ତୁଳସୀ ଗଛରେ ଏହା ଢାଳନ୍ତୁ ଦେଖିବେ ତୁଳସୀ ଗଛ ହରା ଭରା ହୋଇଯିବ – ନିଶ୍ଚୟ ଜାଣିରଖନ୍ତୁ..
ଆସନ୍ତୁ ଜାଣିବା ତୁଳସୀ ଗଛର କେମିତି ଯତ୍ନ ନେବା । ଯାହା ଦ୍ୱାରା ଶୁଖିଯାଇଥିବା ତୁଳସୀ ଗଛ ପୁଣି ହରା ଭରା ହେଇଯିବ । ଠାକୁରଙ୍କ ପୂଜା କରିସାରିବା ପରେ ସେହି ଲୋଟା ପାଣିକୁ ସେଥିରେ ଢାଳି ଦିଅନ୍ତି । ଲୋଟା ବଡ ହୋଇଥିଲେ ସବୁ ପାଣି ତୁଳସୀ ଗଛରେ ଢଳାନ୍ତୁ ନାହିଁ । ଅଲଗା ଗଛରେ ମଧ୍ୟ ଆପଣ ଏହି ପାଣିକୁ ଢାଳି ପାରିବେ ।ଆମେ ପୁରା ଲୋଟା ପାଣିକୁ ତୁଳସୀ ଗଛରେ ଢାଳିଦେଉଛେ । ବହୁତ ପାଣି ଯୋଗୁ ଆମ ତୁଳସୀ ଗଛ ଖରାପ ହୋଇଯାଇଥାଏ । ଛୋଟ ଆକାରର ଲୋଟା ହୋଇଥିଲେ ଏହାକୁ ଆପଣ କେବଳ ତୁଳସୀ ଗଛରେ ଢାଳିପାରନ୍ତି । ବଡ ଲୋଟା ହୋଇଥିଲେ କେବଳ ଅଳ୍ପ ପାଣି ଢଳାନ୍ତୁ ଆଉ ପାଣିକୁ ଅଳଂସ ଗଛରେ ଢଳାନ୍ତୁ। ବହୁତ ପାଣି ଯୋଗୁ ତୁଳସୀ ଜଟା ଖରାପ ହୋଇଯାଇଥାଏ । ସବୁ ଜଟାକୁ କାଟି ଦିଅନ୍ତୁ । ଜଟା ରହିଲେ ଏହା ବହୁତ ଜଲଦି ଖରାପ ହୋଇଯାଇଥାଏ । ଜଟାକୁ ମାଟିରେ ପକାଇ ଦିଅନ୍ତୁ ନୂଆ ନୂଆ ଗଛ ଉଠିଯିବା ।
ତୁଳସୀ ଗଛକୁ ଘରେ ଲଗାଇବା ନିହାତି ଦରକାର ଏହା ବହୁତ ଶୁଭ ହୋଇଥାଏ । ଏବଂ ଘରର ବାତାବରଣ ସକାରାତ୍ମକ ରହିଥାଏ । ଏଥିରେ ବହୁତ ଅଧିକ ଔଷଧୀୟ ଗୁଣ ରହିଥାଏ । ଗୋଟିଏ ଜଟାରୁ ଆମେ ବହୁତ ତୁଳସୀ ଗଛ ତିଆରି କରିପାରିବ । ତୁଳସୀ ଗଛର କାଣ୍ଡକୁ ଲଗାନ୍ତୁ । ଏହା ଦ୍ୱାରା ଗଛ ମଧ୍ୟ ହୋଇଥାଏ । ଏହାକୁ ଯଦି ଆପଣ କଟିବେ ଏବଂ ଜଟାକୁ କାଟିବେ ତାହେଲେ ଯାଇ ନୂଆ ନୂଆ ଶାଖା ଗଛରେ ବାହାରିବା ଏବଂ ଗଛ ସୁସ୍ଥ ରହିବ । ଏଥିରେ ଜୈବିକ ପଦାର୍ଥ ଢାଳିବା ଉଚିତ । ଆପଣ ଗୋବର ମଧ୍ୟ ପକେଇ ପାରିବେ । ରାସାୟନିକ ପଦାର୍ଥ ପକାନ୍ତୁ ନାହିଁ । କାରଣ ଏହାର ପତ୍ରକୁ ଆମେ ଖାଇଥାଉ । ଶୀତ ଋତୁରେ ପାଣି ଅଧିକ ଦିଅନ୍ତୁ ନାହିଁ ।
