ଏକ ପର ପସନ୍ଦ କରି ନିଜ ବିଷୟରେ ଜାଣନ୍ତୁ – କଣ ଆପଣଙ୍କ ସ୍ୱଭାବ ଓ କଣ ପ୍ରତିଭା ଆପଣଙ୍କ ଭିତରେ ଲୁଚି ରହିଛି ଜାଣିରଖନ୍ତୁ..
ଭଗବାନଙ୍କ ବିରଚିତ ଏହି ବୈଚିତ୍ର୍ୟମୟୀ ସୃଷ୍ଟିରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଆକର୍ଷଣୀୟତା ର ଅନନ୍ୟ ଅଙ୍ଗ। ପକ୍ଷୀମାନେ ସେମାନଙ୍କ ମଧ୍ୟରେ ଅନ୍ୟତମ।ପକ୍ଷୀମାନଙ୍କ ସୌନ୍ଦର୍ଯ୍ୟ ପ୍ରକୃତିକୁ ଏକ ନିଆରା ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।ପୁଷ୍ପ ପରି ପକ୍ଷୀମାନେ ମଧ୍ୟ ସୌନ୍ଦର୍ଯ୍ୟର ନାମ କୁ କରିଛନ୍ତି ପରିପୃଷ୍ଟ ତଥା ମଧୁମୟ।ପକ୍ଷୀ ମାନଙ୍କର ପର ସେମାନଙ୍କ ସୌନ୍ଦର୍ଯ୍ୟକୁ କରିଥାଏ ଦ୍ବିଗୁଣିତ।ବୈଦିକ ଯୁଗରୁ ପକ୍ଷୀ ମାନଙ୍କର ପର ଏକ ଅଭିନ୍ନ ଅଙ୍ଗ ରୂପେ ପରିଗଣିତ ହୋଇଛି।ଏହା ଭଗବାନଙ୍କର ମଧ୍ୟ ବହୁତ ଆଦରର ହୋଇଥାଏ।ଭଗବାନ ଶ୍ରୀକୃଷ୍ଣ ନିଜ ମସ୍ତକରେ ସବୁବେଳେ ମୟୂରର ପରକୁ ଧାରଣ କରିଥାନ୍ତି।ପକ୍ଷୀ ମାନଙ୍କର ପର ମଧ୍ୟ ଦୈନନ୍ଦିନ ଜୀବନରେ ଲୋକମାନଙ୍କର ବହୁତ ଉପକାର ରେ ଆସିଥାଏ।
ବର୍ତ୍ତମାନ ଆପଣମାନେ ୫ ଟି ପର ମଧ୍ୟରୁ ଗୋଟିଏ ନିର୍ଣ୍ଣୟ କରିବେ। ଯାହାକି ଆପଣଙ୍କ ବ୍ୟକ୍ତିତ୍ବ କୁ ସୂଚୀତ କରିଥାଏ।ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି।

ପ୍ରଥମ ପର: ଏହି ପରକୁ ନିର୍ଣ୍ଣୟ କରିଥିବା ବ୍ୟକ୍ତି ବହୁତ ଶାନ୍ତ ସ୍ଵଭାଵର ହୋଇଥାନ୍ତି।ଏମାନଙ୍କ ବ୍ୟକ୍ତିତ୍ବ ବହୁତ ଆକର୍ଷଣୀୟ ହୋଇଥାଏ।ଏମାନେ ସମସ୍ତଙ୍କ ହୃଦୟକୁ ଅତି ସହଜ ରେ ଜିତିଥାନ୍ତି।ଏମାନଙ୍କ ଅନ୍ତରଙ୍ଗ ସାଙ୍ଗ ଏମାନଙ୍କ ବିଷୟରେ ସବୁ ଜାଣିଥାନ୍ତି।ଏମାନେ ସବୁବେଳେ ଅନ୍ୟମାନଙ୍କ ଯତ୍ନ ନେବା ସହିତ ଅନ୍ୟମାନଙ୍କୁ ଖୁସିରେ ରଖିଥାନ୍ତି।ଲୋକମାନଙ୍କ ସହ ମିଳାମିଶା କରିବା ଏମାନଙ୍କ ବହୁତ ପସନ୍ଦ ହୋଇଥାଏ।

ଦ୍ଵିତୀୟ ପର: ଏହି ପରର ସୁନେଲି ରଙ୍ଗ ପରି ଏହି ପରକୁ ନିର୍ଣ୍ଣୟ କରିଥିବା ବ୍ୟକ୍ତିଙ୍କ ଜୀବନ ସୁନେଲି ହୋଇଥାଏ।ଏମାନେ ନିଜ ସୁନ୍ଦର ଆଦର୍ଶ ଦ୍ୱାରା ଅନ୍ୟମାନଙ୍କ ମନ କିଣି ପାରନ୍ତି।ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏବଂ ଖୁସି ଦେବା ଏମାନଙ୍କ ଭଲ ଗୁଣ ହୋଇଥାଏ।ଏମାନଙ୍କ ହୃଦୟ ବହୁତ ସୁନ୍ଦର ହୋଇଥାଏ।ଏବଂ ଏମାନଙ୍କ ଚିନ୍ତାଧାରା ସକାରାତ୍ମକ ଅଟେ।

