ଖରାପ ସମୟରେ ଅବଶ୍ୟ କରନ୍ତୁ ଏହି ୪ଟି କାମ – ଦୁଃଖ କଷ୍ଟ ରୁ ଶାନ୍ତି ମିଳିବ – ସମସ୍ତେ ଏହି କଥା ଜାଣିବା ନିହାତି ଦରକାର..

ଆପଣ ଏହାତ ନିଶ୍ଚୟ ଜାଣିଛନ୍ତି ଖରାପ ସମୟ ଏକ ଏପରି ପରିସ୍ଥିତି ଯାହା କାହାରି ଜୀବନରେ କେତେବେଳେବି ଆସିପାପରେ। ଖରାପ ସମୟ ଆସିବା ପରେ କଣ କରିବେ ଓ ସେଥିରୁ କିପରି ବଞ୍ଚିବେ ଏହିଭଳି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ କିନ୍ତୁ ଏହାର ସଠିକ ଉତ୍ତର ଆମେ ପାଇନଥାଉ। ଆମର ଏହି ସମସ୍ୟାର ସମାଧାନ ମହାତ୍ମା ବୁଦ୍ଧଙ୍କ ଏକ ପ୍ରସଙ୍ଗରେ ମିଳିଥାଏ। ଯଦି ଆପଣ ମଧ୍ୟ ଖରାପ ପରିସ୍ଥିତି ଦେଇ ଗତିକରୁଛନ୍ତି ଓ ଏହାର ସମାଧାନ ଚାହୁଁଛନ୍ତି ତେବେ ଅବଶ୍ୟ ପଢନ୍ତୁ। ଏହି ପ୍ରସଙ୍ଗ ସେବେର ଯେବେ ମହାତ୍ମା ବୁଦ୍ଧ ପୁରା ଭାରତ ଭ୍ରମଣ କରୁଥିଲେ ଓ ବୌଦ୍ଧ ଧର୍ମର ପ୍ରଚାର କରୁଥିଲେ। ଥରେ ସେ କୌଣସି ଏକ ଜଙ୍ଗଲରେ ଯାତ୍ରା କରୁଥିଲେ ଅନେକ ଯାତ୍ରା କରିବା ଦ୍ଵାରା ମହାତ୍ମା ବୁଦ୍ଧଙ୍କ ଗଳା ଶୁଖିଗଲା।ତାଙ୍କୁ ଭୀଷଣ ଶୋଷ ହେବାରେ ଲାଗିଲା ସେ ନିଜର ଏକ ଶିଷ୍ୟକୁ ଡାକି ପାଖ ଗ୍ରାମରୁ ପାଣି ଆଣିବା ପାଇଁ କହିଲେ।
ଗୁରୁଙ୍କ ଆଜ୍ଞାରେ ସେହି ଶିଷ୍ୟ ଜଣଙ୍କ ପାଖ ଗ୍ରାମକୁ ପାଣି ଆଣିବା ପାଇଁ ଚାଲିଗଲା।ଶିଷ୍ୟ ଜଣଙ୍କ ଗ୍ରାମରେ ପହଁଚିବା ପରେ ଜାଣିବାକୁ ପାଇଲା ସେହି ଗ୍ରାମରେ ଏକ ଛୋଟିଆ ନଦୀ ହିଁ ଏକ ମାତ୍ର ଗ୍ରାମରେ ଜଳର ସ୍ରୋତ ଅଟେ। ଯେବେ ଶିଷ୍ୟ ଜଣଙ୍କ ନଦୀ ପାଖକୁ ଗଲା ସେ ଦେଖିଲା ନଦୀରେ ଅନେକ ଲୋକ ଗାଧାଉଛନ୍ତି। କିଛି ଲୋକ ନିଜ ବସ୍ତ୍ର ସଫା କରୁଛନ୍ତି ଓ ଆଉ କିଛି ନିଜ ଗୃହ ପାଳିତ ପଶୁମାନଙ୍କୁ ମଧ୍ୟ ସେହି ପାଣିରେ ଗାଧାଇଦେଉଛନ୍ତି। ଯେଉଁ କାରଣରୁ ନଦୀର ପାଣି ବହୁତ ଦୂଷିତ ହୋଇଯାଇଛି। ପାଣିର ଏପରି ଅବସ୍ଥା ଦେଖି ଶିଷ୍ୟ ଜଣଙ୍କ ଭାବିଲେ ଗୁରୁଙ୍କ ପାଇଁ ଏହି ପାଣି ନେବା ଉଚିତ ହେବ ନାହିଁ।