ଶୀତ ଋତୁରେ ତୁଳସୀ ଗଛର ଅଧିକ ଯତ୍ନ ନେବା ଆବଶ୍ୟକ । ବହୁତ ଥଣ୍ଡା ପଡୁଥିଲେ ତୁଳସୀ ଗଛ ମୂଳେ ଦିଅନ୍ତୁ ନାହିଁ । ଚେଷ୍ଟା କରନ୍ତୁ କମ ରୁ କମ ପାଣି ଦେବାକୁ । ବହୁତ କୁହୁଡି ଯେପରି ତୁଳସୀ ଉପରେ ନ ପଡେ । ରାତିରେ ଏହା ଉପରେ ସୁତ କପଡା ପକାଇ ଦିଅନ୍ତୁ । ଯାହା ଦ୍ୱାରା କୁହୁଡି ଅଧିକ ପଡିନଥାଏ ଗଛ ଉପରେ । ସକାଳୁ ଏହି କପଡାକୁ ଉଠାଇ ଦିଅନ୍ତୁ। ଯେପରି ସୂର୍ଯ୍ୟ କିରଣ ଏହି ଗଛ ଉପରେ ପଡିବ । ୨ ୩ ମାସ ଏହି ଗଛରେ ଯତ୍ନ ନେବାକୁ ପଡିଥାଏ । ଏହା ଦ୍ୱାରା ତୁଳସୀ ଗଛ ଖରାପ ହୋଇନଥାଏ । ଗୋବର ପକାନ୍ତୁ ଜୈବିକ ପଦାର୍ଥ ପକାନ୍ତୁ ସୋରିଷକୁ ଏହା ମଧ୍ୟରେ ପକାଇ ଦିଅନ୍ତୁ । ନହେଲେ ଏହାକୁ ପାଣିରେ ମିଶେଇ ତୁଳସୀ ଗଛ ମୂଳେ ଢଳାନ୍ତୁ। ସୋରିଷରେ ନୈଟ୍ରୋଜେନ ରହିଥାଏ । ଥଣ୍ଡା ଦିନେ ଏହାକୁ ଦେଲେ ତୁଳସୀ ଗଛ ଠିକ ରହିଥାଏ । ତୁଳସୀ ଗଛ ଶୁଖି ନଥାଏ ।
ଥଣ୍ଡାରୁ ବଞ୍ଚାଇ ଥାଏ ଏବଂ ତୁଳସୀ ଗଛ ସୁସ୍ଥ ରହିଥାଏ । ବେଳେ ବେଳେ ଏହି ଗଛରେ ଜୈବିକ ପଦାର୍ଥ ନିଶ୍ଚୟ ପକାନ୍ତୁ । ଥଣ୍ଡା ଋତୁରେ ୪ରୁ ୫ ଦିନ ମଧ୍ୟରେ ପାଣି ଦିଅନ୍ତୁ । ମାଟି ପୁରା ସୁଖୀ ଗଲା ପରେ ହିଁ ପାଣି ଢଳାନ୍ତୁ ନହେଲେ ପାଣି ଦିଅନ୍ତୁ ନାହିଁ । ଅଧିକ ପାଣି ଦିଅନ୍ତୁ ନାହିଁ । ଗରମ ଦିନେ ୩ଦିନରେ ପାଣି ଦିଅନ୍ତୁ । ଥଣ୍ଡାର ପାଣି ଢଳାନ୍ତୁ ନାହିଁ । ତୁଳସୀ ଗଛର ଖରାପ ହେବାର କାରଣ ହେଉଛି ଅଧିକ ପାଣି । ଏବଂ କୁହୁଡି ପଡିବ ମଧ୍ୟ ଗଛକୁ ଖରାପ କରିଥାଏ । ଏହି ପରି ଭାବେ ଆପଣ ତୁଳସୀ ଗଛକୁ ସୁସ୍ଥ ରଖିପାରିବେ ।