ଏହି ଏକ ଉପାୟକୁ ଆପଣାନ୍ତୁ ଓ ଫଟା ଗୋଇଠିରୁ ସବୁଦିନ ପାଇଁ ମୁକ୍ତି ପାଆନ୍ତୁ..
ନମସ୍କାର ବନ୍ଧୁଗଣ, ଆଜି ଆପଣ ଜାଣିବେକି ଫଟା ଗୋଇଠିର ଚିକିତ୍ସା ଆପଣ ଘରେ କିପରି କରିପାରିବେ।ଆମେ ସମସ୍ତେ ନିଜ ଶରୀରର ଧ୍ୟାନ ରଖୁ କିନ୍ତୁ ନିଜ ଗୋଇଠି ଓ ପାଦର ଧ୍ୟାନ ରଖିପାରନ୍ତି ନାହିଁ।ଯେବେ ଗୋଇଠି ବେଶୀ ଫାଟିଯାଏ ତେବେ ସେଥିରୁ ରକ୍ତ ବାହାରିବାକୁ ଲାଗିଥାଏ।ତେବେ ଏହାର ବହୁତ ଉପକାରୀ ଘରୋଇ ଉପାୟ ଆପଣଙ୍କୁ କହିବୁ।ଯଦି ଆପଣ ୨କିମ୍ବା ୩ଥର ଏହି ଘରୋଇ ଉପାୟରେ ତିଆରି ହୋଇଥିବା କ୍ରିମକୁ ଲଗାଇବେ ଆପଣ ଅନୁଭବ କରିବେ କି ଆପଣଙ୍କର ଫଟା ଗୋଇଠି ଠିକ ହୋଇଛି।
ଆପଣ ପ୍ରଥମେ ନିଅନ୍ତୁ ମହମ।ଯଦି ଆପଣଙ୍କ ପାଖରେ ଧଳା ମହମ ଅଛି ତେବେ ଆପଣ ତାହା ମଧ୍ୟ ନେଇ ପାରିବେ।କିମ୍ବା ଯଦି ଏଭଳି ରଙ୍ଗୀନ ମହମ ଅଛି ଏହାକୁ ମଧ୍ୟ ନେଇ ପାରନ୍ତି।କେବଳ ଗୋଟିଏ ଚାମଚ ଗୁଣ୍ଡ କରିଥିବା ମହମ ନିଅନ୍ତୁ।ଏହା ବହୁତ ହିଁ ଭଲ ଚିକିତ୍ସା ଅଟେ।ଗୋଟିଏ ରାତିରେ ହିଁ ଆପଣ ଏହାର ପ୍ରଭାବ ଦେଖିପାରିବେ।ଏହାକୁ ରାତିରେ ଲଗାଇ କରି ରଖନ୍ତୁ।ସକାଳୁ ଆପଣ ଦେଖିବେ କି ଆପଣଙ୍କର ଯେଉଁ ଫଟା ଗୋଇଠି ଅଛି ତାହା ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯାଇଛି।
ଶୀତଋତୁ ଆସିଲେ ହିଁ ଗୋଇଠି ଫାଟିବା ଆରମ୍ଭ ହୋଇଯାଏ କିନ୍ତୁ ବହୁତ ଲୋକ ଏପରି ମଧ୍ୟ ଅଛନ୍ତି ଯାହାଙ୍କର ତ୍ୱଚା ଅଧିକ ଶୁଷ୍କ ହୋଇଥାଏ ଓ ସବୁ ଋତୁରେ ତାଙ୍କର ଗୋଇଠି ଫାଟିଥାଏ।
ଛୁରୀର ସାହାର୍ଯ୍ୟରେ ମହମକୁ ଗୁଣ୍ଡ କରନ୍ତୁ।ଆପଣ ନିଜ ତ୍ୱଚା ଅନୁସାରେ ମହମ ଗୁଣ୍ଡ ନିଅନ୍ତୁ ଏଥିରେ କୌଣସି କ୍ଷତି ହୁଏନାହିଁ।ମହମ ଅନୁସାରେ ଏଥିରେ ଏହାର ଦୁଇଗୁଣ ଚମଚର ସୋରିଷ ତେଲର ପକାନ୍ତୁ।ଆପଣ ଯଦି ଚାହିଁବେ ଏଥିରେ ନଡ଼ିଆ ତେଲ ମଧ୍ୟ ମିଶାଇପାରନ୍ତି।ଆପଣ ଏହି କ୍ରିମକୁ ନିଜ ଗୋଇଠିରେ ରାତିସାରା ଲଗାଇ ରଖନ୍ତୁ।