ସବୁଦିନ ସକାଳୁ ଉଠି କରିବା ଦରକାର ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଏ କାମ..
ନମସ୍କାର,ଆଜି ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆପଣ ମାନେ ଭଲ ଭାବରେ ଜାଣିଥିବେ ସକାଳର ପ୍ରଭାବ ଆମ ସମ୍ପୂର୍ଣ୍ଣ ଦିନ ଉପରେ ହୋଇଥାଏ।ସେଥିପାଇଁ ବହୁତ ଜରୁରୀ ଅଟେକି ଆପଣମାନେ ନିଜର ଦିନର ଆରମ୍ଭ ଏପରି ଭାବରେ କରନ୍ତୁକି ଯାହାଦ୍ୱାର ସବୁକିଛି ଯେପରି ଆପଣଙ୍କ ଅନୁକୂଳହିଁ ହେବାକୁ ଲାଗିବ।ଆପଣ ଯେକୌଣସି କାମ ମଧ୍ୟ କରନ୍ତୁ ସେ ସବୁ କାମରେ ଯେପରି ଆପଣଙ୍କୁ ସଫଳତା ହିଁ ମିଳୁଥିବ।ଆଉ ଏହି ସବୁ କାମ କରିବାପାଇଁ ଆପଣଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ।ଆପଣଙ୍କୁ ସବୁଦିନ ସକାଳୁ ଉଠି କେଵଳ ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା କେତେକ ଉପାୟ ଆପଣଙ୍କୁ କରିବାର ଅଛି।
ଆଉ ଯାହାଦ୍ୱାର ଆପଣଙ୍କ ଦିନ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଅନୁକୂଳ ହୋଇଯିବ।ତାହେଲେ ଚାଲନ୍ତୁ ଜାଣିବା କଣ ହୋଇଥାଏ ସେ ସହଜ ଉପାୟ ଗୁଡିକ।ସ୍ଵୟଂ ଭଗବାନ ଶ୍ରୀ କୃଷ୍ଣ ଗୀତାରେ କହିଛନ୍ତି ସପ୍ତଋଷି ମୋ ମନରୁହିଁ ଉତତ୍ପନ୍ନ ହୋଇଛନ୍ତି।ଆଉ ସେମାନେ ମୋରହିଁ ବିଭୁତି ଅଟନ୍ତି।ଯେଉଁ ବ୍ୟକ୍ତି ସକାଳୁ ଉଠି ତାଙ୍କର ଧ୍ୟାନ କରିଥାଏ,ତାର ସମ୍ପୂର୍ଣ୍ଣ ଦିନ ଉମଙ୍ଗ ଓ ଉତ୍ସାହରେ ଭରି ରହିଥାଏ।ତାହେଲେ ଚାଲନ୍ତୁ ଆମେ ଜାଣିବା ସେ ସପ୍ତଋଷି ମାନଙ୍କର ନାମ ଯାହା ଆମକୁ ସକାଳୁ ଉଠି ଉଚ୍ଚାରଣ କରିବାର ଅଛି ଯେଉଁକାରଣରୁ ଆପଣଙ୍କ ଦିନ ମଧ୍ୟ ଶୁଭ ହୋଇଥାଏ।ଆଉ ଯାହାଦ୍ୱାର ଆପଣଙ୍କୁ ସବୁ ପ୍ରକାରର ସଫଳତା ମିଳି ପାରିବ।
ତେବେ ଚାଲନ୍ତୁ ଜାଣିବା ସେ ନାମ ଗୁଡିକୁ:-୧.ଋଷି ବିଶିଷ୍ଟ,୨.ଋଷି ବିଶ୍ଵାମିତ୍ର,୩.ଋଷି କଣ୍ଡଵ,୪.ଋଷି ଭରଧ୍ୱାଜ,୫.ଋଷି ଅତ୍ରି,୬.ଋଷି ବାମ ଦେବ,୭.ଋଷି ଶୌନକ।କଥାରେ ଅଛି ଯେଉଁ ବ୍ୟକ୍ତି ସକାଳୁ ଉଠି ଏହି ସାତଜଣ ଋଷିଙ୍କର ଧ୍ୟାନ କରେ ବା ଏହି ସାତଟି ନାମ ଏକା ଥରେ ନିଜ ମୁଁହରେ ଜପିଥାଏ ତାର ସମ୍ପୂର୍ଣ୍ଣ ଦିନ ବହୁତ ଭଲ ଭାବରେ କଟିଥାଏ।