ ନାହିଁ।ଆଉ ଏମାନଙ୍କର ବହୁତ ସମ୍ମାନ କରିବେ।ତେବେ ଆସନ୍ତୁ ଜାଣିବା କେମିତି ହୋଇଥାନ୍ତି,କଥାକଥା ରେ କାନ୍ଦୁଥିବା ଝିଅମାନେ।ଆପଣମାନଙ୍କୁ ଆମେ ଜଣାଇଦେବାକୁ ଚାହୁଁଛୁ ଯେ ଯେଉଁ ଝିଅମାନେ ଛୋଟଛୋଟ କଥାରେ କାନ୍ଦି ପକାନ୍ତି ସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ।ଆଉ ନିଜ ଭାବନାକୁ ଏମାନେ ନିୟନ୍ତ୍ରିତ କରିପାରନ୍ତି ନାହିଁ।ଆଉ କାନ୍ଦି ପକାନ୍ତି।ଏହି ପ୍ରକାରର ଝିଅମାନଙ୍କ ପ୍ରେମ ପଵିତ୍ର ହୋଇଥାଏ।ଏହିମାନେ ଅନ୍ୟର ଭାବନାକୁ ବହୁତ ଜଲଦି ଜାଣିପାରନ୍ତି।ଅନ୍ୟପ୍ରକାରରେ କହିଲେ ଏହିମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି।

ଏମାନେ ଭୁଲରେ ମଧ୍ୟ କାହାର ମନରେ କଷ୍ଟ ଦେଇନଥାନ୍ତି କିମ୍ବା କାହାର ହୃଦୟକୁ ଭାଙ୍ଗିଦିଅନ୍ତି ନାହିଁ।କାହାର ଫାଇଦା ଉଠେଇବା କାହା ସହ ନିଜ ମତଲବ ପାଇଁ କଥା ହେବା ଏମାନେ ଜାଣିନଥାନ୍ତି।ଏହି ଝିଅମାନେ କାହାକୁ ସାହାଯ୍ୟ ମାଗନ୍ତି ନାହିଁ।ଯାହା ଫଳରେ ଏମାନେ ବହୁତ ଏକା ଅନୁଭବ କରନ୍ତି।ଆଉ ଦୁଃଖରେ ଆଖିରୁ ଲୁହ ଝରିଆସେ।ଏହି ଝିଅମାନେ ଅନ୍ୟ ଝିଅଙ୍କ ପରି ହୋଇନଥାନ୍ତି।ଆଉ ଭାବନ୍ତିନି କି ସେମାନେ କାନ୍ଦିଲେ ଅନ୍ୟଜଣେ କଣ ଭାବିବ।ଯଦି କେହି ଜଣେ ଏହି ଝିଅମାନଙ୍କୁ ଖରାପ କୁହନ୍ତି ତେବେ ସେମାନେ ସଙ୍ଗେ ସଙ୍ଗେ କାନ୍ଦିପକାନ୍ତି। କେବେହେଲେ ଅନ୍ୟ ଝିଅଙ୍କ ପରି ନିଜ ମନ ଭିତରେ କଥାକୁ ଦବେଇକି ରଖନ୍ତି ନାହିଁ।ଆଉ କେବେ କୁହନ୍ତି ନାହିଁ ଯେ ପରେ ଦେଖିନେବି।ଯଦି କଥାଟି ଭୁଲ ହେଇଥାଏ ତେବେ ସଙ୍ଗେସଙ୍ଗେ ଏହାକୁ ଭୁଲ ବୋଲି କହିଥାନ୍ତି।ଏମାନେ କାହା ସହ ଝଗଡା କରିବାକୁ କିମ୍ବା କଥାକୁ ବଢ଼େଇବାକୁ ଚାହାନ୍ତି ନାହିଁ।

ଯଦି ଆପଣଙ୍କ ପାଇଁ ଏପରି ଝିଅ ମିଳନ୍ତି ତେବେ ଆପଣ କେବେହେଲେ ତା ଉପରେ ରାଗନ୍ତୁ ନାହିଁ।ତାଙ୍କୁ ବୁଝାନ୍ତୁ ସର୍ବଦା ସେମାନଙ୍କ ପ୍ରେମପୁର୍ବକ କଥା ହୁଅନ୍ତୁ।ହେଲେ କିଛି ସ୍ୱାମୀ ଏମିତି ଅଛନ୍ତି ଯେଉଁମାନେ ସ୍ତ୍ରୀର କାନ୍ଦକୁ ଦେଖି ଅଧିକ ରାଗିଯାଇଥାନ୍ତି।ଆଉ ତାଙ୍କ ମନ କଥା ନଭାବି ଖାଲି ନିଜ କଥା ଚିନ୍ତା କରିଥାନ୍ତି।ଯଦି ଆପଣଙ୍କ ପତ୍ନୀ ଆପଣଙ୍କ କଥାରେ ଭାବୁକ ହୋଇଯାଏ,ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି।କାହିଁକିନା ଆପଣଂକୁ ଏମିତି ପତ୍ନୀ ମିଳିଛି ଯିଏ ଆପଣଂକୁ କେବେହେଲେ ଧୋକା ଦେବନାହିଁ।ଆଉ ଏହି ଝିଅମାନଙ୍କ ଏକ ବହୁତ ଭଲ ଗୁଣ ଅଛି।ସେଇଟା ହଉଛି ପରିସ୍ଥିତି ଯେପରି ହଉ ନା କାହିଁକି ଏମାନେ କେବେହେଲେ ଆପଣଙ୍କ ହାତ ଛାଡିନଥାନ୍ତି।ବହୁତ କଷ୍ଟ ସମୟରେ ସେ ଆପଣଙ୍କ ସହ ଠିଆହୋଇ ରହିବେ।ଆଉ ସର୍ବଦା ଆପଣଙ୍କ ସାହସକୁ ବଢ଼େଇ ଥାନ୍ତି।ଏମାନେ ଭଲ ଓ ଖରାପ କୁ ଖୁବ ଭଲଭାବେ ଜାଣିପାରନ୍ତି।ହେଲେ ଯେବେ ଏମାନଙ୍କ ସହ ଖରାପ ହୁଏ ଏମାନେ ତାକୁ ସହ୍ୟ କରିପାରନ୍ତି ନାହିଁ।ଆଉ କାନ୍ଦି ପକେଇଥାନ୍ତି।

ତ ଏମିତି ହୋଇଥାନ୍ତି କଥା କଥାରେ କାନ୍ଦୁଥିବା ନାରୀମାନେ।ଆଶା କରୁଛୁ ଏହା ଆପଣଂକୁ ବହୁତ ଭଲ ଲାଗିଥିବ।ଆଉ ଆପଣଙ୍କ ମନରେ ସେମାନଙ୍କ ପ୍ରତି ନିଶ୍ଚୟ ସମ୍ମାନ ଭରି ଯାଇଥିବ।ଆଉ କେବେହେଲେ ଆପଣମାନେ ସେମାନଙ୍କ ମଜାକ ଉଡେଇବେ ନାହିଁ କିମ୍ବା ସେମାନଙ୍କୁ ଚିଡ଼େଇବେ ନାହିଁ। ବରଂ ଖୁସି ହେବେ ସେହିପରି ଏକ ଝିଅ ପାଇ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *