ଶ୍ରୀକୃଷ୍ଣଙ୍କ ସାତୋଟି ଉପଦେଶ – ଜୀବନରେ କେବେ ମଧ୍ୟ ଆସିବ ନାହିଁ ଦୁଃଖ..
ଗୀତା ହେଉଛି ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ଅମୃତ ବାଣୀ।ଗୀତା ମାନବ ଜୀବନର ସାରବସ୍ତୁ ଅଟେ।ଗୀତା ଜ୍ଞାନ ମାନବ ଜୀବନକୁ କରେ ଯଶସ୍ୱୀ ତଥା ତେଜିୟାନ।ସମସ୍ତ ଦୁଃଖ ଏବଂ ସମସ୍ୟା ସମାଧାନର ପ୍ରମୁଖ ମାଧ୍ୟମ ହେଉଛି ଗୀତା। ଯାହାକି ଶାଶ୍ୱତ ଓ ଚିରନ୍ତନ ଏବଂ ଜ୍ଞାନର ଗନ୍ତାଘର।ଶ୍ରୀକୃଷ୍ଣ ଅର୍ଜୁନଙ୍କ ଅମୂଲ୍ୟ କଥୋପକଥନ ଏଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ।ଗୀତାର ଚରମ ମହିମା ଅକଳନୀୟ ତଥା ଅତୁଳନୀୟ। ଗୀତା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଜୀବନକୁ ଏକ ନବ ଦିଗନ୍ତରେ ଅଭିଷିକ୍ତ କରିଛନ୍ତି।ଗୀତାର ଅମୃତମୟ ଉପଦେଶ ଜୀବନକୁ ମଧୁମୟ କରିଥାଏ।ତେଣୁ ଗୀତାର ପଦବଳୀକୁ ଅନୁସରଣ କରିବା ଜୀବନକୁ ମୋକ୍ଷ ପ୍ରାପ୍ତି ମାର୍ଗରେ ଉତ୍ସର୍ଗୀକୃତ କରିଥାଏ।ଏହା ଜୀବନ ରୂପକ ଗଙ୍ଗାର ପୁଣ୍ୟକୁଲ୍ୟାରେ ମୋତି ସଦୃଶ ଉଦ୍ଭାସିତ ହୁଏ।ନିମ୍ନରେ ସେହି ଅମୃତମୟ ପଦବଳୀରୁ ସାତୋଟି ବ୍ୟାଖ୍ୟା କରାଯାଇଛି।
ଶ୍ରୀକୃଷ୍ଣ କହିଛନ୍ତି କେବେ ହେଲେ ବ୍ୟର୍ଥ ଚିନ୍ତା କରିବା ଉଚିତ ନୁହେଁ।କୌଣସି ଲୋକଙ୍କ ବ୍ୟର୍ଥ କଥାରେ ଡରିବା ଉଚିତ ନୁହେଁ।ଓ କେବେ ଅସହାୟ ହେବା ଉଚିତ ନୁହେଁ।
ଦ୍ଵିତୀୟରେ ଶ୍ରୀକୃଷ୍ଣ ସକାରାତ୍ମକ ଭାବନା ରଖିବାକୁ କହିଛନ୍ତି।ଯାହା ହେଇଥିଲା ତାହା ଭଲ ହେଇଥିଲା।ଯାହା ହେବ ତାହା ମଧ୍ୟ ଭଲ ହେବ ଓ ଯାହା ହେଉଛି ତାହା ମଧ୍ୟ ଭଲ ହେଉଛି।ଅର୍ଥାତ ଅତୀତ ପାଇଁ କେବେ ପଶ୍ଚାତପ କରିବା ଓ ଭବିଷ୍ୟତ ପାଇଁ ଚିନ୍ତିତ ହେବା ଉଚିତ ନୁହେଁ।ଓ ବର୍ତ୍ତମାନକୁ ଆନନ୍ଦରେ ଗ୍ରହଣ କରିବା ଉଚିତ।
ତୃତୀୟରେ ଶ୍ରୀକୃଷ୍ଣ କହିଛନ୍ତି କୌଣସି ହରାଇଥିବା ଜିନିଷ ପାଇଁ ଶୋକ କରିବା ଉଚିତ ନୁହେଁ।କାରଣ ଆମେ ଖାଲି ହାତରେ ଆସିଛେ ଓ ଖାଲି ହାତରେ ଯିବା।ତେଣୁ ଏସବୁରେ ଶୋକ ବାସ୍ତବ ପ୍ରସନ୍ନତାକୁ କ୍ଷୁଣ୍ଣ କରିଥାଏ।
ଚତୁର୍ଥରେ ଶ୍ରୀକୃଷ୍ଣ ମୋହ ମାୟା ଠାରୁ ଦୂରରେ ରହିବାକୁ କହିଛନ୍ତି।ଅର୍ଥାତ ଯାହାକୁ ଆମେ ମୃତ୍ୟୁ କହୁଛୁ ସେ ହିଁ ବାସ୍ତବ ଜୀବନ।ତୋରମୋର , ଛୋଟବଡ଼ ଏସବୁ ବିଚାରକୁ ପରିତ୍ୟାଗ କରିବା ଉଚିତ।
ପଞ୍ଚମରେ ଶ୍ରୀକୃଷ୍ଣ କହିଛନ୍ତି ଏହି ଶରୀର ନିଜର ନୁହେଁ।ଏହା ପଞ୍ଚ ଭୂତରୁ ତିଆରି ଓ ଏଥିରେ ମିଶିଯିବ।କେବଳ ଆତ୍ମା ହିଁ ସ୍ଥିର ତଥା ଅମର ଅଟେ।
ଷଷ୍ଠରେ ଶ୍ରୀକୃଷ୍ଣ କହିଛନ୍ତି ନିଜକୁ ଭଗବାନକୁ ସମର୍ପଣ କରିଦିଅ।ନିଜର ସବୁ ଦୁଃଖ ଦୂର ହୋଇଯିବ ଓ ଜୀବନ ମଧୁମୟ ହୋଇଯିବ।
ସପ୍ତମରେ ଶ୍ରୀକୃଷ୍ଣ କହିଛନ୍ତି ତୁମେ ନିଜ ଜୀବନରେ ଯାହାବି କରୁଛ ଭଗବାନଙ୍କୁ ଅର୍ପଣ କରିଦିଅ।ଜୀବନରେ ବହୁତ ଆନନ୍ଦ ପ୍ରାପ୍ତି ହେବ।ଓ ଜୀବନ ସରସ ସୁନ୍ଦର ହୋଇଉଠିବ।
ଆଶା କରୁଛି ଏହି ସାତୋଟି ଉପଦେଶ ଆପଣଙ୍କ ବହୁତ ଭଲ ଲାଗିବ।ଏହା ଜଗତଗୁରୁ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ଜୀବନର ବାସ୍ତବ ଜ୍ଞାନ ଅଟେ।ନିଜର ଦୁଃଖ ସମୟରେ ଏହା ଶକ୍ତି ସାହସ ଓ ପ୍ରେରଣା ଯୋଗାଇଥାଏ।ଆପଣ ଏହି ବାସ୍ତବ ଜ୍ଞାନକୁ ଅନୁସରଣ କଲେ ଆପଣଙ୍କ ଜୀବନ ମଧୁମୟ ହେବ।