ଆପଣ ଏହାକୁ ଗୋଇଠି, ଆଙ୍ଗୁଠି,ପୁରା ଗୋଡ଼ରେ ମଧ୍ୟ ଲଗାଇପାରନ୍ତି।ଏହାକୁ ମାଲିସ କଲାଭଳି ନିଜ ଫଟା ଗୋଇଠି କିମ୍ବା ଗୋଡ଼ରେ ଲଗାନ୍ତୁ।ଏହା ପରେ ଆପଣ ମୋଜା ପିନ୍ଧି ଶୋଇପଡନ୍ତୁ।ଆପଣ ସକାଳେ ଦେଖିବେ କି ଆପଣଙ୍କର ଗୋଇଠି ବହୁତ ହିଁ କୋମଳ ହୋଇଯାଇଛି।ଏବଂ ଏହା ଦ୍ଵାରା ଆପଣଙ୍କର ଗୋଡ଼ର କିମ୍ବା ଗୋଇଠିର ଫାଟିବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ।
ଏହାକୁ ଭଲଭାବରେ ମିଶାଇବା ପରେ ଏକ କଡେଇ ନିଅନ୍ତୁ ଏଥିରେ କିଛି ପାଣି ନେଇ ଗରମ କରନ୍ତୁ ଓ ଏଥିରେ ସେହି ମିଶ୍ରଣକୁ ତରଳାନ୍ତୁ।ଏହାକୁ ଦ୍ଵିବାଷ୍ପିକରଣ ପକ୍ରିୟା କିମ୍ବା ଆପଣ ଯଦି ଚାହିଁବେ ଏହାକୁ କୌଣସି ପ୍ୟାନରେ ରଖି ଏହାକୁ ଗରମ କରିପାରିବେ।ଏକ ବଡ଼ ବାସନ ରେ ପାଣି ରଖିଦିଅନ୍ତୁ ଯେମିତିହିଁ ଭଲଭାବରେ ଗରମ ହେବ ଏହି ମିଶ୍ରଣକୁ ଏଥିରେ ରଖିଦିଅନ୍ତୁ।ଏଥିରେ ଅତିକମରେ ୩ରୁ ୪ମିନିଟ ଲାଗିଥାଏ।ଯେବେ ମହମ ତରଳି ଯିବ ଏଥିରେ ଆପଣଙ୍କୁ କପୂର ର ଦୁଇଟି ଛୋଟ ଛୋଟ ଗୁଲି ନିଅନ୍ତୁ ଏହାକୁ ଗୁଣ୍ଡ କରି ଏଥିରେ ପକାନ୍ତୁ।ଏହା ଆମକୁ ଫଟା ଗୋଇଠିରୁ ମୁକ୍ତି କରାଇଥାଏ।ଆମ ଗୋଇଠିର ଫାଟ ବହୁତ ଶୀଘ୍ର ଭରି ହୋଇଯାଏ।କୌଣସି ଏକ ପ୍ଲାଷ୍ଟିକ କିମ୍ବା କାଚର ଡବା ନିଅନ୍ତୁ ଓ ଏଥିରେ ଏହାକୁ ରଖିଦିଅନ୍ତୁ।
ଏହାକୁ ଲଗେଇବା ପୂର୍ବରୁ ଆପଣଙ୍କଗୋଡ଼କୁ ଭଲଭାବରେ ଗରମ ପାଣିରେ ସଫା କରନ୍ତୁ।ଏଥିରେ ଗୋଟେ ଚାମଚ ଲୁଣ, ସାମ୍ପୂ ପକାଇ ସଫା କରନ୍ତୁ।ଗରମ ପାଣିରେ ଗୋଡ଼ର ସେକ ମଧ୍ୟ ହୋଇଯାଏ ଓ ଗୋଇଠିର ଫଟାଅଂଶ ମଧ୍ୟ ଜଲଦି ଠିକ ହେବାରେ ସାହାଯ୍ୟ କରେ।ଦେଖିବେ ଆପଣଙ୍କର ଗୋଇଠି ପୁରାପୁରି କୋମଳ ହୋଇଯିବ।ଏହାକୁ ତିଆରିକରି ରଖିଲେ ମଧ୍ୟ ଏହା ଖରାପ ହେବନାହିଁ।
ଏହାପରେ ଏହି କ୍ରିମକୁ ନିଜ ଗୋଇଠି ଓ ପାଦରେ ଭଲଭାବରେ ମାଲିସକରି ଲଗାନ୍ତୁ।ଧନ୍ୟବା