September 11, 2024

Odia Express

Leading Odia News Portal of Odisha

ଆପଣ ଧନୀ ହେବେ କିପରି – ଏହି ଉପାୟ ଗୁଡିକ ଜାଣିଲେ ଆପଣ ନିଶ୍ଚୟ ଜୀବନରେ ସଫଳ ହେଇ ପାରିବେ..

ଯଦି ଆପଣ ଧନୀହେବାକୁ ଚାଂହୁଛନ୍ତି ତେବେ ଭୁଲରେ ମଧ୍ୟ ଏହି ୪ ଗୋଟି କାମ ଆଦୌ କରନ୍ତୁ ନାହିଁ।କେବେ ମଧ୍ୟ କାହାକୁ କହିବେ ନାହିଁ ଯେ ଆପଣ କେତେ ପଇସା କମାଉଛନ୍ତି ଏବଂ ଆପଣଙ୍କ ପାଖରେ କେତେ ପଇସା ରହିଛି।ଆପଣମାନେ ଜାଣିଛନ୍ତି ଯେ ମନୁଷ୍ୟର ପ୍ରକୃତି ହେଉଛି ଇର୍ଷା ପରାୟଣ ହେବା।ଏହା ହେଉଛି ମନୁଷ୍ୟର ଜନ୍ମଗତ ପ୍ରକୃତି।ତେଣୁ ଯେଉଁମାନେ ଆପଣଙ୍କର ବନ୍ଧୁବାନ୍ଧବ ତଥା ପରିବାରବର୍ଗ ଆପଣଙ୍କୁ ନୀଚ ଦେଖେଇବାକୁ ଚେଷ୍ଟା କରିବେ।ସେମାନେ ସବୁବେଳେ ଆପଣଙ୍କର କ୍ଷତି ହେଉବୋଲି ଚେଷ୍ଟା କରିବେ।ସେମାନେ ସର୍ବଦା ଆପଣଙ୍କ ପଛରେ ଆପଣଙ୍କ କ୍ଷତି ହେଉବୋଲି ଯୋଜନାମାନ କରିବେ।ଆହୁରି ଏକ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ଠାରୁ ଧାର୍ ମାଗିବେ ତେଣୁ ତାଙ୍କସହ ଆପଣଙ୍କର ଶତ୍ରୁତା ଯାହାହେଲେ ବି ହବ।ପଇସା ଦବା ସାଧାରଣତଃ ସହଜ ହେଇଥାଏ ମାତ୍ର ପଇସା ଜଣଙ୍କଠାରୁ ଆଣିବା କଷ୍ଟକର ହେଇଥାଏ।ତେଣୁ ଆପଣ ଥରେ ପଇସା ପାଇଁ କହିବେ ସେ ମନା କରିବ ଆପଣ ପୁଣି ଥରେ କହିବେ ସେ ପୁଣି ମନା କରିବ ତେଣୁ ଶତ୍ରୁତା ଅବଶ୍ୟ ହେବ।ତେଣୁ କେବେ କାହାକୁ କରଜ ଦିଅନ୍ତୁ ନାହିଁ।

ଦ୍ୱିତୀୟରେ ଆପଣ କେବେ ମଧ୍ୟ ପଇସାର ନଷ୍ଟ କରିବେ ନାହିଁ କାରଣ ଏହା ଆପଣଙ୍କୁ ନଷ୍ଟ କରିଦେବ।ଆପଣ ଯେତେବଳେ ପରିବା କିଣିବାକୁ ଯାଉଛନ୍ତି ସେହି ସମୟରେ ଆପଣ ପରିବାବିକାଳୀ ସହ ଅଯଥା ଯୁକ୍ତି କରି କିଛିମାତ୍ରାରେ ପଇସା କମେଇଦେଉଛନ୍ତି ଅର୍ଥାତ କିଛି ମାତ୍ରାରେ ଆପଣ ପଇସା ସଞ୍ଚୟ କରିଦେଉଛନ୍ତି।କିନ୍ତୁ ଯେତେବେଳେ ଆପଣ କୌଣସି ଏକ ବଡ଼ ମଲ୍ କୁ ଯାଉଛନ୍ତି ସେତେବେଳେ ଆପଣ ଆଉ ପଇସାକୁ ଧ୍ୟାନ ନ ଦେଇ ବ୍ରାଣ୍ଡ୍ କୁ ଦେଖୁଛନ୍ତି।ଯଦିଓ ସେହି ଜିନିଷ ପାଖ ବଜାରରେ କମ ପଇସାରେ ମିଳିଯିବ ତଥାପି ଆପଣ ଅଧିକା ପଇସା ଦେଇକରି ମଲ୍ ରୁ ଆଣୁଛନ୍ତି।ଏହା ଦ୍ଵାରା ଆପଣ ଗରିବ ହେଇଯିବେ ନାଁହିଁ।ମାତ୍ର ଏହା ଯଦି ଆପଣଙ୍କର ଏକ ଅଭ୍ୟାସରେ ପରିଣତ ହେଇଯିବ ତେବେ ଏହା ଆପଣଙ୍କର ଅନେକ କ୍ଷତି କରେଇବ।ଆପଣ ଅନେକମାତ୍ରାରେ ଖର୍ଚ୍ଚ କରିବେ।

