ମୁଣ୍ଡରେ ଲଗେଇ ଦିୟନ୍ତୁ ଏହି ଜିନିଷ – ଜୀବନରେ ଆଉ କେବେ ହେବ ନାହିଁ ରୁଫି ଓ ଚୁଟି ହେଇଯିବ ସୁନ୍ଦର..

ଭଗବାନଙ୍କ ବିରଚିତ ଏହି ସୁନ୍ଦର ପୃଥିବୀରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ।ସଭ୍ୟତାର ନୂତନ ସୂର୍ଯ୍ୟୋଦୟ ମନୁଷ୍ୟ ସମାଜରେ ଭରି ଦେଇଛି ନବପ୍ରାଣ।ପ୍ରତ୍ୟେକ ମନୁଷ୍ୟ ନିଜ ଚାଲି ଚଳଣି ଓ ବେଶପୋଷାକରେ ନିଜକୁ କରିଛି ସୁସଜ୍ଜିତ।ବର୍ତ୍ତମାନର ଆଧୁନିକ ସମାଜରେ ଏହାର ଗୁରୁତ୍ବତା ସବୁଠୁ ଉଚ୍ଚରେ କହିଲେ ଅତ୍ୟୁକ୍ତି ହେବନାହିଁ।ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜର ଉଚିତ ଧ୍ୟାନ ଦେବା ଉ ଲଭିତ। ସମସ୍ତ ବ୍ୟକ୍ତି ଶାରୀରିକ କ୍ଷେତ୍ରରେ ସର୍ବଦା ସୁନ୍ଦର ରହିବାକୁ ଚାହାନ୍ତି।ତେଣୁ ସମସ୍ତ ବ୍ୟକ୍ତି ନିଜ ସୌନ୍ଦର୍ଯ୍ୟର ଉଚିତ ଯତ୍ନ ନେବାକୁ ଚାହାନ୍ତି।ଓ ନିଜ ସୌନ୍ଦର୍ଯ୍ୟର ବୃଦ୍ଧି କରିବାକୁ ଚାହାନ୍ତି।ନିଜ ମୁହଁ, ଚର୍ମ, କେଶ ଆଦିର ଉପଯୁକ୍ତ ଯତ୍ନ ଦ୍ୱାରା ଓ ଶାରୀରିକ ବ୍ୟାୟାମ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାରେ ସକ୍ଷମ ହୋଇଥାନ୍ତି।ସୌନ୍ଦର୍ଯ୍ୟ ଈଶ୍ୱର ଦତ୍ତ ଏକ ଅମୂଲ୍ୟ ଉପହାର ଅଟେ।
ଆମେ ଆମ ସୌନ୍ଦର୍ଯ୍ୟର ବିକାଶ ପାଇଁ ଉପଯୁକ୍ତ ଉପାଦାନ ବ୍ୟବହାର କରିବା ମଧ୍ୟ ନିହାତି ଗୁରୁତ୍ୱପୂର୍ଣ୍ଣ।ଯଦି ଏଥିରେ କିଛି ତ୍ରୁଟି ରହିଥାଏ, ଏହା ବହୁତ ହାନିକାରକ ହୋଇଥାଏ।ବର୍ତ୍ତମାନ ବଜାରରେ ବହୁତ ସୌନ୍ଦର୍ଯ୍ୟ ବର୍ଦ୍ଧିକ ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେଲାଣି।ହେଲେ ଏହା ସବୁ ସମୟରେ ଫଳପ୍ରଦ ହୋଇନଥାଏ।ଏହାର ଶରୀର ଉପରେ କିଛି କୁପ୍ରଭାଵ ମଧ୍ୟ ଥାଏ।ଯାହାକି ଅତ୍ୟନ୍ତ ଖର୍ଚ୍ଚ ବହୁଳ ହୋଇଥାଏ।
