ଜାଣନ୍ତୁ ଜୀବନରେ ସଠିକ ନିଷ୍ପତ୍ତି କିପରି ନେବେ,କଣ କହିଛନ୍ତି ଶ୍ରୀକୃଷ୍ଣ ଏହି ବିଷୟରେ – ସମସ୍ତେ ନିଶ୍ଚୟ ପଢିବା ଦରକାର ଏହି କଥା..

ନମସ୍କାର। ଆପଣମାନେ କିପରି ଅଛନ୍ତି,ଆଶା କରୁଛୁ ଭଲରେ ଥିବେ। ସବୁ ମଣିଷକୁ ନିଜ ଜୀବନରେ ବହୁତ ନିଷ୍ପତ୍ତି ନେବାକୁ ପଡିଥାଏ।ଏମିତିରେ କିଛି ନିଷ୍ପତ୍ତି ବହୁତ ସହଜରେ ନେଇହୁଏ।ହେଲେ ଜୀବନରେ ଏମିତି କିଛି ସମୟ ବା ପରିସ୍ଥିତି ଆସିଥାଏ ଆମକୁ ନିଷ୍ପତ୍ତି ନେବାକୁ କଷ୍ଟ ହୋଇଥାଏ।କେଉଁ ନିଷ୍ପତ୍ତି ଟା ଠିକ ଓ କେଉଁ ନିଷ୍ପତ୍ତି ଭୁଲ ତାହା ଆମେ ଜାଣିପାରି ନଥାଉ।କେବେ କେବେ ମନୁଷ୍ୟ ଭୁଲ ନିଷ୍ପତ୍ତି ନେଇଯାଏ ଯାହାପାଇଁ ତାକୁ ଆଜୀବନ କଷ୍ଟ ଭୋଗ କରିବାକୁ ପଡିଥାଏ। ପରିସ୍ଥିତି ଯେତେ କଷ୍ଟ ଥିଲେ ବି କେମିତି ଆମେ ଠିକ ନିଷ୍ପତ୍ତି ନେବା ତାହା ଶ୍ରୀକୃଷ୍ଣ ଭାଗବତ ଗୀତରେ କହିଛନ୍ତି।
ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଜୀବନର ପ୍ରତିଟି ମୁହୂର୍ତ୍ତ ନିର୍ଣ୍ଣାୟକ ହୋଇଥାଏ।ମନୁଷ୍ୟକୁ କେଉଁ ସମୟରେ ବି ନିଷ୍ପତ୍ତି ତ ନେବାକୁ ହିଁ ପଡିଥାଏ।ଆଉ ମନୁଷ୍ୟ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ର ପ୍ରଭାବ ଜୀବନସାରା ତା ଉପରେ ପଡିଥାଏ।ଆଜି ନିଆଯାଇଥିବା ନିଷ୍ପତ୍ତି ଭବିଷ୍ୟତ ର ସୁଖ ବା ଦୁଃଖକୁ ନିର୍ଣ୍ଣୟ କରିଥାଏ।ଏହା ଖାଲି ଆମ ପାଇଁ ନୁହେଁ ବରଂ ଆମ ପରିବାର ପାଇଁ ତଥା ଆଗାମୀ ପିଢିପାଇଁ ମଧ୍ୟ ନିର୍ଣ୍ଣାୟକ ହୋଇଥାଏ।ଯେତେବେଳେ ଗୋଟିଏ ମଣିଷ ଚିନ୍ତିତ ରୁହେ ସେତେବେଳେ ତାର ମନ ବ୍ୟାକୁଳ ହୋଇଥାଏ।ତାର ମୁଣ୍ଡରେ କେତେ ପ୍ରକାରର କଥା ଚାଲିଥାଏ।ଏହି ପରିସ୍ଥିତିରେ କିଛି ନିଷ୍ପତ୍ତି ନେବା ଯୁଦ୍ଧ କରିବା ଠାରୁ ମଧ୍ୟ କମ ହୋଇନଥାଏ।ମନୁଷ୍ୟ କେତେକ ନିଷ୍ପତ୍ତି ନିଜର ଚିନ୍ତାକୁ ଦୂର କରିବା ପାଇଁ ନିଏ ନାହିଁ ବରଂ ନିଜର ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ନେଇଥାଏ।
ଠିକ ଯେପରି ଦୌଡିକରି କେବେହେଲେ ଖାଇ ହେବନାହିଁ ଠିକ ସେହିପରି ଅଶାନ୍ତ ମନ ମଧ୍ୟ ଉଚିତ ନିଷ୍ପତ୍ତି ନେଇପାରିବ ନାହିଁ।ଯଦି ମନୁଷ୍ୟ ଶାନ୍ତ ମନରେ କିଛି ନିଷ୍ପତ୍ତି ନିଏ ତେବେ ସେ ନିଜ ପାଇଁ ଏକ ସୁଖଦ ଭବିଷ୍ୟତ ତିଆରି କରିଥାଏ।ଆଉ ସବୁ ମଣିଷ ଯିଏ ଶାନ୍ତ ମନରେ ଏହି ନିଷ୍ପତ୍ତି ନେଇଥାନ୍ତି ସେ ସର୍ବଦା ଖୁସି ରହିଥାନ୍ତି।ହେଲେ ଯଦି ମନୁଷ୍ୟ କେବଳ ନିଜ ଅଶାନ୍ତ ମନକୁ କେବେଳ ଶାନ୍ତ କରିବା ପାଇଁ ନିଷ୍ପତ୍ତି ନିଏ ତେବେ ସେ ନିଜ ଭବିଷ୍ୟତରେ ଦୁଃଖ ପାଇଥାଏ।ତେଣୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଗୀତାରେ ବର୍ଣ୍ଣିତ ଏହି କଥାରୁ ଆମେ ଶିଖିଲୁ ଯେ ମନୁଷ୍ୟକୁ କେବେହେଲେ ବି ଚିନ୍ତିତ ମନ କିମ୍ବା ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ନିଷ୍ପତ୍ତି ନେବା ଉଚିତ ନୁହେଁ।ବରଂ ନିଜ ମନକୁ ଶାନ୍ତ କରି,ସବୁ କଥାର ବିଚାର କରି ସଂଯମତାର ସହ ନିଷ୍ପତ୍ତି ନେବା ଆବଶ୍ୟକ।ଯାହାଦ୍ଵାରା କି ସବୁ ନିଆଯାଇଥିବା ନିଷ୍ପତ୍ତି ର ପରିଣାମ ଭବିଷ୍ୟତରେ ସୁଖ ମିଳିପାରିବ।
ତ ଏହା ଥିଲା ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ଭାଗବତ ଗୀତାରେ ବର୍ଣ୍ଣିତ କିଛି ଜ୍ଞାନର କଥା।ଏହି କଥାର ସାରକଥା ହେଉଛି ଯେ ଆମେ କେବେହେଲେ ଚିନ୍ତାରେ ଥିବା ସମୟରେ କିମ୍ବା ଆମ ମନ ଅଶାନ୍ତ ଥିବା ସମୟରେ କୌଣସି ନିଷ୍ପତ୍ତି ନେବା ଉଚିତ ନୁହେଁ।କାହିଁକିନା ଏହି ସମୟରେ ନିଆଯାଇଥିବା ନିଷ୍ପତି ଭୁଲ ହୋଇଥାଏ,ଯାହା ପାଇଁ ଆମକୁ ଭାବିଷ୍ୟତରେ ବହୁତ ଅସୁବିଧା ତଥା ଦୁଃଖର ସମ୍ମୁଖୀନ ହେବାକୁପଡିଥାଏ।ଖାଲି ଆମେ ନୁହେଁ, ଆମ ଭୁଲ ନିଷ୍ପତ୍ତି ପାଇଁ ଆମ ପରିବାର ତଥା ଆମର ଆଗାମୀ ବଂଶ ମଧ୍ୟ ଏହାର ଶିକାର ହୋଇଥାଏ।ତେଣୁ ସର୍ବଦା ଶାନ୍ତ ମନ କରିବା,ସବୁ କଥାର ବିଚାର କରିବା ତାପରେ ସଠିକ ନିଷ୍ପତ୍ତି ନେବା ଯାହାର ଫଳ ସ୍ୱରୂପ ଆଗାମୀ ଦିନ ତଥା ଭବିଷ୍ୟତରେ ଏହା ଆମପାଇଁ ଠିକ ସାବ୍ୟସ୍ତ ହେବ।ଆମେ ତଥା ପରିବାର ମଧ୍ୟ ସୁଖରେ ଜୀବନ ଯାପନ କରିବ।ତେଣୁ କରି ଏମିତି ଭୁଲ ନିଷ୍ପତ୍ତି ନେବା ନାହିଁ ଯେ ଯାହାପାଇଁ ଆମ ଭୁଲ ପାଇଁ ଆମ ପରିବାର ଏହି ଭୁଲର ଶିକାର ହେବେ।
ଆଶା କରୁଛୁ ଏହା ଆପଣମାନଙ୍କୁ ବହୁତ ଭଲ ଲାଗିଥିବ।ଭବିଷ୍ୟତରେ ଏହା ଆପଣଙ୍କ ପାଇଁ ଫଳପ୍ରଦ ଓ ଲାଭଦାୟକ ହେବ।ଆଶା କରୁଛୁ ଆପଣ କେବେବି ଚିନ୍ତାରେ ରହି ନିଷ୍ପତ୍ତି ନେବେ ନାହିଁ।କିମ୍ବା ନିଜ ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେବେ ନାହିଁ।