ଆଉ ସେ ଯେଉଁ କାର୍ଯ୍ୟରେ ହାତ ଦିଏ ତାର ସେ କାମ ସଫଳତା ପୂର୍ବକ ସମାପନ ହୋଇଥାଏ।ଆପଣମାନେ ଜାଣିଥିବେ ଋଷି ବିଶିଷ୍ଟ ରାଜା ଦଶରଥଙ୍କର କୂଳ ଗୁରୁ ଅଟନ୍ତି ଆଉ ସେ ରାଜା ଦଶଥଙ୍କର ଚାରିଜଣ ପୁଅଙ୍କର ମଧ୍ୟ ଗୁରୁ ଅଟନ୍ତି।ଋଷି ବସିଷ୍ଟଙ୍କର କହିବା ପରେହିଁ ରାଜା ଦଶରଥ ନିଜର ଚାରିଜଣ ପୁତ୍ରଙ୍କୁ ଋଷି ବିଶ୍ଵାମିତ୍ରଙ୍କର ଆଶ୍ରମକୁ ରାକ୍ଷାସ ମାନଙ୍କର ବଦ୍ଧ କରିବା ପାଇଁ ପଠେଇ ଥିଲେ।
ଆପଣମାନେ ନିଶ୍ଚିତଭାବେ ଆଗରୁ ଜାଣିଥିବେକି ଋଷି ବିଶ୍ଵାମିତ୍ର ଜଣେ ରାଜା ଥିଲେ।ଆଉ ସେ କାମଧେନୁକୁ ହାସଲ କରିବା ପାଇଁ ଯୁଦ୍ଧ କରିଥିଲେ କିନ୍ତୁ ବିଶ୍ୱାମିତ୍ର ସେ ଯୁଦ୍ଧରେ ପରାସ୍ତ ହୋଇଥିଲେ।ସେ ନିଜର ପରାଜୟ କାରଣରୁ ଘୋର ତପସ୍ୟା କଲେ ଆଉ ତାଙ୍କର ତପସ୍ୟା ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଲାକି ଦେବତା ମାନଙ୍କୁ ତାଙ୍କର ତପସ୍ୟାକୁ ଭଙ୍ଗ କରିବାକୁ ପଡିଥିଲା।ତାପରେ ଋଷି କଣ୍ଡବଙ୍କର ଆଶ୍ରମରେ ହିଁ ହସ୍ତିନାପୁରର ରାଜା ଦୁସ୍ମନ୍ତ ଆଉ ତାଙ୍କ ପତ୍ନୀ ଶକୁନ୍ତଳା ଆଉ ପୁତ୍ର ଭରତର ଲାଳନ ପାଳନ ହେଉଥିଲା।ଋଷି ଭରଧ୍ୱାଜ ରାମାୟଣ ଯୁଗର ଆଗରୁ ଥିଲେ କିନ୍ତୁ ତାଙ୍କର ଉଲ୍ଲେଖ ବନବାସ ସମୟରେ ମିଳିଥିଲା।
ତାପରେ ଆସିବେ ଋଷି ଅତ୍ରି ସେ ରୁକ ବେଦର ପଞ୍ଚମ ମଣ୍ଡଳ ରଚନା କରିଥିଲେ।ସେ ଭଗବାନ ବ୍ରହ୍ମଦେବଙ୍କ ପୁତ୍ର ଓ ସୋମ ଦେବଙ୍କର ପିତା ଆଉ ଅନୁସୂୟାଙ୍କର ପତି ଥିଲେ।ଋଷି ବାମ ଦେବ ଏହି ଦେଶକୁ ସଙ୍ଗୀତ ଦେଲେ,ତାସହିତ ଋଷି ବାମ ଦେବ ରୁକ ବେଦର ଚତୁର୍ଥ ମଣ୍ଡଳକୁ ରଚନା କରିଥିଲେ।ଋଷି ଶୌନକ ଦଶ ହଜାର ବିଦ୍ୟାର୍ଥୀ ମାନଙ୍କର କୂଳ ଗୁରୁ ଓ କୂଳଗୁରୁ ଚାଳକ ଓ କୂଳପତୀ ଭାବରେ ସମ୍ମାନ ଅର୍ଜନ କରିଥିଲେ।ସେ ସମୟରେ ଏମିତି କରିଥିବା ଏ ପ୍ରଥମ ଋଷି ଥିଲେ।ଏହା ଥିଲା ସପ୍ତ ଋଷି ମାନଙ୍କର ନାମ ଆଉ ଏମାନଙ୍କ ମହତ୍ୱ,ଆଉ ଯଦି ଆପଣ ମାନେ ସକାଳୁ ଉଠି ଏହି ସପ୍ତଋଷି ମାନଙ୍କର ନାମ ଉଚ୍ଚାରଣ କରିନେବେ ତାହେଲେ ଆପଣଙ୍କର ଦିନ ବହୁତ ଶୁଭ ହୋଇଯିବ।