ପରୀକ୍ଷା ଏବଂ ଜୀବନରେ ସଫଳତା ପାଇଁ ଶକ୍ତିଶାଳୀ ସରସ୍ୱତୀ ମନ୍ତ୍ର – ନିଶ୍ଚୟ ଜାଣିରଖନ୍ତୁ ଏହି କଥା..
ନମସ୍କାର ବନ୍ଧୁଗଣ, ଆଜି ଆପଣଙ୍କୁ ମା ସରସ୍ଵତୀଙ୍କୁ ପ୍ରସନ୍ନ କରିବାର ଏବଂ ପାଠପଢ଼ାରେ ଧ୍ୟାନ ଲଗେଇବା ପାଇଁ କିଛି ମହତ୍ୱପୂର୍ଣ୍ଣ ଉପାୟ କହିବୁ।ଯାହାଦ୍ଵାରା ଆପଣ ପରୀକ୍ଷା ଓ ଜୀବନରେ ସଫଳତା ପାଇପାରିବେ।ସମସ୍ତ ବିଦ୍ୟାର୍ଥୀଙ୍କୁ ଏହି କଥା ଜାଣିବା କଥାକି ସେମାନେ ଜୀବନରେ ଯେତେବି ବିଦ୍ୟାଲାଭ କରିଛନ୍ତି ତାହା ତାଙ୍କର ଜୀବନରେ କୌଣସି ସ୍ଥାନରେ କାର୍ଯ୍ୟରେ ଅବଶ୍ୟ ଆସିବ।ବିଦ୍ୟା ବିନା ସଂସାରରେ ବଞ୍ଚିବା ପଶୁମାନଙ୍କ ପରି ବଞ୍ଚିବା ସହ ସମାନ।ଆଜିକାଲିର ବିଦ୍ୟାର୍ଥୀ କେବଳ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବା ପାଇଁ ପାଠ ପଢ଼ନ୍ତି।ସେମାନେ କେବେବି ସେହି ବିଦ୍ୟାକୁ ଶୁଦ୍ଧମନରେ ଗ୍ରହଣ କରିବାକୁ ଚେଷ୍ଟା କରନ୍ତିନାହିଁ।ଏବଂ ଏହି କାରଣରୁ ସେମାନଙ୍କୁ ଅଧିକ ସମୟ ଅସଫଳତା ପ୍ରାପ୍ତ ହୁଏ।ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଗ୍ରହଣ କରିବା ସମୟରେ ସେହି ବିଷୟର ମୂଳରୁପରୁ ବୁଝିବା ଦରକାର।ପ୍ରତ୍ୟେକ ବିଦ୍ୟାର୍ଥୀକୁ ପଢିବା ସ୍ଥାନରେ ବହିରଖି ବିଦ୍ୟାର ଦେବୀ ମା ସରସ୍ଵତୀଙ୍କୁ ପ୍ରାର୍ଥନା କରିବା ଉଚିତ।
ଏପରି କରିବା ଦ୍ଵାରା ମନ ଶାନ୍ତ ରହିଥାଏ।ଏବଂ ପାଠପଢ଼ାରେ ମନ ଲାଗିରହେ।ମହତ୍ୱପୂର୍ଣ୍ଣ କଥା ଏହାକି ଯେ ବିଦ୍ୟାର୍ଥୀକୁ ତାର ମନରୁ ଭୟକୁ ବାହାର କରିଦେବା ଉଚିତ କାରଣ ସଂସାରରେ କୌଣସି ବ୍ୟକ୍ତି ଜନ୍ମରୁ ବିଦ୍ୟାରେ ପରିପୂର୍ଣ୍ଣ ହୋଇ ଜନ୍ମ ହୋଇନଥାନ୍ତି।ସମସ୍ତ ବ୍ୟକ୍ତି ଜନ୍ମ ହେବାପରେ ହିଁ ବିଦ୍ୟାଲାଭ କରିଥାଏ।ସେଥିପାଇଁ କୌଣସି ମନୁଷ୍ୟ ଜନ୍ମରୁ ଉଚ୍ଚ କିମ୍ବା ନୀଚ୍ଚ ହୋଇନଥାନ୍ତି।ଯଦି ଆପଣ ମନରେ ଭୟକୁ ପାଳି ବିଦ୍ୟାଗ୍ରହଣ କରିବେ ତେବେ ସଫଳତା ପ୍ରାପ୍ତ କରିବାପାଇଁ ଅଧିକ ସମୟ ଲାଗିବ।ଏଥିପାଇଁ ସବୁଠୁ ପ୍ରଥମେ ଭୟକୁ ନିଜ ମନରୁ ବାହାର କରିଦେବା ଉଚିତ।
ଏବେ ଆପଣଙ୍କୁ ଦେବୀ ସରସ୍ୱତୀଙ୍କର ମନ୍ତ୍ର କହିବାକୁ ଯାଉଛି।ଯାହା ତନ୍ତ୍ରତ୍ତମ ଦେବୀ ସୂତ୍ରମରୁ ଅଣାଯାଇଛି।ଯେଉଁ ମନ୍ତ୍ରକୁ ପ୍ରତ୍ୟେକ ବିଦ୍ୟାର୍ଥୀକୁ ପାଠପଢିବା ପୂର୍ବରୁ ଏହି ମନ୍ତ୍ରର ଉଚ୍ଚାରଣ କରିବା ଉଚିତ।
