September 12, 2024

Odia Express

Leading Odia News Portal of Odisha

ଶ୍ରୀକୃଷ୍ଣଙ୍କ ଅମୃତ ବାଣୀ – ଏହି କଥା ଗୁଡିକ ଜାଣିଲେ ଆପଣଙ୍କ ଜୀବନ ଧନ୍ୟଵାନ ହେଇଯିବ – ଜୀବନରେ ଦୁଃଖ ଆସିବ ନାହିଁ..

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଜଗତଗୁରୁ।ତାଙ୍କର ମୁଖ ନିସୃତ ଅମୃତାବଳୀ ଶ୍ରୀମଦ୍ଭଗତ ଗୀତାରେ ବର୍ଣ୍ଣିତ ହୋଇଛି।ସେହି ବୌଦ୍ଧିକ ଚେତନାଦୀପ୍ତ ପ୍ରଜ୍ଞା ପୁରୁଷ ଏ ସାରା ଜଗତକୁ ଦେଇଛନ୍ତି ଅମୃତମୟ ନିଦର୍ଶନ।ତାଙ୍କର ସେହି ମଙ୍ଗଳମୟ ପଥକୁ ଅନୁସରଣ କଲେ ଜୀବନ ହୋଇପାରିବ ମଧୁମୟ। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଦାନ କରିଥିବା ଜ୍ଞାନକୁ ପୁଙ୍ଖାନୁପୁଙ୍ଖ ଭାବେ ପାଳନ କରିବା ଅମୃତ ପାନ କରିବା ସହିତ ସମାନ ହୋଇଥାଏ।ଭଗବାନ ଶ୍ରୀକୃଷ୍ଣ ଦେଇଥିବା ଜ୍ଞାନକୁ ଅନୁସରଣ କରିବା ଦ୍ୱାରା ମାନବ ଜୀବନ ସୁଖପ୍ରଦ ହୋଇଥାଏ।ଶ୍ରୀକୃଷ୍ଣ ଗୀତାରେ ମନୁଷ୍ୟର ଛଅଟି ଖରାପ ଗୁଣ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।ଏହି ଛଅଟି ଗୁଣଙ୍କୁ ପରିତ୍ୟାଗ କରିବା ଦ୍ୱାରା ମଣିଷ ଜୀବନ ହୋଇଥାଏ ସରସ ଓ ସୁନ୍ଦର।

ମନୁଷ୍ୟର ଖରାପ ଅଭ୍ୟାସ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଏକ ଉତ୍ତମ କଥା ବ୍ୟକ୍ତ କରିଛନ୍ତି। ମନୁଷ୍ୟର ସବୁଠୁ ବଡ ଦୁର୍ବଳତା ହେଉଛି ତା ନିଜ ରହସ୍ୟ। କାରଣ ଜଣେ ବ୍ୟକ୍ତି ଯେତେ ଶକ୍ତିଶାଳୀ କିମ୍ବା ଜ୍ଞାନୀ ହେଇଥାଉ ନା କାହିଁକି ତାର ପଛରେ କିଛି ନା କିଛି ରହସ୍ୟ ରହିଛି।ତେଣୁ ମଣିଷ କେବେ ନିଜର ଗୁପ୍ତ ରହସ୍ୟ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ।ସେ ନିଜର ଯେତେବି ଅନ୍ତରଙ୍ଗ ହେଇଥାନ୍ତୁ ନା କାହିଁକି; କାରଣ ଆଜିର ମିତ୍ର କାଲିର ଶତ୍ରୁ ହୋଇଯାଏ।

ମନୁଷ୍ୟର ଆଉ ଏକ ଖରାପ ଅଭ୍ୟାସ ହେଉଛି ନିଜଠାରୁ ନୀଚ୍ଚ ସ୍ତରର ଲୋକଙ୍କୁ ହେୟ ଦୃଷ୍ଟିରେ ଦେଖିବା ଓ ଉପହାସ କରିବା।ମନୁଷ୍ୟ ପାଖରେ ଅଧିକ ଧନ ସମ୍ପତ୍ତି ହେଇଗଲେ ତାର ଅହଂକାର ଦ୍ବିଗୁଣିତ ହୋଇଯାଏ। ସେ ତା ନିଜଠାରୁ ନୀଚ୍ଚସ୍ତରର ଲୋକଙ୍କୁ ବହୁତ ଉପହାସ କରି କୁହେକି ସେମାନେ ଭବିଷ୍ୟତରେ କିଛି କରି ପାରିବେ ନାହିଁ ବୋଲି। ହେଲେ ସେମାନେ ବୁଝିପାରନ୍ତିନି କି ସମୟର ପ୍ରବହମାନ ସ୍ରୋତ କୋଇଲାକୁ ହୀରାରେ ପରିଣତ କରିଥାଏ।ସେହିପରି ନୀଚ୍ଚ ଲୋକବି ଉଚ୍ଚସ୍ତରର ସୀମା ଉଲଂଘନ କରିଥାନ୍ତି।

