September 12, 2024

Odia Express

Leading Odia News Portal of Odisha

କଣ ଅଟେ ସବୁଠାରୁ ବଡ଼ ଧର୍ମ ଓ ସବୁଠାରୁ ବଡ଼ ପାପ? ଭଗବାନ ଶିବ ଦେଇଛନ୍ତି ଉତ୍ତର..

ନମସ୍କାର ବନ୍ଧୁଗଣ,କେଉଁ କର୍ମକୁ ମନୁଷ୍ୟର ସବୁଠାରୁ ବଡ଼ ଧର୍ମ ବିବେଚନା କରାଯାଏ? ଓ କେଉଁ କର୍ମର ଗଣତି ସବୁଠାରୁ ବଡ ପାପରେ କରାଯାଏ?ଏପରି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ।ସଫଳତା ହାସଲ କରିବାପାଇଁ କଣ କରିବା? ଦୁଃଖଠାରୁ କିପରି ବଞ୍ଚିବା? କେଉଁ କାମ ଆମକୁ ପାପର ଭାଗିଦାରୀ କରିଦେବ?ଏହାର ଉତ୍ତର ଶିବପୁରାଣରେ ବର୍ଣ୍ଣିତ ହୋଇଅଛି।ତେବେ ଚାଲନ୍ତୁ ଜାଣିବା ଭଗବାନ ଶିବଙ୍କ ଦ୍ଵାରା କୁହାଯାଇଥିବା କିଛି କଥା ଯାହା ଆପଣଙ୍କ ଜୀବନ ବଦଳେଇବାର କାର୍ଯ୍ୟ କରିବ।

“ନାସ୍ତି ତୃଷ୍ଣାସମ° ଦୁଃଖ° ନାସ୍ତି ତ୍ୟାଗସମ° ସୁଖମଂ।ସର୍ବାନ କାମାନ ପରିତ୍ୟଜ୍ୟ ବ୍ରହ୍ମାଭୂୟାୟ କଳ୍ପତେ।। ଏହି ଶ୍ଲୋକର ଅର୍ଥ ଅନୁସାରେ ମନୁଷ୍ୟର ଇଚ୍ଛା ସବୁଠାରୁ ବଡ ଦୁଃଖ ହୋଇଥାଏ ଏବଂ ତାହାକୁ ଛାଡ଼ିଦେବା ସବୁଠାରୁ ବଡ଼ ସୁଖ ହୋଇଥାଏ।ଯେଉଁ ମନୁଷ୍ୟର ନିଜ ମନ ଉପରେ ନିୟନ୍ତ୍ରଣ ନଥାଏ ଯାହା ମନରେ କେତେକ ଅନାବଶ୍ୟକ ଇଚ୍ଛା ଥାଏ ସେ ସବୁ ସମୟରେ ଦୁଃଖର ଘେରରେ ରହିଥାଏ।ଜରୁରୀ ଅଟେ କି ମନୁଷ୍ୟ ନିଜ ଆବଶ୍ୟକତା ଓ ଇଚ୍ଛା ମଧ୍ୟରେ ଅନ୍ତର କରିବା ଶିଖିନେଉ।

ଦ୍ୱିତୀୟ ଶ୍ଳୋକ ହେଉଛି, “ନାସ୍ତି ସତ୍ୟାତ ପରୋ ନାନୃତାତ ପାତକ° ପରମ।।” ଏଥିରେ ଭଗବାନ ଶିବ କହିଛନ୍ତି କି କଣ ଅଟେ ସବୁଠାରୁ ବଡ଼ ଧର୍ମ ଓ କଣ ଅଟେ ସବୁଠାରୁ ବଡ ପାପ।ଏହି ଶ୍ଳୋକର ଅର୍ଥ ଅନୁସାରେ ମନୁଷ୍ୟ ପାଇଁ ସବୁଠାରୁ ବଡ଼ ଧର୍ମ ହେଉଛି ସତ୍ୟ କହିବା କିମ୍ବା ସତର ସାଥ ଦେବା।ଏବଂ ସବୁଠାରୁ ବଡ ଅଧର୍ମ ହେଉଛି ମିଛ କହିବା କିମ୍ବା ଏହାର ସାଥ ଦେବା।ଏଥିପାଇଁ ସମସ୍ତଙ୍କୁ ନିଜ ମନ,କଥା ଓ ନିଜ କର୍ମରୁ ସେହି ସ୍ଥାନରେ ସାମିଲ ହେବା ଉଚିତ ଯେଉଁଠାରେ ସତ୍ୟତା ଥିବ।