ସେହି ମନ୍ତ୍ର ହେଉଛି: ଯାଦେବୀ ସର୍ବଭୂତେଷୁ ବୁଦ୍ଧିରୂପେଣସଂସ୍ଥିତା।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।।
ଯେବେବି ଆପଣ ପଢ଼ାର ଆରମ୍ଭ କରିବେ ତାହା ପୂର୍ବରୁ ଏହି ମନ୍ତ୍ରର ଉଚ୍ଚାରଣ ଅବଶ୍ୟ କରନ୍ତୁ।
ଏବେ ଆପଣଙ୍କୁ ମା ସରସ୍ୱତୀଙ୍କର ମୂଳମନ୍ତ୍ର ଜଣାଇବୁ।ପ୍ରତିଦିନ ନିତ୍ୟକର୍ମ ଓ ସକାଳ ସ୍ନାନ ସାରିବା ପରେ ମନ୍ତ୍ରଜପ ଆରମ୍ଭ କରନ୍ତୁ।ନିଜ ସାମ୍ନାରେ ମା ସରସ୍ଵତୀଙ୍କର ଯନ୍ତ୍ର କିମ୍ବା ଚିତ୍ର ରଖନ୍ତୁ।ଆପଣ ଯନ୍ତ୍ର କିମ୍ବା ଚିତ୍ର ଉପରେ ଧଳା ମୁରୁଜ, ଧଳାଫୁଲ ,ଚାଉଳ ରଖନ୍ତୁ ଓ ଧୂପଦୀପ ଜାଳି ପୂଜା କରନ୍ତୁ।ନିଜ ମନକାମନାର ସ୍ମରଣ କରି ସ୍ଫଟିକ ମାଳରେ କୌଣସି ସରସ୍ଵତୀ ମନ୍ତ୍ରର ଶାନ୍ତ ମନରେ ଏକ ମାଳା ଗଡାନ୍ତୁ। ସରସ୍ଵତୀଙ୍କର ମୂଳମନ୍ତ୍ର ହେଉଛି:
ଓଁ ଏଂ ସରସ୍ବତୈ ଏଂ ନମଃ।
ସରସ୍ଵତୀଙ୍କର ଗାୟତ୍ରୀ ମନ୍ତ୍ର ହେଉଛି:
ଓଁ ସରସ୍ବତୈ ବିଧମହେ, ବ୍ରହ୍ମାପୁତ୍ରୟେ ଧୀମହି।
ତତ୍ରୋ ଦେବୀ ପ୍ରଚୋଦୟାତ।
ପରୀକ୍ଷାରେ ସଫଳତା ପାଇବାପାଇଁ ମନ୍ତ୍ର ହେଉଛି:
ଓଁ ଏଂ କ୍ଲି° ସୌ ହିଂ ଶ୍ରୀ° ଧ୍ରରିଂ
ବଦ ବଦ ବାଗ-ବାଦିନି ସୌ
କ୍ଲି° ଏଂ ଶ୍ରୀସରସ୍ବତୈ ନମଃ।
ଏହାକୁ ପରୀକ୍ଷା ପୂର୍ବରୁ ୨୧ଥର ଜପ କରନ୍ତୁ।
ଅଧ୍ୟୟନ କକ୍ଷରେ କୌଣସି ବହି କିମ୍ବା ଖାତା ଖୋଲା ରଖନ୍ତୁନାହିଁ।ପଢିବା ସମୟରେ କିମ୍ବା ସ୍ଥାନରେ ଖାଦ୍ୟର ସେବନ କରନ୍ତୁନାହିଁ।ସବୁବେଳେ ଖାତାବହିକୁ ଏହାର ନିୟମିତ ସ୍ଥାନରେ ରଖନ୍ତୁ।ପଢ଼ିବାର ସବୁଠୁ ଭଲ ସମୟ ହେଉଛି ଵ୍ରହ୍ମମୁହୂର୍ତ୍ତ ବା ଭୋର ୪ଟାରେ ।ଏସମୟରେ ପଢିବା ଦ୍ଵାରା ପାଠପଢ଼ାରେ କୌଣସି ବାଧାବିଘ୍ନ ଆସେନାହିଁ।ଏବଂ ପାଠ ଭଲ ଭାବରେ ସ୍ମରଣ ରୁହେ।ପଢିବା ସମୟରେ କେବେବି ଜୋତା ପିନ୍ଧି ପଢନ୍ତୁ ନାହିଁ।ଯେଉଁମାନଙ୍କୁ ପରୀକ୍ଷାରେ ଭୁଲିବାର ଅଭ୍ୟାସ ଥାଏ ତାଙ୍କୁ ନିଜ ପାଖରେ କପୂର ରଖିବା ଦରକାର।ଏହାଦ୍ଵାରା ନକରାତ୍ମକ ଶକ୍ତି ଦୂରରେ ରୁହେ।ମନ୍ତ୍ର ଦ୍ଵାରା ପରୀକ୍ଷା ଓ ଜୀବନରେ ସଫଳତା ପ୍ରାପ୍ତ ହେବ।