ଆମ ଶରୀରରେ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିବା ଏକ ଅନନ୍ୟ ଅଙ୍ଗ ହେଉଛି କେଶ।ଏହା ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।ତେଣୁ ଏହାର ଯତ୍ନ ନିତାନ୍ତ ଆବଶ୍ୟକ ଅଟେ।ବିଶେଷ କରି ଝିଅ ମାନଙ୍କ କ୍ଷେତ୍ରରେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ସମସ୍ତେ ସୁନ୍ଦର ଓ ଘନ କେଶର ପ୍ରୟୋଜନୀୟତାକୁ ପ୍ରାଧାନ୍ୟ ଦେଇଥାନ୍ତି।ଏହାର କୌଣସି ଅସୁବିଧା ବା ଦୁର୍ବଳତା ସମସ୍ତଙ୍କ ଚିନ୍ତାର କାରଣ ହୋଇଥାଏ।ଵିଶେଷ କରି କେଶରେ ହେଉଥିବା ରୁପି ସମସ୍ୟା ପ୍ରାୟ ସମସ୍ତଙ୍କ ଚିନ୍ତାର ବିଷୟବସ୍ତୁ ଅଟେ।
ତେଣୁ ଆମେ ନିମ୍ନରେ ଏହାର ଏକ ସମାଧାନର ଉପାୟ ବର୍ଣ୍ଣନା କରିଛୁ।ଯାହାକି ଆଦୋୖ ଖର୍ଚ୍ଚ ବହୁଳ ନୁହେଁ।ଏହା ସମ୍ପୂର୍ଣ୍ଣ ଘରୋଇ ଉପଚାର ଅଟେ।ଆଶା କରୁଛି ଏହା ଆପଣଙ୍କ ପାଇଁ ଉପକାରୀ ଓ ଲାଭଦାୟକ ହେବ।
କେଶରେ ରୁପି ସମସ୍ୟା ଦୂର କରିବାକୁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମିଳୁଛି ଯାହାକି ଅଳ୍ପ କିଛି ସମୟ ପାଇଁ ରୁପିକୁ ହଟାଇ ଦିଏ।କିନ୍ତୁ ପରେ ରୁପି ପୁଣି ଚାଲିଆସେ।ଏହା କେଶ ପାଇଁ ବହୁତ ହାନିକାରକ ଅଟେ।ତେଣୁ ଏହାର ସମାଧାନ ପାଇଁ ଆମର କିଛି ଉପାଦାନର ଆବଶ୍ୟକ ଅଟେ।ପିଆଜ, ରସୁଣ ଓ ଆପଲ ସିଡର ଭିନେଗାର।
ପ୍ରଥମେ ପିଆଜ ଓ ରସୁଣକୁ ଏକାଠି ମିଶାଇ ଗ୍ରାଇଣ୍ଡରରେ ଏହାର ପେଷ୍ଟ ପ୍ରସ୍ତୁତ କରିବା ଓ ଏହି ପେଷ୍ଟକୁ ଏକ ପତଳା କପଡ଼ାରେ ଛାଣିକି ଏକ ପାତ୍ରରେ ଏହାର ରସ ସଂଗ୍ରହ କରିବା।ଓ ଏଥିରେ ଆପଲ ସିଡର ଭିନେଗାରକୁ ମିଶାଇବା।ଓ ଏହାକୁ ୫ ରୁ ୬ ଦିନ ପର୍ଯ୍ୟନ୍ତ ଫ୍ରିଜରେ ମଧ୍ୟ ରଖିପାରିବା।ଏହାକୁ ଏକ କଟନ କପଡ଼ା ସାହାଯ୍ୟରେ ନିଜ ଚୁଟି ମୂଳରେ ଭଲକି ମାଲିସ କରିବା ଓ ୧୫ କି ୨୦ ମିନିଟ ପରେ ଏହାକୁ ଖାଲି ପାଣିରେ କିମ୍ବା ସ୍ୟାମ୍ପୋରେ ଧୋଇଦେବା।
ଏପରି କରିବା ଦ୍ୱାରା ବହୁତ ଶୀଘ୍ର ରୁପି ସମସ୍ୟାରୁ ମୁକ୍ତି ମିଳିଥାଏ ଓ କେଶର ବହୁତ ବଢିଆ ବୃଦ୍ଧି ମଧ୍ୟ ହୋଇଥାଏ।ବଜାରରୁ ମିଳୁଥିବା ସାମଗ୍ରୀ ଠାରୁ ଏହି ଘରୋଇ ଉପଚାର ଅତ୍ୟନ୍ତ ଫଳପ୍ରଦ ଅଟେ ଓ ଏହାର କୌଣସି ଖରାପ ପ୍ରଭାବ ନଥାଏ।ଆଶା କରୁଛି ଏହା ଅପଣଙ୍କ ସମସ୍ୟାକୁ ସମାଧାନ କରିପାରିବ ଓ ଆପଣଙ୍କ ସୌନ୍ଦର୍ଯ୍ୟକୁ ବଢାଇବାରେ ସହାୟକ ହେବ।