ତୃତୀୟ ପର: ଏହି ପରକୁ ନିର୍ଣ୍ଣୟ କରିଥିବା ବ୍ୟକ୍ତିମାନେ ନିଜ ଜୀବନରେ ସଂସ୍କାରକୁ ବହୁତ ଗୁରୁତ୍ୱ ଦେଇଥାନ୍ତି ଏବଂ ତାର ମହତ୍ଵକୁ ହୃଦୟଙ୍ଗମ କରିଥାନ୍ତି। ଏମାନେ ଅନ୍ୟମାନଙ୍କ ସହ ବନ୍ଧୁତା କରିବାକୁ ଭଲପାନ୍ତି।ସବୁ ସମ୍ପର୍କକୁ ସଠିକ ଭାବେ ନିଭେଇବାକୁ ଏମାନେ ପସନ୍ଦ କରିଥାନ୍ତି।ଏମାନେ ନିଜ ଜୀବନରେ ବହୁତ ଆଶାବାଦୀ ହୋଇଥାନ୍ତି।ଏମାନେ ଅନ୍ୟମାନଙ୍କ ଜୀବନରୁ ନିରାଶ ଭାବକୁ ଦୁରେଇ ଦେଇଥାନ୍ତି।

ଚତୁର୍ଥ ପର: ଏହି ପରକୁ ନିର୍ଣ୍ଣୟ କରିଥିବା ବ୍ୟକ୍ତି ସବୁବେଳେ ସକାରାତ୍ମକ ଏବଂ ଆଶାବାଦୀ ହୋଇଥାନ୍ତି।ଏମାନେ ବହୁତ କଷ୍ଟକର ପରିସ୍ଥିତିକୁ ସାହସର ସହିତ ସାମ୍ନା କରିଥାନ୍ତି।ଭଗବାନଙ୍କର ଏମାନଙ୍କ ଉପରେ ଅସୀମ ଶ୍ରଦ୍ଧା ରହିଥାଏ।ଏମାନେ ଅନ୍ୟମାନଙ୍କୁ ବଞ୍ଚିବାର କଳା ଶିଖେଇଥାନ୍ତି।ଏବଂ ସବୁବେଳେ ବହୁତ ଖୁସି ରହିଥାନ୍ତି।

ପଞ୍ଚମ ପର:ଏହି ପରକୁ ନିର୍ଣ୍ଣୟ କରିଥିବା ବ୍ୟକ୍ତି ରଙ୍ଗୀନ ମିଯାଜର ହୋଇଥାନ୍ତି।ଏମାନେ ସମସ୍ତଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ପସନ୍ଦ କରିଥାନ୍ତି।ସବୁବେଳେ ଖୁସିରେ ରହି ନିଜ ଜୀବନକୁ ରଙ୍ଗୀନ କରିଥାନ୍ତି।ନିଜ ଜୀବନରେ ଲକ୍ଷ୍ୟ ହାସଲ କରିବାର କଳା ଏମାନେ ଭଲଭାବରେ ଜାଣିଥାନ୍ତି। ଏମାନେ ବହୁତ ବୁଝିବା ସୁଝିବା ସ୍ଵଭାଵର ହୋଇଥାନ୍ତି। ଏମାନଙ୍କ ସ୍ଵଭାଵ ବହୁତ ସୁନ୍ଦର ତଥା ଆକର୍ଷଣୀୟ ହୋଇଥାଏ।
ଏହା ନିଶ୍ଚିତ ଭାବେ ଆପଣଙ୍କୁ ପସନ୍ଦ ଆସିବ ମୁଁ ଆଶା କରୁଛି।ପକ୍ଷୀ ମାନଙ୍କର ପରକୁ ନିର୍ଣ୍ଣୟ କରି ଆପଣମାନେ ନିଜ ବ୍ୟକ୍ତିତ୍ବ ବିଷୟରେ ଅବଗତ ହୋଇପାରିବେ। ପୁରାତନ କାଳରୁ ପକ୍ଷୀ ମାନଙ୍କର ପର ବିଭିନ୍ନ ବିଷୟରେ ଉପକାରୀ ସୂଚନା ଦେଇଆସୁଛି। ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯଥା- ଔଷଧ ତିଆରି,ସାଜସଜ୍ଜା ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କ ଗୁଜୁରାଣ ମେଣ୍ଟେଇବାରେ ସହାୟକ ହୋଇଥାଏ। ଏବଂ ଜୀବନ କୁ ସରସ ସୁନ୍ଦର ଓ ମଧୁର କରି ଗଢିତୋଳିଥାଏ
