February 8, 2025

Odia Express

Leading Odia News Portal of Odisha

ଯଦି ପୃଥିବୀର ସବୁ ମଶା ମରିଯିବେ ତେବେ କଣ ହେବ? ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ଆପଣ ମାନେ କେବେ ଭାବିଛନ୍ତି ଯେ ଯଦି ପୃଥିବୀର ଯଦି ସବୁ ମଶାଙ୍କୁ ମାରି ଦିଆଯାଏ ତେବେ କଣ ହେବ।ଆପଣ ମାନେ ଜାଣିଛନ୍ତି ଯେ ଗୋଟିଏ ଜୀଵ ପାଇଁ ପ୍ରତିବର୍ଷ ୧୦ଲକ୍ଷ୍ୟ ଲୋକ ପ୍ରାଣତ୍ୟାଗ କରିଥାନ୍ତି।ସେହି ଜୀଵ ଆଉ କେହି ନୁଁହ ତାହା ହେଉଛି ମଶା।ଆପଣମାନ ଆଶ୍ଚର୍ଯ୍ୟ ହେଉଥିବେ ଯେ ମଶା ଏତେ ଛୋଟ ଯେ ତାହାକୁ ଆମେ ହାତରେ ଦଳିଦେଇପାରିବା।ତାହା ଏପରି ଘାତକ କିପରି ହେଲା।ଆଜି ଆମେ ଆପଣଙ୍କୁ କହିବୁ ଯେ ଯଦି ପୃଥିବୀର ସବୁ ମଶାଙ୍କୁ ମାରିଦିଆଯିବ ତେବେ କଣ ହେବ।

ମଶା ଏକ ସାଧାରଣ କୀଟ।ମାତ୍ର ଏହା ଅନେକ ଘାତକ ରୋଗର କାରଣ ହେଇଥାଏ।ମ୍ୟାଲେରିଆ,ଡେଙ୍ଗୁ ପରି ମାରାତ୍ମକ ରୋଗ ଏହି କୀଟ ଦ୍ୱାରା ହିଁ ବ୍ୟାପିଥାଏ।ଯେଉଁମାନଙ୍କୁ କୌଣସି ବିଶେଷ ରୋଗ ହେଇଥାଏ ସେମାନଙ୍କୁ କାଟି ତାଙ୍କର ଲାଳ ସୁସ୍ଥଲୋକର ଦେହରେ ଛାଡ଼ିଦେଇଥାନ୍ତି।ଯେତେବେଳେ ମଶାମାନଙ୍କର ଲାଳ ଆପଣଙ୍କ ଶରୀରକୁ ଆସିଥାଏ ତାହା ଭାଇରସ୍ ଏବଂ ବ୍ୟାକ୍ଟେରିଆର ରୂପ ନେଇଯାଏ ଏବଂ ଏହାଆପଣଙ୍କ ଶରୀରରେ ଅନେକ ରୋଗ ହେଇଥାଏ।କେବଳ ମନ୍ୟୁଷମାନଙ୍କୁ ନୁଁହ ପଶୁପକ୍ଷୀଙ୍କର ମଧ୍ୟ ଏହି ମଶାମାନେ କ୍ଷତି କରାଇଥାନ୍ତି।ତାଙ୍କର କାମୁଡ଼ିବା ଦ୍ୱାରା ଜୀବଜନ୍ତୁଙ୍କ ପାଇଁ ଆତ୍ମଘାତୀ ହେଇଥାଏ।କାମୁଡ଼ିବାକୁ ଛାଡି ଯେତେବେଳେ ମଶାମାନେ ଶରୀରରେ ବସି ଅଜବ ଶବ୍ଦ କରିଥାନ୍ତି ସେତେବେଳେ ତାହା ଆହୁରି ସମସ୍ୟା ସୃଷ୍ଟି କରିଥାଏ।

ଆପଣ ମାନେ ସେମାନଙ୍କ ସଂଖ୍ୟାକୁ ଆକଳନ କରିପାରିବେ ନାହିଁ।ସେମାନେ ଏତେ ମାତ୍ରାରେ ଅଛନ୍ତି ଯେ ଆପଣ ଭାବିମଧ୍ୟ ପାରିବେ ନାହିଁ ସେମାନେ କେତେ ଅଛନ୍ତି।ମାତ୍ର ଏକ ରିପୋର୍ଟ ଅନୁସାରେ କେବଳ ଆଲାସ୍କାରେ ହିଁ ୭ ଟ୍ରିଲିଅନ ମଶା ରହିଛନ୍ତି।ହଁ ଆଜ୍ଞା ଆଲାସ୍କାରେ ଭୀଷଣ ଥଣ୍ଡା ହେଉଥିବା ସତ୍ୱେ ସେଠାରେ ତାପମାତ୍ରା ବଢିବା ଯୋଗୁଁ ତଥା ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ସେଠାରେ ମଶା ମାନେ ରହିପାରୁଛନ୍ତି।ଆପଣମାନେ ଚିନ୍ତା କରନ୍ତୁ ଯେ ଏତେ ଥଣ୍ଡାରେ ଯେଉଁମାନେ ରହିପାରୁଛନ୍ତି ସେମାନେ ସାଧାରଣ ତାପମାତ୍ରାରେ ଆତଙ୍କ କରିଦେଉଥିବେ।କିନ୍ତୁ ଆପଣ କିପରି ସେହି ମଶାମାନଙ୍କ କବଳରୁ ରକ୍ଷା ପାଇପାରିବେ।

ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଵାଦୁଡ଼ି ବିନାକୌଣସି ସମସ୍ୟାରେ ମଶା ମାନଙ୍କୁ ଖାଇଥାଏ।ଏକ ବାଦୁଡ଼ି ଏକ ଘଣ୍ଟାରେ ପାଖାପାଖି ୬୦୦ ମଶାଙ୍କୁ ଖାଇଥାଏ।ଯଦି ଆମ ପାଖରେ ଭଲ ବାଦୁଡ଼ି ରହିବେ ତେବେ ଆମେ ଏହି ମଶା ମାନଙ୍କ କବଳରୁ ରକ୍ଷାପାଇପାରିବା।ତେଣୁ ଆମେ ଯଦି ଦେଖିବା ଯେ ମଶାମାନଙ୍କ ସଂଖ୍ୟା କମିଯିବ ମାତ୍ର ବାଡୁଡ଼ି ମାନଙ୍କ ସଂଖ୍ୟା ବଢିଯିବ।ତବେ ଏହା କାମ କରିବ ନାହିଁ।ତେଣୁ ଆମକୁ ଅନୁବାଞ୍ଚିତ ଭାବେ ସେହି ମଶା ମାନଙ୍କୁ ଛାଡିବାକୁ ପଡିବ ଯେଉଁମାନେ ମନୁଷ୍ୟର କୌଣସି କ୍ଷତି କରନ୍ତି ନାହିଁ ତଥା ସେହିଭଳି କୌଣସି ମଶା ଜନ୍ମ ମଧ୍ୟ କରନ୍ତି ନାହିଁ।ଏମାନଙ୍କ ଠାରୁ ଜନ୍ମ ନେଉଥିବା ମଶା ବଡ଼ ହେଲା ବେଳକୁ ମରିଯାଏ।ତେଣୁ ଏପରି ଭାବେ ଆମେ ମଶା ମାନଙ୍କ ସମସ୍ୟାରୁ ରକ୍ଷା ପାଇବା।

ଆପଣମାନେ ଭାବୁଥିବେ ଯେ ମଶା ମାନେ ଯଦି ମନ୍ୟୁଷକୃତ ଉପାୟରେ ଲୋପ ପାଇଯିବ ଏହାର ପ୍ରଭାବ କଣ ଆମର ଦୈନନ୍ଦିନ ଜୀବନରେ ପଡିବ।ଏହାର ପ୍ରଭାବ ନିଶ୍ଚୟ ରହିବ।ଦୈନିକ ଆପଣଙ୍କୁ ହଇରାଣ କରୁଥିବା କୀଟ ଯଦି ହଠାତ ଚାଲିଯିବ ତେବେ ଏହା ନିଶ୍ଚୟ ପ୍ରଭାବ ପକେଇବ।ପ୍ରଥମେ ଆପଣ ଦେଖିବୀ ଯେ ମଶାମାନେ ହେଉଛନ୍ତି ଜୀଵନ ଚକ୍ରର ଏକ ଅଂଶବିଶେଷ।ଅନେକ ଜୀଵ ମଶାଙ୍କୁ ଖାଇଥାନ୍ତି।ଯଦି ମଶାମାନେ ଲୋପ ପାଇଯିବେ ତେବେ ସେହି ଜୀଵମାନେ ଅନ୍ୟଜୀଵମାନଙ୍କୁ ଖାଇବେ ଫଳରେ ସେହି ଜୀବଙ୍କର ଜୀଵନ ଉପରେ ଏହା ପ୍ରଭାବ ପକେଇବ।ଦ୍ଵିତୀୟରେ ଦେଖିବା ଯେ ଆମାଜନ ଜଙ୍ଗଲରେ ଲୋକମାନେ ଗଛ କାଟିପାରନ୍ତି ନାହିଁ।ସେଠାରେ ମଶାମାନେ ଲୋକମାନଙ୍କୁ ଗୋଟିଏ ମିନିଟ ମଧ୍ୟ ଠିଆ କରେଇ ଦିଅନ୍ତି ନାହିଁ।ଫଳରେ ସେମାନେ ପ୍ରକୃତିର ସୁରକ୍ଷା ମଧ୍ୟ କରିଥାନ୍ତି।ତେଣୁ ମଶା ମାନଙ୍କର ଯଦି ବିନାଶ କରାଯାଏ ତେବେ ଅନେକ ସମସ୍ୟା ହେବ।ତେଣୁ ପ୍ରକୃତିର ସେହି ଜୀଵନ ଚକ୍ର ଚାଲିବାକୁ ଦିଆଯାଉ।

Leave a Reply

Your email address will not be published. Required fields are marked *