December 5, 2024

Odia Express

Leading Odia News Portal of Odisha

୧ ରୁ ୪ ଭିତରେ ଗୋଟିଏ ସଂଖ୍ୟା ଚୟନ କରନ୍ତୁ ଓ ଜାଣନ୍ତୁ ଆପଣଙ୍କ ପ୍ରେମ ଜୀବନ ସମ୍ପର୍କରେ..

ଈଶ୍ବରଙ୍କ ବିରଚିତ ଏହି ସୃଷ୍ଟି ବୈଚିତ୍ର୍ୟମୟୀ ଅଟେ।ଓ ମନୁଷ୍ୟ ଏହି ଲବନ୍ୟମୟୀ ସୃଷ୍ଟିର ଦୁର୍ଲ୍ଲଭ ପ୍ରାଣୀ ଅଟେ।ମନୁଷ୍ୟର ଶତଚେଷ୍ଟା, କଳା କୌଶଳ ଇତ୍ୟାଦି ଏହି ସୃଷ୍ଟିର ମାଧୁର୍ଯ୍ୟକୁ କରିଛି ଦ୍ବିଗୁଣିତ।ବାସ୍ତବିକ ମନୁଷ୍ୟର ପସନ୍ଦ ମୁତାବକ ବସ୍ତୁ ନିଜ ଜୀବନକୁ ସୁନ୍ଦରରୁ ସୁନ୍ଦରତର କରିଥାଏ।ନିଜ ବ୍ୟକ୍ତିତ୍ବରେ ଦୃଢ଼ ବିଶ୍ୱାସ ଆସିବା ସହିତ ପ୍ରତିଯୋଗୀତତ୍ମକ ଭାବନା ଶତ ଗୁଣିତ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କର ପସନ୍ଦ ତଥା ଚୟନ କରିବାରେ ଏକ ଅନନ୍ୟ ଦକ୍ଷତା ଥାଏ।ପ୍ରତ୍ୟେକ ବ୍ୟକ୍ତିଙ୍କର ଚିନ୍ତାଧାରା ଅନୁଯାୟୀ ସେମାନଙ୍କ ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ପସନ୍ଦ କିଛି ଭିନ୍ନ ହୋଇଥାଏ।ଓ ଏହାର ମଧ୍ୟ କିଛି ରହସ୍ୟ ବା ଖାସ କଥା ଥାଏ।ଏହି ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଯାଇଛି।୧,୨,୩,୪ ମଧ୍ୟରୁ ଆପଣ ଯେକୋୖଣସି ସଂଖ୍ୟା ଚୟନ କରନ୍ତୁ।

୧- ଯେଉଁମାନେ ୧ ଚୟନ କରିଛନ୍ତି ସେମାନଙ୍କ ଜୀବନସାଥୀ ବହୁତ ଭଲ ଓ ବୁଝିବା ଶୁଝିବା ବ୍ୟକ୍ତି ଅଟନ୍ତି।ଏମାନେ ଆପଣଙ୍କୁ ବହୁତ ଭଲପାଆନ୍ତି।ଓ ଏମାନେ ସ୍ୱଭାବରେ ବହୁତ ରୋମାଣ୍ଟିକ ହୋଇଥାନ୍ତି।ଓ ସବୁ ପରିସ୍ଥିତିରେ ଆପଣଙ୍କ ସହିତ ଥାଆନ୍ତି।

୨- ଯେଉଁମାନେ ୨ ଚୟନ କରିଛନ୍ତି ସେମାନଙ୍କ ଜୀବନସାଥୀ ବହୁତ ଭରଷାବାନ ବ୍ୟକ୍ତି ଅଟନ୍ତି।ସେ ଆପଣଙ୍କୁ ବହୁତ ଭଲପାଆନ୍ତି ଓ ବହୁତ ଯତ୍ନଶୀଳ ମଧ୍ୟ ହୋଇଥାନ୍ତି।ସବୁ ପରିସ୍ଥିତିର ସାମ୍ନା କରିବା ସହିତ।ଏମାନେ ଟିକେ ଆବେଗପ୍ରବନ ହୋଇଥାନ୍ତି।

୩- ଯେଉଁମାନେ ୩ ଚୟନ କରିଛନ୍ତି ସେମାନଙ୍କ ଜୀବନସାଥୀ ବହୁତ ସଫା ହୃଦୟର ଅଟନ୍ତି।ଏମାନେ ସବୁବେଳେ ଅନ୍ୟ ଦୁଃଖରେ ଦୁଃଖୀ ଓ ଅନ୍ୟ ସୁଖରେ ସୁଖୀ ହୋଇଥାନ୍ତି।ଏମାନେ ଆପଣଙ୍କୁ ବହୁତ ଭଲପାଆନ୍ତି।ଆପଣଙ୍କ ଖୁସି ପାଇଁ ବହୁତ କିଛି କରିଥାନ୍ତି

୪- ଯେଉଁମାନେ ୪ ଚୟନ କରିଛନ୍ତି ସେମାନଙ୍କ ଜୀବନସାଥୀ ବହୁତ ରୋମାଣ୍ଟିକ ଅଟନ୍ତି।ଓ ସକାରାତ୍ମକ ବ୍ୟକ୍ତି ଅଟନ୍ତି।ଏମାନେ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଥାନ୍ତି।ଏମାନେ ନିଜ ଜୀବନସାଥୀଙ୍କର ଛୋଟ ଛୋଟ କଥାରେ ବହୁତ ଯତ୍ନ ନେଇଥାନ୍ତି।ଓ ବହୁତ ଭଲପାଆନ୍ତି।ଏମାନେ ବିଶ୍ୱାସକୁ କେବେ ଭାଙ୍ଗି ନଥାନ୍ତି।

Leave a Reply

Your email address will not be published. Required fields are marked *