July 15, 2025

Odia Express

Leading Odia News Portal of Odisha

୧୦ଟଙ୍କାର ପାରଲେଜି ବିସ୍କୁଟ ସହ ୧ ଚାମଚ ଘିଅରେ ତିଆରି କରନ୍ତୁ ସ୍ୱାଦିଷ୍ଟ ପେଡା – ପ୍ରଣାଳୀ ଜାଣିରଖନ୍ତୁ ଏବେ…

ନମସ୍କାର, ୧୦ଟଙ୍କାର ପାରଲେଜି ବିସ୍କୁଟ ସହ ୧ଚାମଚ ଘିଅ ମିଶାଇ ବହୁତ ସ୍ଵାଦିଷ୍ଟ ପେଡା ତିଆରି କରିବାର ପ୍ରଣାଳୀ ଆଜି ଆପଣ ଜାଣିବେ।ଏହା କେବଳ ୧୦ମିନିଟରେ ହିଁ ତିଆରି ହୋଇଯିବ।ଆପଣଙ୍କୁ ଏହା ନିଶ୍ଚିତ ଭଲ ଲାଗିବ ବୋଲି ଆଶାକରୁଛୁ।ଏହା ତିଆରି କରିବାପାଇଁ ପ୍ରଥମେ କଡେଇରେ ୨କପ୍ କ୍ଷୀର ଢାଳନ୍ତୁ।ଏବେ ଏଥିରେ ୧/୪କପ୍ ଚିନି ପକାନ୍ତୁ।ଯଦି ଆପଣ କଞ୍ଚା କ୍ଷୀରରେ ପେଡା କରୁଛନ୍ତି ତେବେ କ୍ଷୀର ଗରମ ହେବା ପରେ ଚିନି ପକାନ୍ତୁ।ଏବଂ ଏହାକୁ ସମୟ ସମୟରେ ଘାଣ୍ଟନ୍ତୁ।କ୍ଷୀର ଭଲଭାବରେ ଫୁଟିଲା ପରେ ଆଞ୍ଚକୁ କମ କରିଦିଅନ୍ତୁ।ଏବଂ କ୍ଷୀରକୁ ୫ମିନିଟ ପର୍ଯ୍ୟନ୍ତ ଶୁଖାନ୍ତୁ।ଯାହାଦ୍ଵାରା ଏହା ବହଳିଆ ହୋଇଯିବ ଏବଂ ପେଡା ସ୍ୱାଦିଷ୍ଟ ହେବାରେ ସାହାର୍ଯ୍ୟ କରିବ।

ଏବେ ଏହାକୁ କରିବାପାଇଁ ପ୍ରଥମେ ଆପଣ ପାରଲେଜି ବିସ୍କୁଟର ବ୍ୟବହାର କରନ୍ତୁ।ଆପଣ ଚାହିଁଲେ ମିଲକ ବିକିସ ବିସ୍କୁଟର ମଧ୍ୟ ବ୍ୟବହାର କରିପାରିବେ।ଏବେ ଆମ ପାଖରେ ୧୩୦ଗ୍ରାମ ର ବିସ୍କୁଟ ହୋଇଗଲା।ଏହା ବହୁତ ଶସ୍ତା ମଧ୍ୟ ଅଟେ।ବର୍ତ୍ତମାନ ବିସ୍କୁଟକୁ ଆପଣ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ।ଏବେ ଏହି ଗୁଣ୍ଡ ହୋଇଥିବା ବିସ୍କୁଟକୁ ଆପଣ ଫୁଟୁଥିବା କ୍ଷୀରରେ ପକାନ୍ତୁ।ଯଦି ଆପଣ ଏହି କ୍ଷୀରକୁ ଟିକେ ବହଳିଆ କରିବେ ତେବେ ଆପଣଙ୍କ ପେଡା ବହୁତ ହିଁ ସ୍ୱାଦିଷ୍ଟ ହେବ।ବିସ୍କୁଟ ଓ କ୍ଷୀରକୁ ଭଲଭାବରେ ମିଶାଇ ଦିଅନ୍ତୁ।ଆଞ୍ଚକୁ କମ କରି ଏହାକୁ ମିଶାନ୍ତୁ।ଏବେ ଏହାର ଭଲ ଫ୍ଲେବର ପାଇଁ ଏଥିରେ ୪ଟି ଗୁଜୁରାତି ଗୁଣ୍ଡ କରି ପକାଇ ଦିଅନ୍ତୁ।

