February 12, 2025

Odia Express

Leading Odia News Portal of Odisha

କ୍ୟାଲେଣ୍ଡର କିଏ ତିଆରି କରିଥିଲେ ? କଣ ରହିଛି ଏହା ପଛର ଇତିହାସ – ପ୍ରାୟ ୯୯ ପ୍ରତିଶତ ଲୋକ ଏହି କଥା ଜାଣି ନଥିବେ..

କେବେ ଆପଣ ଏହି କଥା ଉପରେ ବିଚାର କରିଛନ୍ତି କି ବର୍ଷର କେତେକ ମାସରେ ୩୧ ଦିନ ଥାଏ ଆଉ ବର୍ଷର କେତେକ ମାସରେ ୩୦ ଦିନ ଥାଏ ଏପରି କାହିଁକି ? ସତ କହିବାକୁ ଗଲେ ଏହାର ବୈଜ୍ଞାନିକ କାରଣ ମୁଁ କଣ ଆପଣ ମାନଙ୍କ ଭିତରେ କେହି ଖୋଜି ପାଇ ନଥିବେ।ଆଉ ଆମେ ଏଇଟା ମଧ୍ୟ ଜାଣି ନଥିବା କଣ ଏହାର କୌଣସି ବୈଜ୍ଞାନିକ କାରଣ ଅଛି କି ନାହିଁ ? ଏହା କୁ ଛାଡିଲେ ଆମେ ଆପଣଙ୍କୁ କହି ପାରିବୁକି ଆଧୁନିକ କ୍ୟାଲେଣ୍ତରକୁ କିଏ ବନେଇ ଥିଲେ ?ଏହା ଏହି କ୍ୟାଲେଣ୍ଡରରେ କିଛି ଦିନ ୩୧ ଦିନ ଆଉ କିଛି ଦିନ ୩୦ ଦିନର ନିର୍ଣ୍ଣୟ କିଏ ନେଇଥିଲେ ?ତାହେଲେ ଚାଲନ୍ତୁ ଏହା ବିଷୟରେ ଵିସ୍ତାରରେ ଜାଣିବା।

ରୋମର ରାଜା ରୋମିଲସ,ଯିଏ ରୋମର ପ୍ରଥମ ରାଜା ଥିଲେ।ସେ ପ୍ରାଚିନ କାଳରେ ସମୟର ଗଣନା କରିବା ପାଇଁ କ୍ୟାଲେଣ୍ଡର ନିର୍ମାଣ କରିବା ପାଇଁ ନିର୍ଣ୍ଣୟ ନେଲେ।ଯାହାକି ସମ୍ପୂର୍ଣ୍ଣ ଭାବରେ ଚନ୍ଦ୍ରମାଙ୍କ ଉପରେ ଆଧାରୀତ ଥିଲା।ଆଉ ସେ କ୍ୟାଲେଣ୍ଡରରେ ଗୋଟେ ବର୍ଷରେ ୧୦ ଟି ମାସ ଥିଲା।ଯାହା ମାର୍ଚ୍ଚରେ ଆରମ୍ଭ ହୋଇ ଡିସେମ୍ବରରେ ସରି ଯାଉଥିଲା।ଦେଖିବାକୁ ଗଲେ ଏହା ସମ୍ପୂର୍ଣ୍ଣ ଭାବରେ ଋତୁ କିମ୍ବା ପୃଥିବୀର ସମୟର ଅନୁକୂଳ ନଥିଲା।ତାପରେ ରୋମର ଦ୍ଵିତୀୟ ରାଜା ନୁମା ବୋମ୍ପିଲିସ ଏହି ତ୍ରୁଟିକୁ ଦୁର କରିବାକୁ ଯାଇ ଗୋଟିଏ ନୂଆ କ୍ୟାଲେଣ୍ଡର ତିଆରି କରିବା ପାଇଁ ନିର୍ଣ୍ଣୟ ନେଲେ।

ଯେଉଁଥିରେ ୩୫୪ ଦିନ ଥିଲା,ସେ ବର୍ଷରେ ୨ ଟି ମାଏ ଜାନୁଆରୀ ଓ ଫେବୃୟାରୀ ମଧ୍ୟ ଯୋଡି ଦେଲେ।ଦୁଇଟି ମାସରେ ୨୮ ଆଉ ୨୮ ଦିନ ରହିବ ବୋଲି ନିଶ୍ଚିତ କରାଗଲା।ତାପରେ ନୁମାଙ୍କ ଦୃଷ୍ଟିରେ ଦୁଇଟି ମାସରେ ୨୮ ଦିନ ରହିବା ମାଇଥୋଲଜିକାଲି ଅଶୁଭ ଥିଲା।ସେଥିପାଇଁ ସେ ଜାନୁଆରୀରେ ଆଉ ଏକ ଦିନ ଯୋଡି ଦେଲେ।ଏହି ପରି ନୁମାଙ୍କ ଦ୍ୱାରା ତିଆରି କ୍ୟାକେଣ୍ଡରରେ ୨୯ ଦିନ ହୋଇଗଲା।ଆଉ ବର୍ଷରେ ୩୫୫ ଦିନ ହୋଇଗଲା କିନ୍ତୁ ନୁମାଙ୍କ ଦ୍ଵାରା ତିଆରି ହୋଇଥିବା କ୍ୟାଲେଣ୍ଡର ଋତୁ ମାନଙ୍କ ସହିତ ଆଦୌ ଖାପ ଖୁଆଉ ନଥିଲା।ଆଉ ଏହି ସମୟ ପୃଥିବୀ ଦ୍ୱାରା ଲଗାଯାଉଥିବା ସୁର୍ଯ୍ୟଙ୍କର ଗୋଟେ ପରିକ୍ରମଣକୁ ମଧ୍ୟ ପୁର୍ଣ୍ଣ କରୁନଥିଲା।

