December 6, 2024

Odia Express

Leading Odia News Portal of Odisha

ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ମହତ୍ତ୍ୱପୂର୍ଣ୍ଣ ବାସ୍ତୁ ନିୟମ – ଏହି ୫ଟି ଜିନିଷ ଘରେ ରଖନ୍ତୁ,ଜୀବନରେ କେବେ ଦରିଦ୍ରତା ଆପଣଙ୍କ ଘର ପାଖକୁ ଆସିବ ନାହିଁ..

ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ପରି ବାସ୍ତୁ ଶାସ୍ତ୍ର ଏହାର ଅଂଶ ବିଶେଷ ଅଟେ।ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ବାସ୍ତୁ ଶାସ୍ତ୍ର ସମ୍ବନ୍ଧରେ କେତେକ ତଥ୍ୟ ପ୍ରଦାନ କରିଥିଲେ।ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି।

ନିଜର ବାସ୍ତୁରେ ତ୍ରୁଟି ହେଲେ ତାହା ମଣିଷର ମାନସିକ ଓ ଶାରୀରିକ ଉପରେ କୁପ୍ରଭାଵ ପକାଇଥାଏ।ଓ ମଣିଷର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।ତେଣୁ ବାସ୍ତୁ ଶାସ୍ତ୍ରର ସଠିକ ନିୟମ ମାନିବା ଉଚିତ ଅଟେ।ଓ ଏହା ଜୀବନରୁ ବହୁତ ବାଧା ବିଘ୍ନକୁ ଦୂର କରିବା ସହିତ ଉନ୍ନତି ଘଟିଥାଏ।ବୈଦିକ ଯୁଗରୁ ଶ୍ରୀକୃଷ୍ଣ ଦେଇଥିବା ବାସ୍ତୁ ନିୟମ ତଥା ମୁନି ଋଷି ମାନେ ଦେଇଥିବା ବାସ୍ତୁ ନିୟମ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଫଳପ୍ରଦ ଅଟେ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଘରେ ଧୂପ ଦୀପ ଓ ନୈବେଦ୍ୟର ବାସ୍ନା ଭରପୂର ଥାଏ ସେହି ଗୃହ ବହୁତ ସୁନ୍ଦର ହୋଇଥାଏ ଓ ଶାନ୍ତି ଏବଂ ପ୍ରସନ୍ନତା ଏହି ଘରେ ସର୍ବଦା ବିରାଜମାନ କରିଥାଏ।ମହାଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଓ ଏହି ଘରେ ଧନର କୌଣସି ଅଭାଵ ରୁହେ ନାହିଁ।

ଯେଉଁ ଘରେ ପାଣିର ସଠିକ ବ୍ୟବସ୍ଥା କରାଯାଏ ସେ ଘର ମଧ୍ୟ ବାସ୍ତୁ ଦୃଷ୍ଟିରୁ ବହୁତ ସୁଗମ ହୋଇଥାଏ।ଅର୍ଥାତ ପାଣିର ବ୍ୟବସ୍ଥା ଉତ୍ତର ପୂର୍ବ ଦିଗ ଅଭିମୁଖେ ହୋଇଥାଏ ସେ ଘରେ ଈଶ୍ବରଙ୍କ ଅଶେଷ କୃପା ରହିଥାଏ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତ୍ୟେକ ଘରେ ଚନ୍ଦନର ଉପସ୍ଥିତି ବା ଚନ୍ଦନର ସୁଗନ୍ଧ ମଧ୍ୟ ବହୁତ ଶାନ୍ତି ପ୍ରଦାୟକ ହୋଇଥାଏ।ଚନ୍ଦନ ବହୁତ ପବିତ୍ର ହୋଇଥାଏ।ଏହାର ଉପସ୍ଥିତି ଘରେ ସୁଖ ସମୃଦ୍ଧି ବର୍ଦ୍ଧିତ କରିଥାଏ।

ଘରେ ଗାଈ ଘିଅର ବ୍ୟବହାର ମଧ୍ୟ ବହୁତ ଶୁଭ ହୋଇଥାଏ।ଏହାକୁ ଖାଦ୍ୟରେ ବ୍ୟବହାର କରିବା ଓ ଦୀପ ପ୍ରଜ୍ବଳନରେ ବ୍ୟବହାର କରିବା ବହୁତ ପବିତ୍ର ଓ ଶାନ୍ତି ଦାୟକ ହୋଇଥାଏ।

ସେହିପରି ଘରେ ମହୁ ରଖିବା ମଧ୍ୟ ବହୁତ ଶାନ୍ତି ଓ ପବିତ୍ର ଦାୟକ ହୋଇଥାଏ।ଏହା ମଧ୍ୟ ବାସ୍ତୁ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ।ମହୁ ଆତ୍ମାକୁ ଶୁଦ୍ଧ କରିବା ସହିତ ଘରର ବାତାବରଣକୁ ମଧ୍ୟ ଶୁଦ୍ଧ କରିଥାଏ।ଓ ବିଭିନ୍ନ ପୂଜାରେ ଏହାର ବ୍ୟବହାର କରାଯାଏ।

ମାଆ ସରସ୍ୱତୀଙ୍କ ମୂର୍ତ୍ତି କିମ୍ବା ଫଟୋ ମଧ୍ୟ ଘର ନିମନ୍ତେ ଶୁଭଙ୍କର ହୋଇଥାଏ।ଓ ଘରର ମଙ୍ଗଳ ସାଧନ ହୋଇଥାଏ।

Leave a Reply

Your email address will not be published. Required fields are marked *