ତୃତୀୟରେ ଯଦି ଆପଣ କିଛି ନୂଆ ବିଜନେସ କରିବାକୁ ଚାଂହୁଛନ୍ତି ତେବେ ଆପଣଙ୍କର ବିଜନେସ ଆଇଡ଼ିଆକୁ କେବେ ମଧ୍ୟ ଅନ୍ୟ କାହା ସହ ଆଲୋଚନା କରନ୍ତୁ ନାହିଁ।ଆପଣ ଭାବୁଥିବେ ଯେ ଆଲୋଚନା କରିବା ଦ୍ୱାରା କିଛି କ୍ଷତି ହେବନାହିଁ। ଆପଣ ଯାହା ସହ ଆଲୋଚନା କଲେ ଆପଣ ଚିନ୍ତା କରୁଥିବେ ଯେ ସେହି ବ୍ୟକ୍ତି ଆଦୌ ଏହି ବିଜନେସ କରିପାରିବ ନାହିଁ।କିନ୍ତୁ ସେହି ବ୍ୟକ୍ତି ଅନ୍ୟ କାହାକୁ କହିତ ପାରିବ,ସେହି ବ୍ୟକ୍ତିତ କରିପାରିବ।ତେବେ କେବେ କୌଣସି ଲୋକଙ୍କୁ ନିଜ ଆଇଡ଼ିଆ ବିଷୟରେ କୁହନ୍ତୁ ନାହିଁ।ଯଦି ଆପଣ କହିବାକୁ ଚାଂହୁଛନ୍ତି ତେବେ କହିବାପୂର୍ବରୁ ଏକ ସାଧା ଷ୍ଟାମ୍ପପେପରରେ ଦସ୍ତଖତ କରାନ୍ତୁ।ଏହା ଆପଣଙ୍କ ଭବିଷ୍ୟତରେ ଅନେକ କାମରେ ଆସିବ।

ଚତୁର୍ଥରେ ଯଦି ଆପଣ ପାଇସା କମେଇବାକୁ ଚାଂହୁଛନ୍ତି ତେବେ କେବେ ମଧ୍ୟ ପଇସା ଲାଗେଇବାକୁ ଡରନ୍ତୁ ନାହିଁ।ତେଣୁ ପ୍ରଥମେ ଅର୍ଥର ସଞ୍ଚୟ କରନ୍ତୁ।ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ଭାବିଥିବା ବିଜନେସରେ ଯଦି ପଇସା ଲଗେଇବା ଦ୍ୱାରା ଆପଣଙ୍କର ଲାଭ ହେବ ତେବେ ଆଉ ଡେରି ନ କରି ସେହି ସଞ୍ଚୟ କରିଥିବା ପଇସା କୁ ବିନିଯୋଗ କରନ୍ତୁ।ଏହିପରି କରିବା ଦ୍ୱାରା ଆପଣ ବହୁତ ଜଲ୍ଦି ଧନୀ ହେଇଯିବେ।ତେଣୁ ସଠିକ ପଦକ୍ଷେପ ନେବା ଦ୍ୱାରା ଭବିଷ୍ୟତରେ ନିଶ୍ଚୟ ଭାବେ ଧନୀ ହେଇପାରିବେ

Leave a Reply

Your email address will not be published. Required fields are marked *