ଅନ୍ୟାୟ ଉପରେ ଚୁପଚାପ ବା ମୌନ ରହିବା ମନୁଷ୍ୟର ଏକ ଖରାପ ଗୁଣ ଅଟେ।ମନୁଷ୍ୟ ଏକ ବିଚିତ୍ର ପ୍ରାଣୀ ଅଟେ।ଭୟର ବଶୀଭୂତ ହୋଇ ମନୁଷ୍ୟ ଅନ୍ୟାୟ କରୁଥିବା ଶକ୍ତିଶାଳୀ ଲୋକ ବିରୁଦ୍ଧରେ ଚୁପ ରୁହେ। ତେଣୁ ସଂସାରରେ ଧର୍ମ ଉପରେ ଅଧର୍ମର ବିଜୟ ହୁଏ। ତେଣୁ ଏ ଭୀରୁ ମନୋଭାବକୁ ପରିତ୍ୟାଗ କରିବା ଉଚିତ। ଫଳରେ ସମଗ୍ର ସଂସାରରେ ଉଚିତ ନ୍ୟାୟ ବିଚାର ହୋଇପାରିବ ଓ ଅଧର୍ମ ଉପରେ ଧର୍ମର ଜୟ ହେବ।

ମନୁଷ୍ୟର ଆଉ ଏକ ଖରାପ ଗୁଣ ହେଉଛି ଅନ୍ୟର ନକଲ କରିବା। ଗୋଟେ ମଣିଷ ଯେତେ ପରିଶ୍ରମ କଲେ ମଧ୍ୟ ନିଜ ଜୀବନରେ ଯଦି ଆଶାନୁରୂପ ଫଳ ପାଉନି ତେବେ ତାହର ପ୍ରକୃତ କାରଣ ହେଉଛି ନକଲ କରିବା।ଅନ୍ୟର ନକଲ କରିବା ଦ୍ୱାରା ମନୁଷ୍ୟ କେବେ ସଫଳ ହୋଇପାରିନାହିଁ।ତେଣୁ ଅନ୍ୟର ନକଲ କରିବାକୁ ତ୍ୟାଗକରି ନିଜ ଭିତରେ ଥିବା ପ୍ରଶ୍ନର ଉତ୍ତର ନିଜେ ଖୋଜିଲେ ମଣିଷ ଜୀବନରେ ସଫଳତାର ସ୍ଵାଦ ଲାଭ କରି ପାରିବ।

ମନୁଷ୍ୟର ଆଉ ଏକ ଖରାପ ଗୁଣ ହେଉଛି ଅଧିକ କହିବା।ଆମ ଶରୀରରେ ପାଞ୍ଚୋଟି ଇନ୍ଦ୍ରିୟ ଅଛି।ଭଗବାନ ଆମକୁ ଶୁଣିବାକୁ ଦୁଇଟି କାନ, ଦେଖିବାକୁ ଦୁଇଟି ଆଖି, ଓ ଅନୁଭବ କରିବାକୁ ଚର୍ମ ଦେଇଛନ୍ତି।ହେଲେ ଜିହ୍ୱା ଗୋଟିଏ ଦେଇଛନ୍ତି।ଏହାର ଏକ ଗୂଢ ତତ୍ତ୍ୱ ରହିଛି।ଭଗବାନ ସବୁବେଳେ ମନୁଷ୍ୟକୁ ଜ୍ଞାନ ଅର୍ଜନ କରିବାକୁ ଇଙ୍ଗିତ କରିଛନ୍ତି।ମନୁଷ୍ୟ ସବୁ ଦେଖିବା ଓ ବୁଝିବା ସହିତ ବହୁତ ଜ୍ଞାନ ଅର୍ଜନ କରିବା ଉଚିତ।ହେଲେ ଆବଶ୍ୟକତା ଠାରୁ ଅଧିକ କହିବା ଉଚିତ ନୁହେଁ।

ମନୁଷ୍ୟର ଆଉ ଏକ ଖରାପ ଅଭ୍ୟାସ ହେଉଛି ସତକୁ ଲୁଚେଇବା। ବାଦଲ ଜଳକୁ ନିଜ ଭିତରେ ଲୁଚେଇକି ଯେତେ ଦୂର ଯାତ୍ରା କରୁ ନା କାହିଁକି ପବନର ବେଗରେ ଏହା ପର୍ବତ ସହ ପିଟି ହୋଇ ବର୍ଷିଥାଏ ଓ ସାଗର ସହ ମିଶିଥାଏ।କାରଣ ଏହା ନିୟତି ଅଟେ। ସେହିପରି ମଣିଷ ସତକୁ ଯେତେ ଲୁଚେଇଲେ ମଧ୍ୟ ତାହା ଦିନେ ନା ଦିନେ ବାହାରକୁ ଆସିଥାଏ।

Leave a Reply

Your email address will not be published. Required fields are marked *