ଏବେ ଶୁଖିଲା ନଲାଗିବା ପାଇଁ ଏଥିରେ ପକାନ୍ତୁ ଏକ ଛୋଟ ଚାମଚ ଘିଅ ଏବଂ ଏହାକୁ ମିଶାଇ ଦିଅନ୍ତୁ। ଯାହାଦ୍ଵାରା ସ୍ୱାଦ ଭଲ ରହିବ।ତେବେ ବହୁତ ହିଁ କମ ସମୟରେ ସ୍ୱାଦିଷ୍ଟ ପେଡା ତିଆରି ହୋଇଯିବ।ଏହାକୁ ବହୁତ ନରମ କରି ବନାନ୍ତୁ।ଏହାକୁ ପାଣିଆ ମଧ୍ୟ କରନ୍ତୁ ନାହିଁ।କେବଳ ୨ମିନିଟରେ ହିଁ ପେଡାର ଆଣ ତିଆରି ହୋଇଯିବ।ଏହାକୁ ଟିକେ ଭଲଭାବରେ ରାନ୍ଧନ୍ତୁ ନହେଲେ ଏଥିରେ ବିସ୍କୁଟର ସ୍ୱାଦ ରହିଯିବ।ଏବଂ ଏହା କଞ୍ଚା କଞ୍ଚା ଭଳି ଲାଗିବ ଯାହା ବିଲକୁଲ ବି ଭଲ ଲାଗିବ ନାହିଁ।ଏହାକୁ ଭଲ ଭାବରେ ରାନ୍ଧି ତିଆରି କଲେ କେହି ଜାଣିବି ପାରିବେ ନାହିଁ କି ଏହା ବିସ୍କୁଟରୁ ତିଆରି ହୋଇଛି।ଯେବେ ଏହା ହୋଇଯିବ ତେବେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ।

ବର୍ତ୍ତମାନ ଏହାକୁ ଏକ ଥାଳିରେ କାଢି ରଖନ୍ତୁ।ଏବଂ ଏହାକୁ ୫ମିନିଟ ପାଇଁ ଥଣ୍ଡା କରନ୍ତୁ।ଏବଂ ଯେତେବେଳେ ଏହା ଥଣ୍ଡା ହେବ ଦେଖନ୍ତୁକି ଏହାକୁ ଆପଣ ହାତରେ ଛୁଇଁ ପାରୁଛନ୍ତି କି ନାହିଁ।ଏହାକୁ ହାତରେ ଭଲଭାବରେ ଚକଟି ନରମ କରନ୍ତୁ।ଏଥିରେ କେବଳ ୨କପ୍ କ୍ଷୀର, ୧/୪କପ ଚିନି,୧ଛୋଟ ଚାମଚ ଘିଅ, ଓ ୧ପ୍ୟାକେଟ ପାରଲେଜି ବିସ୍କୁଟ ହିଁ ପକାହୋଇଛି।ଯେବେବି ଆପଣଙ୍କୁ ମିଠା ଖାଇବାର ଇଚ୍ଛା ହେବ ଆପଣ ଏହାକୁ ୧୦ମିନିଟରେ ହିଁ କରିପାରିବେ।

ଏବେ ଅଳ୍ପ ମିଶ୍ରଣକୁ ହାତରେ ନିଅନ୍ତୁ।ଏବଂ ନିଜ ଅନୁସାରେ ବଡ କିମ୍ବା ଛୋଟ ପେଡା କରିବାର ଅଛି ତେବେ ସେହି ଅନୁସାରେ ଗୁଳା କରନ୍ତୁ।ଏବଂ ଏହାକୁ ଚେପଟା ଭଳି ଆକାର ଦିଅନ୍ତୁ।ଏବେ ଏହାକୁ ସୁନ୍ଦର କରିବାପାଇଁ ମଝିରେ ପେସ୍ତା ବାଦାମର ଖଣ୍ଡକୁ ଲଗାନ୍ତୁ।ଏହାକୁ ପୁରାପୁରି ଥଣ୍ଡା କରନ୍ତୁ ନାହିଁ।ସବୁ ପେଡାରେ ଏହିପରି ଭାବରେ ମଝିରେ ପେସ୍ତା ବାଦାମର ଖଣ୍ଡକୁ ଲଗାନ୍ତୁ।ଏହାକୁ ଥଣ୍ଡା କରିବା ପାଇଁ ଶେଷରେ ଫ୍ରିଜରେ ଅଧଘଣ୍ଟା ପାଇଁ ଏହାକୁ ନିଶ୍ଚୟ ରଖନ୍ତୁ।ଯାହାଦ୍ଵାରା ଏହା ଭଲଭାବରେ ଶୁଖିଯିବ।ଏହା ଆପଣଙ୍କୁ ବହୁତ ଭଲ ଲାଗିବ।ନିଶ୍ଚିତ ଭାବରେ ଏହାକୁ ନିଜେ ତିଆରି କରନ୍ତୁ।

Leave a Reply

Your email address will not be published. Required fields are marked *