ତୃତୀୟ ଶ୍ଳୋକ ହେଉଛି,”ଆତ୍ମସାକ୍ଷୀ ଭବେତ୍ରିତ୍ୟମାତ୍ମନୁସ୍ତୁ ଶୁଭାଶୁଭେ।” ଏହି ଶ୍ଳୋକରେ ଭଗବାନ ଶିବ କହିଛନ୍ତି ଭୁଲ କାମରୁ କିପରି ବଞ୍ଚିବେ।ଏହି ଶ୍ଳୋକର ଅର୍ଥ ଅନୁସାରେ ମନୁଷ୍ୟକୁ ନିଜ ସମସ୍ତ କାର୍ଯ୍ୟର ସାକ୍ଷୀ ନିଜେ ହିଁ ହେବା ଉଚିତ।ତେବେ ସେ ଭଲ କାମ କରୁ କିମ୍ବା ଖରାପ।କେତେଲୋକଙ୍କ ମନରେ ଭୁଲ କାମ କରିବା ସମୟରେ ଏହି ଭାବନା ଥାଏକି ତାଙ୍କୁ ଏହା କରୁଥିବାର କେହି ଦେଖୁନାହାନ୍ତି।ଏବଂ ସେମାନେ ବିନା ଡରି ପାପ କରିଚାଲନ୍ତି।

ଚର୍ତୁଥ ଶ୍ଳୋକ ହେଉଛି,”ମନସା କର୍ମଣା ବାଚା ନ ଚ କାଡ଼କ୍ଷେତ ପାତକମ୍।” ଏହି ଶ୍ଳୋକରେ ଭଗବାନ ଶିବ କହିଛନ୍ତି କେଉଁ ୩ଟି କାମ ମନୁଷ୍ୟକୁ କରିବାକଥା ନୁହେଁ।ଏହି ଶ୍ଳୋକର ଅର୍ଥ ଅନୁସାରେ କୌଣସି ବ୍ୟକ୍ତିକୁ ମନ, ବାଣୀ ଓ କର୍ମରୁ ପାପ କରିବାର ଇଚ୍ଛା କରିବାକଥା ନୁହେଁ କାରଣ ମନୁଷ୍ୟ ଯେପରି କାମ କରିଥାଏ ସେହିପରି ଫଳ ମଧ୍ୟ ଭୋଗିଥାଏ।ପାପ କର୍ମ କରିବା କିମ୍ବା ଭାବିବା ଦ୍ଵାରା ଜୀବନସାରା କଷ୍ଟ ସହିବାକୁ ପଡିଥାଏ।ସେହିପରି ମୃତ୍ୟୁ ପରେ ମଧ୍ୟ ନର୍କରେ କଷ୍ଟ ଭୋଗିବାକୁ ପଡିଥାଏ।

ପଞ୍ଚମ ଶ୍ଳୋକ ହେଉଛି,”ଦୋଷଦର୍ଶୀ ଭବେତ୍ରତ୍ତ ୟତ୍ର ସ୍ନେହ ପ୍ରବର୍ତ୍ତତେ।ଅନିଷ୍ଟେନାନ୍ତିତ° ପଶ୍ଚେଦ ୟଥା କ୍ଷୀପ୍ର° ବିରଜ୍ୟତେ।।” ଏହି ଶ୍ଳୋକରେ ଭଗବାନ ଶିବ ସଫଳତାର ସୂତ୍ର ବିଷୟରେ ବର୍ଣ୍ଣନା କରିଛନ୍ତି।ଶ୍ଳୋକର ଅର୍ଥ ଅନୁସାରେ ମନୁଷ୍ୟକୁ ଯେଉଁ ବ୍ୟକ୍ତି କି ଜିନିଷ ସହ ଭାବପ୍ରବଣତା ହେଉଥିବ ଯାହାକି ତା ସଫଳତାରେ ବାଧା ସୃଷ୍ଟି କରୁଥିବ।ତେବେ ସେହି ବ୍ୟକ୍ତି କିମ୍ବା ଜିନିଷରେ ଦୋଷ ଖୋଜିବା ଆରମ୍ଭ କରିବା ଉଚିତ ଏପରି କରିବାଦ୍ଵାରା ମନୁଷ୍ୟ ଧୀରେ ଧୀରେ ଭାବପ୍ରବଣତାରୁ ମୁକୁଳିଯିବ।ଏବଂ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବାକୁ ଲାଗିବ।

ତେବେ ଏହାଥିଲା ଭଗବାନ ଶିବଙ୍କ ଦ୍ଵାରା କୁହାଯାଇଥିବା ୫ଟି କଥା ଯାହା ଆପଣଙ୍କୁ ଜୀବନରେ ଖୁସି,ସଫଳତା ଓ ଶାନ୍ତି ପାଇବାରେ ସାହାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *