September 12, 2024

Odia Express

Leading Odia News Portal of Odisha

ପ୍ରପୋଜ କରିବା ଅପେକ୍ଷା ମଧ୍ୟ ଭଲ ହେଉଛି ଏହି ପାଞ୍ଚୋଟି ଶବ୍ଦ – ଥରେ କହିକି ଦେଖନ୍ତୁ..

ଜୀଵନରେ ସମସ୍ତଙ୍କୁ କେବେ ନା କେବେ ପ୍ରେମ ହେଇଥାଏ।ତାହା ସ୍କୁଲ ବେଳର ହେଉ କି କଲେଜ୍ ସମୟର ହେଉ ତଥା ବିବାହ ପରେ ହେଉ।ଯେତେବେଳେ ଜଣଙ୍କ ହୃଦୟରେ ପ୍ରେମଭରା ଅନୁଭବ ଆସିଥାଏ ସେତେବେଳେ ତାକୁ ନିଜ ପାର୍ଟନର ବ୍ୟତୀତ ଅନ୍ୟ ସମସ୍ତେ ମିଛ ପରି ଲାଗନ୍ତି।ଏହା ସହ ତାଙ୍କୁ ନେଇ ଅନେକ ସ୍ୱପ ମଧ୍ୟ ଦେଖିଥାଏ।ନିଜ ବ୍ୟକ୍ତିଗତ ଜୀଵନର ସମସ୍ତ କଥା କୁ ସେଇ ଭଲପାଉଥିବା ବ୍ୟକ୍ତି ଆଗରେ ରଖିଥାଏ।ମାତ୍ର ଯେଉଁଠାରେ ଭଲପାଇବା ଥାଏ ସେଠାରେ ସାମାନ୍ୟ ମନ ମାଳିନ୍ୟ ମଧ୍ୟ ରହିଥାଏ।ଏହା ସହ ଝଗଡା ମଧ୍ୟ ଏହିଥାଏ।ମାତ୍ର ଏହା ଦ୍ୱାରା ସେମାନଙ୍କର ସମ୍ପର୍କ ଆହୁରି ଦୃଢ ହେଇଥାଏ।

ଅନେକ ବ୍ୟକ୍ତି ଭଲ ପାଇଥାନ୍ତି ମାତ୍ର ସେହି ଭଲପାଇବାକୁ ପରିପ୍ରକାଶ କରିବାକୁ ଭୟ କରିଥାନ୍ତି।ଏହା ଆଦୌ ବାଧ୍ୟତାମୂଳକ ନୁହେଁ ଯେ ଯାହାକୁ ଆପଣ ଭଲପାଉଛନ୍ତି ତାହାକୁ ଆପଣ ପ୍ରପୋଜ କରିବେ ବୋଲି।ଏପରି ଆଉ କିଛି ଶବ୍ଦ ରହିଛି ଯାହାକୁ କହିବା ଦ୍ୱାରା ଆପଣଙ୍କର ଭଲପାଇବାକୁ ଅନୁଭବ କରାଇପାରିବେ।ଆଜି ଆପଣଙ୍କୁ ସେହିପରି କିଛି ଶବ୍ଦ କହିବୁ।ତେବେ ଆସନ୍ତୁ ଜାଣିବା।

ପ୍ରଥମେ ହେଉଛି “ମୁଁ ଅଛି ନା”।ଅର୍ଥାତ ପ୍ରେମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିପଦ ସମୟରେ ପରସ୍ପରକୁ ସହାୟତା କରିବା।ଯଦି ଆପଣଙ୍କର ପାର୍ଟନର କୌଣସି ଅସୁବିଧାରେ ପଡ଼ିଯାଇଛି ତେବେ ସେଠାରେ ଆପଣଙ୍କୁ ଯାଇ କହିବାର ଅଛି ଯେ ଭୟଭୀତ ହେବାର ନାହିଁ।ଆପଣ ତାହା ସହ ଅଛନ୍ତି।ଏହା ଶୁଣିବା ଦ୍ୱାରା ଆପଣଙ୍କ ପାର୍ଟନର ମନରେ ଆପଣଙ୍କ ପାଈଁ ଭଲ ପାଇବା ଦ୍ୱିଗୁଣିତ ହେଇଯିବ।ସେ ଆପଣଙ୍କୁ ଆହୁରି ଭଲ ପାଇବ।

