May 28, 2025

Odia Express

Leading Odia News Portal of Odisha

ମାଳା ଜପ କରୁଥିବା ସମୟରେ ଭୁଲରେ ବି ଏହି କେତୋଟି ଭୁଲ କରନ୍ତୁ ନାହିଁ..

ଯଦି ଆପଣ ମାଳାରେ ଜପ କରୁଛନ୍ତି ତାହେଲେ ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ।ଆମେ ସମସ୍ତେ ଈଶ୍ବରଙ୍କ ଆରାଧନା କରିଥାଉ ତାଙ୍କୁ ସମସ୍ତ ମନ କଥା କହିଥାଉ।ତାଙ୍କୁ ପୂଜା କରିଥାଉ କିନ୍ତୁ ଆପଣ ଜାଣିଛନ୍ତି କି ପୂଜା ଠାରୁ ମଧ୍ୟ ଅଧିକ ଶକ୍ତି ମାଳା ଜପରେ ମିଳିଥାଏ।ସବୁ ଇଛା ପୁରାଣ ହେଇ ଯାଇଥାଏ।ଯଦି ଆପଣ ମାଳା ଜପ କରିବାର ସବୁ ବିଧି ପାଳନ କରୁଛନ୍ତି ତାହେଲେ ଆପଣଙ୍କର ସବୁ ମନ ସ୍କାମନ ପୂରଣ ହୋଇ ଯାଏ।

ଯଦି ଆପଣ ଜପ କରୁଥିବା ସମୟରେ କିଛି ଭୁଲ କରନ୍ତି ତାହେଲେ ଆପଣଙ୍କୁ ମାଳା ଜପିବାର ପୂର୍ଣ ଫଳ ମିଳି ନଥାଏ।ଚାଲନ୍ତୁ ଜାଣିବା ସେହି ମାଳା ଜପ ବିଷୟରେ କଣ କଲେ ଏହା କାମ ଦେଇ ନଥାଏ।କୌଣସି ମଣିଷ ଏହା କରିବା ଉଚିତ ନୁହେଁ କାରଣ ଏହା ଅନିଷ୍ଟର କାରଣ ହୋଇଥାଏ।ଏହାର ପରିଣାମ ଭୋଗିବାକୁ ପଡିଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ପ୍ରଥମେ ଜାଣିବା ସାଧାରଣ ଭୁଲ ଯାହାକୁ ସମସ୍ତ ମଣିଷ ସବୁବେଳେ କରିଥାନ୍ତି ।

ପ୍ରଥମତଃ ଆପଣ ଯେଉଁ ନଳୀ ର ଜପ କରୁଛନ୍ତି ସେହି ମାଳି ଟି ଆପଣଙ୍କର ହେବା ଦରକାର।ଆପଣ କେବେ ବି ଅନ୍ୟ କାହାର ମାଳି କୁ ଆଣି ଜପ କରନ୍ତୁ ନାହିଁ।ଆଉ ଯଦି ଏପରି କରୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଅନିଷ୍ଠ ସିଦ୍ଧ ହେବ ଏବଂ ଆପଣଙ୍କୁ ଏହାର କିଛି ବି ଫଳ ମିଳିନଥାଏ। ଗୋମୁଖ କିମ୍ବା କପଡା ରେ ଘୋଡାଇ ମାଳି ର ଜପ କରନ୍ତୁ।

କାହିଁକି ନା ଆପଣ ଜପୁ ଥିବା ମାଳି କାହାକୁ ଦେଖାଯିବା ଉଚିତ୍ ନୁହେଁ । ଆଉ ଯଦି ଆପଣଙ୍କ ମାଳି ଅନ୍ୟ ମାନଙ୍କୁ ଦେଖାଯାଉ ଛି ତାହେଲେ ଆପଣଙ୍କୁ ଏହି ଜପ ରୁ କୌଣସି ପ୍ରକାରର ଫଳ ପ୍ରାପ୍ତି ହୋଇ ନଥାଏ।ଏହି ଗୋମୂଖ୍ ସାଧାରଣତଃ ବଜାର ରେ ଉପଲବ୍ଧ ହୋଇଥାଏ ।ଆଉ ଯଦି ଏହି ଗୋମୁଖ୍ ଆପଣଙ୍କ ପାଖରେ ନାହିଁ ଆପଣ କପଡ଼ାରେ ମଧ୍ୟ ଜପ କରି ପାରିବେ।


ଏହି ଗୋମୂଖ କୁ କିଣିବା ସମୟ ରେ ଆପଣ ସେଥିରେ ଥିବା ଗଣ୍ଠି କୁ ଧ୍ୟାନ ଦେବେ।ଏହି ମହଲି କୁ କିଣିବା ସମୟରେ ଆପଣ ଦେଖିବେ ସେଥିରେ ୧୦୮ ଟି ମାଳି ଅଛି କି ନାହିଁ ଏବଂ ସବୁ ମାଳି ମଧ୍ୟରେ ଗୋଟେ ଗୋଟେ ଗଣ୍ଠି ଅଛି କି ନାହିଁ ଧ୍ୟାନ ଦିଅନ୍ତୁ।ଆପଣ ଯେଉଁ ମାଳି ର ଜପ କରିବେ ସେହି ମାଳି ର ଲମ୍ବ ଆପଣଙ୍କ ନାକ ଉପରକୁ ଯାଉ ନ ଥିବ ଏବଂ ଆପଣଙ୍କ ନାଭି ତଳକୁ ମଧ୍ୟ ଯାଉ ନ ଥିବ ସେଥି ପ୍ରତି ମଧ୍ୟ ଆପଣ ଧ୍ୟାନ ଦେବେ।

ବଜାର ରେ ବହୁତ୍ ପ୍ରକାରର ମାଳି ବିକ୍ରି ହୋଇଥାଏ।ସେଥିପାଇଁ ମାଳି କିଣିବା ସମୟରେ ପ୍ଲାଷ୍ଟିକ ର ମାଳି କୁ ଆଣି ବେ ନାହିଁ। ମାଳି ଜପ କରିବା ପାଇଁ ସବୁଠୁ ଭଲ ମାଳି ହେଉଛି ରୁଦ୍ରକ୍ଷ ର ମାଳି।ଯେତେବେଳେ ବି ଆପଣ ମାଳି ର ଜପ କରୁଛନ୍ତି ଆପଣ ଏହା ପ୍ରତି ଧ୍ୟାନ ଦେବେ କି କେବେ ତଳେ ବସି ମାଳି ଜପ କରନ୍ତୁ ନାହିଁ । ଜପ କରିବା ସମୟ ରେ ନିଜର ମନ କୁ ସ୍ଥିର ରଖନ୍ତୁ ।

Leave a Reply

Your email address will not be published. Required fields are marked *