January 18, 2025

Odia Express

Leading Odia News Portal of Odisha

ପଥରୀ ସମସ୍ୟା ର ରାମବାଣ ଉପାୟ – ଜାଣିରଖନ୍ତୁ ଏହାର ନିରାକରଣ କିପରି କରିବେ..

ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି। ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ପେଟରେ ଷ୍ଟୋନ ହେବା ଆଜିକାଲି ଏକ ପ୍ରଧାନ ସମସ୍ୟା ଅଟେ ଓ ଏହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଅଟେ।ଏଥିରୁ ଉପଶମ ପାଇବା ପାଇଁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।

ଶରୀରରେ ଜଳର ପରିମାଣ କମ ହେଲେ କିମ୍ବା କ୍ୟାଲସିୟମ ସଠିକ ଭାବେ ହଜମ ନହେଲେ ତାହା ଷ୍ଟୋନର ରୂପ ନେଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ।ତେଣୁ ଏହାର ଉପଚାର ନିମନ୍ତେ ଏକ ପାତ୍ରରେ ଏକ ଚାମଚ ଜିରା ଗୁଣ୍ଡ ନେବ ଓ ଏଥିରେ ଏକ ଚାମଚ ମହୁ ମିଶାଇବ ଓ ଏହାକୁ ଭଲ ଭାବରେ ମିଶାଇ ଦେବ।ବର୍ତ୍ତମାନ ଏହି ମିଶ୍ରଣ ପ୍ରସ୍ତୁତ ହୋଇଗଲା ଓ ଏହାକୁ ସକାଳେ ଖାଇବା ପୂର୍ବରୁ ଖାଲି ପେଟରେ ସେବନ କରିବ କିମ୍ବା ଅଳ୍ପ ଗରମ ପାଣିରେ ଏହାକୁ ମଧ୍ୟ ସେବନ କରିପାରିବ।

ଏହାକୁ ସପ୍ତାହକୁ ଅତି କମରେ ୩ ଥର ସେବନ କରିବା ବହୁତ ଲାଭ ଦାୟକ ହୋଇଥାଏ।ଗୋଟେ ମାସ ମଧ୍ୟରେ ଆପଣଙ୍କ ଷ୍ଟୋନ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ଏମରସନ ଯଥାର୍ଥରେ କହିଛନ୍ତି “health is wealth”।ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ପଡିବ।ଏମିତିରେ ବି ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିରୋଗ ଓ ଆରୋଗ୍ୟ ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।

ତେଣୁ ଆଶା କରୁଛି ଏହା ଆପଣଙ୍କ ବହୁତ ପସନ୍ଦ ଆସିବ ଓ ଏହି ଘରୋଇ ଉପଚାର ଆଦୋୖ ଖର୍ଚ୍ଚ ବହୁଳ ନୁହେଁ।ଏହା ସହଜରେ ଉପଲବ୍ଧ ଅଟେ।ଏହାର ଅବଲମ୍ବନ ନିଶ୍ଚିତ ରୂପେ ଆପଣଙ୍କୁ ଷ୍ଟୋନ ଯନ୍ତ୍ରଣାରୁ ଉପଶମ ପ୍ରଦାନ କରିବ।ଓ ଆପଣଙ୍କ ପାଇଁ ହିତକାରୀ ହେବ।

Leave a Reply

Your email address will not be published. Required fields are marked *