ଦ୍ୱିତୀୟରେ ହେଉଛି”ଛାଡ଼ ମୁଁ କରିଦେଉଛି।”ଯଦି ଆପଣଙ୍କର ପାର୍ଟନର ଅଧିକ କାମ କରୁଛନ୍ତି ଅବା କାମ କରି କରି ଥକି ଯାଉଛନ୍ତି ତେବେ ଆପଣ ତାଙ୍କୁ ଯାଇଁ ସହାୟତା କରିବାର ଆବଶ୍ୟକତା ରହିଛି।ଏହା ଦ୍ୱାରା ଆପଣ ଦୁଇଜଣଙ୍କ ପରସ୍ପର ପ୍ରତି ଭଲ ପାଇବା ଆହୁରି ବଢିଯିବ।ଏହା ସହ ଆପଣଙ୍କର କାମ ମଧ୍ୟ ଶୀଘ୍ର ହେଇଯିବ।

ତୃତୀୟରେ ହେଉଛି”କିଛି କଥା ନାହିଁ”।ଯେତେବେଳେ ଆପଣଙ୍କ ପାର୍ଟନର ସହ ଆପଣ କୌଣସି ଝଗଡା ହେଇଥାଏ ସେତେବେଳ ଆପଣ ତାକୁ ଗାଳି କରିବା ବଦଳରେ ତାହାକୁ ବୁଝେଇବାରେ ଆବଶ୍ୟକତା ରବିଛି।ଛୋଟ ଛୋଟ କଥାରେ ରାଗିବା ଦ୍ୱାରା ଆପଣଙ୍କର ଏହା ଆପଣଙ୍କର ସମ୍ପର୍କକୁ ଆହୁରି ଦୁର୍ବଳ କରିଦିଏ।ଏହା ସହ ଦ୍ଵିତୀୟରେ ଯଦି ଆପଣଙ୍କର ପାର୍ଟନର କୌଣସି ଭୁଲ ହେଇଛି ତେବେ ପରବର୍ତ୍ତୀ ସମୟରେ ସେହି ଭୁଲ ଯେପରି ହେବ ନାହିଁ ସେଥିପାଇଁ କହିବାର ଆବଶ୍ୟକତା ରହିଛି।

ଚତୁର୍ଥରେ ହେଉଛି ଯେ “ସମସ୍ତ କଥା ମତେ କହ।”ତେଣୁ ଯଦି ଆପଣଙ୍କର ପାର୍ଟନର କୌଣସି ଅସୁବିଧାରେ ପଡିଛି ତେବେ ଆପଣଙ୍କୁ ତାହାର ସମସ୍ତ କଥା କୁ ଜାଣିବାର ଆବଶ୍ୟକତା ରହିଛି।ଯାହା କିଛି ସାହାଯ୍ୟ ଦରକାର ମତେ କହ।ଏହା କରିବାଦ୍ୱାରା ତା ମନରେ ଆପଣଙ୍କ ପାଇଁ ଭଲପାଇବା ଆହୁରି ବଢିଯିବ।

ପଞ୍ଚମରେ ହେଇଛି କଲ୍ କିମ୍ବା ମେସେଜ କରିବ।ପ୍ରେମରେ ଏହା ନାହିଁ ଯେ ଯେତେବେଳେ ଯାଏଁ ଆପଣଙ୍କର ପାର୍ଟନର ଆପଣଙ୍କ ପାଖରେ ରହିଛି ସେତେବେଳେ ଯାଏଁ ତାକୁ ଭଲପାଇବା।ଯେତେବେଳେ ଆପଣଙ୍କର ପାର୍ଟନର କୌଣସି ଜାଗାକୁ ଯାଇଛି ସେତେବେଳେ ଆପଣ ଏତିକି ତ କହିପାରିବେ ଯେ ସେ ତା ଗନ୍ତବ୍ୟ ସ୍ତାନ ରେ ପହଞ୍ଚିବା ପରେ ଆପଣଙ୍କୁ ଫୋନ କରେଇକି ଜଣେଇପାରିବ।ଏହା ଦ୍ୱାରା ତା ମନରେ ଥିବା ସ୍ନେହ ତଥା ସମ୍ମାନ ବଢିଯିବ।

Leave a Reply

Your email address will not be published. Required fields are marked *