ଏହା ପରେ ଶିଷ୍ୟ ଜଣଙ୍କ ବିନା ପାଣି ନେଇ ଫେରିଗଲା।ଶିଷ୍ୟ ଜଣଙ୍କ ପାଣି ନଆଣିଥିବା ଦେଖି ବୁଦ୍ଧ ଅନ୍ୟ ଜଣେ ଶିଷ୍ୟକୁ ପାଣି ଆଣିବାକୁ ପଠାଇଦେଲେ। କିଛି ସମୟ ବିତିଗଲା ଦ୍ୱିତୀୟ ଶିଷ୍ୟ ପାଣି ଆଣି ଆସିଲା। ଏହା ଦେଖି ପ୍ରଥମ ଶିଷ୍ୟ ଆଶ୍ଚର୍ଯ୍ୟ ହୋଇଗଲା ଓ ପଚାରିଲା ଗ୍ରାମର ପାଣି ତ ବହୁତ ଦୂଷିତ ଥିଲା ତେବେ ତୁମେ ପାଣି କେଉଁଠୁ ଆଣିଲା?ପାଣି ଆଣିଥିବା ଶିଷ୍ୟ ଜଣଙ୍କ କହିଲା ମୁଁ ଯେବେ ନଦୀ ପାଖରେ ପହଞ୍ଚିଥିଲି ନଦୀର ପାଣି ଦୂଷିତ ଥିଲା ଏହା ପରେ ସମସ୍ତେ ନିଜ କାମ ସାରି ଚାଲିଗଲେ ଓ ମୁଁ ସେଠାରେ ବସି ଭାବିଲି କିଛି ସମୟ ପରେ ମୁଁ ଦେଖିଲି ସବୁ ଦୂଷିତ ପଦାର୍ଥ ବସି ଯାଇଛି ଓ ପାଣି ବହୁତ ସଫା ହୋଇଯାଇଛି ଓ ସେହି ସଫା ପାଣି ମୁଁ ମାଠିଆରେ ଆଣିକି ଆସିଲି।
ଶିଷ୍ୟର ଏପରି କଥା ଶୁଣି ବୁଦ୍ଧ ବହୁତ ପ୍ରସନ୍ନ ହେଲେ ଏବଂ ଅନ୍ୟ ଶିଷ୍ୟ ମାନଙ୍କୁ କହିଲେ। ଯେବେ ଆମ ଜୀବନରେ ଦୁଃଖ ଓ ଖରାପ ସମୟ ଆସିଥାଏ ସେବେ ଆମ ଜୀବନ ବି ସେହି ପାଣି ପରି ଦୂଷିତ ଦେଖାଯାଇଥାଏ କିନ୍ତୁ ଆମକୁ ସେହି ଖରାପ ସମୟରେ ହାରିକି ବସିବା ଉଚିତ ନୁହେଁ। ଆମକୁ ଧର୍ଯ୍ୟ ସହକାର ସେହି ସମୟକୁ ସାମ୍ନା କରିବା ଆବଶ୍ୟକ ଓ ସଠିକ ବିଚାର କରି ସେହି ଖରାପ ସମୟଠୁ ବିଜୟ ପାଇବା ଉଚିତ। କାରଣ ଧର୍ଯ୍ୟ, ଶାନ୍ତ ମନ, କାର୍ଯ୍ୟ କରିବାର ଦକ୍ଷତା ଓ ଆତ୍ମବିଶ୍ୱାସ କୌଣସି ବି ଖରାପ ସମୟରେ ଆପଣଙ୍କୁ ହାରିବାକୁ ଦେବନି। ସେଥିପାଇଁ ଯେପରି ସେହି ଶିଷ୍ୟ ଜଣଙ୍କ ନିଜର ଧର୍ଯ୍ୟ, ଶାନ୍ତ ମନ, କାର୍ଯ୍ୟ କରିବାର ଦକ୍ଷତା ଓ ଆତ୍ମବିଶ୍ୱାସ ଦ୍ଵାରା ଭଲ ପାଣି ଆଣିପାରିଲା ଆମେ ମଧ୍ୟ ନିଜର ଧର୍ଯ୍ୟ ,ଶାନ୍ତ ମନ, କାର୍ଯ୍ୟ କରିବାର ଦକ୍ଷତା ଓ ଆତ୍ମବିଶ୍ୱାସ ଦ୍ଵାରା ଖରାପ ସମୟକୁ ହଟାଇ ଭଲ ସମୟ ଆଣିପାରିବା। ତେବେ ଏଥିପାଇଁ ଭଗବାନଙ୍କ ଉପରେ ବିଶ୍ୱାସ ରଖ ଏବଂ ନିଜର କର୍ତ୍ତବ୍ୟ ଦିଗରେ ଅଗ୍ରସର ହୁଅ।