ଇସା ଠାରୁ ୪୫ ବର୍ଷ ପୂର୍ବରୁ ଜୁଲିଅସ ସିଜର ଏହି କ୍ୟାଲେଣ୍ଡରକୁ ମଧ୍ୟ ଅସ୍ବୀକାର କରିଦେଲେ ଆଉ ତାପରେ ଜଣେ ଜ୍ଞାନୀଙ୍କୁ ଡକାଇ ଗୋଟେ ନୂଆ କ୍ୟାଲେଣ୍ଡର ତିଆରି କରିବାର ଆଦେଶ ଦେଲେ।ଆଉ ଯାହା ଚନ୍ଦ୍ରମାଙ୍କ ଉପରେ ଆଧାରିତ ନହୋଇ ସୁର୍ଯ୍ୟଙ୍କ ଉପରେ ଆଧାରିତ ହେବା ଆବଶ୍ୟକ।ତାପରେ ସେ କ୍ୟାକେଣ୍ଡରରେ ୧୦ ଦୀନ ଆହୁରି ଯୋଡ଼ା ହୋଇଗଲା।ତାପରେ ସିଜର ପ୍ରତି ୪ ବର୍ଷରେ ଥରେ ଫେବୃୟାରୀରେ ଆଉ ଏକ ଦିନ ଯୋଡି ସମ୍ପୂର୍ଣ୍ଣ ବର୍ଷକ ୩୬୬ ଦିନିଆ କରିବାକୁ ନିର୍ଣ୍ଣୟ ନେଲେ।ଯାହାକୁ ଆମେ ଲିପ ଇୟର ବୋଲି ଜାଣିଲୁ।ସିଜରଙ୍କ ଦ୍ଵାରା ତିଆରି କ୍ୟାଲେଣ୍ଡରରେ ଫେବୃୟାରୀରେ ୨୯ ଦିନ ହେଉଥିଲା।ତାପରେ ୪ ପ୍ରତି ବର୍ଷରେ ଥରେ ଫେବୃୟାରୀ ରେ ୩୦ ଦିନ ହେଉଥିଲା।ଏହି ପ୍ରକାରର ସିଜରଙ୍କ ଦ୍ୱାରା ତିଆରି କରାଯାଇଥିବା କ୍ୟାଲେଣ୍ଡରରେ ଗୋଟେ ବର୍ଷରେ ୩୬୫.୨୫ ଦିନ ହେଲା।

ଯାହା ପୃଥିବୀର ପରିକ୍ରମଣ ସମୟ ୩୬୫.୨୪ ଦିନ ସହିତ ପ୍ରାୟ ମିଶି ଥାଏ।ସିଜରଙ୍କର ମୃତ୍ୟୁ ପରେ ସେଠାକାର ଲୋକ ସିଜରଙ୍କ ସନ୍ନମାନରେ ଜୁଲାଇ ମାସର ନାମ ଜୁଲିଅସ ସିଜରଙ୍କ ନାମରେ ରଖି ଥିଲେ।ଏହା ପୂର୍ବରୁ ଜୁଲାଇ ମାସର ନାମ କ୍ୱିଣ୍ଟିଲିସ ଥିଲା।ଆଉ ତାଙ୍କର ସନ୍ନମାନରେ ଏହି ମାସର ଦିନ ୩୧ ଦିନ ରଖାଗଲା।ଏହି ପରି ଜୁଳିଅସ ସିଜରଙ୍କର ଭଣଜା ଅଗଷ୍ଟ ସିଜରଙ୍କ ସନ୍ନମାନ ରେ ସଅସ୍ତେରିଆ ମାସର ନାମ ଅଗଷ୍ଟ ରଖାଗଲା।ଆଉ ଫେବୃୟାରୀରୁ ଗୋଟେ ମାସ କାଟି ଅଗଷ୍ଟ ରେ ଯୋଡି ଦିଆଗଲା।ଏହି ପରି ସେ ତିଆରି କରିଥିବା କ୍ୟାଲେଣ୍ଡରକୁ ଜୁଳିଆନ କ୍ୟାଲେଣ୍ଡର ମଧ୍ୟ କୁହାଗଲା।ଯାହା ଭିତରେ ପ୍ରଥମ ମାସ ମାର୍ଚ୍ଚରୁ ଆରମ୍ଭ ହୋଇ ଶେଷ ମାସ ଫେବୃୟାରୀ ରଖାଗଲା।୧୫୮୨ ରେ ଗ୍ରୀଗୋରୀ ଏହି କ୍ୟାଲେଣ୍ଡରରେ କିଛି ପରିବର୍ତ୍ତନ କରି ଏହି କ୍ୟାଲେଣ୍ଡରରେ ନୂଆବର୍ଷ ଜାନୁଆରୀରେ ଆରମ୍ଭ କରି ଆଉ ଗୋଟେ ବର୍ଷରେ ୩୬୫.୨୪ ଦିନ କଲେ।ଏହାପରେ ଏହାକୁ ଗ୍ରୀଗୋରିଆନ କ୍ୟାଲେଣ୍ଡର ବୋଲି କୁହାଗଲା।

Leave a Reply

Your email address will not be published. Required fields are marked *